spot_img
Home Blog Page 3508

ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ: ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ ଆର୍ମୀ

ନୂଆଦିଲ୍ଲୀ: ଆଜି ଭାରତୀୟ ସେନାର ୭୫ତମ ପ୍ରତିଷ୍ଠା ଦିବସ । ପ୍ଲାଣ୍ଟିନମ ଜୁବଲି ପାଳୁଛି ଇଣ୍ଡିଆନ୍ ଆର୍ମୀ । ଦେଶର ସୁରକ୍ଷା ଲାଗି ସଂଗ୍ରାମ କରିଥିବା ଯବାନଙ୍କ ତ୍ୟାଗ ଓ ଅବଦାନକୁ ସ୍ମରଣ କରି ପ୍ରତିବର୍ଷ ପାଳନ ହେଉଛି ଭାରତୀୟ ସେନା ଦିବସ ।

୧୮୯୫ ମସିହା ଏପ୍ରିଲ ୧ ତାରିଖରେ ବ୍ରିଟିଶ-ଇଣ୍ଡିଆନ ଆର୍ମି ପ୍ରତିଷ୍ଠା ହୋଇଥିଲା । ପରେ ଜେନେରାଲ ଫ୍ରାନସିସ ବଚର ଏହାର ମୁଖ୍ୟ ହୋଇଥିଲେ । ୧୯୪୯ ଜାନୁଆରୀ ୧୫ ତାରିଖରେ ଭାରତ ନିଜର ପ୍ରଥମ ସେନାମୁଖ୍ୟ ପାଇଥିଲା । ଜେନେରାଲ ଫ୍ରାନସିସଙ୍କଠାରୁ ଦାୟିତ୍ବ ନେଇଥିଲେ ଲେଫ୍ଟନାଣ୍ଟ ଜେନେରାଲ କେ.ଏମ. କାରିଆପ୍ପା । ସେହିଦିନଠାରୁ ଭାରତୀୟ ସେନା ନିଜର ପ୍ରତିଷ୍ଠା ଦିବସ ପାଳି ଆସୁଛି ।

ଏହି ଦିବସ ଅବସରରେ ଭାରତୀୟ ସେନାକୁ ସବୁଆଡ଼ୁ ଅଭିନନ୍ଦନର ସୁଅ ଛୁଟିଛି । ପ୍ରତିଷ୍ଠା ଦିବସ ଅବସରରେ ନୂଆଦିଲ୍ଲୀ କାଣ୍ଟେନମେଣ୍ଟ ଅନ୍ତର୍ଗତ କାରିଆପ୍ପା ପରେଡ ଗ୍ରାଉଣ୍ଡରେ ଆୟୋଜିତ ହେବ ଚିତ୍ତାକର୍ଷକ ପରେଡ । ପରେଡରେ ପ୍ରଦର୍ଶିତ କରାଯିବ ବିଭିନ୍ନ ସାମରିକ ଅସ୍ତ୍ରଶସ୍ତ୍ର । ଭାରତୀୟ ଯବାନଙ୍କ ତ୍ୟାଗ, ବଳିଦାନ ସହ ଜଡ଼ିତ ଏହି ଦିବସରେ ଦେଶର କେତେକ ବରିଷ୍ଠ ସୈନିକ, ସେନା ଅଫିସରଙ୍କୁ ସମ୍ବର୍ଦ୍ଧିତ କରାଯିବ । ଉତ୍ସବରେ ଯବାନମାନେ ସେମାନଙ୍କ ଦକ୍ଷତା, ଯୁଦ୍ଧକୌଶଳ ପ୍ରଦର୍ଶିତ କରିବା ସହ ରଙ୍ଗାରଙ୍ଗ ପରେଡ କରିବେ ।

ପଥୋତ୍ସବ ମଜା: ଦୁଲୁକୁଛି ରାଜଧାନୀ ରାସ୍ତା

ଭୁବନେଶ୍ବର: ରବିବାର ଶୀତୁଆ ସକାଳ । ରାଜଧାନୀରେ ମନୋରଞ୍ଜନର ମାହୋଲ । ରାସ୍ତାରେ ଜମିଛି ପଥୋତ୍ସବର । ଛୁଟି ଦିନରେ ଝୁମୁଛନ୍ତି ରାଜଧାନୀବାସୀ । ସ୍ମାର୍ଟସିଟି ରାସ୍ତାରେ ଚାଲିଛି ଧୁମ ମସ୍ତି । ଏଥରର ପଥୋତ୍ସବ ଏକାମ୍ର ନିର୍ବାଚନ ମଣ୍ଡଳୀର ରଥ ରୋଡ୍‌ରେ ହେଉଛି ।

ସକାଳୁ ସକାଳୁ ପଥୋତ୍ସବର ମଜା ନେଉଛନ୍ତି ରାଜଧାନୀ ବାସିନ୍ଦା । ରାସ୍ତା ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ । କିଏ ଝୋଟି ପକାଉଛି ଆଉ କିଏ ନାଚୁଛି । ପୁଣି ଆଉ କିଏ ଖେଳି ବୁଲି ମଜା କରୁଛି ।

ସକାଳ ଓ ନନ୍ଦିଘୋଷ ଟିଭି ଷ୍ଟଲରେ ଭିଡ଼

ପଥୋତ୍ସବରେ ଦୈନିକ ଖବର କାଗଜ ସକାଳ ଓ ନନ୍ଦିଘୋଷ ଟିଭିର ଷ୍ଟଲ ଲାଗିଥିଲା । ଏଥିରେ ନାଚ, ଗୀତ ମଉଜମସ୍ତି ସାଙ୍ଗକୁ ଆୟୋଜିତ ହୋଇଥିଲା କୁଇଜ ପ୍ରତିଯୋଗିତା । ଉତ୍ସବରେ ଲୋକଙ୍କୁ ତାଜା ଖବର ସହ ଅପଡେଟ୍ କରିଥିଲା ସକାଳ ଓ ନନ୍ଦିଘୋଷ ଟିଭି । ବିଭିନ୍ନ ବର୍ଗଙ୍କ ମଧ୍ୟରେ ନାଚଗୀତ, କୁଇଜ ସହ ଏକାଧିକ ପ୍ରତିଯୋଗିତା ହୋଇଥିଲା । ଏଥିରେ ଅଂଶଗ୍ରହଣ କରିଥିବା ସାଧାରଣ ଲୋକଙ୍କୁ ପୁରସ୍କୃତ କରାଯାଇଛି ।

ହକି ବିଶ୍ବକପ୍: ଆଜି ଦୁଇଟି ମ୍ୟାଚ୍, ଭାରତ-ଇଂଲଣ୍ଡ ଟକ୍କର

ରାଉରକେଲା: ହକି ବିଶ୍ବକପର ତୃତୀୟ ଦିନରେ ବିର୍ସା ମୁଣ୍ଡା ଷ୍ଟାଡିୟମରେ ଆଜି ଦୁଇଟି ମ୍ୟାଚ୍ ଖେଳାଯିବ । ସନ୍ଧ୍ୟା ୫ଟାରେ ସ୍ପେନ ଓ ଓ୍ବେଲ୍ସ ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ । ଏହାପରେ ସନ୍ଧ୍ୟା ୭ଟାରେ ଇଂଲଣ୍ଡକୁ ଭେଟିବ ଭାରତ । ଭାରତ ନିଜର ପ୍ରଥମ ମ୍ୟାଚରେ ଭଲ ପ୍ରଦର୍ଶନ କରି ବିଜୟୀ ହୋଇଥିବା ବେଳେ ଆଜି ମଧ୍ୟ ଭଲ କରିବ ବୋଲି ଆଶା କରାଯାଉଛି । ଆଜି କଳିଙ୍ଗ ଷ୍ଟାଡିୟମରେ କୌଣସି ମ୍ୟାଚ୍ ନାହିଁ ।

ଗତକାଲି ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ, ନେଦରଲ୍ୟାଣ୍ଡ, ବେଲଜିୟମ ଓ ଜର୍ମାନୀ ବିଜୟୀ ହୋଇଥିଲେ । ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ଚିଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା ୩-୧ ଗୋଲରେ ମ୍ୟାଚ ଜିତିଥିଲା ନ୍ୟୁଜିଲାଣ୍ଡ । ସେହିପରି ଅପରାହ୍ଣ ୩ ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡ ଓ ମାଲେସିଆ । ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡ । କଳିଙ୍ଗରେ କୋରିଆ ବିପକ୍ଷରେ ଡିଫେଣ୍ଡିଂ ଚାମ୍ପିଅନ ବେଲଜୟମର ବୃହତ ବିଜୟ ହାସଲ କରିଥିଲା । କୋରିଆକୁ ୫-୦ ଗୋଲରେ ପରାସ୍ତ କରିଥିଲା ବେଲଜିୟମ । ସେହିପରି କଳିଙ୍ଗରେ ଖେଳା ଯାଇଥିବା ଦ୍ବିତୀୟ ମ୍ୟାଚରେ ଜର୍ମାନୀ ୩-୦ ଗୋଲରେ ଜାପାନକୁ ପରାସ୍ତ କରିଥିଲା ।

ଟି-ସେତୁ ଅଘଟଣ: ସିଂହନାଥ ପୀଠରେ ୧୪୪ ଧାରା ଜାରି

ବଡ଼ମ୍ବା: ବଡମ୍ବା ସିଂହନାଥ ପୀଠରେ ଲାଗିଲା ୧୪୪ ଧାରା । ଆଜି ଓ ସୋମବାର ଦର୍ଶନ ପାଇଁ ଭକ୍ତଙ୍କୁ ବାରଣ କରାଯାଇଛି । ମେଳାରେ ପଡିଥିବା ଦୋକାନୀଙ୍କୁ ଘରକୁ ଯିବା ପାଇଁ କହିଛି ପ୍ରଶାସନ ।

ଗତକାଲି ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଥିଲା । ସେତୁର ଟି ଅଞ୍ଚଳରୁ ସିଂହନାଥ ପୀଠକୁ ଯିବା ରାସ୍ତାରେ ଅତ୍ୟଧିକ ଭିଡ଼ ଜମି ଯିବାରୁ କିଛି ଲୋକ ଅଣନିଃଶ୍ବାସୀ ହୋଇ ଯାଇଥିଲେ । ଏହି ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ୯ ଜଣ ଆହତ ହୋଇଥିଲେ । ତେବେ ଲକ୍ଷାଧିକ ପରିମାଣରେ ଭକ୍ତଙ୍କର ଭିଡ଼ ଜମିବ ବୋଲି ଜାଣିନଥିଲା ପ୍ରଶାସନ । ଅଧିକ ଫୋର୍ସ ମୁତୟନ କରିବା ପାଇଁ କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ ସୂଚନା ଦେଇଛନ୍ତି ।

ଗତକାଲି ଅଘଟଣରେ ଆହତ ହୋଇଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରୁ ୫ ଜଣଙ୍କୁ କଟକ ବଡ଼ ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ୨ଜଣ ଆଠଗଡ଼ ହସପିଟାଲରେ ଓ ଜଣେ ବଡ଼ମ୍ବା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଏସସିବିରେ ଭର୍ତ୍ତି ହୋଇଥିବା ଆହତଙ୍କୁ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ବଡମ୍ବା ସିଂହନାଥ ପୀଠ ଓ ଟି-ସେତୁ ଅଞ୍ଚଳ ଏବଂ ଦୁର୍ଘଟଣାସ୍ଥଳୀ ପରିଦର୍ଶନ କରିଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ନରସିଂହ ଭୋଳ  ।

୧୭ ତାରିଖ ପର୍ଯ୍ୟନ୍ତ ମକର ଯାତ୍ରା ଥିବାରୁ ବାବାଙ୍କ ପୀଠରେ କ’ଣ ହେବ ପରବର୍ତ୍ତୀ କାର୍ଯ୍ୟକ୍ରମ ସେ ସମ୍ପର୍କରେ କଟକ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ଗତକାଲି ମଧ୍ୟାହ୍ନରେ ମକର ସଂକ୍ରାନ୍ତି ଅବସରରେ ସିଂହନାଥ ପୀଠକୁ ଛୁଟି ଆସିଥିଲେ ଲକ୍ଷ ଲକ୍ଷ ଲୋକ । ବ୍ରିଜ ଉପରେ ପ୍ରାୟ ଦେଢ ଲକ୍ଷ ଶ୍ରଦ୍ଧାଳୁଙ୍କର ସମାଗମ ହୋଇଥିଲା । ରେକର୍ଡ ଅନୁସାରେ ପ୍ରତିବର୍ଷ ମକର ସଂକ୍ରାନ୍ତିରେ ୩୦ରୁ ୪୦ ହଜାର ଭକ୍ତଙ୍କର ସମାଗମ ହୋଇଥାଏ । ଗତ ୨ ବର୍ଷ ଧରି ଯାତ୍ରା ବନ୍ଦ ଥିବାରୁ ଏଥର ଏ ସଂଖ୍ୟାରେ ସାମାନ୍ୟ ବୃଦ୍ଧି ହୋଇପାରେ ବୋଲି ଅନୁମାନ ଲଗାଇଥିଲେ ମନ୍ଦିର ସେବାୟତ ଓ ସ୍ଥାନୀୟ ବାସିନ୍ଦା । କିନ୍ତୁ ଦେଢ଼ ଲକ୍ଷ ଲୋକଙ୍କର ସମାଗମ ହୋଇଥିବାରୁ ଠେଲାପେଲା ହୋଇଥିଲା । ଅଣନିଶ୍ବାସୀ କାରଣରୁ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିଲା । ଏବେ ସ୍ଥିତି ନିୟନ୍ତ୍ରଣାଧୀନ ଥିବା କଟକ ଜିଲ୍ଲାପାଳ ଓ ସ୍ଥାନୀୟ ବିଧାୟକ କହିଛନ୍ତି ।

ଭୁବନେଶ୍ୱରରେ ଆରମ୍ଭ ହେଲା ଶିଶିର ସରସ ମେଳ, ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଭୁବନେଶ୍ବରରେ ଆରମ୍ଭ ହେଲା ଶିଶିର ସରସ ମେଳା । ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବରମୁଣ୍ଡା ବିଜୁ ପଟ୍ଟନାୟକ ପଡିଆରେ ଆରମ୍ଭ ହୋଇଥିବା ଶିଶିର ସରସ ୨୦୨୩ ମେଳାରେ ଭର୍ଚୁଆଲରେ ଯୋଗେ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଉଦଘାଟନୀ ଉତ୍ସବରେ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ ଅମାତ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ସାଂସଦ ଅପରାଜିତା ଷଡ଼ଙ୍ଗୀ, ବିଧାୟକ ଅନନ୍ତ ନାରାୟଣ ଜେନା, ମେୟର ସୁଲୋଚନା ଦାସ, ଉନୟନ କମିଶନର ପ୍ରଦୀପ ଜେନା, ପଞ୍ଚାୟତିରାଜ ବିଭାଗ ଶାସନ ସଚିବ ସୁଶିଲ କୁମାର ଲୋହାନୀ ପ୍ରମୁଖ ଯୋଗ ଦେଇଥିଲେ ।

ଓରମାସ ସିଇଓ ଗୁହା ପୁନମ ତାପସ କୁମାର ଧନ୍ୟବାଦ ଅର୍ପଣ କରିଥିଲେ । ପଞ୍ଚାୟତିରାଜ ବିଭାଗ ଓ ଓରମାସ ପକ୍ଷରୁ ଆୟୋଜିତ ଏହି ମେଳା ୨୯ ତାରିଖ ଯାଏଁ ଚାଲିବ । ମେଳାରେ ଚଳିତ ବର୍ଷ ମୋଟ ୩୫୦ ଟି ଷ୍ଟଲ ପଡିଥିବାବେଳେ ସେଥି ମଧ୍ୟରୁ ରାଜ୍ୟ ବାହାରୁ ୧୧୫ ଟି ଷ୍ଟଲ, ରାଜ୍ୟର ୧୯୦ ଟି ଷ୍ଟଲ ରହିଛି । ଏହାସହ ୨୮ ଟି ଫୁଡ୍ ଷ୍ଟଲ ରହିଛି । ୨୪ ଟି ରାଜ୍ୟର ବ୍ୟବସାୟୀ ମେଳାରେ ସାମିଲ ଦେଇଛନ୍ତି । ମେଲାରେ ହକିକୁ ପ୍ରମୋଟ କରିବା ପାଇଁ ହକି ପାଭଲିୟନ କରାଯାଇଛି । ଏହି ପାଭଲିୟନରେ ହକି ଖେଳର ସିଧାପ୍ରସାରଣ ଦେଖିପାରିବେ ଦର୍ଶକ ।

‘ଆତଙ୍କବାଦୀ ପଠାଇ ହତ୍ୟା କରିଦେବୁ’, ରାଜ୍ୟପାଳଙ୍କୁ ଏମିତି ଧମକ ଦେଇଥିବା ଡିଏମକେ ନେତା ନିଲମ୍ବିତ

ଚେନ୍ନାଇ: ଡିଏମକେ ନେତାଙ୍କ ବିବାଦୀୟ ବୟାନ ।  ତାମିଲନାଡୁ ରାଜ୍ୟପାଳଙ୍କୁ ଆତଙ୍କବାଦୀ ପଠାଇ ମାରିବାକୁ ଧମକ ଦେଲେ । ତାମିଲନାଡ଼ୁ ଗଭର୍ଣ୍ଣର ଆରଏନ ରବିଙ୍କୁ ଡିଏମକେ ପ୍ରବକ୍ତା ଶିବାଜୀ କୃଷ୍ଣମୂର୍ତ୍ତି ଧମକ ଦେଇ ଏବେ ବିବାଦ ଘେରରେ ରହିଛନ୍ତି । ସେ କହିଛନ୍ତି ଯେ, ଆପଣ କାଶ୍ମୀର ଯାଆନ୍ତୁ, ଆମେ ସେଠାକୁ ଜଣେ ଆତଙ୍କବାଦୀକୁ ପଠାଇବୁ ଯିଏକି ଆପଣଙ୍କୁ ଗୁଳି କରି ହତ୍ୟା କରିବ । ପ୍ରକାଶଯୋଗ୍ୟ, ଏକ କାର୍ଯ୍ୟକ୍ରମରେ ଗଭର୍ଣ୍ଣର ନିଜ ଭାଷଣରୁ ଆମ୍ବେଦକରଙ୍କ ନାଁ ହଟାଇ ଦେଇଥିଲେ । ଏହାପରଠୁ ହିଁ କ୍ଷମତାସୀନ ଡିଏମକେ ଦଳର କାର୍ମକର୍ତ୍ତା ଏବଂ ନେତା ଗଭର୍ଣ୍ଣରଙ୍କୁ ବିରୋଧ କରିଆସୁଛନ୍ତି ।

ଶିବାଜୀ କୃଷ୍ଣମୂର୍ତ୍ତିଙ୍କ ବୟାନକୁ ନେଇ ଗଭର୍ଣ୍ଣର ଅଫିସ୍ ତାଙ୍କ ବିରୋଧରେ ଚେନ୍ନାଇ ପୋଲିସ ଥାନାରେ ମାମଲା ରୁଜୁ କରିଛି । ଡିଏମକେ ନେତା କହିଥିଲେ ଯେ, ‘ମୁଖ୍ୟମନ୍ତ୍ରୀ କହୁଛନ୍ତି ଯେ ଆମେ ରାଜ୍ୟପାଳଙ୍କୁ କିଛି ନକହୁ । ଯଦି ରାଜ୍ୟପାଳ ଠିକ ଭାବରେ ଭାଷଣ ପଢ଼ିଥାନ୍ତେ ତେବେ ମୁଁ ତାଙ୍କ ଚରଣରେ ପୁଲ ରଖିଥାନ୍ତି ଏବଂ ହାତ ଯୋଡ଼ି ତାଙ୍କୁ ଧନ୍ୟବାଦ ଦେଇଥାନ୍ତି । କିନ୍ତୁ ତାମିଲନାଡ଼ୁରେ ଏହି ବ୍ୟକ୍ତି ଆମ୍ବେଦକରଙ୍କ ନାଁ ନେବାକୁ ମନା କରିଦିଅନ୍ତି ତେବେ କଣ ମୋ ପାଖରେ ଅଧିକାର ନାହିଁ ଯେ ମୁଁ ଚପଲରେ ତାଙ୍କୁ ମାରିପାରିବି? କଣ ଆପଣ ସମ୍ବିଧାନର ନାଁ ନେଇ ଶପଥ ନେଇ ନଥିଲେ? କଣ ଏହି ସମ୍ବିଧାନ ଆମ୍ବେଦକର ଲେଖିନଥିଲେ? ଯଦି ଆପଣ ନାଁ ନେବାକୁ ମନା କରନ୍ତି ତେବେ ଆପଣଙ୍କୁ କାଶ୍ମୀର ଚାଲିଯିବା ଆବଶ୍ୟକ । ଆମେ ସେଠାକୁ ଏକ ଆତଙ୍କବାଦୀ ପଠାଇବୁ ଯିଏ ଗୁଳିମାରି ଆପଣଙ୍କ ହତ୍ୟା କରିବ ।’

ତାଙ୍କର ଏହି ବୟାନ ପରେ ଡିଏମକେ ସଭାପତି ତାଙ୍କୁ ଦଳରୁ ନିଲମ୍ବିତ କରିଛନ୍ତି । ଅନ୍ୟପକ୍ଷରେ ଡିଏମକେ ନେତାଙ୍କ ଏପରି ବୟାନକୁ ନେଇ ବିଜେପି ନେତା ନାରାୟଣ ତିରୁପତି ବର୍ଷିଛନ୍ତି । ତାଙ୍କୁ ଗିରଫ କରାଯାଉ ବୋଲି ସେ ଦାବି କରିଛନ୍ତି । ତାଙ୍କର ଆତଙ୍କୀ ଲିଙ୍କ ନେଇ ତଦନ୍ତ ହେଉ ବୋଲି ସେ କହିଛନ୍ତି । ସୂଚନାଥାଉକି, ୯ ଜାନୁଆରୀରେ ତାମିଲନାଡୁ ରାଜ୍ୟପାଳ ଆରଏନ ରବି ବିଧାନସଭାରେ ଭାଷଣ ଦେଉଥିଲେ । ସେ ସରକାରଙ୍କ ପକ୍ଷରୁ ପ୍ରସ୍ତୁତ କରଯାଇଥିବା ସ୍ପିଚରୁ କିଛି ଅଂଶ ପଢ଼ିନଥିଲେ । ଏହା ବଦଳରେ ସେ ନିଜ ମନରୁ କିଛି କଥା ସ୍ପିଚରେ ଯୋଡ଼ି ଦେଇଥିଲେ । ରାଜ୍ୟପାଳଙ୍କ ଦ୍ୱାରା ସ୍ପିଚ ବଦଳାଯିବା ବିରୋଧରେ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ ବିଧାନସଭାରେ ରିଜଲ୍ୟୁସନ ଆଗତ କରିଥିଲେ, ଏହାପରେ ରାଜ୍ୟପାଳ ବିଧାନସଭାର କାର୍ଯ୍ୟ ଅଧାରୁ ଛାଡ଼ି ଚାଲିଯାଇଥିଲେ ।

ପବିତ୍ର ମକର ସଂକ୍ରାନ୍ତିରେ ଜିଓ ପକ୍ଷରୁ ରାଉରକେଲା ଓ ବ୍ରହ୍ମପୁର ସହରରେ ଟ୍ରୁ-୫ଜି ସେବାର ଶୁଭାରମ୍ଭ

ଭୁବନେଶ୍ୱର: ରିଲାଏନ୍ସ ଜିଓ ପକ୍ଷରୁ ପବିତ୍ର ମକର ସଂକ୍ରାନ୍ତିରେ ଓଡ଼ିଶାର ଆଉ ଦୁଇଟି ସହର ଇସ୍ପାତ ସହର ରାଉରକେଲା ଓ ରେଶମ ସହର ବ୍ରହ୍ମପୁରରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ଏହା ପୂର୍ବରୁ ଜାନୁଆରି ୫ ତାରିଖରେ ମନ୍ଦିରମାଳିନୀ ସହର ଭୁବନେଶ୍ୱର ଓ ରୁପାର ସହର କଟକରେ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଥିଲା । ଜାତୀୟ ସ୍ତରରେ ଜିଓ ପକ୍ଷରୁ ଆଜି ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରାଯିବା ସହ ଦେଶର ୮ଟି ରାଜ୍ୟର ୧୬ଟି ନୂଆ ସହରରେ ଜିଓ ଟ୍ରୁ-୫ଜି ସେବା ଆଜିଠାରୁ ଉପଲବ୍ଧ ହୋଇଛି ।

ଓଡ଼ିଶାର ରାଉରକେଲା ଓ ବ୍ରହ୍ମପୁର ସହର ସମେତ ଛତିଶଗଡ଼ର ରାୟପୁର, ଦୁର୍ଗ ଓ ଭିଲାଇ, ବିହାରର ପାଟ୍‌ନା ଓ ମୁଜାଫରପୁର, ଝାଡ଼ଖଣ୍ଡର ରାଂଚି ଓ ଜାମସେଦପୁର, କର୍ଣ୍ଣାଟକର ବିଜାପୁର, ଉଡୁପି, କଲବୁର୍ଗି ଓ ବେଲାରି, କେରଳର କୋଲାମ, ଆନ୍ଧ୍ରପ୍ରଦେଶର ଇଲୁରୁ ଏବଂ ମହାରାଷ୍ଟ୍ରର ଅମରାବତୀ ସହରରେ ଆଜିଠାରୁ ଜିଓ ଟ୍ରୁ-୫ଜି ସେବାର ଶୁଭାରମ୍ଭ କରାଯାଇଛି । ରାଉରକେଲା ଓ ବ୍ରହ୍ମପୁର ସହରରେ ଜିଓ ଟ୍ରୁ-୫ଜି ସେବା ଆରମ୍ଭ କରାଯିବା ସହିତ ଏବେ ଓଡ଼ିଶାର ଚାରିଟି ସହରରେ ଜିଓ ଟ୍ରୁ-୫ଜି ସେବା ଉପଲବ୍ଧ ହୋଇଛି । ରାଜ୍ୟର ଏକ ପ୍ରମୁଖ ବ୍ୟବସାୟ ଏବଂ ଶିକ୍ଷା ହବ୍ ଭାବେ ପରିଚିତ ଇସ୍ପାତ ସହର ରାଉରକେଲା ପାଇଁ ଜିଓ ଟ୍ରୁ-୫ଜି ପରିବର୍ତନର ବାର୍ତାବହ ସାବ୍ୟସ୍ତ ହେବ ଏବଂ ଉଭୟ ନାଗରିକ ଓ ପରିଦର୍ଶକମାନଙ୍କୁ ଏହା ବ୍ୟାପକ ସୁଯୋଗ ଓ ସମୃଦ୍ଧ ଅନୁଭୂତି ପ୍ରଦାନ କରିବ ।

ରାଉରକେଲାରେ ଜିଓ ଟ୍ରୁ-୫ଜି ଡାଟା ଏଭଳି ଏକ ସମୟରେ ଆରମ୍ଭ ହୋଇଛି ଯେତେବେଳେ ଚଳିତ ସପ୍ତାହରୁ ଆରମ୍ଭ ହୋଇଥିବା ଏଫ୍‌ଆଇଏଚ୍ ପୁରୁଷ ହକି ବିଶ୍ୱକପ୍‌କୁ ଏହା ଭୁବନେଶ୍ୱରର ସହ ମିଳିତ ଭାବେ ଆୟୋଜନ କରୁଛି । ସେହିଳି ଦକ୍ଷିଣ ଓଡ଼ିଶାର ପ୍ରବେଶ ପଥ ଭାବେ ପରିଚିତ ବ୍ରହ୍ମପୁର ସହରରେ ଜିଓ ବ୍ୟବହାରକାରୀମାନେ ମଧ୍ୟ ଆଗାମୀ ପିଢ଼ିର ଜିଓ ଟ୍ରୁ-୫ଜି ନେଟ୍‌ୱର୍କରେ ଡାଟା ବ୍ୟବହାର କରିପାରିବେ । ଏଠାରେ ଉଲ୍ଳେଖଯୋଗ୍ୟ ଯେ ରାଜ୍ୟର ଦୁଇ ତୃତୀୟାଂଶ ଡାଟା ବଜାର ଅଂଶ ଜିଓ ପାଖରେ ରହିଥିବା ବେଳେ ଓଡ଼ିଶାରେ ପ୍ରତିି ତିନି ଜଣ ସ୍ମାର୍ଟଫୋନ୍ ବ୍ୟବହାରକାରୀଙ୍କ ମଧ୍ୟରୁ ଦୁଇ ଜଣ ଜିଓ ବ୍ୟବହାର କରୁଛନ୍ତି ।

 ଜାନୁଆରି ୧୪ ତାରିଖରୁ ରାଉରକେଲା ଓ ବ୍ରହ୍ମପୁର ସହରର ଜିଓ ଗ୍ରାହକମାନଙ୍କୁ ଜିଓ ୱେଲକମ୍ ଅଫରରେ ଆମନ୍ତ୍ରଣ କରାଯିବ, ଯାହା ଦ୍ୱାରା ସେମାନେ ବିନା ଅତିିରିକ୍ତ ମୂଲ୍ୟରେ ୧ ଜିବିପିଏସ୍‌ରୁ ଅଧିକ ସ୍ପିଡ୍‌ର ଅସୀମିତ ୫ଜି ଡାଟା ହାସଲ କରିପାରିବେ । ସେବାର ଶୁଭାରମ୍ଭ ସମ୍ପର୍କରେ ଜିଓର ପ୍ରବକ୍ତା କହିଛନ୍ତି ଯେ, “ପ୍ର୍ରଯୁକ୍ତି ହେଉଛି ଶ୍ରେଷ୍ଠ ଏକତା ସୃଷ୍ଟିକାରୀ । ମକର ସଂକ୍ରାନ୍ତି, ଲୋହରି, ପୋଙ୍ଗଲ ଓ ବିହୁ ଭଳି ପବିତ୍ର ଉତ୍ସବ ସମୟରେ ଛତିଶଗଡ଼, ବିହାର ଓ ଝାଡ଼ଖଣ୍ଡ ରାଜ୍ୟରେ ଜିଓ ଟ୍ରୁ-୫ଜି ସେବା ଶୁଭାରମ୍ଭ କରିବା ଏବଂ ଓଡ଼ିଶା, କର୍ଣ୍ଣାଟକ, କେରଳ, ଆନ୍ଧ୍ରପ୍ରଦେଶ ଓ ମହାରାଷ୍ଟ୍ର ଭଳି ପାଂଚଟି ରାଜ୍ୟରେ ଏହି ସେବାକୁ ଆହୁରି ଅଧିକ ସହରକୁ ସମ୍ପ୍ରସାରଣ କରିଥିବାରୁ ଜିଓ ଗର୍ବିତ ମନେ କରୁଛି ।

ତିରୁଅନନ୍ତପୁରମର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଟିମ୍ ଇଣ୍ଡିଆର ଖେଳାଳି

ତିରୁଅନନ୍ତପୁରମ: ତିରୁଅନନ୍ତପୁରମରେ ଶ୍ରୀଲଙ୍କା ବିପକ୍ଷ ତୃତୀୟ ଦିନିକିଆ ମ୍ୟାଚ ପୂର୍ବରୁ ଟିମ୍ ଇଣ୍ଡିଆର ଖେଳାଳିମାନେ ସହରର ପ୍ରସିଦ୍ଧ ମନ୍ଦିର ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ପହଞ୍ଚିଛନ୍ତି । ମ୍ୟାଚ୍ ପୂର୍ବରୁ ମନ୍ଦିର ଯାଇ ପଦ୍ମନାଭସ୍ୱାମୀଙ୍କ ଆଶିଷ ଭିକ୍ଷା କରିଛନ୍ତି ଖେଳାଳିମାନେ । ଏମାନଙ୍କ ମଧ୍ୟରେ ଟପ ଅର୍ଡର ବ୍ୟାଟର ଶ୍ରେୟସ ଆୟର, ସୂର୍ଯ୍ୟକୁମାର ଯାଦବ, ବୋଲର ଯୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅଲରାଉଣ୍ଡର ଅକ୍ଷର ପଟେଲ ଏବଂ ୱାସିଂଟନ ସୁନ୍ଦର ସାମିଲ ଥିଲେ ।

ଏମାନଙ୍କ ସହ ବୋଲିଂ କୋଚ ପାରସ ମହାବରେ ମଧ୍ୟ ମନ୍ଦିର ଯାଇଥିଲେ । ଶ୍ରୀ ପଦ୍ମନାଭସ୍ୱାମୀ ମନ୍ଦିରରେ ଛିଡ଼ା ହୋଇ ଫଟୋ ଉଠାଉଥିବାର ଟିମ ଇଣ୍ଡିଆର ଖେଳାଳିଙ୍କ ଫଟୋ ଭାଇରାଲ୍ ହୋଇଛି । ଫଟୋରେ ମନ୍ଦିରର ପୂଜାରିଙ୍କ ସମେତ ଭାରତୀୟ କ୍ରିକେଟ ଟିମର ଖେଳାଳି ମଧ୍ୟ ନଜର ଆସିଛନ୍ତି । ସେହିପରି ବିରାଟ କୋହଲି ନିଜ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବିଚରେ ବ୍ରେକଫାଷ୍ଟ କରିବାର ଏକ ଫଟୋ ମଧ୍ୟ ସେୟାର କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଦିନିକିଆ ସିରିଜର ଦୁଇ ମୁକାବିଲା ଜିତି ଭାରତ ସିରିଜରେ ୨-୦ରେ ଆଗୁଆ ଅଛି । ତୃତୀୟ ଦିନିକିଆ ମ୍ୟାଚ୍ ରବିବାର ମଧ୍ୟାହ୍ନ ୧ଟା ୩୦ ମିନିଟରେ ଖେଳାଯିବ ।

ହକି ବିଶ୍ୱକପ୍‌-୨୦୨୩: ଦ୍ୱିତୀୟ ଦିନରେ କେଉଁ ଟିମ୍ ବିଜୟୀ ହେଲେ ଜାଣନ୍ତୁ

ନନ୍ଦିଘୋଷ ବ୍ୟୁରୋ: ହକି ବିଶ୍ୱକପ୍‌ର ଦ୍ବିତୀୟ ଦିନରେ ନ୍ୟୁଜିଲାଣ୍ଡ ଓ ନେଦରଲ୍ୟାଣ୍ଡର ଦମଦାର ପ୍ରଦର୍ଶନ । ଆଜି ରାଉରକେଲା ବିର୍ସା ମୁଣ୍ଡା ଷ୍ଟାଡିୟମରେ ଦୁଇଟି ମ୍ୟାଚ ଖେଳାଯାଇଥିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ନ୍ୟୁଜିଲାଣ୍ଡ ଓ ଚିଲି । ପ୍ରଥମକୁ ଖେଳକୁ ନିଜ କବଜାକୁ ନେଇଥିଲେ ନ୍ୟୁଜିଲାଣ୍ଡ ଖେଳାଳି । ଶେଷ ସମୟରେ ଚିଲ୍ଲି ଗୋଟିଏ ଗୋଲ ଦେଇଥିଲେ ସୁଦ୍ଧା 3-1 ଗୋଲରେ ମ୍ୟାଚ ଜିତି ନେଇଛି ନ୍ୟୁଜିଲାଣ୍ଡସ୍ । ସେହିପରି ଅପରାହ୍‌ଣ ୩ଟାରେ ମୁହାଁମୁହିଁ ହୋଇଥିଲେ ନେଦରଲ୍ୟାଣ୍ଡସ ଓ ମାଲେସିଆ । ନେଦରଲ୍ୟାଣ୍ଡସ୍ ଟିମ ପଡ଼ିଆକୁ ଓହ୍ଲାଇବା ପରେ ଆରମ୍ଭ ହୋଇଥିଲା ଗୋଲ ବର୍ଷା ।

ଯାହାକୁ ଅଟକାଇବାରେ ଅକ୍ଷମ ହୋଇଥିଲେ ମାଲେସିଆ ଡିଫେଣ୍ଡର । ଖେଳ ଶେଷ ସୁଦ୍ଧା ମାଲେସିଆକୁ ୦-୪ ଗୋଲରେ ପରାସ୍ତ କରିଥିଲା ନେଦରଲ୍ୟାଣ୍ଡସ । ଏପଟେ କଳିଙ୍ଗରେ କୋରିଆ ବିପକ୍ଷରେ ଡ଼ିଫେଣ୍ଡିଂ ଚାମ୍ପିଅନ ବେଲଜୟମର ବୃହତ ବିଜୟ । ପୁଲ-B ର ଏକ ମ୍ୟାଚରେ ଡ଼ିଫେଣ୍ଡି ଚାମ୍ପିଅନ ବେଲଜିୟମ କୋରିଆକୁ 5-0 ଗୋଲରେ ପରାସ୍ତ କରିଛି । ମ୍ୟାଚର ପ୍ରଥମ ଦୁଇଟି କ୍ବାର୍ଟର ଗୋଲଶୂନ ରହିଥିଲା । ହେଲେ ତୃତୀୟ କ୍ବାର୍ଟରରୁ ବେଲେଜିୟମ ଆଟାକିଙ୍ଗ ଗେମ ଆରମ୍ଭ କରିଥିଲା । ସଂଧ୍ୟା ୭ଟାରେ କଳିଙ୍ଗରେ ହୋଇଥିବା ଦ୍ବିତୀୟ ମ୍ୟାଚରେ ଜାପାନକୁ ପରାସ୍ତ କରିଛି ଜର୍ମାନୀ । ଜାପାନକୁ ୩-୦ ଗୋଲରେ ପରାଜିତ କରିଛି ଜର୍ମାନୀ ।

ଟି-ସେତୁ ଅଘଟଣ: ଶୋକ ପ୍ରକାଶ ସହ ଆଶୁ ଆରୋଗ୍ୟ କାମନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବଡ଼ମ୍ବା ସିଂହନାଥ ପୀଠ ନିକଟ ଟି-ବ୍ରିଜରେ ଦଳାଚକଟା ଘଟଣାରେ ଶୋକ ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଜଣେ ମହିଳାଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ  ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ପାଞ୍ଚ ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି । ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି । ଏହି ଘଟଣାରେ ଆହତ ମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏବଂ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ।