ଭୁବନେଶ୍ୱର: ଦରକାର ନାହିଁ ବିଏସକେଓ୍ବାଇର ନବୀକରଣ । ନବୀକରଣ ନାଁରେ ବିଏସକେଓ୍ୱାଇ ହିତାଧିକାରୀଙ୍କୁ ଦଲାଲ କରୁଛନ୍ତି ଶୋଷଣ । ଏହା ଉପରେ ସ୍ବତନ୍ତ୍ର ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସବୁ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଟୁଇନସିଟିର ଡିସିପି, ସବୁ ସିଡିଏମ୍ ଓ ପିଏଚଓଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀଙ୍କୁ କେହି ଯେପରି ଶୋଷଣ ନକରନ୍ତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

ରାଜ୍ୟର ୯୬.୫ଲକ୍ଷ ପରିବାରକୁ ମିଳିଛି ବିଏସକେଓ୍ୱାଇ କାର୍ଡ । ବିଏସକେଓ୍ୱାଇ କାର୍ଡର ନବୀକରଣର ଆବଶ୍ୟକତା ନାହିଁ । ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି ଅଫିସ ଯିବାକୁ ପଡେନି । ବିଏସକେଓ୍ୱାଇ IT ପ୍ଲାଟଫର୍ମରେ ଏହା ସ୍ୱତଃ ନବୀକରଣ ହୋଇଥାଏ । ବିଏସକେଓ୍ୱାଇ କାର୍ଡ ନଥିଲେ ରାସନ କାର୍ଡ ଥିଲେ ମେଡିକାଲରେ ଚିକିତ୍ସା ମିଳିପାରିବ । ପ୍ରତିବର୍ଷ ସେପ୍ଟେମ୍ବର ପହିଲାରେ ବାଲାନ୍ସ ସ୍ୱତଃ ରିଚାର୍ଜ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।