spot_img
Home Blog Page 3553

ପ୍ରବାସୀଙ୍କ ପାଇଁ ଖୁବଶୀଘ୍ର ଆସିବ ନୂଆ ଧରଣର ଇଭିଏମ

ନନ୍ଦିଘୋଷ ବ୍ୟୁରୋ: ପ୍ରବାସୀ ଅଞ୍ଚଳରେ ବାସ କରୁଥିବା ଲୋକଙ୍କ ଲାଗି ଖୁବ୍ ଶୀଘ୍ର ଆସିବ ନୂଆ ଧରଣର ଇଲେକ୍ଟ୍ରୋନିକ ଭୋଟିଂ ମେସିନ । ଦୂରାନ୍ତରେ ରହୁଥିବା ପ୍ରବାସୀମାନେ ଅନେକ ସମୟରେ ଭୋଟ ଦେଉନାହାନ୍ତି । ଏପରିକି ଦେଶର ଏକ ତୃତୀୟାଂଶ ଲୋକ ଦୂରଦୂରାନ୍ତରେ ବାସ କରୁଥିବାରୁ ସେମାନେ ଭୋଟ ଦେଇନଥାନ୍ତି । ଏନେଇ ଚିନ୍ତିତ ଥିବା ଭାରତର ନିର୍ବାଚନ ଆୟୋଗ ଏହି ନୂଆ ଇଭିଏମ ପ୍ରଚଳନ ଲାଗି ଆଶା ବାନ୍ଧିଛନ୍ତି । ଏହି ନୂଆ ଧରଣର ଇଭିଏମକୁ ବ୍ୟବହାର କରିବା ସକାଶେ ବିଭିନ୍ନ ରାଜନୈତିକ ଦଳକୁ ଅନୁରୋଧ କରିଛନ୍ତି ଇସିଆଇ ।

ଏହା ସହ ନୂଆ ଇଭିଏମର ଆଇନଗତ ଓ ବୈଷୟିକ ଦିଗ ଉପରେ ପର୍ଯ୍ୟାଲୋଚନା କରିଛନ୍ତି । ମଲ୍ଟି କନଷ୍ଟିଚୁଏନସି ରିମୋଟ ଇଲେକ୍ଟ୍ରୋନିକ ଭୋଟିଂ ମେସିନ ବା ଆରଭିଏମରେ ପ୍ରାୟ ୭୨ଟି ନିର୍ବାଚନ ନିର୍ବାଚନ ମଣ୍ଡଳୀର ତଥ୍ୟକୁ ପ୍ରୋଗ୍ରାମିଂ କରାଯାଇଛି । ଗତ ୨୦୧୯ ସାଧାରଣ ନିର୍ବାଚନରେ ୬୭ ଦଶମିକ ୪ ପ୍ରତିଶତ ନାଗରିକ ଭୋଟ ଦେଇଥିଲେ । ଅର୍ଥାତ ୩୦ କୋଟି ଲୋକ ଭୋଟ ଦେଇ ନଥିଲେ ।

ଅନେକ ସମୟରେ ପ୍ରବାସୀମାନେ ଅସ୍ଥାୟୀ ସ୍ଥାନରେ ନିଜ ନାମ ପଞ୍ଜିକରଣ କରିବା ଲାଗି ଅନିଚ୍ଛୁକ ଥାଆନ୍ତି । ଏହାରି ମୂଳରେ ରହିଥାଏ ସାମାଜିକ ଓ ଅନ୍ୟାନ୍ୟ କାରଣ । କାର୍ଯ୍ୟ, ବିବାହ ଓ ଶିକ୍ଷାଗତ କାରଣରୁ ଭାରତରେ କୋଟି କୋଟି ଲୋକେ ନିର୍ବାଚନ ସମୟରେ ନିଜ ସ୍ଥାନକୁ ଆସିପାରନ୍ତି ନାହିଁ କି ମତାଧିକାର ସାବ୍ୟସ୍ତ କରିପାରନ୍ତି ନାହିଁ ।

ଏପରିକି ମୋଟ ପ୍ରବାସୀଙ୍କ ମଧ୍ୟରୁ କେବଳ ରାଜ୍ୟ ଭିତରେ ହିଁ ଏହି ହାର ହୋଇଥାଏ ୮୫ ପ୍ରତିଶତ । ଏହି ନୂଆ ପଦକ୍ଷେପ ନିର୍ବାଚନଭିତ୍ତିକ ଗଣତନ୍ତ୍ର ଲାଗି ଏକ ରୂପାନ୍ତରଣ ହେବ ବୋଲି କହିଛନ୍ତି ସିଇସି ରାଜୀବ କୁମାର । ଆସନ୍ତା ୧୬ରେ ଏହି ମେସିନର ଡେମା କରାଯିବ ଏବଂ ଏଥିରେ ସାମିଲ ହେବ ବୈଷୟିକ ବିଶେଷଜ୍ଞ କମିଟି । ଏକ୍ଷେତ୍ରରେ ଆସନ୍ତା ଜାନୁଆରୀ ୩୧ ସୁଦ୍ଧା ମତାମତ ଦେବା ଲାଗି ରାଜନୈତିକ ଦଳଙ୍କୁ ଆହ୍ବାନ କରାଯାଇଛି ।

ଗାଡ଼ି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ ଅଭିଯୋଗ

ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ମିର୍ଦ୍ଧାପାଳି ଗାଁରେ ଅଭାବନୀୟ ଘଟଣା । ଶୁଲିଆ ଯାତ୍ରାରେ ଗାଡି ପାର୍କିଂକୁ କେନ୍ଦ୍ରକରି ଗାଁର ଗୋଟିଏ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଅଭିଯୋଗ ହୋଇଛି । ଗାଁ କମିଟି ଉଦ୍ଦେଶ୍ୟମୂଳକ ଭାବେ ଏପରି କରିଥିବା ଅଭିଯୋଗ କରିଛନ୍ତି ପୀଡିତ ପରିବାର । ମିର୍ଦ୍ଧାପାଲି ଗାଁର ଶରତ କୁମାର ରାଉତ ଗାଁ କମିଟି କୋଷାଧ୍ୟକ୍ଷ ଥିଲେ । ଗାଁରେ ଶୁଲିଆ ଯାତ୍ରା ପାର୍କିଂକୁ ନେଇ ବୈଠକ ହୋଇଥିଲା ।

ଯାତ୍ରାର ପାର୍କିଂ ସ୍ଥାନରେ କୌଣସି ବ୍ୟକ୍ତି ମାଗଣାରେ ଗାଡି କିମ୍ବା ସାଇକେଲ ରଖି ପାରିବେ ନାହିଁ ବୋଲି ନିଷ୍ପତ୍ତି ହୋଇଥିଲା । ତେବେ ଯାତ୍ରା ଦିନ ସରପଞ୍ଚ ପିଙ୍କୁ ପଟେଲଙ୍କ ଭାଇ ସେଠାରେ ଗାଡି ରଖି ଚାଲିଯାଇଥିଲେ । ଶରତ ତାହା ଦେଖି ନିଜେ ମଧ୍ୟ ତାଙ୍କ ଗାଡି ରଖିଥିଲେ । ଯାହାକୁ ନେଇ ପାର୍କିଂ ଦାୟିତ୍ବରେ ଥିବା କିଛି ଯୁବକ ବିରୋଧ କରିବା ସହ କଥା କଟାକଟି ହୋଇଥିଲା ।

ଏହାକୁ କେନ୍ଦ୍ରକରି ଗାଁରେ ଏକ ସଭା ଆୟୋଜନ ହୋଇଥିଲା । ସଭାକୁ ଶରତକୁ ଡାକି 50 ହଜାର ଟଙ୍କା ଜୋରିମାନା କରାଯାଇଥିଲା । ତେବେ ଶରତ ରାଜି ନହୋଇ ସଭାରୁ ଉଠିଆସିଥିଲେ । ପରେ ଗାଁ କମିଟି ତାଙ୍କୁ ପଦବୀରୁ ହଟାଇବା ସହ ଗାଁରେ ଡେଙ୍ଗୁରା ଦେଇ ନିଆଁପାଣି ବାସନ୍ଦ କରାଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଶରତ ଓ ତାଙ୍କ ଭାଇ ଅଶ୍ବିନୀ ସଦର୍ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୋଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

ଜାନୁଆରୀ ୧୩ରୁ ହକି ବିଶ୍ୱକପ୍; ଖେଳାଳିମାନେ କେଉଁ ହୋଟେଲରେ ରହିବେ ଓ କ’ଣ ଖାଇବେ ? ଜାଣନ୍ତୁ

ଭୁବନେଶ୍ୱର: ଜାନୁଆରୀ ୧୩ରୁ ହକି ବିଶ୍ବକପ୍ । ରାଉରକେଲାର ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ଓ ଭୁବନେଶ୍ବରର କଳିଙ୍ଗ ରହିଛି ଭେନ୍ୟୁ । ଟିମ୍ ଇଣ୍ଡିଆ ଓଡ଼ିଶା ଆସି ସାରିଥିବାବେଳେ ଆସନ୍ତା ୫ତାରିଖରୁ ଭୁବନେଶ୍ବର ଆସିବେ ବିଦେଶୀ ଟିମ୍ । ସେମାନଙ୍କ ରହିବା ପାଇଁ କରାଯାଇଛି ବ୍ୟାପକ ବ୍ୟବସ୍ଥା । ଏଥର ୧୬ ଟି ଟିମ ରାଜଧାନୀରେ ୯ଟି ହୋଟେଲରେ ରହିବାର ବ୍ୟବସ୍ଥା କରାଯାଇଛି ।

ତେବେ କେଉଁ ଟିମ କେଉଁ ହୋଟେଲରେ ରହିବେ ଏବଂ ସେମାନଙ୍କ ପାଇଁ କଣ ଖାଇବା ବ୍ୟବସ୍ଥା କରାଯାଇଛି, ଜାଣନ୍ତୁ ସବୁକିଛି ।  ରାଉରକେଲାରେ ସ୍ବତନ୍ତ୍ର ଭାବେ ନିର୍ମିତ ହୋଇଛି ଫାଇଭ ଷ୍ଟାର ହୋଟେଲ ସ୍ତରର ଆକମୋଡେସନ ବିଲ୍ଡିଂ । ଭୁବନେଶ୍ବରରେ ସମସ୍ତ ଟିମ୍ ପାଇଁ ବୁକିଂ ହୋଇସାରିଛି ହୋଟେଲ୍ । ରାଜଧାନୀର ବଛାବଛା ୯ଟି ହୋଟଲରେ ରହିବେ ବିଶ୍ବର ଶ୍ରେଷ୍ଠ ୧୬ଟି ଦେଶର ଖେଳାଳି ।

ସଂକ୍ଷିପ୍ତରେ ନଜର ପକାନ୍ତୁ କେଉଁ ଟିମ୍ ରହିବ କେଉଁ ହୋଟେଲରେ….
ହୋଟେଲ ମେ’ ଫେୟାରରେ ରହିବେ ସ୍ପେନ, ନେଦରଲ୍ୟାଣ୍ଡସ ଓ ଆର୍ଜେଣ୍ଟିନା । ହୋଟେଲ ଟ୍ରାଇଡେଣ୍ଟରେ ରହିବ ଜର୍ମାନୀ । ସେହିପରି ତାଜ୍ ଭିବନ୍ତ, ହୋଟେଲ ଲେମନ ଟ୍ରି, ସାଣ୍ଡି ଟାଓ୍ୱାର, ସ୍ବସ୍ତି ପ୍ରିମିୟମ, ସ୍ବସ୍ତି ଗ୍ରାଣ୍ଡ ଓ ଆଇଟିସି ଓ୍ୱେଲକମରେ ବାକି ଦେଶର ଖେଳାଳି ରହିବାର ବ୍ୟବସ୍ଥା ହୋଇଛି । ଖେଳାଳିଙ୍କ ପାଇଁ ସ୍ବତନ୍ତ୍ର ବ୍ୟାବସ୍ଥା କରିଛି ସ୍ବସ୍ତି । ୨ଟି ଫ୍ଲୋରକୁ ଖେଳାଳିଙ୍କ ପାଇଁ ଡେଡିକେଟେଡ୍ ରଖାଯାଇଛି।

ସେମାନଙ୍କ ପାଇଁ ଏକ ସ୍ବତନ୍ତ୍ର ରେଷ୍ଟୁରାଣ୍ଟ, ସୁଇମିଂ ପୁଲ, ସେଲୁନ ଓ ଜିମର ବ୍ୟବସ୍ଥା କରାଯାଇଛି । ଖେଳାଳିମାନଙ୍କ ପାଇଁ ସ୍ୱତନ୍ତ୍ର ଲିଫ୍ଟ ମଧ୍ୟ ରହିଛି । ବିଦେଶୀ ଖେଳାଳିଙ୍କ ପାଇଁ ପ୍ରସ୍ତୁତ ହୋଇଛି ମେନ୍ୟୁ । ବିଶେଷ କରି ଚାଇନିଜ, ଓ କୋରିଆନ୍ ଆଇଟମ ସହ ଚିକେନ୍ କବାବ, ଚିକେନ ସିଖ୍ କବାବ, ତନ୍ଦୁରୀ କବାବ, କ୍ରିମି ଚିକେନ କବାବ, ଗ୍ରିଲ୍ଡ ଫିସ୍, ଚାପଲି ରାପ୍ ପ୍ରମୁଖ ଖାଦ୍ୟ ମାଲେସିଆ ଓ କୋରିଆ ଖେଳାଳିଙ୍କୁ ପରାସ ଯିବ । ୧୦ ପ୍ରକାରର ସାଲାଡ୍ ଓ ୫ ପ୍ରକାର ବିଦେଶୀ ଫ୍ରୁଟ୍ ପରଷା ଯିବାର ଯୋଜନା ରହିଛି ।

ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁଇନ୍ଦାଗିରି କରୁଥିବା ସନ୍ଦିଗ୍ଧ ଚାଇନିଜ୍ ମହିଳା ଗିରଫ

ପାଟନା: ବୌଦ୍ଧ ଧର୍ମଗୁରୁ ଦଲାଇ ଲାମାଙ୍କୁ ଧମକ ଦେଇଥିବା ମହିଳାଙ୍କୁ ଧରିଲା ବିହାର ପୋଲିସ । ଗୟା ପୋଲିସ ତାଙ୍କୁ ହେପାଜତକୁ ନେଇ ପଚରା ଉଚରା କରୁଛି । ସନ୍ଦିଗ୍ଧ ଚାଇନିଜ ମହିଳା ଗୁପ୍ତଚରଙ୍କ ବୟସ ପ୍ରାୟ ୫୦ ବର୍ଷ ହେବ । ବିହାର ପୋଲିସ ଚାଇନିଜ ଗୁପ୍ତଚରକୁ ବୋଧଗୟାର କାଳଚକ୍ର ଗ୍ରାଉଣ୍ଡ ବାହାରୁ ଧରିଛି । ଏହି ସ୍ଥାନକୁ ଦଲାଇ ଲାମା ପ୍ରତିଦିନ ପ୍ରବଚନ ଦେବାକୁ ଆସନ୍ତି । ବିହାର ପୋଲିସ ମୁତାବିକସ ସନ୍ଦିଗ୍ଧ ଚାଇନିଜ୍ ମହିଳାଙ୍କ ନାଁ ସଙ୍ଗ ସିଆଓଲାନ ଅଟେ ।

ମହିଳା ଜଣଙ୍କ ୨୦୧୯ରେ ଭାରତ ଆସିଥିଲେ । କିନ୍ତୁ ସେ ଚୀନ ଫେରିଯାଇଥିଲେ । ଏହାପରେ ପୁଣିଥରେ ଭାରତ ଆସିଥିଲେ ଓ ନେପାଳ ଚାଲି ଯାଇଥିଲେ । ନେପାଳରେ କିଛିଦିନ ବିତାଇବା ପରେ ପୁଣିଥରେ ବୋଘଗୟା ଆସିଥିଲେ । ବୌଧ ଧର୍ମଗୁରୁ ଦଲାଇ ଲାମାଙ୍କ ଗୁଇନ୍ଦାଗିରି କରୁଥିବା ମଧ୍ୟ ଖବର ମିଳିଥିଲା । ଏହାପରେ ପୋଲିସ ସ୍କେଚ୍ ଜାରି କରି ତାଙ୍କୁ ଖୋଜୁଥିଲା । ଗୟା ସିଟି ପୋଲିସ ଏସପି ଅଶୋକ ପ୍ରସାଦ ତାଙ୍କୁ ଜେରା କରୁଛନ୍ତି । ପ୍ରକାଶଥାଉକି, ଏହା ପୂର୍ବରୁ ବିହାର ପୋଲିସ ସନ୍ଦିଗ୍ଧ ଗୁପ୍ତଚରର ସ୍କେଚ ଜାରି କରିଥିଲା । ଏହାରି ମଧ୍ୟରେ ବୋଧଗୟାରେ ଦଲାଇ ଲାମାଙ୍କ ସୁରକ୍ଷାକୁ ନେଇ ମଧ୍ୟ ଆଲର୍ଟ ଜାରି କରାଯାଇଥିଲା ।

କୁହାଯାଉଛି ଯେ ବୌଧ ଧର୍ମଗୁରୁଙ୍କୁ ଚୀନର ଏହି ମହିଳା ଜଣଙ୍କ ଧମକ ଦେଇଥିଲେ । ଏହି ଧମକକୁ ନେଇ ଦଲାଇ ଲାମା କହିଥିଲେ ଯେ ମୋ ବିରୋଧରେ କ୍ରୋଧ ଉତ୍ତେଜିତ କରୁଥିବା ଲୋକଙ୍କ ପ୍ରତି ମୋ ମନରେ କୌଣସି ଦୁର୍ଭାବନା ନାହିଁ । ଉଲ୍ଲେଖଯୋଗ୍ୟ, ଦଲାଇ ଲାମା ଏକ ମାସ ହେବ ବୋଧଗୟା ପ୍ରବାସରେ ଅଛନ୍ତି । ତାଙ୍କ ସୁରକ୍ଷାକୁ ନେଇ ତିଦ୍ଦତ ମନ୍ଦିରରୁ ନେଇ ମହାବୋଧି ମନ୍ଦିର ପର୍ଯ୍ୟନ୍ତ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଗତ ୨୨ ଡିସେମ୍ବରରେ ଦଲାଇ ଲାମା ବୋଧଗୟା ପହଞ୍ଚିଥିଲେ ।

ହକି ବିଶ୍ୱକପ୍ ପାଇଁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ

ଅଗରତାଲା: ହକି ବିଶ୍ବକପ ପାଇଁ ସାରା ଭାରତକୁ ନିମନ୍ତ୍ରଣ କରୁଛି ଓଡ଼ିଶା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ ଭେଟି ନିମନ୍ତ୍ରଣ କରୁଛନ୍ତି ଓଡ଼ିଶାର ମନ୍ତ୍ରୀମାନେ । ଏହି କ୍ରମରେ ଆଜି ତ୍ରିପୁରା ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ନିମନ୍ତ୍ରଣ କରାଯାଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ତରଫରୁ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ଅଗରତାଲା ଯାଇ ମୁଖ୍ୟମନ୍ତ୍ରୀ ମାଣିକ ଶାହାଙ୍କୁ ଭେଟି ହକି ବିଶ୍ୱକପ୍ ପାଇଁ ନିମନ୍ତ୍ରଣ କରିଛନ୍ତି ।

ନିମନ୍ତ୍ରଣ ପତ୍ର ସହ ହକି ଜର୍ସି ଓ ରୁପାର ଅଶୋକ ଚକ୍ର ପ୍ରଦାନ କରିଛନ୍ତି । ହକି ବିଶ୍ବକପ ପାଇଁ ନିମନ୍ତ୍ରଣ କରାଯାଉଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ମାଣିକ ଶାହା । ଜାନୁଆରୀ ୧୩ରୁ ୨୯ଯାଏ ଓଡ଼ିଶାରେ ହେବ ପୁରୁଷ ହକି ବିଶ୍ୱକପ । ଏଥିରେ ସାମିଲ ହେବାକୁ ଦେଶର ସବୁ ମୁଖ୍ୟମନ୍ତ୍ରୀଙ୍କୁ ନିମନ୍ତ୍ରଣ କରିଛି ଓଡିଶା ।

ରାଜଧାନୀରେ ଅଭିନବ ଢଙ୍ଗରେ ଲୁଟ୍ ଉଦ୍ୟମ, ମାଲିକଙ୍କ ସମ୍ପର୍କୀୟ କହି କାଟିଲେ ଅନ୍ୟ ଘର ତାଲା

ଭୁବନେଶ୍ୱର: ରାଜଧାନୀରେ ଅଭିନବ ଉପାୟରେ ଲୁଟ ଉଦ୍ୟମ । ଜଣେ ଘର ମାଲିକଙ୍କ ସମ୍ପର୍କୀୟ ପରିଚୟ ଦେଇ ଆଉ ଜଣଙ୍କ ଘରେ ପଶିବାକୁ ଉଦ୍ୟମ । ଧାରୁଆ ଅସ୍ତ୍ର ସାହାଯ୍ୟରେ କାଟିଲେ ତାଲା । ରାଜଧାନୀରେ ଦିନ ପ୍ରାୟ ୯ ଟା ସମୟରେ ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି । ବେଶଭୂଷାରେ ସମ୍ଭ୍ରାନ୍ତ, ପେଶାରେ ଚୋର । ଗଙ୍ଗନଗର ଛକରେ ଲୁଟେରାଙ୍କ ହଲ୍ଲାବୋଲ । ଜଣଙ୍କ ନାଁ ନେଇ ପଶିଲେ, ଆଉ ଜଣଙ୍କ ତାଲା କାଟିଲେ । ଏୟାରପୋର୍ଟ ଥାନାରେ ଏତଲା, କାର୍ଯ୍ୟାନୁଷ୍ଠାନ ଶୂନ । ଗଙ୍ଗନଗର ଛକରେ ଥିବା ଭବାନୀ ଅଶୋକ ଇନକ୍ଲେଭ ଆପାର୍ଟମେଣ୍ଟରେ ଘଟିଛି ଘଟଣା ।

୨୬ ତାରିଖ ସକାଳ ୯ ଟାରେ ବେଶ ସରଳ ଦିଶୁଥିବା ୩ ଯୁବକ ଗେଟ ନିକଟରେ ପହଞ୍ଚି ଥିଲେ । ଦ୍ବିତୀୟ ମହଲା B- 102 ରେ ରହୁଥିବା ପଟ୍ଟନାୟକ ବାବୁଙ୍କୁ ଭେଟିବେ ବୋଲି ମିଛ କହିଥିଲେ । ସିକ୍ୟୁରିଟିଙ୍କ ବିଶ୍ବାସ ଜନ୍ମାଇବା ପରେ ପ୍ରଥମ ମହଲରେ ଥିବା A-102କୁ ଟାର୍ଗେଟ କରିଥିଲେ । ଫ୍ଲାଟ ର ମାଲିକାଣି ସୁଦେଷ୍ଣା ଦାସ ଜଣେ ଅଡିଟ ଅଫିସର । ସେ କିଛିଦିନ ପାଇଁ ମୁମ୍ବାଇ ଯାଇଛନ୍ତି । ଏହାର ସୁଯୋଗରେ ଲୁଟେରା ତାଲା କାଟିବାଥିଲେ । ତେବେ ସିସିଟିଭିରେ ତାଙ୍କ ଚେହେରା କଏଦ ହୋଇଯିବା ଭୟରେ ଫେରାର ହୋଇଯାଇଛନ୍ତି ।

ମାଲିକାଣୀ ରହୁନଥିବାରୁ ୨୭ ତାରିଖରେ ତାଙ୍କ ଝିଅ ଆପାର୍ଟମେଣ୍ଟକୁ ଆସି ସବୁକଥା ଜାଣିବାକୁ ପାଇଛନ୍ତି । ସିସିଟିଭି ଫୁଟେଜ ଆଧାରରେ ଏୟାରପୋର୍ଟ ଥାନା କର୍ତ୍ତୃପକ୍ଷ ଘଟଣାସ୍ଥଳକୁ ଆସି ଛାନଭିନ୍ନ କରିଛନ୍ତି । ପ୍ରଶ୍ନ ଉଠୁଛି, ଉପର ମହଲାର ଜଣେ ବାସିନ୍ଦାଙ୍କୁ କେମିତି ଚିହ୍ନିଲେ ଏହି ଦୁର୍ବୃତ୍ତ ? ଇଣ୍ଟରକମ୍ ନଥିବାରୁ ସୁରକ୍ଷାରେ ତ୍ରୁଟି ଘଟିଲାନି ତ ? ଗଙ୍ଗନଗର ଛକରେ ଥିବା ସିସିଟିଭି କାମ କରୁନଥିବାରୁ ଅଭିଯୁକ୍ତଙ୍କ ଗତିବିଧି ଏଯାଏଁ ଜାଣିପାରିନାହିଁ ପୋଲିସ ।

ଅଲ ଓଡ଼ିଶା ଲୟର୍ସ ଆସୋସିଏସନର 51ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଲ ଓଡ଼ିଶା ଲୟର୍ସ ଆସୋସିଏସନର 51ତମ ବାର୍ଷିକ ସମ୍ମିଳନୀରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜ୍ୟରେ ଜନସାଧାରଣଙ୍କୁ ଆଇନଗତ ସେବା ଯୋଗାଇବାକୁ ଆଇନଜୀବୀଙ୍କୁ ପରାମର୍ଶ ଦେଇଛନ୍ତି ନବୀନ । ସହଜ ଆଇନ ସେବା ପାଇଁ ରାଜ୍ୟ ସରକାର ମଧୁବାବୁ ଆଇନ ସହାୟତା ଯୋଜନା ଆଣିଛନ୍ତି । ଲୋକଙ୍କୁ ସହାୟତା ଯୋଗାଇ ଦେବାକୁ ଏକାଧିକ କାର୍ଯ୍ୟକ୍ରମ ପରିଚାଳନା କରାଯାଉଛି । ଓକିଲଙ୍କ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ବେଶ ଖୁସି ବୋଲି ନବୀନ କହିଛନ୍ତି ।

କାର୍ଯ୍ୟକ୍ରମରେ ରାଜ୍ୟବାସୀଙ୍କୁ ନବବର୍ଷର ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଭୁବନେଶ୍ବର ଚନ୍ଦ୍ରଶେଖରପୁର ରେଲଓ୍ବେ ଅଡିଟୋରିୟମରେ ଦୁଇଦିନିଆ ଅଲ ଓଡିଶା ଲୟର୍ସ ଆସୋସିଏସନର ଦୁଇଦିନିଆ ବାର୍ଷିକ ସମ୍ମିଳନୀ ଉଦଘାଟିତ ହୋଇଛି । ସୁପ୍ରିମକୋର୍ଟର ପୂର୍ବତନ ମୁଖ୍ୟ ବିଚାରପତି ଦୀପକ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସମ୍ମିଳନୀକୁ ଉଦ୍ଘାଟନ କରିଛନ୍ତି । ଉଦଘାଟନୀ ଉତ୍ସବରେ ଆଇନ ମନ୍ତ୍ରୀ ଜଗନ୍ନାଥ ସାରକା, ସାଂସଦ ସୁଜିତ କୁମାର ଯୋଗଦେଇଥିଲେ । ଏଥିରେ ଆଇନଜୀବୀଙ୍କ ବିଭିନ୍ନ ଦାବି ଓ ସୁରକ୍ଷା ସମେତ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଥିଲା।

ରାଧିକା ମର୍ଚେଣ୍ଟଙ୍କ ସହ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଶେଷ

ଜୟପୁର: ଭାରତର ଦ୍ୱିତୀୟ ସବୁଠୁ ଧନୀ ଉଦ୍ଯୋଗପତୀ ମୁକେଶ ଅମ୍ବାନୀଙ୍କ ସାନ ପୁଅ ଅନନ୍ତ ଅମ୍ବାନୀଙ୍କ ନିର୍ବନ୍ଧ ଆଙ୍କର ହେଲ୍ଥକେୟାର  ସିଇଓ ବୀରେନ ମର୍ଚେଣ୍ଟଙ୍କ ଝିଅ ରାଧିକାଙ୍କ ସହ ସମ୍ପନ୍ନ ହୋଇଛି । ରାଜସ୍ଥାନର ଶ୍ରୀନାଥ ଜୀ ମନ୍ଦିରରେ ଉଭୟ ପରିବାର ଏବଂ ସମ୍ପର୍କୀୟଙ୍କ ଉପସ୍ଥିତିରେ ଋତିନୀରେ ନିର୍ବନ୍ଧ ସମ୍ପନ୍ନ ହୋଇଛି । ଅନନ୍ତ ଏବଂ ରାଧିକା ପିଲାବେଳର ସାଙ୍ଗ ଅଟନ୍ତି । ରିଲାଏନ୍ସ ଗ୍ରୁପ ପ୍ରେସ ରିଲିଜ ଜାରି କରି ଏହାର ସୂଚନା ଦେଇଛି । ରାଧିକା ଉଦ୍ୟୋଗପତୀ ବୀରେନ ମର୍ଚେଣ୍ଟ ଝିଅ ଅଟନ୍ତି ।

ବୀରେନ ମର୍ଚେଣ୍ଟ ମୁଖ୍ୟ ରୂପରେ ଗୁଜୁରାଟର କଚ୍ଛର ନିବାସୀ ଅଟନ୍ତି । ସେ ଏଡିଏଫ ଫୁଡସ ଲିମିଟେଡର ନନ ଏଗଜିକ୍ୟୁଟିଭ ଡାଇରେକ୍ଟର ଥିବା ସହ ଏନକୋର ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡ କମ୍ପାନୀର ସିଇଓ ଏବଂ ଭାଇସ୍ ଚେୟାରମ୍ୟାନ ମଧ୍ୟ ଅଛନ୍ତି । ବୀରେନଙ୍କ ଦୁଇ ଝିଅ ରାଧିକା ଏବଂ ଅଞ୍ଜଳୀ । ସେହିପରି ବୀରେନ ମର୍ଚେଣ୍ଟଙ୍କ ପତ୍ନୀ ଶୈଲା ମଧ୍ୟ ଜଣେ ବିଜନେସୱିମେନ ଅଟନ୍ତି ଏବଂ ସେ ଏନକୋର ପ୍ରାଇଭେଟ ଲିମିଟେଡରେ ନିର୍ଦ୍ଦେଶକ ଅଛନ୍ତି । ଅଞ୍ଜଳୀ ମଧ୍ୟ ଏହି କମ୍ପାନୀରେ ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରନ୍ତି ।

ଅମ୍ବାନୀ ଏବଂ ମର୍ଚେଣ୍ଟ ପରିବାର ଜଣେ ଅନ୍ୟ-ଜଣ ସହ ଏକ ଖାସ୍ ସମ୍ପର୍କ ସେୟାର କରିଥାନ୍ତି । ରାଧିକା ମର୍ଚେଣ୍ଟ ନିଜ ଗ୍ରାଜୁଏସନ ନ୍ୟୁୟର୍କ ୟୁନିଭର୍ସିଟିରୁ ସମ୍ପନ୍ନ କରିଥିଲେ । ଏହାପରେ ସେ ଇଣ୍ଡିଆ ପ୍ରତ୍ୟାବର୍ତ୍ତନ କରିଥିଲେ । ଭାରତ ଆସିବା ପରେ ସେ ଭାଇସ୍ ଚେୟାରମ୍ୟାନ ପୋଷ୍ଟରେ ଇସ୍ପ୍ରଭା ଜଏନ କରିଥିଲେ । ଏଥିସହିତ ରାଧିକା ଜଣେ ସଫଳ ବିଜନେସ ୱିମେନ ଅଟନ୍ତି । ସେ ନିଜ ପିତାଙ୍କ କମ୍ପାନୀ ଏନକୋର ହେଲ୍ଥକେୟାର ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ମଧ୍ୟ ଅଛନ୍ତି । ରାଧିକାଙ୍କୁ ଟ୍ରାକିଂ ଏବଂ ସ୍ୱିମିଂ ବହୁତ ପସନ୍ଦ ଅଟେ ।

ରାଧିକା ଏବଂ ଅନନ୍ତ ଛୋଟବେଳୁ ଜଣେ ଅନ୍ୟ ଜଣଙ୍କୁ ଭଲ ଭାବରେ ଜାଣିଛନ୍ତି । ରାଧିକା ଏବଂ ଅନନ୍ତଙ୍କ ୨୦୧୮ରେ ଏକା ସାଙ୍ଗରେ ଫଟୋ ଭାଇରାଲ୍ ହୋଇଥିଲା । ଉଭୟ ଫଟୋରେ ମ୍ୟାଚିଂ ଗ୍ରୀନ ଆଉଟଫିଟରେ ନଜର ଆସିଥିଲେ । ରାଧିକା ଜଣେ ଟ୍ରେଣ୍ଡ ଇଣ୍ଡିଆନ କ୍ଲାସିକାଲ ଡ୍ୟାନ୍ସର ମଧ୍ୟ ଅଟନ୍ତି । ଜୁନ ୨୦୨୨ରେ ଅମ୍ବାନୀ ପରିବାର ହେବାକୁ ଥିବା ବୋହୂ ରାଧିକା ମର୍ଚେଣ୍ଟ ପାଇଁ ଅରଙ୍ଗେତ୍ରମ ସେରିମନି ହୋଷ୍ଟ କରିଥିଲେ । ସେଠାରେ ବଲିଉଡର ନାମି ଦାମି ତାରକା ପହଞ୍ଚିଥିଲେ ।

ବ୍ରହ୍ମୋସ କ୍ଷେପଣାସ୍ତ୍ରର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ

ନୂଆଦିଲ୍ଲୀ: ଆହୁରି ଶକ୍ତିଶାଳୀ ହେଲା ଭାରତୀୟ । ଦୂରଗାମୀ ବ୍ରହ୍ମୋସ କ୍ଷେପଣାସ୍ତ୍ରର କରାଯାଇଛି । ସଫଳ ପରୀକ୍ଷଣ ବାୟୁସେନା ଭାରତୀୟ ବାୟୁସେନାର ସୁପରସୋନିକ ମିଜାଇଲ ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ସଫଳ ପରୀକ୍ଷଣ କରାଯାଇଛି । Su-30 MKI ବିମାନରୁ ବ୍ରହ୍ମୋସର କରାଯାଇଛି ସଫଳ ପରୀକ୍ଷା। ବ୍ରହ୍ମୋସର ପରିବର୍ଦ୍ଧିତ ରେଞ୍ଜ ଭର୍ସନର ପରୀକ୍ଷଣ ହୋଇଥିବାବେଳେ ଏକ ଜାହାଜକୁ ଟାର୍ଗେଟ କରିଥିଲା କ୍ଷେପଣାସ୍ତ୍ର ।

ସୁପରସୋନିକ କ୍ରୁଜ ମିସାଇଲକୁ ବଙ୍ଗୋପ ସାଗରରେ ପରୀକ୍ଷା କରାଯାଇଥିବାବେଳେ ସମୁଦ୍ର ଓ ଭୂପୃଷ୍ଠରେ ଥିବା ଲକ୍ଷ୍ୟ ସ୍ଥଳକୁ ଭେଦ କରିପାରିବାର ସାମର୍ଥ୍ୟ ହାସଲ କରିଛି ବ୍ରହ୍ମୋସ । ଦୀର୍ଘ ଦୂରଗାମୀ କ୍ଷେପଣାସ୍ତ୍ର ବ୍ରହ୍ମୋସର ପରୀକ୍ଷା ନେଇ ସୂଚନା ଦେଇଛି ପ୍ରତିରକ୍ଷା ମନ୍ତ୍ରାଳୟ । ଏହି ଧରଣର କ୍ଷେପଣାସ୍ତ୍ର ଯୋଗୁ ଶକ୍ତିଶାଳୀ ହେବା ବାୟୁସେନା ।

ଭାରତୀୟ ବାୟୁସେନା, ଭାରତୀୟ ନୌସେନା, ଡିଆରଡିଓ, ହିନ୍ଦୁସ୍ତାନ ଏରୋନେଟିକ୍ସ ଲିମିଟେଡ ଓ ବ୍ରହ୍ମୋସ ଏରୋସ୍ପେସର ମିଳିତ ଉଦ୍ୟମ କ୍ରମେ ବିକଶିତ କରାଯାଇଛି କ୍ଷେପଣାସ୍ତ୍ର । ପ୍ରତିରକ୍ଷା ଅଧିକାରୀ ଗୁରୁବାର ଏହି ସୂଚନା ଦେଇଛନ୍ତି । ସମୁଦ୍ରରେ କିଛି ଲକ୍ଷ୍ୟ ଉପରେ ଏହା ପ୍ରଥମ ପରୀକ୍ଷଣ ଅଟେ । ଏହା ପୂର୍ବରୁ ସ୍ଥଳ ଭାଗରେ ଥିବା ଟାର୍ଗେଟ ଉପରେ ସଫଳ ପରୀକ୍ଷଣ କରାଯାଇଥିଲା । ବ୍ରହ୍ମୋସ ପରିବର୍ଦ୍ଧିତ ରେଞ୍ଜର ମାରକ କ୍ଷମତା ୪୦୦ କିଲୋମିଟର ରହିଛି । ପ୍ରତିରକ୍ଷା ଅଧିକାରୀ କହିଛନ୍ତି ଯେ ଏହା, ମିଜାଇଲର ଏୟାର ଲଞ୍ଚ୍ ଭର୍ସନ ଆଣ୍ଟି-ସିପ୍ ସଂସ୍କରଣର ପରୀକ୍ଷଣ ଥିଲା ।

 

ଚୀନ୍ ସମେତ ୬ ଦେଶରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ

ନୂଆଦିଲ୍ଲୀ: ଚୀନ୍ ସମେତ କିଛି ଦେଶରେ କରୋନାର ବୃଦ୍ଧି ମାମଲାକୁ ଦୃଷ୍ଟିରେ ରଖି ଭାରତ ସରକାର ଆଲର୍ଟରେ ରହିଛନ୍ତି । ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ସବୁ ପ୍ରକାର ସ୍ଥିତି ପାଇଁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦେବା ପରେ ଏବେ ଆଉ ଏକ ବଡ଼ ନିଷ୍ପତ୍ତି ନେଇଛି କେନ୍ଦ୍ର । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ କହିଛନ୍ତି ଯେ, ଚୀନ୍, ହଙ୍ଗକଙ୍ଗ, ସିଙ୍ଗାପୁର, ଥାଉଲାଣ୍ଡ, ଦକ୍ଷିଣ କୋରିଆ ଏବଂ ଜାପାନରୁ ଆସୁଥିବା ଯାତ୍ରୀଙ୍କ ପାଇଁ RT-PCR ବାଧ୍ୟତାମୂଳକ କରାଯାଇଛି ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ ଟ୍ୱିଟ କରି କହିଛନ୍ତି ଯେ ଏହି ନିୟମ ଆଗାମୀ ବର୍ଷ ଅର୍ଥାତ ୧ ଜାନୁଆରୀରୁ ଏହି ନିୟମ ଲାଗୁ ହେବ । ଯେଉଁ ଯାତ୍ରୀ ବି ଏହି ସବୁ ଦେଶରୁ ଆସିବେ ତେବେ ଯାତ୍ରା ପୂର୍ବରୁ ନିଜର RT-PCR ରିପୋର୍ଟ ଏୟାର ସୁବିଧା ପୋର୍ଟାଲରେ ଅପଲୋଡ କରିବାକୁ ହେବ । ଭାରତରେ ଏବେ କରୋନାର ସ୍ଥିତି ନିୟନ୍ତ୍ରଣାଧୀନ ରହିଛି, ନିକଟରେ ମାମଲାରେ ସାମାନ୍ୟ ବୃଦ୍ଧି ଦେଖାଯାଇଛି । ୨୪ ଘଣ୍ଟାରେ କରୋନା ସଂକ୍ରମିତ ନୂଆ ରୋଗୀଙ୍କ ସଂଖ୍ୟା ୨୬୮ ରେକର୍ଡ କରାଯାଇଛି, ଯାହାକି ଗୋଟେ ଦିନ ପୂର୍ବେ ୧୮୮ ଥିଲା ।

କରୋନାର ଓମିକ୍ରନ ସବ-ଭାରିଆଣ୍ଟ BF.7 ଚୀନ, ଜାପାନ, ହଙ୍ଗକଙ୍ଗ, ତାଇୱାନ, ଦକ୍ଷିଣ କୋରିଆ, ପ୍ରାନ୍ସ, ଇଟାଲି, ଜର୍ମାନୀ ଏବଂ ବ୍ରାଜିଲ ଭଳି ଦେଶରେ ହାହାକର ସୃଷ୍ଟି କରିଛି । କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଗୁରୁବାର ସକାଳେ ଜାରି କରାଯାଇଥିବା ତଥ୍ୟ ଅନୁଯାୟୀ, କୋଭିଡ ଟୀକାକରଣ ଆଧାରରେ ଏପର୍ଯ୍ୟନ୍ତ ସୁଦ୍ଧା ମୋଟ ୨୨୦.୦୮ କୋଟି (9୫.୧୩ କୋଟି ଦ୍ୱିତୀୟ ଡୋଜ, ୨୨.୩୯ କୋଟି ପ୍ରିକସନ ଡୋଜ) ଟୀକା ଦିଆସରିଛି । ଗତ ୨୪ ଘଣ୍ଟାରେ ଦେଶରେ ୯୯,୨୩୧ ଟୀକା ଦିଆଯାଇଛି । ଭାରତରେ ବର୍ତ୍ତମାନ ସକ୍ରିୟ ରୋଗୀଙ୍କ ସଂଖ୍ୟା ୩,୫୫୨ ରହିଛି ।