ଭାରତରେ ଖେଳିବେ କ୍ରିଷ୍ଟିଆନୋ ରୋନାଲ୍ଡୋ !

1 min read

ମୁମ୍ବାଇ: ଭାରତ ଆସିବେ ଫୁଟବଲ କିମ୍ବଦନ୍ତୀ କ୍ରିଷ୍ଟିଆନୋ ରୋନାଲ୍ଡୋ । ଚାମ୍ପିଆନ୍ସ ଲିଗରେ ମୁମ୍ବାଇ ସିଟି ଏଫସି ବିପକ୍ଷରେ ଭାରତ ଏକ ମ୍ୟାଚ୍ ଖେଳିପାରନ୍ତି ରୋନାଲ୍ଡୋ । ଜାମସେଦପୁର ଏଫସି ଓ ମୁମ୍ବାଇ ସିଟି ଏଫସି ମଧ୍ୟରେ ଖେଳାଯାଇଥିବା AFC ଚାମ୍ପିଅନ୍ସ ଲିଗ୍ ପ୍ଲେ ଅଫ ମ୍ୟାଚରେ ମୁମ୍ବାଇ ୩-୧ ଗୋଲରେ ବିଜୟ ଲାଭ କରିଛି । ଏହି ବିଜୟ ସହ ମୁମ୍ବାଇ ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ହାସଲ କରିଛି । ଯଦି ସାଉଦି ଆରବର କ୍ଲବ ଅଲ୍ ନାସର ଚାମ୍ପିଅନ୍ସ ଲିଗକୁ ଯୋଗ୍ୟତା ଅର୍ଜନ କରେ ତେବେ ମୁମ୍ବାଇ ସିଟିକୁ ଭେଟିବ । ଏହି ମ୍ୟାଚ ଭାରତରେ ଖେଳାଯିବାର ସୂଚୀ ରହିଛି । ସାଉଦି ଆରବର ଅଲ୍ ନାସର ଦଳରେ ରହିଛନ୍ତି କ୍ରିଷ୍ଟିଆନୋ ରୋନାଲ୍ଡୋ । ତେଣୁ ଏହି ମ୍ୟାଚ୍ ଖେଳିବା ପାଇଁ ଅଲ୍ ନାସର ଦଳ ସେ ଭାରତକୁ ଆସିବେ ।

କ୍ରିଷ୍ଟିଆନୋ ରୋନାଲ୍ଡୋ ଏହା ପୂର୍ବରୁ କେବେ ଭାରତରେ କୌଣସି ମ୍ୟାଚ୍ ଖେଳିନାହାନ୍ତି । ଯଦି ଅଲ୍ ନାସର ଦଳ ଭାରତରେ ଖେଳେ ତେବେ ଭାରତୀୟ ଫୁଟବଲ ପ୍ରେମୀ ପ୍ରଥମ ଥର ପାଇଁ ଘରୋଇ ଗ୍ରାଉଣ୍ଡରେ ବିଶ୍ୱର ଏହି ଷ୍ଟାର ଖେଳାଳିଙ୍କ ଖେଳା ଦେଖିବାରେ ସୁଯୋଗ ପାଇବେ । ସୂଚନା ଅନୁସାରେ ଗତ ବର୍ଷ କ୍ରିଷ୍ଟିଆନୋ ରୋନାଲ୍ଡୋ ମାଞ୍ଚେଷ୍ଟର ୟୁନାଇଟେଡ୍ ଛାଡ଼ି ରୋନାଲ୍ଡୋ ସାଉଦି ଆରବର କ୍ଲବ ଅଲ୍ ନାସର ଯୋଗ ଦେଇଥିଲେ ।