ଗାଁକୁ ଗଲେ ବିଜେପିକୁ ପ୍ରଶ୍ନ କରିବେ ଲୋକେ, ପ୍ରସ୍ତୁତ ରୁହନ୍ତୁ ମନମୋହନ

ଭୁବନେଶ୍ୱର: ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ  । ବିଜେପିର ଗାଁକୁ ଚାଲ, ଘର ଘରକୁ ଚାଲ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେନିନ୍ ମହାନ୍ତି  । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏ ଯୋଜନା  । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବୃହତ ପରାଜୟ କର୍ମୀଙ୍କୁ ହତୋତ୍ସାହିତ କରିଛି  । ତେଣୁ ସେହି କର୍ମୀ ମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରୁଛି ବିଜେପି  । କିନ୍ତୁ ଏ କର୍ମୀଙ୍କୁ ଉତ୍ସାହିତ କରିବାରେ ବିଜେପି ଫଳପ୍ରଦ ହେବନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର  ।

ଅନେକ ସମୟରେ ରାଜ୍ୟ ବିଜେପି ନେତାଙ୍କ କାର୍ଯ୍ୟଶୈଳୀ ଅରାଜକତାର ଉଦାହରଣ ଦିଏ  । ସେ ବାରମ୍ବାର ଓଡ଼ିଶାକୁ ଅରାଜକ କହି ସେମାନେ ଓଡିଆଙ୍କୁ ଅପମାନ କରୁଛନ୍ତି  । ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଅପବାଦ ଓ ଅପମାନ କରୁଛନ୍ତି ବିଜେପି ନେତା  । ତେଣୁ ଏ କେମିତି ଭାବୁଛନ୍ତି ଲୋକେ ସମର୍ଥନ କରିବେ ବୋଲି  । ଗାଁକୁ ଗଲେ ଓଡ଼ିଶାର ଲୋକ ପଚାରିବେ, କାହିଁକି ଅଯଥାରେ ଆମ୍ଭକୁ ଅପବାଦ କରିଛନ୍ତି ? କେଉଁ ଉଦ୍ଦେଶ୍ୟରେ ଆପଣ ମାନେ ଓଡ଼ିଶାକୁ ଅପମାନ କରିଛନ୍ତି ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିବେ  ।

ସେହିପରି ଓଡ଼ିଶାର ଲୋକାଦୃତ ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗକୁ ସମାନ ନ୍ୟାୟ ଦେବାକୁ ପ୍ରୟାସ ଜାରି ରଖିଛନ୍ତି  । ଯାହା ଭୋଟ ହିଁ ପ୍ରମାଣିତ କରେ  । ସେଥିପାଇଁ ଓଡ଼ିଶାର ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି  । ବିଜେପିର ମିଥ୍ୟା ପ୍ରଚାର ଓ ଓଡ଼ିଶାକୁ ଅପମାନିତ କରିବାର ପ୍ରୟାସ ପାଇଁ ସେମାନେ ବାରମ୍ବାର ବିଫଳ ହୋଇ ଆସିଛନ୍ତି  । ଗରୀବର ଭାତ ହାଣ୍ଡିରୁ ୫ କେଜି ଚାଉଳ କାଣ୍ଟିଛନ୍ତି  । ଚାଉଳ ଉଠାଣରେ ଅବହେଳା କରିଛନ୍ତି  । ଚୁଲିମୁଣ୍ଡେ ଗ୍ୟାସ ନାମରେ ଗରୀବ ଲୋକଙ୍କୁ ଠକୁଛନ୍ତି  । ଲୋକେ ଆଜି ବିଜେପିର କଷଣରେ ଆଉଟ ପାଉଟ ହେଉଛନ୍ତି  । ଲୋକେ ପ୍ରଶ୍ନ କରିବେ ବିଜେପିକୁ, ଗାଁର ଲୋକ ବିଜେପି ସଭାପତିଙ୍କୁ ଏ ସବୁର ଜବାବ ମାଗିବେ ବୋଲି କହିଛନ୍ତି ଲେନିନ ମହାନ୍ତି  ।

ନିର୍ବାଚନରେ ହାରିବା ପରେ ଆଜି ପର୍ଯ୍ୟନ୍ତ ଗାଁକୁ ଯାଉନଥିଲେ ବିଜେପି ନେତା  । ଆଜି ଗାଁ କଥା ମନେ ପଡୁଛି  । କିନ୍ତୁ ଏ କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ  । ବଂର ସାଧାରଣ ଲୋକ ପ୍ରଶ୍ନ କରିବେ କାହିଁକ କାଟିଲ ପାଞ୍ଚ କେଜି ଚାଉଳ ? ଲୋକେ ପ୍ରଶ୍ନ କରିବେ କାହିଁକି ବୃଦ୍ଧି ଘଟାଇଲ ଗ୍ୟାସ ଦର ? ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରୁହନ୍ତୁ ବିଜେପି ନେତା  । ଓଡ଼ିଶାକୁ ବାରମ୍ବାର ଅପମାନିତ କରି ଏବେ ଓଡ଼ିଶାବାସୀଙ୍କ ପାଖକୁ ଯିବାକୁ ଯେଉଁ ପ୍ରୟାସ କରୁଛନ୍ତି, ସେଥିପାଇଁ ସଜାଗ ରୁହନ୍ତୁ  । ମନମୋହନ ସାମଲ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି  ।