spot_img
Home Blog Page 3490

ଜାତୀୟ ଉଠାଦୋକାନୀ ଦିବସ, ମାଷ୍ଟରକ୍ୟାଣ୍ଟିନରେ ଶୋଭାଯାତ୍ରା

ଭୁବନେଶ୍ୱର: ଦେଶରେ ପ୍ରାୟ ୪ କୋଟିରୁ ଅଧିକ ଉଠାଦୋକାନୀ ଥିବା ସର୍ଭେରୁ ଜଣାପଡିଛି । ଉଠାଦୋକାନୀଙ୍କ ପାଇଁ କେନ୍ଦ୍ରରେ ସ୍ବତନ୍ତ୍ର ଆଇନ ପ୍ରଣୟନ ହୋଇଥିବା ବେଳେ ଓଡିଶାରେ ମଧ୍ୟ ଅନୁରୂପ ଆଇନ କାର୍ଯ୍ୟକାରୀ କରାଯାଇଛି । ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ସହିତ ସେମାନଙ୍କୁ ସାମାଜିକ ସୁରକ୍ଷା ଦେବା ଲାଗି ଏହି ନିୟମ କାର୍ଯ୍ୟକାରୀ କରାଯାଉଛି । ଜାନୁଆରୀ ୨୦ତାରିଖରେ ଏହି ନିୟମ ଲାଗୁ ହୋଇଥିବା ବେଳେ ଆଜିର ଦିନକୁ ସର୍ବଭାରତୀୟ ସ୍ତରରେ ଜାତୀୟ ଉଠାଦୋକାନୀ ଦିବସ ଭାବେ ପାଳନ କରାଯାଉଛି ।

ଏହି ଅବସରରେ ନିଖିଳ ଉତ୍କଳ ଉଠାଦୋକାନୀ ମହାସଂଘ ପକ୍ଷରୁ ଏକ ବିରାଟ ଶୋଭାଯାତ୍ରା ମାଷ୍ଟରକ୍ୟାଣ୍ଟିନ ଛକରୁ ବାହାରି ୟୁନିଟ-୧ ମାର୍କେଟ ପର୍ଯ୍ୟନ୍ତ ଯାଇଥିଲା । ସେଠାରେ ଆୟୋଜିତ ସମାବେଶରେ ଉଠାଦୋକାନୀଙ୍କ ବିଭିନ୍ନ ସମସ୍ୟା ଓ ଦାବୀ ସମ୍ପର୍କରେ ଆଲୋଚନା କରାଯାଇଥିଲା । ସମାବେଶରେ ଭୁବନେଶ୍ବର ମେୟର ସୁଲୋଚନା ଦାସ ଓ ଭୁବନେଶ୍ବର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଉପସ୍ଥିତ ରହି ଉଠାଦୋକାନୀଙ୍କ ଦାବି ଓ ତାହାର ସମାଧାନ ଦିଗରେ ଆଲୋକପାତ କରିଥିଲେ।

ଗର୍ବ କରୁଛି ଓଡ଼ିଶା ପୋଲିସ, ଆସିକା IIC ଗ୍ରହଣ କଲେ ଶ୍ରେଷ୍ଠ ଥାନା ପୁରସ୍କାର

ନୂଆଦିଲ୍ଲୀ: ଓଡିଶା ପୋଲିସ ପାଇଁ ଗର୍ବର ଦିନ । ୨୦୨୨ବର୍ଷ ପାଇଁ ସାରା ଦେଶରେ ଆସିକା ଥାନା ଶ୍ରେଷ୍ଠ ଥାନା ଭାବରେ ପୁରସ୍କୃତ ହୋଇଛି । ଆଜି ନୂଆଦିଲ୍ଲୀର ଜାତୀୟ କୃଷି ବୈଜ୍ଞାନିକ ଭବନରେ ଆୟୋଜିତ ପୋଲିସ DG ଓ IG ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ସାହା, ଆସିକା ଥାନା ଆଇଆଇସି ପ୍ରଶାନ୍ତ କୁମାର ସାହୁଙ୍କୁ ଏହି ସମ୍ମାନଜନକ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ପୋଲିସ ମହାନିର୍ଦ୍ଦେଶକ ସୁନୀଲ କୁମାର ବଂଶଲ, ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜିବ ପଣ୍ଡା,ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ ଆର.କେ ଶର୍ମା, ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ, ଅତିରିକ୍ତ ପୋଲିସ ମହାନିର୍ଦ୍ଦେଶକ CID/CB ଅରୁଣ ବୋଥ୍ରା ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଉପସ୍ଥିତ ଥିଲେ

ଶ୍ରୀମନ୍ଦିରରେ ଡ୍ରୋନ ଯୋଗେ ଭିଡିଓ ଉତ୍ତୋଳନ; କୋର୍ଟରେ ହାଜର ହେବେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ

ପୁରୀ: ଶ୍ରୀମନ୍ଦିର ଉପରୁ ଡ୍ରୋନ ଯୋଗେ ଭିଡିଓ ଉତ୍ତୋଳନ ଘଟଣାରେ ୟୁଟ୍ୟୁବର ଅନିମେଶ ଚକ୍ରବର୍ତ୍ତୀ ଗିରଫ। ଅନିମେଶଙ୍କୁ ପଶ୍ଚିମବଙ୍ଗରୁ ଗିରଫ କରିଛି ସିଂହଦ୍ୱାର ପୋଲିସ । ଆଜି ପୁରୀ ଜେଏମଏଫସିରେ ତାଙ୍କୁ ହାଜର କରାଯିବ । ଅଭିଯୁକ୍ତ ନାଁରେ ଏୟାରକ୍ରାଫ୍ଟ ଆକ୍ଟ, ଶ୍ରୀଜଗନ୍ନାଥ ମନ୍ଦିର ଆଇନ ଅନୁଯାୟୀ ଲାଗିଛି ସଙ୍ଗୀନ ଦଫା । ପୁରୀ ସିଟି ଡିଏସପି କେ. କେ. ହରିପ୍ରସାଦ ଏହି ସୂଚନା ଦେଇଛନ୍ତି ।

ଶ୍ରୀମନ୍ଦିର ଉପରେ ଡ୍ରୋନ ଉଡ଼ାଇ ଭିଡିଓକୁ ନିଜ ୟୁଟ୍ୟୁବ ପେଜରେ ଅପଲୋଡ କରିଥିଲେ ଅନିମେଶ। ଭିଡିଓ ବିକ୍ରି ପାଇଁ ଟଙ୍କା ମାଗୁଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଏନେଇ ବିରୋଧ ହେବା ପରେ କ୍ଷମା ମାଗିଥିଲେ ଅନିମେଶ। ଆଇନ ବିଷୟରେ ନଜାଣି ଏପରି କରିଥିବା ସଫେଇ ଦେଇଥିଲେ ଅନିମେଶ। ପରେ ତାଙ୍କୁ ଗିରଫ କରି ତଦନ୍ତ କରିବାକୁ ଦାବି ହୋଇଥିଲା। ଶେଷରେ ତାଙ୍କୁ ଗିରଫ କରାଯାଇଛି।

ରାଜେନ୍ଦ୍ର ମିଶ୍ରଙ୍କୁ ମିଳିଲା ଜାତୀୟ ପୋଲିସ ପଦକ

ନୂଆଦିଲ୍ଲୀ: ଡିଜି ଏବଂ ଆଇଜି ଅଲ ଇଣ୍ଡିଆ ସମ୍ମିଳନୀର ଉଦଘାଟନୀ କାର୍ଯ୍ୟକ୍ରମରେ ଗୃହ ମନ୍ତ୍ରଣାଳୟର ସହକାରୀ ନିର୍ଦ୍ଦେଶକ ରାଜେନ୍ଦ୍ର ନାରାୟଣ ମିଶ୍ରଙ୍କୁ ସମ୍ମାନୀତ କରାଯାଇଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଠାରୁ ଭାରତୀୟ ପୋଲିସ ପଦକ ଗ୍ରହଣ କରିଛନ୍ତି ରାଜେନ୍ଦ୍ର । ୧୯୮୬ ମସିହାରେ ଗୁଇନ୍ଦା ବିଭାଗରେ ଚାକିରି କରି ସଫଳତାର ସହ ସରକାରଙ୍କ ଅନେକ କାର୍ଯ୍ୟକ୍ରମକୁ ସମ୍ପାଦନ କରିଛନ୍ତି ରାଜେନ୍ଦ୍ର ।

ଏବେ ଭୁବନେଶ୍ବରରେ କାର୍ଯ୍ୟରତ ରାଜେନ୍ଦ୍ର ମିଶ୍ର ତାଙ୍କର ବାହାଦୁରୀ ଓ ସାହାସିକତା ପାଇଁ ପୋଲିସ ପଦକ ପାଇଛନ୍ତି । ନ୍ୟାସନାଲ ସାଇନ୍ସ କମ୍ପ୍ଲେକ୍ସରେ ଆୟୋଜିତ ଏହି ସମ୍ମିଳନୀରେ ଗୃହମନ୍ତ୍ରୀ ଅମିତସାହା ପଦକ ଓ ମାନପତ୍ର ପ୍ରଦାନ କରିଛନ୍ତି । ପଦକ ପ୍ରଦାନ ଉତ୍ସବରେ ରାଜେନ୍ଦ୍ରଙ୍କ ସହ ପତ୍ନୀ ସୋନାଲ ମୁଖାର୍ଜୀ ମଧ୍ୟ ଉପସ୍ଥିତ ରହିଥିଲେ ।

ନାଚୁଣୀ ମହାବିଦ୍ୟାଳୟର ୪୨ତମ ବାର୍ଷିକ ଉତ୍ସବ; ଯୋଗଦେଲେ ସାଂସଦ ମାନସ ମଙ୍ଗରାଜ

ଚିଲିକା: ନାଚୁଣୀ ମହାବିଦ୍ୟାଳୟରେ ଓଡ଼ିଆ ସାହିତ୍ୟ ସଂସଦ ତରଫରୁ ୪୨ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ରାଜ୍ୟସଭା ସାଂସଦ ମାନସ ମଙ୍ଗରାଜ ଯୋଗଦେଇଥିଲେ। ପରେ ସାଂସଦ ମହାବିଦ୍ୟାଳୟ ପରିସରରେ ବିଜ୍ଞାନ ଭବନକୁ ଉଦଘାଟନ କରିଥିଲେ। ଏହି ଅବସରରେ ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ରୋହିତ ପୂଜାରୀ, ବିଷ୍ଣୁପଦ ସେଠି, ଚିଲିକା ପୂର୍ବତନ ବିଧାୟକ ବିଭୂତିଭୂଷଣ ହରିଚନ୍ଦନ ପ୍ରମୁଖ ଯୋଗଦେଇଥିଲେ। ନାଚୁଣୀ ଗସ୍ତବେଳେ ଲୋକମାନେ ସାଂସଦଙ୍କୁ ସ୍ବାଗତ କରିଥିଲେ ।

ମାଙ୍କଡ଼ ଡିଆଁ ଘାଟିରେ ଅଘଟଣ, ଓଲଟିପଡ଼ିଲା ଯାତ୍ରୀବାହୀ ବସ୍

ଗଞ୍ଜାମ: ଯାତ୍ରୀବାହୀ ବସ୍ ଓଲଟି ଦୁଇ ଯାତ୍ରୀ ମୃତ । ଗଞ୍ଜାମ ଜିଲ୍ଲା ପାତ୍ରପୁର ଜରଡ଼ା ଥାନା ଝଗଡା ପଲ୍ଲୀରେ ଅଘଟଣ । ମାଙ୍କଡ଼ ଡିଆଁ ଘାଟି ପାର ହେବା ପରେ ଘରୋଇ ବସ୍ ଓଲଟି ପଡ଼ିବା ଯୋଗୁ ଦୁଇ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ୧୦ରୁ ଊର୍ଦ୍ଧ୍ୱ ଯାତ୍ରୀ ଗୁରୁତର ହୋଇଛନ୍ତି । ଗଜପତି ଜିଲ୍ଲା ରାୟଗଡ଼ରୁ ପାତ୍ରପୁର ଆସୁଥିବା ବେଳେ ଯାତୀବସ୍‌ ଭାରସାମ୍ୟ ହାଇ ଓଲଟି ପଡ଼ିଥିଲା ।

ଘଟଣାରେ ଦୁଇ ମହିଳା ଯାତ୍ରୀଙ୍କର ମୃତ୍ୟୁ ହୋଇଛି । ସେମାନେ ହେଲେ ସରସ୍ୱତୀ ଶବର ଓ ସୁମତି ରଇତ। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଚଳାଇଛି । ଗୁରୁତରମାନଙ୍କୁ ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କୁଖ୍ୟାତ ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର

କୋରାପୁଟ: କୁଖ୍ୟାତ ମାଓବାଦୀଙ୍କ ନାଁରେ ଲାଗିଲା ପୋଷ୍ଟର । ଧରାଇ ଦେବା ଲୋକଙ୍କୁ ପୁରସ୍କାର ଦେବାକୁ ଘୋଷଣା କରାଯାଇଛି । କୋରାପୁଟ ସହରର ବିଭିନ୍ନ ସ୍ଥାନରେ ମାଓବାଦୀଙ୍କ ନାଁରେ ଲାଗିଛି ପୋଷ୍ଟର । NIA ଦ୍ବାରା ମୋଷ୍ଟ ୱ୍ବାଣ୍ଟେଡ ମାଓବାଦୀଙ୍କ ବିରୋଧରେ ପୋଷ୍ଟରରେ ଉଲ୍ଲଖ ରହିଛି । ୪ ଜଣ ମାଓବାଦୀଙ୍କ ଉପରେ ୧୦ଲକ୍ଷରୁ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ପୁରସ୍କାର ରାଶି ଘୋଷଣା କରାଯାଇଛି ।

ସୂଚନାଦାତାଙ୍କୁ ପୁରସ୍କାର ଦିଆଯିବ । NIAର ଏକ ଟିମ୍ ଦୁଇ ଦିନ ଧରି କୋରାପୁଟ ଜିଲ୍ଲା ଗସ୍ତ କରି ମାଓ ଗତିବିଧି ଉପରେ ନଜର ରଖିଛନ୍ତି ବୋଲି କୋରାପୁଟ ଏସପି ଅଭିନବ ସୋନକର କହିଛନ୍ତି । ମୋଷ୍ଟ ୱାଣ୍ଟେଡ ମାଓବାଦୀଙ୍କ ଏକ ଚିଠା ପ୍ରସ୍ତୁତ କରାଯାଇଛି ।

ମାଲକାନଗିରି କ୍ୟାଡରର ଖିଲ ରଞ୍ଜୁଙ୍କ ପାଇଁ ୩ ଲକ୍ଷ ମୁଣ୍ଡ ଜାମିନ ରଖାଯାଇଥିବା ବେଳେ ଆନ୍ଧ୍ରର ଜାଲମୁରି ଶ୍ରୀନୁ ବାବୁଙ୍କ ପାଇଁ ୫ଲକ୍ଷ, ତେଲେଙ୍ଗାନାର ଗଜରଲା ରବିଙ୍କ ପାଇଁ ୧୦ଲକ୍ଷ , ଆନ୍ଧ୍ର ପ୍ରଦେଶର ମେଟରୁ ଜଗାରାଓଙ୍କ ପାଇଁ ୫ ଲକ୍ଷ ଟଙ୍କାର ମୁଣ୍ଡ ଜାମିନ ରଖାଯାଇଛି। ଏ ନେଇ NIA ପକ୍ଷରୁ କୋରାପୁଟ ବସଷ୍ଟାଣ୍ଡରେ ପୋଷ୍ଟର ମରାଯାଇଥିବା ଏସପି ସୂଚନା ଦେଇଛନ୍ତି ।

ବିମାନରେ ଯାତ୍ରୀ ପରିସ୍ରା କରିବା ଘଟଣା, ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ

ନୂଆଦିଲ୍ଲୀ: ବିମାନରେ ଯାତ୍ରୀ ପରିସ୍ରା କରିବା ଘଟଣା । ଏୟାର ଇଣ୍ଡିଆକୁ ୩୦ ଲକ୍ଷ ଟଙ୍କା ଫାଇନ । ଜରିମାନା ନିର୍ଦ୍ଦେଶ ଦେଲେ ଡିଜିସିଏ । ଫାଇନ ସହ ବିମାନ ନିର୍ଦ୍ଦେଶକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଛି । ଏହା ସହ ପାଇଲଟ ଇନ କମାଣ୍ଡ ତିନି ମାସ ଯାଏ ନିଲମ୍ବିତ କରିଛନ୍ତି ଡିଜିସିଏ । ନ୍ୟୁୟର୍କରୁ ଦିଲ୍ଲୀ ଆସୁଥିବା ବିମାନରେ ବୃଦ୍ଧାଙ୍କ ଉପରେ ପରିସ୍ରା କରିଥିଲେ ଯୁବକ । ଏହି ଘଟଣାର ୪୧ ଦିନ ପରେ ଉକ୍ତ ଯୁବକଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୋଲିସ ।

ଭୁବନେଶ୍ୱର ବୁଲିଲେ ତାମିଲନାଡ଼ୁ କ୍ରୀଡ଼ା ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଟିମ୍

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିମନ୍ତ୍ରଣ ରକ୍ଷା କରି ବିଶ୍ୱକପ ହକି ଦେଖିବାକୁ ଓଡିଶା ଗସ୍ତରେ ତାମିଲନାଡ଼ୁ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ଉଦୟ ନିଧି ଷ୍ଟାଲିନ । ଉଦୟ ନିଧି ଷ୍ଟାଲିନ୍ ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଭାରତ ବନାମ ୱେଲ୍ସ ମ୍ୟାଚ୍ ଦେଖିଥିଲେ । ତେବେ ଗତକାଲି ମ୍ୟାଚ୍ ଦେଖିବା ପରେ ଆଜି ଉଦୟନିଧି ଷ୍ଟାଲିନ ନିଜ ଟିମ୍ ସହ ଭୁବନେଶ୍ୱର ମହାନଗର ନିଗମର ବିଭିନ୍ନ ସ୍ଥାନ ପରିଦର୍ଶନ କରିଛନ୍ତି । ଏହି ଅବସରରେ ସେ ନିଳାଦ୍ରୀବିହାର ସ୍ଥିତ ଇଶାଣେଶ୍ୱର ବିଜୁ ଆଦର୍ଶ କଲୋନୀ ଗସ୍ତ କରିଥିଲେ। ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରିବା ସହ ରାଜ୍ୟ ସରକାରଙ୍କ ‘ଡ୍ରିଙ୍କ ଫ୍ରମ ଟ୍ୟାପ’ ଜରିଆରେ ପାଣି ପିଇଥିଲେ ।

ଏହା ପରେ ବିଏମସିର ବର୍ଜ୍ୟ ପରିଚାଳନା ଓ କମ୍ୟୁନିଟି ପାର୍ଟିସିପେସନ ଆଦି ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଜି ମାଥିଭାଥନାନ ଓ ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେଙ୍କ ସମେତ ବହୁ ଅଧିକାରୀ ଉପସ୍ଥିତ ଥିଲେ। ଗସ୍ତ ଶେଷ କରି ମନ୍ତ୍ରୀ ଉଦୟନିଧି ଷ୍ଟାଲିନ ଓ ଟିମ୍ ରାଉରକେଲା ଅଭିମୁଖେ ଯାତ୍ରା କରିଛନ୍ତି । ସେଠାରେ ବିଶ୍ୱସ୍ତରୀୟ ବିର୍ସା ମୁଣ୍ଡା ହକି ଷ୍ଟାଡିୟମରେ ହକି ମ୍ୟାଚ ଦେଖିବାର କାର୍ଯ୍ୟକ୍ରମ ଥିବା ଜଣାପଡ଼ିଛି ।

ଖଣି ଓ ଖଣିଜ କ୍ଷେତ୍ରରେ ଓଡ଼ିଶାକୁ ପ୍ରଶଂସା

ଭୁବନେଶ୍ୱର: ଖଣି ଓ ଖଣିଜ କ୍ଷେତ୍ରରେ ଓଡିଶା ହେଉଛି ସଂଘୀୟ ବ୍ୟବସ୍ଥାର ସର୍ବଶ୍ରେଷ୍ଠ ଉଦାହରଣ। ସାରା ଦେଶରେ ଉତ୍ପାଦନ ହେଉଥିବା କ୍ରୋମାଇଟ ଶତ ପ୍ରତିଶତ ଓଡ଼ିଶାର। ଦେଶର ୭୫ ପ୍ରତିଶତ ବକ୍ସାଇଟ, ୫୦ ପ୍ରତିଶତ ଲୁହାପଥର ଓ ୨୫ ପ୍ରତିଶତ କୋଇଲା ଓଡିଶାରୁ ଉତ୍ପାଦନ ହେଉଛି। ଖଣି କ୍ଷେତ୍ରରେ ପରିଚାଳନା ପାଇଁ ଓଡ଼ିଶା ଅନ୍ୟ ରାଜ୍ୟମାନଙ୍କ ପାଇଁ ଉଦାହରଣ ସାଜିଛି ବୋଲି କେନ୍ଦ୍ର ଖଣି ସଚିବ ବିବେକ ଭରଦ୍ୱାଜ କହିଛନ୍ତି।

ଖଣି ଉତ୍ପାଦନ ସହ ଖଣିଜ ଶିଳ୍ପରେ ପୁଞ୍ଜିନିବେଶ ଏବଂ ଖଣି ଅଞ୍ଚଳରେ ଶିକ୍ଷା, ସ୍ୱାସ୍ଥ୍ୟ ଓ ଯୋଗାଯୋଗ ଭିତ୍ତିଭୂମି କରିବାରେ ଓଡ଼ିଶା ଆଗରେ ରହିଛି। ଖଣି ନିଲାମୀ, ଖଣିର ସର୍ଭେ, ଖଣିଜ ପଦାର୍ଥ ଉତ୍ତୋଳନ ଏବଂ ଖଣିଜ ପାଣ୍ଠିର ବ୍ୟବହାର ପାଇଁ କେନ୍ଦ୍ରର ପରିବର୍ତ୍ତିତ ଖଣି ଆଇନ କାର୍ଯ୍ୟକାରୀ କରିବାରେ ଓଡିଶା ଅନ୍ୟ ରାଜ୍ୟଙ୍କ ଠାରୁ ଖୁବ ଆଗରେ ରହିଛି ବୋଲି ଖଣି ମନ୍ତ୍ରୀ କହିଛନ୍ତି। ତେବେ ବେଙ୍ଗଲ କର୍ମସ ଅଫ ଚାମ୍ବରସ ପକ୍ଷରୁ ମିନେରାଲ ମାଇନିଙ୍ଗ, ମେଟାଲସ କନକ୍ଲେଭରେ ଓଡ଼ିଶାର ସ୍ୱଚ୍ଛ ଖଣି ପରିଚାଳନା ପ୍ରକ୍ରିୟାକୁ ସବୁ ମହଲରେ ପ୍ରଶଂସା କରାଯାଇଛି।