ନୂଆପଡ଼ାରେ ପୁଣି ବାଘ ଭୟ, ଡୋକ୍ରା ଗାଁ ନିକଟରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ

ନୂଆପଡ଼ା: ନୂଆପଡ଼ା ଜିଲ୍ଲାରେ ବାଘ ଭୟ । ଡୋକ୍ରା ଗାଁ ନିକଟରେ କଲରାପତରିଆ ବାଘର ପାଦ ଚିହ୍ନ ଠାବ କରିଛି ବନ ବିଭାଗ । ଅଞ୍ଚଳରେ ଡେରା ପକାଇଛି ବନ ବିଭାଗ । ଏହି ଅଞ୍ଚଳରେ ବନ୍ୟପ୍ରାଣୀ ବିଭାଗ ଟ୍ରାକ୍‌ କ୍ୟାମେରା ଲଗାଇ ବାଘ ଓ ଶିକାରୀ ଉପରେ ନଜର ରଖିଛି । ଅଞ୍ଚଳଟି ସୁନାବେଡ଼ା ଅଭୟାରଣ୍ୟକୁ ଲାଗି ରହିଛି । ଏହି ଅଞ୍ଚଳରେ ବାଘ ଘୁରି ବୁଲୁଛି। ଅଭୟାରଣ୍ୟରେ ଅଧିକ ବାଘ ଥିବା ଅନୁମାନ କରୁଛି ବନ ବିଭାଗ ।

ଅଭୟାରଣ୍ୟଟି ବାଘର ଘର ସେ ରହିବ ତେଣୁ ବାଘକୁ ଅନ୍ୟତ୍ର ସ୍ଥାନାନ୍ତର ସମ୍ଭବ ନୁହଁ ବୋଲି ବନଖଣ୍ଡ ଅଧିକାରୀ କହିଛନ୍ତି । ତେଣୁ ଭୟଭୀତ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ଡିଏଫଓ । ସଦର ରେଞ୍ଜ ମୁସୁରଙ୍ଗି ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଅଞ୍ଚଳରେ ଥିବା ଗାଁ ଗୁଡିକରେ ବାଘ ଗାଇ ବାଛୁରୀ ମାରି ଖାଉଥିବା ବେଳେ ସୁନାବେଡ଼ା ଅଭୟାରଣ୍ୟରେ ଥିବା ଜଲମଡେଇ ଗାଁରେ ବୃଦ୍ଧାଙ୍କୁ ମାରିଥିବା ଅଭିଯୋଗ କରିଛନ୍ତି ଗାଁ ଲୋକ ।