କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ

ବେଙ୍ଗାଲୁରୁ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ଦ୍ବିତୀୟ ପର୍ଯ୍ୟାୟରେ ୪୧ ଆସନ ପାଇଁ ଦଳ ପକ୍ଷରୁ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ଦଳ ପକ୍ଷରୁ ଜାରି ହୋଇଥିବା ପ୍ରଥମ ତାଲିକାରେ ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କୁ ବରୁଣାରୁ ପ୍ରାର୍ଥୀ କରିଛି କଂଗ୍ରେସ ।

ସେହିପରି ପିସିସି ସଭାପତି ତଥା ବରିଷ୍ଠ ନେତା ଡି କେ ଶିବକୁମାରଙ୍କୁ କଂଗ୍ରେସ କନକପୁରାରୁ ପ୍ରାର୍ଥୀ କରିଛି । କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେଙ୍କ ପୁଅ ପ୍ରିୟଙ୍କ ଖଡଗେଙ୍କୁ ଚିତପୁରରୁ ପ୍ରାର୍ଥୀ କରିଛି ଦଳ । ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ପାଇଁ ଆସନ୍ତା ମେ ୧୦ ତାରିଖରେ ନିର୍ବାଚନ ହେବ । ମେ ୧୩ ତାରିଖରେ ନିର୍ବାଚନ ଫଳାଫଳ ପ୍ରକାଶ ପାଇବ ।