ବିବାଦୀୟ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ସମନ କଲେ ସୁପ୍ରିମକୋର୍ଟ, ୨୮ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିବାଦୀୟ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ସମନ କଲେ ସୁପ୍ରିମକୋର୍ଟ । ୨୮ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ । ସମ୍ବିଧାନର ଧାରା ୧୩୧ ଅନୁସାରେ ମାମଲାର ବିଚାର ପାଇଁ ଓଡ଼ିଶା ସରକାର କରିଥିଲେ ଆବେଦନ । ନିଜ ଓକିଲ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ନିଜ ସମର୍ଥନରେ ଥିବା ସାକ୍ଷୀ ଓ ପ୍ରମାଣକୁ କୋର୍ଟରେ ହାଜର କରିବା ପାଇଁ ଆନ୍ଧପ୍ରଦେଶକୁ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସକୁ ଗୁରୁତର ସହ ନେବାକୁ କୁହାଯାଇଛି । ଯଦି ଆନ୍ଧ୍ରପ୍ରଦେଶ ସେହିଦିନ ଅନୁପସ୍ଥିତ ରହିଲା, ତାସତ୍ତ୍ୱେ ବି ମାମଲାର ଶୁଣାଣି ହେବ । ଏଥିପାଇଁ ଆନ୍ଧ୍ରପ୍ରଦେଶ ଦାୟୀ ରହିବ ବୋଲି ନୋଟିସରେ ସ୍ପଷ୍ଟ ଭାବେ କୁହାଯାଇଛି । ଏହି ମାମଲା ଜାନୁଆରୀ ୪, ୨୦୨୨ରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆବେଦନ ହୋଇଥିଲା । କିନ୍ତୁ ଏସମ୍ପର୍କିତ କୌଣସି ସଠିକ୍ ତଥ୍ୟ ଆନ୍ଧ୍ରପ୍ରଦେଶ ପକ୍ଷରୁ ଦାଖଲ କରାଯାଇନଥିଲା ।