ଚଳିତବର୍ଷ ହେବ ସ୍ୱାଭାବିକ ମୌସୁମୀ ବର୍ଷା, ସୂଚନା ଦେଲେ IMD ଡିଜି

ନୂଆଦିଲ୍ଲୀ: ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା । ପ୍ରେସମିଟ କରି ଏହି ଆଶ୍ୱସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ବର୍ଷ ସାରା ଦେଶରେ ୯୬ ପ୍ରତିଶତ ବର୍ଷା ନେଇ ଆକଳନ କରାଯାଇଛି । ତେବେ ଉପଦ୍ବୀପ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ । ଏବେ ଲାନିନୋ ବର୍ଷ ଶେଷ ହେବା ପରେ ଏବେ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି ।

ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିବ । ବର୍ଷାର ପରିମାଣ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଏ । ଏଥର ମଧ୍ୟ ପ୍ଲସ ମାଇନସ ୫ପ୍ରତିଶତ ରହିବ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପଜିଟିଭ କଣ୍ଡିସନ ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ।