ଚେତାବନୀ ସତ୍ୱେ ଧାରଣାରେ ବସିଲେ ସଚିନ ପାଇଲଟ

1 min read

ଜୟପୁର: ଆରପାର ମୁଡରେ ସଚିନ ପାଇଲଟ୍। ନିଜ ସରକାର ବିରୋଧରେ ରାଜସ୍ଥାନର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟଙ୍କ ଧାରଣା। କଂଗ୍ରେସର ଚେତାବନୀକୁ ବେଖାତିର କରି ଜୟପୁର ସହିଦ ସ୍ମାରକରେ ଦିନିକିଆ ଅନଶନରେ ବସିଛନ୍ତି ପାଇଲଟ। ତାଙ୍କ ଅନଶନ ଦଳ ବିରୋଧୀ କାର୍ଯ୍ୟକଳାପ ଭାବେ ଦେଖାଯିବ ବୋଲି ଦଳ ପକ୍ଷରୁ ଗତକାଲି ରାତିରେ ଚେତାବନୀ ଦିଆଯାଇଥିଲା।

ନିଜ ଦଳର ସରକାରକୁ ନେଇ କିଛି ସମସ୍ୟା ଥିଲେ ଏହାକୁ ପାର୍ଟି ଫୋରମରେ ଆଲୋଚନା କରାଯାଇପାରିବ। ତେବେ ସର୍ବସାଧାରଣରେ ବିରୋଧ ପ୍ରଦର୍ଶନ ଠିକ୍ ନୁହେଁ ବୋଲି ରାଜସ୍ଥାନ କଂଗ୍ରେସ ଦାୟିତ୍ବରେ ଥିବା ସୁଖଜିନ୍ଦର ସିଂ ରାନ୍ଧଓ୍ବା କହିଛନ୍ତି। ବସୁନ୍ଧରା ରାଜେ ସିନ୍ଧିଆଙ୍କ ଶାସନ ସମୟରେ ବ୍ୟାପକ ଦୁର୍ନୀତିର ତଦନ୍ତ ଦାବିରେ ଧାରଣାରେ ବସିଛନ୍ତି ପାଇଲଟ।

ତେବେ ବସୁନ୍ଧରା କେବଳ ବାହାନା ଅସଲ ଟାର୍ଗେଟରେ ଗେହଲଟ ସରକାର ବୋଲି କୁହାଯାଉଛି। ତେବେ ଏଭଳି ଅଭିଯୋଗକୁ ଗେହଲଟ ସରକାର ଖଣ୍ଡନ କରିଛନ୍ତି । ରାଜସ୍ଥାନ ବିଧାନସଭା ନିର୍ବାଚନକୁ ଆଉ କେଇ ମାସ ବାକି ଥିବା ବେଳେ ପୁଣି ପାଇଲଟ୍-ଗେହଲଟ୍ ଲଢେଇ କଂଗ୍ରେସ ପାଇଁ ଅଡୁଆ ସ୍ଥିତି ଉପୁଜାଇଛି।