5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଦିଶକ୍ତିପୀଠ ତାରାତାରିଣୀର ବଦଳିଛି ରୂପରେଖ

1 min read

ଗଞ୍ଜାମ: 5T ରୂପାନ୍ତରଣ କାର୍ଯ୍ୟକ୍ରମରେ ଆଦିଶକ୍ତିପୀଠ ତାରାତାରିଣୀର ବଦଳିଛି ରୂପରେଖ । ଗଞ୍ଜାମ ଜିଲ୍ଲା ଋଷିକୂଲ୍ୟା ନଦୀତଟ ରତ୍ନଗିରି ପାହାଡ଼ ଶୀର୍ଷରେ ରହିଛି ମା’ଙ୍କ ଆସ୍ଥାନ । ମୋଟ୍ ୫୨ ଶକ୍ତିପୀଠରୁ ମା’ ତାରାତାରିଣୀଙ୍କ ପୀଠ ଅନନ୍ୟ । ଆଦିଶକ୍ତି ଭାବେ ମାଆ ତାରାତାରିଣୀ ପୂଜା ପାଉଛନ୍ତି । ମନ୍ଦିରକୁ ଯିବାକୁ ରୋଡ୍ ଓ ରୋପ୍ ୱେର ବ୍ୟବସ୍ଥା ରହିଛି । ଗତବର୍ଷ ମନ୍ଦିରର ନବୀକରଣ କରାଯାଇଛି । ମାଆଙ୍କୁ ଦର୍ଶନ କରିବାକୁ ଭକ୍ତ ଏବେ ନୂଆ ଅନୁଭୂତି ପାଉଛନ୍ତି । ଶାନ୍ତ ସୁନ୍ଦର ପରିବେଶରେ ମାଆଙ୍କ ଦର୍ଶନ କରୁଛନ୍ତି ଭକ୍ତ ।

ଚୈତ୍ର ପର୍ବ ଚାଲିଥିବାରୁ, ଏବେ ସୁବ୍ୟବସ୍ଥିତ ଭାବେ ଚାଲିଛି ମାଆଙ୍କ ପୂଜାର୍ଚ୍ଚନା । ଗତବର୍ଷ ମେ’ ୧୮ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭ ଉଦଘାଟନ କରିଥିଲେ । 5T ରୂପାନ୍ତରଣରେ ମନ୍ଦିର ଚାରିପାଖ ନବୀକରଣ ସହ ସୌନ୍ଦର୍ଯ୍ୟକରଣ କରାଯାଇଛି । ଏହାସହ ପ୍ରସାଦସେବନ ହଲ୍, ପର୍ଯ୍ୟଟକଙ୍କ ସୁବିଧା ପାଇଁ ଭାଷାନ୍ତର କେନ୍ଦ୍ର, ଧ୍ୟାନ ଓ ବିଶ୍ରାମ ନେବା ପାଇଁ ସ୍ବତନ୍ତ୍ର ହଲ୍ ନିର୍ମାଣ ହୋଇଛି । ଏହି ପଦକ୍ଷେପ ପର୍ଯ୍ୟଟକଙ୍କୁ ଏକ ଦିବ୍ୟ ଅନୁଭୂତି ଦେଉଛି । ଓଡ଼ିଶାର କଳା ଓ ସ୍ଥାପତ୍ୟର କଥା ବଖାଣୁଛି ମନ୍ଦିରର ସିଂହଦ୍ବାର ।