spot_img
Home Blog Page 3554

ସର୍ତକ କରାଇଲେ ବିଶେଷଜ୍ଞ; ଭାରତରେ ଆସୁଛି ୪ର୍ଥ ଲହର !

ନୂଆଦିଲ୍ଲୀ: ବିଶ୍ବରେ ପୁଣି କଡ ଲେଉଟାଉଛି କରୋନା । ଚୀନରେ ହୁ ହୁ ହୋଇ ବଢି ଚାଲିଛି କରୋନା ସଂକ୍ରମଣ । ଏହାସହ ଆମେରିକା, ଜାପାନ ସମେତ ଅନେକ ଦଶରେ ମଧ୍ୟ କରୋନା ସଂକ୍ରମଣ ଅଣଆୟତ ହୋଇଛି । ସମଗ୍ର ବିଶ୍ବରେ କରୋନା ସଂକ୍ରମଣ ବଢୁଥିବା ନେଇ ଲୋକମାନେ ଚିନ୍ତିତ ଅଛନ୍ତି । ଭବିଷ୍ୟତରେ ଭାରତରେ କରୋନାର ୪ର୍ଥ ଲହର ଆସିବା ନେଇ ଲୋକଙ୍କ ମନେରେ ଡର ପଶିଲାଣି । ଗତ ୨ ବର୍ଷ ମଧ୍ୟରେ କରୋନା ସବୁ ଉଜାଡି ଦେଇଥିବା ବେଳେ ବର୍ତ୍ତମାନ ସ୍ଥିତିରେ ସୁଧାର ଆସିଛି । ଏହାରି ମଧ୍ୟରେ ପୁଣି ମୁଣ୍ଡ ଟେକିଲାଣି କରୋନା ।

ଭାରତରେ ଓମିକ୍ରନର BF.7 ଭ୍ୟାରିଏଣ୍ଟର କେସ୍ ମିଳିବା ପରେ ଲୋକମାନେ ଏହାକୁ ନେଇ ଚିନ୍ତିତ ହୋଇପଡିଛନ୍ତି । ସେପଟେ ସ୍ବାସ୍ଥ୍ୟ ମନ୍ତ୍ରାଳୟର ସୂତ୍ର ଅନୁଯାୟୀ, ଭାରତରେ ଜାନୁୟାରୀ ମାସରେ କରୋନା ସଂକ୍ରମଣ ବଢି ପାରେ ଏବଂ ୪୦ ରୁ ୪୫ ଦିନ ଗୁରୁତ୍ବପୂର୍ଣ୍ଣ ରହିବ । ବିଶେଷଜ୍ଞଙ୍କ କହିବା ଅନୁଯାୟୀ,  ଯେତେବେଳେ ଚୀନରେ କୋଭିଡ ସଂକ୍ରମଣ ବୃଦ୍ଧି ପାଇଛି, ସେତେବେଳେ ୪୦ ଦିନ ପରେ ଭାରତରେ ଏହାର ପ୍ରକୋପ ଦେଖିବାକୁ ମିଳିଛି ।

ଅନ୍ୟପଟେ ‘ଆଇଆଇଟି କରୋନା ମଡେଲ’ ଦେଇଥିବା ପ୍ରଫେସର ମଣିନ୍ଦ୍ର ଅଗ୍ରୱାଲ ଲୋକଙ୍କ ମନରେ କରୋନାକୁ ନେଇ ସୃଷ୍ଟି ହୋଇଥିବା ପ୍ରଶ୍ନର ଜବାବରେ କହିଛନ୍ତି ଯେ, ଆଗାମୀ କିଛି ଦିନ ଗୁରୁତ୍ବପୂର୍ଣ୍ଣ ରହିବ। କିନ୍ତୁ ଭାରତରେ ଏହାକୁ ନେଇ କିଛି ଆତଙ୍କିତ ହେବାର ନାହିଁ । ତେବେ ଆଇଆଇଟି କୋଭିଡ ସୂତ୍ର ତିଆରି କରିବାରେ ପ୍ରଫେସର ଅଗ୍ରୱାଲ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଅପରପଟେ କୋରନାର ୪ର୍ଥ ଲହରକୁ ନେଇ ଭାରତ ସରକାରଙ୍କ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି।

ସେପଟେ କରୋନାର  ପୂର୍ବାନିମାନ କରିବା କଷ୍ଟ ସାଧ୍ୟ ବୋଲି  ବିଶ୍ବ ସ୍ବାସ୍ଥ୍ୟ ସଂଗଠନର ପୂର୍ବତନ ମୁଖ୍ୟ ବୈଜ୍ଞାନିକ ସୌମ୍ୟା ସ୍ବାମୀନାଥନ ସୂଚନା ଦେଇଛନ୍ତି । ଏହା ଧିରେ ଧିରେ ଏକ ଏଣ୍ଡେମିକ୍ ସଂକ୍ରମଣ ପରି ହୋଇଯିବ । କରୋନାକୁ ଏଡେଇବାକୁ ହେଲେ ଏହାର ଟିକାକରଣ ପ୍ରମୁଖ ଏବଂ ପ୍ରଭାବଶାଳୀ ଉପାୟ ଅଟେ । ତୃତୀୟ ଡୋଜକୁ ପ୍ରତିରକ୍ଷା ଭାବରେ ବ୍ୟବହାର କରାଯିବା ଉଚିତ୍ । ଭ୍ୟାକ୍ସିନର ତୃତୀୟ ଡୋଜ ଲୋକମାନଙ୍କ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ ଏହା ଲୋକଙ୍କର ବଞ୍ଚିବା ପାଇଁ ସହାୟତା ହେବ ବୋଲି ବୈଜ୍ଞାନିକ ସୌମ୍ୟା କହିଛନ୍ତି ।

ନାବାଳିକା ସହ ଦୁଇ ବର୍ଷ ଧରି ଦୁଷ୍କର୍ମ କରିଥିବା ମହନ୍ତ ସରଜୁ ଦାସ ଗିରଫ

ଭିଲୱାଡା: ରାଜସ୍ଥାନର ଜୋଧପୁର ଜେଲରେ ଗତ ୯ ବର୍ଷ ହେବ ବନ୍ଦୀ ଥିବା ଆଶାରାମଙ୍କ ଭଳି ଆଉ ଏକ ମାମଲା ସାମ୍ନାକୁ ଆସିଛି । ଆଶାରାମଙ୍କ ଭଳି ଘୃଣ୍ୟ କାର୍ଯ୍ୟ କରିଥିବା ଏହି ବ୍ୟକ୍ତି ଜଣଙ୍କ ରାଜସ୍ଥାନର ଭିଲୱାଡା, ମହାରାଷ୍ଟ୍ର ଏବଂ ଉତ୍ତରପ୍ରଦେଶର ଅଯୋଧ୍ୟାରେ ମୋଟ ୫ଟି ଆଶ୍ରମର ମହନ୍ତ ଅଟେ । ତାଙ୍କ ନାଁ ହେଉଛି ମହନ୍ତ ସରଜୁ ଦାସ । ଏସିଡ ଆକ୍ରମଣ ଏବଂ ଯୌନ ଶୋଷଣ ଅଭିଯୁକ୍ତ ସରଜୁ ଦାସଙ୍କୁ ରାଜସ୍ଥାନ ପୋଲିସ ବୁଧବାର ଗିରଫ କରିଛି । ମହନ୍ତ ସରଜୁ ଦାସଙ୍କୁ ଏବେ ଅବଶ୍ୟ ଗିରଫ କରାଯାଇଛି କିନ୍ତୁ ବିବାଦ ସହ ତାଙ୍କର ସମ୍ପର୍କ ବହୁତ ପୂରୁଣା ।

ମହନ୍ତ ସରଜୁ ଦାସ ଡାଙ୍ଗର ହନୁମାନ ମନ୍ଦିର ଘୋଡାସ ବ୍ୟତୀତ ଅଯୋଧ୍ୟା ଏବଂ ମହାରାଷ୍ଟ୍ରର ପାଞ୍ଚଟି ଆଶ୍ରମର ମୁଖିଆ ମଧ୍ୟ ଅଛି । ପୋଲିସ ଅନୁସାରେ, ମହନ୍ତ ଆଶ୍ରମରେ ଘୃଣ୍ୟ କାର୍ଯ୍ୟ କରୁଥିଲା । ଏହାର ପର୍ଯ୍ୟାପ୍ତ ପ୍ରମାଣ ମିଳିଛି । ବାବାଙ୍କ ବେଶରେ ମହନ୍ତ ସରଜୁ ଦାସ ଆଶ୍ରମରେ ଅନୈତିକ କାର୍ଯ୍ୟ କରୁଥିଲା । ମହନ୍ତ ସରଜୁ ଦାସଙ୍କ ବିରୋଧରେ ୬ ଡିସେମ୍ବରରେ ଜଣେ ମହିଳା ଏସିଡ ଆକ୍ରମଣର ମାମଲା ରୁଜୁ କରାଇଥିଲେ । ଏହାପରେ ମହିଳାଙ୍କ ନାବାଳିକା ଝିଅ ଦୁଷ୍କର୍ମ ଏବଂ ଯୌନ ଶୋଷଣର ମାମଲା ରୁଜୁ କରାଇଥିଲେ । ଉଭୟ ମାଆ ଓ ଝିଅ ଡାଙ୍ଗର ହନୁମାନ ମନ୍ଦିରରେ ରହି କାମ କରୁଥିଲେ ।

ଏସିଡ ଆକ୍ରମଣରେ ପୋଲିସକୁ ପ୍ରମାଣ ମିଳିନଥିଲା । କିନ୍ତୁ ଯୌନ ଶୋଷଣ ଏବଂ ପୋକ୍ସୋ ଆକ୍ଟ ମାମଲାରେ ପୋଲିସ ହାତରେ ପ୍ରମାଣ ଲାଗିଛି । ପ୍ରାୟ ଦୁଇ ବର୍ଷ ଧରି ନାବାଳିକାଙ୍କ ସହ ମହନ୍ତ ସରଜୁ ଦାସ ଦୁଷ୍କର୍ମ କରିଥିଲା । ଏମିତିକି ପୋଲିସରେ କହିଲେ ମାରିଦେବାକୁ ମଧ୍ୟ ଧମକ ଦେଉଥିଲା । ଭିଲୱାଡା ପୋଲିସ ଆରକ୍ଷୀ ଅଧିକ୍ଷକ ଆଦର୍ଶ ସିଦ୍ଧୁ କହିଛନ୍ତି ଯେ, ପୋଲିସ ତଦନ୍ତରେ ଅଭିଯୋଗ ପ୍ରମାଣିତ ହେବା ପରେ ସରଜୁ ଦାସକୁ ଗିରଫ କରାଯାଇଛି । ବାବା ଜଣଙ୍କ ଆଶ୍ରମରେ ଅନୈତିକ କାର୍ଯ୍ୟ କରୁଥିଲା । ତାଙ୍କ ବିରୋଧରେ ମାଣ୍ଡଲ ଥାନାରେ ୭ ଦିନ ପୂର୍ବେ ପୋକ୍ସୋ ଆକ୍ଟ ଆଧାରରେ ମାମଲା ରୁଜୁ କରାଯାଇଥିଲା । ଆଶ୍ରମର କିଛି ଶିଶୁଙ୍କ ବୟାନ ମଧ୍ୟ ରେକର୍ଡ କରାଯାଇଛି ।

ପୋକ୍ସୋ ଆକ୍ଟ ଆଧାରରେ ଆଗାମୀ କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଏବେ ସରଜୁ ଦାସର ପୋଟେନ୍ସି ଟେଷ୍ଟ ମଧ୍ୟ କରାଯିବ । ଘୋଡାସ ଗାଁର ଡାଙ୍ଗର ହନୁମାନ ମନ୍ଦିର କରେଡାର ଚମ୍ପା ବାଗ ସହ ସରଜୁ ଦାସ ୫ ଆଶ୍ରମରେ ମୁଖିଆ ରହିଛି । ୫ ଆଶ୍ରମ ମଧ୍ୟରେ ମହାରାଷ୍ଟ୍ରର ଜଲଗାଓଁ, ବଦ୍ରୀନାଥ ଏବଂ ଅଯୋଧ୍ୟା ଆଶ୍ରମ ସାମିଲ ଅଛି । ଏହି ୫ ଆଶ୍ରମ ଅତିରିକ୍ତ ମହନ୍ତଙ୍କ ନାଁ ଘୋଡାସଙ୍ଗାୱରେ କୃଷି ଭୂମି, କରେଡା ବସ ଷ୍ଟାଣ୍ଡ ପାଖ ଚମ୍ପାବାଗ ମଧ୍ୟ ରହିଛି । ମହନ୍ତ ସରଜୁ ଦାସ ବିରୋଧରେ ୬ ଡିସେମ୍ବରରେ ଏସିଡ ଆକ୍ରମଣର ମାମଲା ରୁଜୁ ହୋଇଥିଲା ।

ଏହାପରେ ୮ ଡିସେମ୍ବରରେ ତାଙ୍କର କିଛି ସମର୍ଥ ଭିଲୱାଡା ଜିଲ୍ଲା କଲେକ୍ଟର ବିରୋଧରେ ବିକ୍ଷୋଭ କରିଥିଲେ । ପ୍ରାୟ ୫୦ ବର୍ଷୀୟ ସରଜୁ ଦାସ ଡାଙ୍ଗର ହନୁମାନ ମନ୍ଦିର ଘୋଡାସର ମହନ୍ତ ଗୋବିନ୍ଦ ଦାସ ମହାରାଜଙ୍କ ନିଧନ ପରେ ୨୦୦୬ରେ ମହନ୍ତ ହୋଇଥିଲା । ନିଜ ଗୁରୁ ଗୋବିନ୍ଦ ଦାସଙ୍କ ସ୍ମୃତିରେ ଗୋବିନ୍ଦ ସରୋବରର ନିର୍ମାଣ କରାଇଥିଲା । ସରଜୁ ଦାସଙ୍କ ଅନୁଗାମୀ ଏହା ମଧ୍ୟ କୁହନ୍ତି ଯେ ସରଜୁ ଦାସ ୪ ମାସ ଜଳ ତପସ୍ୟା ଏବଂ ୪ ମାସ ଅଗ୍ନି ତପସ୍ୟା କରୁଥିଲା । ଜଳ ତପସ୍ୟାରେ ସରଜୁ ଦାସ ଉପରେ ଶୀତ ଦିନରେ ଭର୍ତ ୪୦ ରୁ ୫୦ ମିନିଟ ପର୍ଯ୍ୟନ୍ତ ୧୦୮ କଳସୀ ଥଣ୍ଡା ପାଣି ଢାଳୁଥିଲେ । ମୁଣ୍ଡ ଉପରେ ଜଳନ୍ତା ନିଆଁର ଖପରା ରଖି ତପସ୍ୟା ମଧ୍ୟ କରୁଥିଲା ।

କାମ୍ବୋଡିଆରେ ଜଳିଗଲା ହୋଟେଲ, ୫ ମହଲାରୁ ଡେଇଁ ଅଧିକାଂଶ ମୃତ

ନନ୍ଦିଘୋଷ ବ୍ୟୁରୋ: କାମ୍ବୋଡିଆର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି । ଏହି ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୦ ଜଣରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି । ଏହି ଅଗ୍ନିକାଣ୍ଡ ପୋଇପେଟ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ ଏବଂ କସିନୋରେ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିସମ ବାହୀନି ପହଞ୍ଚି ନିଁଆକୁ ଆୟତ୍ତ କରିବାରେ ଲାଗିଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ସେଠାରେ ଗୁରତରମାନଙ୍କ ଭିତରୁ କିଛି ଲୋକଙ୍କ ସ୍ବାସ୍ଥ୍ୟ ଅବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଖବର ଅନୁଯାୟୀ, ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ବର୍ତ୍ତମାନ ୫୦ ରୁ ଅଧିକ ଲୋକ ଫସିରହିଛନ୍ତି । ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଘଟଣା ସ୍ଥଳରୁ ଆଶ୍ଚର୍ଯ୍ୟ ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି, ଲୋକମାନେ ଜୀବନ ବଞ୍ଚାଇବାକୁ ଯାଇ ୫ ମହଲା ଉପରୁ ତଳକୁ ଡେଇଁ ପଡୁଛନ୍ତି ।

ସେପଟେ ୭୦ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଗ୍ନିଶମ ବାହୀନି ସୂଚନା ଦେଇଛି । ଏଥିରେ ହୋଟେଲର ବ୍ୟାପକ କ୍ଷୟକ୍ଷତି ହୋଇଛି ।

ତୁନିଶାଙ୍କ ମୃତ୍ୟୁ ପରେ ସିକ୍ରେଟ ଗର୍ଲଫ୍ରେଣ୍ଡ ସହ ୨ ଘଣ୍ଟା କଥା ହୋଇଥିଲେ ସିଜନ

ମୁମ୍ବାଇ: ଟେଲି ଅଭିନତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା। ଧିରେ ଧିରେ ତୁନିଶାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ଗୁମର ଖୋଲିବାରେ ଲାଗିଛି। ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୱାଲିଭ ପୋଲିସର ହାତରେ ଲାଗିଛି ସିଜନ ଖାନଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ପରିଚୟ । ସିଜନଙ୍କ ଗାର୍ଲଫ୍ରେଣ୍ଡ ମୁମ୍ବାଇରେ ରହୁଥିବା ବେଳେ ସେ ଟିଭି ଇଣ୍ଡ୍ରଷ୍ଟ୍ରିରେ କାମ କରନ୍ତି ।

ୱାଲିଭ ପୋଲିସ ସୂଚନା ଅନୁଯାୟୀ, ଡିସେମ୍ବର ୨୪ରେ ତୁନିଶା ଆତ୍ମହତ୍ୟାର ୨ ଘଣ୍ଟା ପରେ ସିଜନ ନିଜ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ସହ ଫୋନରେ ୨ ଘଣ୍ଟା କଥା ହୋଇଥିଲେ । ତେବେ ଏହି ତଥ୍ୟ ପୋଲିସକୁ ମିଳିବା ପରେ ଆଗକୁ ସିଜନଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ପୋଲିସ ତଦନ୍ତ ପରିସରଙ୍କୁ ଆସିବା ନିଶ୍ଚିତ ହୋଇଛି ।
ଅନ୍ୟପକ୍ଷରେ ପୋଲିସ ସୁଟିଂ ସେଟ୍ରୁ ତୁନିଶାର ଭଙ୍ଗା ଫୋନ ଜବତ କରିଛି ।

ତେବେ ଏଠାରେ ପ୍ରଶ୍ନବାଚୀ ଶୃଷ୍ଟି ହୋଇଛି କି, ତୁନିଷା ଆତ୍ମହତ୍ୟା କରିବା ପୂର୍ବରୁ ଫୋନଟିକୁ ଭାଙ୍ଗି ଥିଲେ ? ନା ଆଉ କିଏ ତାଙ୍କର ଆତ୍ମହତ୍ୟା ପରେ ଫୋନ ଭାଙ୍ଗି ସେଠାରେ ଫିଙ୍ଗି ଦେଇଥିଲା । କେବଳ ସେତିକି ନୁହେଁ ସିରିଏଲ ସେଟରୁ ପୋଲିସକୁ ଏକ ଲଭ୍ ଲେଟର ମଧ୍ୟ ମିଳିଛି । ପୋଲିସ ମୁତାବକ ଏହି ଲଭ ଲେଟରଟି ତୁନିଶାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସିଜନଙ୍କୁ ଲେଖା ଯାଇଥିଲା । ବର୍ତ୍ତମାନ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

ବିର୍ସା ମୁଣ୍ଡା ହକି ଷ୍ଟାଡିୟମ ଉଦଘାଟନ କରିବେ ନବୀନ, ୫ରେ ଯିବେ ରାଉରକେଲା

ରାଉରକେଲା: ଆସନ୍ତା ଜାନୁୟାରୀ ୫ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ରାଉରକେଲା ଗସ୍ତ । ବିର୍ସା ମୁଣ୍ଡା ଆନ୍ତର୍ଜାତୀୟ ହକି ଷ୍ଟାଡିୟମ୍ ଉଦଘାଟନ କରିଵା ସହ ରାଉରକେଲା ସହରରୁ ମୋ ଵସ ସେଵା ଉଦଘାଟନ କରିବେ । ଏହାସହ ରାଉରକେଲା ସହର ତଥା ସୁନ୍ଦରଗଡ଼ ଜିଲ୍ଲାର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟର ଉଦଘାଟନ କରିଵାର କାର୍ଯ୍ୟକ୍ରମ ରହିଛି ।

ଜାନୁଆରୀ ୭ ତାରିଖ ଠାରୁ ରାଉରକେଲାରୁ ଭୁବନେଶ୍ୱର କମର୍ସିଆଲ ବିମାନ ଚଳାଚଳ ଆରମ୍ଭ କରିବ । ଜାନୁଆରୀ ୧୪ ତାରିଖ ଠାରୁ ସେକ୍ଟର ୧୩ ମେଲଣ ପଡ଼ିଆରେ ରାଉରକେଲା ସିଟି ଫେଷ୍ଟ ଆରମ୍ଭ ହେବ । ବିଭିନ୍ନ ମାର୍କେଟ ସହିତ ଖାଦ୍ୟ, ସେଲିବ୍ରିଟି ନାଇଟ ଅନୁଷ୍ଠିତ ହେଵ ବୋଲି ରାଉରକେଲା ମହାନଗର ନିଗମ କମିଶନର ଶୁଭଙ୍କର ମହାପାତ୍ର ସୂଚନା ଦେଇଛନ୍ତି । ଜାନୁୟାରୀ ୧୨ ତାରିଖରେ ରାଉରକେଲା ସହରରେ ଟ୍ରଫି ପହଞ୍ଚିବ ବୋଲି କମିଶନର ସୂଚନା ଦେଇଛନ୍ତି ।

ବିମାନ ଭିତରେ ହାତାହାତି, ଯାତ୍ରୀଙ୍କୁ ବ୍ୟାନ୍‌ କରିବାକୁ ଦାବି

0

କୋଲକତା: ବିମାନ ଭିତରେ ହାତାହାତି । ଦୁଇ ଜଣଙ୍କ ମଧ୍ୟରେ ମାଡଗୋଳ ଭିଡିଓ ଭାଇରାଲ ହୋଇଛି । ବ୍ୟାଙ୍ଗକକ୍‌-କୋଲକାତା ବିମାନରେ ହୋଇଥିବା ଗଣ୍ଡଗୋଳ ଘଟଣାରେ ହସ୍ତକ୍ଷେପ କରିଛି ବ୍ୟୁରୋ ଅଫ ସିଭିଲ ଆଭିଏସନ ସିକ୍ୟୁରିଟି । ଘଟଣାର ସବିଶେଷ ରିପୋର୍ଟ ତଲବ କରିଛି । ବିସିଏଏସ ଡିଜି ଜୁଲିଫିକର ହାସନ କହିଛନ୍ତି- ବ୍ୟାଙ୍ଗକକରୁ କୋଲକାତା ଆସୁଥିବା ଥାଇ ଏୟାରଓ୍ବେଜର ଏକ ବିମାନରେ ହୋଇଥିବା ହାତାହାତି ଘଟଣାର ଭିଡିଓ ଭାଇରାଲ ହୋଇଛି ।

ଏନେଇ ରିପୋର୍ଟ ତଲବ କରାଯାଇଛି । ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ବିମାନଟି ଆକାଶ ମଝିରେ ଥିବାବେଳେ କୌଣସି କାରଣରୁ ଦୁଇ ଯାତ୍ରୀଙ୍କ ମଧ୍ୟରେ ଗଣ୍ଡଗୋଳ ହିଂସାର ରୂପ ନେଇଥିଲା । ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ସହ ପରସ୍ପରକୁ କଟୁ କଥା କହିବା ଦେଖାଯାଇଥିଲା । ଦୁହିଁଙ୍କ ମଧ୍ୟରେ ପିଟାପିଟି ଚାଲିଥିବାବେଳେ ଶାନ୍ତ ରହିବା ଲାଗି ସହଯାତ୍ରୀ ଓ କ୍ୟାବିନ କ୍ରି ଅନୁରୋଧ କରିବା ଦେଖାଯାଇଥିଲା ।

ନୂଆବର୍ଷରୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଭିତରକନିକା

କେନ୍ଦ୍ରାପଡା: ଜାନୁଆରୀ ୪ରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ । କୁମ୍ଭୀର ଗଣନା ପାଇଁ ଜାନୁଆରୀ ୪ ରୁ ୧୪ ତାରିଖ ପର୍ଯ୍ୟନ୍ତ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ । ଗତବର୍ଷ ଭିତରକନିକାରେ କୁମ୍ଭୀର ଗଣନା ବେଳେ ୧୭ ଶହ ୮୪ କୁମ୍ଭୀର ଚିହ୍ନଟ କରାଯାଇଥିଲା ।

ଚଳିତର୍ଷ କୁମ୍ଭୀର ବିଶାରଦ ଡ. ସୁଧାକର କରଙ୍କ ନେତୃତ୍ୱରେ କୁମ୍ଭୀର ଗଣନା କରାଯିବ । ଏ ନେଇ ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି ।

ପୁଣି ଋଷର ଜଣେ ପୂର୍ବତନ କମାଣ୍ଡର-ଇନ-ଚିଫଙ୍କ ସନ୍ଦେହଜନକ ମୃତ୍ୟୁ

ମସ୍କୋ: ପୁଣି ଋଷର ଜଣେ ପୂର୍ବତନ କମାଣ୍ଡର-ଇନ-ଚିଫଙ୍କ ସନ୍ଦେହଜନକ ମୃତ୍ୟୁ । ଏକ ଟ୍ୟାଙ୍କ କାରଖାନାକୁ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଗସ୍ତ ବାତିଲ କରିବା ପର ଦିନ ଜେନେରାଲ ଆଲେକ୍ସି ମାସଲୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଥିବା କୁହାଯାଇଛି । ୟୁକ୍ରେନ ସହ ଜେନେରାଲ ଆଲେକ୍ସିଙ୍କ ଘନିଷ୍ଠ ସମ୍ପର୍କ ଥିବା କୁହାଯାଇଛି ।

ଗତ ଡିସେମ୍ବର ୨୫ ତାରିଖରେ ଉରାଲଭାଗୋନଜାଭୋଦ ପ୍ଲାଣ୍ଟ ଦାୟିତ୍ବରେ ଥିବା ୬୯ ବର୍ଷ ବୟସ୍କ ଆଲେକ୍ସିଙ୍କ ମୃତ୍ୟୁ ଘଟିଥିଲା । ମସ୍କୋ ମିଲିଟାରୀ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଥିଲା ବୋଲି କୁହାଯାଇଛି । ଗତ ୨୦୦୪ରୁ ୨୦୦୮ ଯାଏ ଆଲେକ୍ସି ଥିଲେ ଋଷର କମାଣ୍ଡର-ଇନ-ଚିଫ । ସେ ବ୍ରସଲେସରେ ଋଷର ମୁଖ୍ୟ ସାମରିକ ପ୍ରତିନିଧି ଭାବେ କାର୍ଯ୍ୟ କରିଥିଲେ । ମାସଲୋଭଙ୍କ ମୃତ୍ୟୁର କାରଣ ସନ୍ଧାନ ଲାଗି ଏକ ତଦନ୍ତକାରୀ ଟିମ୍ ଗଠିତ ହୋଇଛି ।

ଡିସେମ୍ବର ୨୫ରେ ଉରାଲଭାଗୋନଜାଭୋଦ ପ୍ଲାଣ୍ଟ ଗସ୍ତ କରିଥାନ୍ତେ ପୁଟିନ । ଯୁଦ୍ଧରେ ଆବଶ୍ୟକତା ଲାଗି ଅଧିକ ସଂଖ୍ୟକ ଆଧୁନିକ ଟ୍ୟାଙ୍କ ଉତ୍ପାଦନ ଲାଗି ଏହି କାରଖାନାକୁ ଦାୟିତ୍ବ ଦିଆଯାଇଥିଲେ ବି ଏହା ଉତ୍ପାଦନ କରିବାରେ ବିଫଳ ହୋଇଥିଲା ପ୍ଲାଣ୍ଟ । ଫଳରେ ଏହାକୁ ନେଇ ସମାଲୋଚନା କରାଯାଇଥିଲା । ମାତ୍ର ଶେଷ ମୁହୂର୍ତ୍ତରେ ପୁଟିନ ଏହି ପ୍ଲାଣ୍ଟକୁ ଗସ୍ତ ବାତିଲ କରିଥିଲେ । ସେପଟେ ମାସଲୋଭଙ୍କ ମୃତ୍ୟୁର କିଛିଦିନ ପୂର୍ବରୁ ବି ପ୍ରାଣ ହରାଇଥିଲେ ଋଷର ଏକ ଜାହାଜ ତିଆରି କାରଖାନାର ମହାନିର୍ଦ୍ଦେଶକ ।

ଅଣଆଣବିକ ବୁଡାଜାହାଜ ନିର୍ମାଣ କରୁଥିବା କମ୍ପାନୀ ଆଡମିରାଲିଟି ସିପୟାର୍ଡର ମହାନିର୍ଦ୍ଦେଶକ ଆଲେକଜାଣ୍ଡାର ବୁଜାକୋଭଙ୍କ ମୃତ୍ୟୁକୁ ନେଇ ନାନା ସନ୍ଦେହ ପ୍ରକାଶ ପାଇଥିଲା । ସେ ୨୦୧୨ରୁ କମ୍ପାନୀରେ ନିଯୁକ୍ତି ପାଇଥିଲେ । ସୁସ୍ଥ ଥିବା ଅବସ୍ଥାରେ ତାଙ୍କର କିପରି ମୃତ୍ୟୁ ଘଟିଲା ତାହାକୁ ନେଇ ସସପେନ୍ସ ଜାରି ରହିଛି ।

ମିଳିଲା ସିଜନର ସିକ୍ରେଟ ଗର୍ଲଫ୍ରେଣ୍ଡ ପରିଚୟ

ମୁମ୍ବାଇ: ଟେଲି ଅଭିନତ୍ରୀ ତୁନିଶା ଶର୍ମା ଆତ୍ମହତ୍ୟା ଘଟଣା। ଧିରେ ଧିରେ ତୁନିଶାଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁର ଗୁମର ଖୋଲିବାରେ ଲାଗିଛି। ଘଟଣାରେ ଆଉ ଏକ ନୂଆ ତଥ୍ୟ ସାମ୍ନାକୁ ଆସିଛି। ୱାଲିଭ ପୋଲିସର ହାତରେ ଲାଗିଛି ସିଜନ ଖାନଙ୍କ ସିକ୍ରେଟ ଗର୍ଲଫ୍ରେଣ୍ଡଙ୍କ ପରିଚୟ । ସିଜନଙ୍କ ଗର୍ଲଫ୍ରେଣ୍ଡ ମୁମ୍ବାଇରେ ରହୁଥିବା ବେଳେ ସେ ଟିଭି ଇଣ୍ଡ୍ରଷ୍ଟ୍ରିରେ କାମ କରନ୍ତି ।  ୱାଲିଭ ପୋଲିସ ସୂଚନା ଅନୁଯାୟୀ, ଡିସେମ୍ବର ୨୪ରେ ତୁନିଶା ଆତ୍ମହତ୍ୟାର ୨ ଘଣ୍ଟା ପରେ ସିଜନ ନିଜ ସିକ୍ରେଟ ଗର୍ଲଫ୍ରେଣ୍ଡ ସହ ଫୋନରେ ୨ ଘଣ୍ଟା କଥା ହୋଇଥିଲେ । ତେବେ ଏହି ତଥ୍ୟ ପୋଲିସକୁ ମିଳିବା ପରେ ଆଗକୁ  ସିଜନଙ୍କ ଗର୍ଲଫ୍ରେଣ୍ଡ ମଧ୍ୟ ପୋଲିସ ତଦନ୍ତ ପରିସରଙ୍କୁ ଆସିବା ନିଶ୍ଚିତ ହୋଇଛି ।

ଅନ୍ୟପକ୍ଷରେ ପୋଲିସ ସୁଟିଂ ସେଟରୁ ତୁନିଶାଙ୍କ ଭଙ୍ଗା ଫୋନ ଜବତ କରିଛି । ତେବେ ଏଠାରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି କି, ତୁନିଷା ଆତ୍ମହତ୍ୟା କରିବା ପୂର୍ବରୁ ଫୋନଟିକୁ ଭାଙ୍ଗି ଥିଲେ ? ନା ଆଉ କିଏ ତାଙ୍କର ଆତ୍ମହତ୍ୟା ପରେ ଫୋନ ଭାଙ୍ଗି ସେଠାରେ ଫିଙ୍ଗି ଦେଇଥିଲା । କେବଳ ସେତିକି ନୁହେଁ ସିରିଏଲ ସେଟରୁ ପୋଲିସକୁ ଏକ ଲଭ୍ ଲେଟର ମଧ୍ୟ ମିଳିଛି । ପୋଲିସ ମୁତାବକ ଏହି ଲଭ ଲେଟରଟି ତୁନିଶାଙ୍କ ମୃତ୍ୟୁର କିଛି ଦିନ ପୂର୍ବରୁ ସିଜନଙ୍କୁ ଲେଖା ଯାଇଥିଲା । ବର୍ତ୍ତମାନ ଏନେଇ ପୋଲିସ ତଦନ୍ତ ଜାରି ରଖିଛି ।

କାମ୍ବୋଡିଆରେ ନିଆଁ ଲାଗି ୧୦ ଜୀବନ୍ତ ଦଗ୍ଧ

କାମ୍ବୋଡିଆ: କାମ୍ବୋଡିଆର ଏକ ହୋଟେଲରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୧୦ ଜଣ ଜୀବନ୍ତ ଦଗ୍ଧ ହୋଇଥିବା ବେଳେ ୩୦ ଜଣରୁ ଅଧିକ ଗୁରୁତର ହୋଇଥିବା ସୂଚନା ମିଳିଛି। ଏହି ଅଗ୍ନିକାଣ୍ଡ ପୋଇପେଟ ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲ ଏବଂ କିସିନୋରେ ଘଟିଛି । ଖବର ପାଇ ଘଟଣା ସ୍ଥଳରେ ଅଗ୍ନିଶମ ବାହୀନି ପହଞ୍ଚି ନିଁଆକୁ ଆୟତ୍ତ କରିବାରେ ଲାଗିଛନ୍ତି । ଗୁରୁତର ମାନଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ସେଠାରେ ଗୁରତରମାନଙ୍କ ଭିତରୁ କିଛି ଲୋକଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପୂର୍ଣ୍ଣ ରହିଥିବା ସୂଚନା ମିଳିଛି । ତେବେ ଆଗକୁ ମୃତ୍ୟୁ ସଂଖ୍ୟା ବଢିପାରେ ବୋଲି ଆଶଙ୍କା କରାଯାଉଛି ।

ଖବର ଅନୁଯାୟୀ, ଗ୍ରାଣ୍ଡ ଡାଇମଣ୍ଡ ସିଟି ହୋଟେଲରେ ବର୍ତ୍ତମାନ ୫୦ରୁ ଅଧିକ ଲୋକ ଫସିରହିଛନ୍ତି। ଫସିରହିଥିବା ଲୋକମାନଙ୍କୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ତେବେ ଘଟଣା ସ୍ଥଳରୁ ଆଶ୍ଚର୍ଯ୍ୟ ଜନକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଭିଡିଓରେ ଦେଖାଯାଉଛି କି, ଲୋକମାନେ ଜୀବନ ବଞ୍ଚାଇବାକୁ ଯାଇ ୫ ମହଲା ଉପରୁ ତଳକୁ ଡେଇଁ ପଡୁଛନ୍ତି । ସେପଟେ ୭୦ ପ୍ରତିଶତ ନିଆଁକୁ ଆୟତ୍ତ କରାଯାଇଛି ବୋଲି ଅଗ୍ନିଶମ ବାହୀନି ପକ୍ଷରୁ ସୂଚନା ମିଳିଛି। ଏଥିରେ ହୋଟେଲର ବ୍ୟାପକ କ୍ଷୟକ୍ଷତି ହୋଇଛି ।