କୋର୍ଟରୁ ଫେରୁଥିଲା କଏଦୀ, ଜେଲ ଗେଟରୁ ଫେରାର୍

ନବରଙ୍ଗପୁର: ଜେଲରୁ କଏଦୀ ଫେରାର । ନବରଙ୍ଗପୁର ସବଜେଲ ସମ୍ମୁଖରୁ ଫେରାର ହୋଇଯାଇଛି ବିଚାରାଧୀନ କଏଦୀ । କୋର୍ଟରୁ ୩୦ ଜଣ କଏଦୀଙ୍କୁ ନେଇ ଜେଲକୁ ଫେରିବାବେଳେ ଜେଲ ଗେଟ୍ ନିକଟରୁ ଜଣେ କଏଦୀ ଫେରାର ହୋଇଯାଇଛି ।

ମିଳିଥିବା ସୂଚନା ମୁତାବକ ଫେରାର କଏଦୀ ହେଲା ବୋରିଗୁମ୍ମା ଗାଁର ଲୁକୁ ଭୂମିଆ । ଏକ ଡକାୟତି ମାମଲାରେ ୧୭ ମାର୍ଚ୍ଚରେ ଗିରଫ ହୋଇଥିଲା ଅଭିଯୁକ୍ତ । ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି ଅଭିଯୁକ୍ତକୁ ଖୋଜାଖୋଜି କରୁଛି ।