spot_img
Home Blog Page 3403

କୋଭିଡ ମହାମାରୀ ବିଭିନ୍ନ କ୍ଷେତ୍ରରେ ଥିବା ଦୁର୍ବଳତାକୁ ପଦାରେ ପକାଇଦେଇଛି

ଭୁବନେଶ୍ୱର: ବିଜେବି ସ୍ୱୟଂଶାସିତ ମହାବିଦ୍ୟାଳୟର ଅର୍ଥନୀତି ବିଭାଗରେ ଶୁକ୍ରବାର କୋଭିଡ ପରବର୍ତ୍ତୀ ଅର୍ଥନୀତି ସମ୍ପର୍କିତ ଏକ ଆନ୍ତର୍ଜାତିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏହି ସମ୍ମିଳନୀରେ ବିଶ୍ଵ ଅର୍ଥନୀତିରେ କୋଭିଡ୍ ର ପ୍ରଭାବ ଏବଂ ବିଭିନ୍ନ କ୍ଷେତ୍ରରେ ଏହାର ମୁକାବିଲା ସଂପର୍କିତ ବହୁ ପରିସ୍ଥିତି ସମ୍ପର୍କରେ ଆଲୋଚନା ହୋଇଥିଲା। ସମ୍ମିଳନୀରେ ମୂଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ କହିଥିଲେ ଯେ, କୋଭିଡ ମହାମାରୀ ଆମର ବିଭିନ୍ନ କ୍ଷେତ୍ର ରେ ଥିବା ବହୁ ଦୋଷ ଦୁର୍ବଳତାକୁ ପଦାରେ ପକାଇବା ରେ ସଫଳ ହୋଇଛି। ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରି ଉକ୍ତ ଦୁର୍ବଳତା ଗୁଡ଼ିକର ସ୍ଥାୟୀ ସମାଧାନ ପ୍ରତି ଧ୍ୟାନ ଦେବାକୁ ହେବ।ସାଂପ୍ରତିକ କୋଭିଡ୍ ପରବର୍ତ୍ତୀ ପରିସ୍ଥିତିରେ ଗାନ୍ଧିଜୀଜୀଙ୍କ ସ୍ୱାବଲମ୍ବୀ ନୀତିକୁ ଆପଣେଇ ଦେଶରେ ଗ୍ରାମ୍ୟ କୁଟୀର ଶିଳ୍ପ ର ଉତ୍ଥାନ ଉପରେ ଗୁରୁତ୍ବ ଦେବାପାଇଁ ସେ ଏହି ଅବସରରେ ଆହ୍ୱାନ ଦେଇଥିଲେ।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଫକିର ମୋହନ ବିଶ୍ଵବିଦ୍ୟାଳୟର ପୁର୍ବତନ କୁଳପତି ପ୍ରଫେସର କୁମରବର ଦାସ କୋଭିଡ଼ ମହାମାରୀ ଯୋଗୁଁ ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କିଭଳି ବାଧାପ୍ରାପ୍ତ ହୋଇଥିଲା ତାହାର ଏକ ବିସ୍ତୃତ ଚିତ୍ର ଉପସ୍ଥାପନ କରିଥିଲେ। ଅନ୍ୟତମ ଅତିଥଭାବେ ଯୋଗୋଦେଇଥିବା ଜାପାନ ୱାସୁଦା ବିଶ୍ଵବିଦ୍ୟାଳୟର ପ୍ରଫେସର ଡ କଟୋ ଅଟୁସୀ କହିଥିଲେ ଯେ,କୋଭିଦ୍ ସମୟରେ ଏହାର ମୁକାବିଲା କରିବା ଦିଗରେ ଭାରତ ସରକାରଙ୍କ ଭୂମିକା ପ୍ରଶଂସନୀୟ ଥିଲା। ପ୍ରାରମ୍ଭରେ ବିଜେବି ସ୍ୱୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ ଗୁଲାମ୍ ମୋଇଉନ୍ଦିନ ଖାନ୍ ପ୍ରାରମ୍ଭିକ ଭାଷଣ ପ୍ରଦାନ କରିଥିବା ବେଳେ ଉପାଧ୍ୟକ୍ଷ ତଥା ସମ୍ମିଳନୀର ଆୟୋଜକ ସଚିବ ଡ଼ ମଧୁବ୍ରତ। ଶତପଥୀ ସମ୍ମିଳନୀର ଗୁରୁତ୍ଵ ଏବଂ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ  ।

କୋରୋନା ମହାମାରୀର ପ୍ରାଦୁର୍ଭାବରେ ସମଗ୍ର ବିଶ୍ଵ ଅର୍ଥନୀତିରେ ଯେଉଁ ଆର୍ଥିକ ଓ ମାନସିକ ସମସ୍ୟା ଗୁଡ଼ିକ ସୃଷ୍ଟି ହୋଇଥିଲା ମନୁଷ୍ୟ ଜାତି ସେହି ଭୟାବହ ପରିସ୍ଥିତିରୁ ନିଜକୁ ସମାଧାନ ବାଟରେ ଅଗ୍ରସର କରି ଯେପରି ପୁନର୍ବାର ମାନସିକ ଏବଂ ଅର୍ଥନୈତିକ ସ୍ଥିରତା ପାଇପାରିବ ସେହିଦିଗରେ ଏହି ଆନ୍ତର୍ଜାତିକ ସମ୍ମିଳନୀ ଏକ ଆନ୍ତରିକ ପ୍ରୟାସ। ଶେଷରେ ଅଧ୍ୟାପିକା ମୌସୁମୀ ଦାସ ଧନ୍ୟବାଦ ଅର୍ପଣ କରିଥିଲେ। ଦୁଇ ଦିନ ଧରି ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ଦେଶ ବିଦେଶର ଶତାଧିକ ଶିକ୍ଷାବିତ୍ ଅଂଶଗ୍ରହଣ କରିଥିଲେ। ଏହି ସମ୍ମିଳନୀରେ ୫୦ରୁ ଉର୍ଦ୍ଧ ସନ୍ଦର୍ଭ ଉପସ୍ଥାପନ କରାଯିବା କାର୍ଯ୍ୟକ୍ରମ ରହିଛି।

ଯିଏ ବିଜେପି ସଭାପତିଙ୍କୁ ଆକ୍ରମଣ କରିଥିଲେ, ସେ ଏବେ ପଦବୀରେ..

ଭୁବନେଶ୍ୱର: କେବଳ ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର ନୁହନ୍ତି, ବିଜେପି ଯୁବମୋର୍ଚ୍ଚା ସଭାପତି ଇରାଶିଷ ଆଚାର୍ଯ୍ୟ ମଧ୍ୟ ଜଣେ ଅଭ୍ୟାସଗତ ଅପରାଧୀ । ଉଭୟ ହତ୍ୟା ଭଳି ସଙ୍ଗୀନ ମାମଲାରେ ଗିରଫ ହୋଇ ଜାମିନରେ ଅଛନ୍ତି । ଉଭୟଙ୍କ ଆକ୍ରମଣରେ ଖୋଦ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଲହୁଲୁହାଣ ହୋଇଥିଲେ । ତଥାପି ଜଣଙ୍କୁ ବିରୋଧୀଦଳ ନେତା ଓ ଅନ୍ୟ ଜଣଙ୍କୁ ଯୁବମୋର୍ଚ୍ଚାର ସଭାପତି ଭଳି ଗୁରୁଦାୟିତ୍ବ ଦେଇଛି ରାଜ୍ୟ ବିଜେପି । ଯାହାକୁ ନେଇ ବିଜେପିକୁ ସମାଲୋଚନା କରିଛି ବିଜେଡି ।

ବିଜୁ ଛାତ୍ର ଜନତା ଦଳ ସଭାପତି ଦେବୀରଞ୍ଜନ ତ୍ରିପାଠୀ କହିଛନ୍ତି, ଜାମିନରେ ଆସି ପୁଣି ଆଇନକୁ ହାତକୁ ନେଇ ଜଣେ ମହିଳା ତଥା କର୍ତ୍ତବ୍ୟରତ ପୋଲିସ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି ଜୟନାରାୟଣ । ଏଭଳି ଆଚରଣ କରି ସେ କୋର୍ଟଙ୍କୁ ମଧ୍ୟ ଅବମାନନା କରିଛନ୍ତି । ଏଭଳି ଅପରାଧୀଙ୍କୁ ଦଳୀୟ ଦାୟିତ୍ବ କାମ କିପରି ଦିଆଯାଇଛି ବୋଲି ଦେବୀରଞ୍ଜନ ପ୍ରଶ୍ନ କରିଛନ୍ତି । ଉଭୟ ଜୟନାରାୟଣ ଓ ଇରାଶିଷଙ୍କ ଇତିହାସ ହେଉଛି ଅପରାଧ ପ୍ରବଣ । ନାରୀଙ୍କୁ ଅପମାନ ଦେଉଥିବା ବ୍ୟକ୍ତିଙ୍କୁ ଆମ ସମାଜ ଗ୍ରହଣ କରିବନି ।

ଏହା ବିରୋଧରେ ବିଜେଡି ରାଜ୍ୟ ସଭାପତି ସମୀର ମହାନ୍ତି କେଉଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ, ତାକୁ ଅପେକ୍ଷା ବୋଲି ବିଜେଡି କହିଛି । ବିଜେଡି ମୁଖପାତ୍ର ଚିନ୍ମୟ ମହାପାତ୍ର ମଧ୍ୟ ଜୟନାରାୟଣ ଓ ଇରାଶିଷଙ୍କୁ ଗୁରୁତ୍ବ ଦେବା ନେଇ ବିଜେପିକୁ ସମାଲୋଚନା କରିଛନ୍ତି ।

ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ପ୍ରଣବ, କହିଲେ ବିଜେପି କେବେ ନ୍ୟାୟ ଦେବ ?

ଭୁବନେଶ୍ୱର: ଧର୍ମେନ୍ଦ୍ରଙ୍କୁ ଜବାବ ମାଗିଲେ ପ୍ରଣବ। ଜୟନାରାୟଣ ମିଶ୍ରଙ୍କ ଗୁଣ୍ଡାଗର୍ଦ୍ଦି ପ୍ରସଙ୍ଗରେ ପୁଣି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସମ୍ବୋଧନ କରି ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ଟ୍ବିଟ୍ କରିଛନ୍ତି। ମୁଖ୍ୟମନ୍ତ୍ରୀ ଜୟନାରାୟଣଙ୍କୁ ବିରୋଧୀ ଦଳ ନେତା କରିନାହାନ୍ତି ଏକଥା ସତ। ହେଲେ କର୍ତ୍ତବ୍ୟରତ ମହିଳା ଅଧିକାରୀ ଅନିତା ପ୍ରଧାନଙ୍କୁ କେବେ ନ୍ୟାୟ ମିଳିବ ବୋଲି ପ୍ରଣବ ପ୍ରଶ୍ନ କରିଛନ୍ତି।

ଅନିତା ପ୍ରଧାନଙ୍କୁ ଜୟନାରାୟଣ ଶାରୀରିକ ଆକ୍ରମଣ କରିଛନ୍ତି। ତାଙ୍କୁ ଧର୍ମେନ୍ଦ୍ରଙ୍କ ଦଳ କେବେ ନ୍ୟାୟ ଦେବ ସେକଥା ସାରା ଓଡ଼ିଶାବାସୀ ଜାଣିବାକୁ ଚାହୁଁଥିବା ପ୍ରଣବ ଟ୍ବିଟ୍ କରିଛନ୍ତି। ଜୟନାରାୟଣଙ୍କ ଆକ୍ରମଣକୁ ନେଇ ଧର୍ମେନ୍ଦ୍ର ଗୁରୁବାର ପ୍ରତିକ୍ରିୟା ରଖିଥିଲ । ଜୟନାରାୟଣଙ୍କୁ ମୁଖ୍ୟମନ୍ତ୍ରୀ ଦୟାରେ ବିରୋଧି ଦଳ ନେତା କରିନଥିବା କହିଥିଲେ ଧର୍ମେନ୍ଦ୍ର  ।

୨ ଦୁଇ ସେକେଣ୍ଡର ପ୍ରମୋ ଭିଡିଓ ପାଇଁ ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଭାରତ ଗସ୍ତ ବାତିଲ

ତେହରାନ୍: ଇରାନରେ ଜାରିଥିବା ବିରୋଧ ପ୍ରଦର୍ଶନ ରାଷ୍ଟ୍ରପତି ଇବ୍ରାହିମ୍ ରଇସିଙ୍କ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହି ବିକ୍ଷୋଭ ପାଇଁ ବିଦେଶ ମନ୍ତ୍ରୀ ଭାରତ ଗସ୍ତ ବାତିଲ କରିଦେଇଛନ୍ତି ।

ସୂଚନା ଅନୁଯାୟୀ, ରାୟସିନା ଡାୟଲଗ୍ସ ପାଇଁ ବିଦେଶ ମନ୍ତ୍ରୀ ହୁସେନ ଅମିର ଅବଦୁଲହାନିୟନ୍ ଆସନ୍ତା ମାସରେ ଭାରତ ଆସିବାର କାର୍ଯ୍ୟକ୍ରମ ଥିଲା। ହିଜାବକୁ ନେଇ ଗତ ୫ ମାସ ହେବ ଇରାନରେ ବିରୋଧ ପ୍ରଦର୍ଶନ କରାଯାଉଛି।

ରାୟସିନା ଡାୟଲଗ୍ସ ଥିଙ୍କ ଟେଙ୍କ ହେଉଛି ଅବଜରଭର ରିସର୍ଚ୍ଚ ଫାଉଣ୍ଡେସନ୍ (ଓଆରଏଫ)ର ଏକ ଫ୍ଲାଗସିପ୍ ଇଭେଣ୍ଟ । ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ମିଳିତ ଭାବେ ଆୟୋଜିତ ହୋଇଥାଏ।  ୨୦୨୩ କାର୍ଯ୍ୟକ୍ରମ ସହ ଜଡିତ ଏକ ପ୍ରମୋସନାଲ୍ ଭିଡ଼ିଓ ମାସେ ପୂର୍ବରୁ ଆୟୋଜିତ କରାଯାଇଥିଲା । ଏହାର ଏକ କ୍ଲିପରେ ଦେଖିବାକୁ ମିଳିଛି, କିଛି ମହିଳା ନିଜ କେଶ କାଟୁଛନ୍ତି । ସେମାନଙ୍କ ସହିତ ରାଷ୍ଟ୍ରପତି ରଇସିଙ୍କ ଫଟୋ ରହିଛି । ଯାହାକୁ ନେଇ ଇରାନ ଦୂତାବାସ ଅସନ୍ତୋଷ ପ୍ରକାଶ କରିଛି । ଏପରିକି ବିଦେଶ ମନ୍ତ୍ରୀଙ୍କ ଭାରତ ଗସ୍ତ ମଧ୍ୟ ବାତିଲ କରାଯାଇଛି ।

ଏହାକୁ ନେଇ ଦୂତାବାସ ପକ୍ଷରୁ ଓଆରଏଫ୍ ଓ ଭାରତର ବୈଦେଶିକ ମନ୍ତ୍ରଣାଳୟ ସହ ଯୋଗାଯୋଗ କରାଯାଇଛି । ଯଦିଓ ଥିଙ୍କ ଟ୍ୟାଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନାହିଁ ।

ଓଆରଏଫ୍ ପକ୍ଷରୁ ଜାରି ଏହି ଭିଡ଼ିଓରେ ପ୍ରଧାନମନ୍ତ୍ରୀ ମୋଦି ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଝଲକ ରହିଛି । ଏହି ଝଲକ ସମାକନ୍ଦ ସମ୍ମିଳନୀର ବୋଲି ଜଣାପଡିଛି । ତେବେ ରାୟସିନା ଡାୟଲଗ୍ ରେ ଜି-୨୦ ଦେଶର ୨୦ରୁ ଅଧିକ ବିଦେଶ ମନ୍ତ୍ରୀ ସାମିଲ ହୋଇପାରନ୍ତି ।

ସୁକେଶ ଚନ୍ଦ୍ରଶେଖର; ଜେଲରେ ବସି ଠକୁଛି କର୍ପୋରେଟ୍ ଠକଙ୍କୁ

ସୁକେଶ ଚନ୍ଦ୍ରଶେଖରକୁ ଦୁନିଆ ଏମିତି ଖାଲିରେ ମହାଠକର ଉପାଧୀ ଦେଇନାହିଁ । ଠକେଇ ପାଇଁ ଜଣେ ଶିକାର ଖୋଜେ,ବାହାର ଜାଲ ବିଛାଏ । କିନ୍ତୁ ଏସବୁ ସୁକେଶ ଜେଲରେ ବସି ସହଜରେ କରିଦିଏ । ଏତେ ସହଜରେ ଯେ, ଜେଲ ଭିତରୁ ଦୁଇ ଜଣ ଶିଳ୍ପପତିଙ୍କ ପତ୍ନୀଙ୍କଠାରୁ ସେ ୨ଶହ କୋଟି ଉଡାଇ ନିଏ । ଏମିତି ଦୁଇ ଜଣ ଶିଳ୍ପପତି ଯେଉଁମାନେ ନିଜେ କର୍ପୋରେଟ୍ ଠକେଇ ପାଇଁ ଜେଲରେ ବନ୍ଦ ଅଛନ୍ତି । ୧୭ ବର୍ଷ ବୟସରୁ ଠକେଇର ମାଷ୍ଟର କାରିୟର ଆରମ୍ଭ କରିଥିବା ସୁକେଶ ଗଲା ୧୫ ବର୍ଷରେ ୫ଶହ କୋଟି ଲୁଟି ସାରିଛି । ତେବେ ଜେଲରେ ବସି ସେ କେମିତି ଦୁଇ ଜଣ ଶିଳ୍ପପତିଙ୍କଠାରୁ ୨ଶହ କୋଟି ଠକି ନେଲା ଆସନ୍ତୁ ନଜର ପକାଇବା ସୁକେଶର ମାଷ୍ଟର ପ୍ଲାନ୍ ଉପରେ..

ସୁକେଶ ଚନ୍ଦ୍ରଶେଖର ବର୍ତ୍ତମାନ ତିହାଡର ମଣ୍ଡୋଲି ଜେଲରେ ବନ୍ଦୀ ହୋଇରହିଛି । ତା’ ଉପରେ ୨୦୦ କୋଟି ଟଙ୍କାର ଠକେଇ ମାମଲା ରହିଛି । ଏହି ଠକେଇ ରେନବେକ୍ସି ମାଲିକ ଶିବନ୍ଦର ସିଂଙ୍କ ପତ୍ନୀଙ୍କ ଠାରୁ ହୋଇଥିଲା । ଖାଲି ଏତିକି ନୁହେଁ ଶିବନ୍ଦରଙ୍କ ଭାଇଙ୍କ ପତ୍ନୀଙ୍କୁ ମଧ୍ୟ ଚୂନା ଲଗାଇଥିଲା ସୁକେଶ । ଏହି ମାମଲାରେ ଇଡି ସୁକେଶଙ୍କୁ ଗିରଫ କରିବା ସହ ୯ ଦିନିଆ ରିମାଣ୍ଡରେ ନେଇଛି ।

ଶିବନ୍ଦର ଓ ତାଙ୍କ ଭାଇ ମଲବିନ୍ଦର ସିଂ ଠକେଇ ମାମଲାରେ ଜେଲ ସଜା କାଟୁଛନ୍ତି । ଦୁହେଁ ପ୍ରାୟ ୪ ବର୍ଷ ହେବ ଜେଲରେ ବନ୍ଦୀ ହୋଇ ରହିଛନ୍ତି । ଆଉ ଏହାର ଫାଇଦା ଉଠାଇଥିଲା ମହାଠକ ସୁକେଶ, ଦୁଇ ଭାଇଙ୍କ ପତ୍ନୀଙ୍କୁ ମୋଟା ଅଙ୍କର ଚୂନା ଲଗାଇଥିଲା । ଏକ ଭିନ୍ନ ଅନ୍ଦାଜରେ ଠକେଇ କରିଥାଏ ସୁକେଶ । ନିଜକୁ ବଡ଼ ସରକାରୀ ଅଫିସରର ପରିଚୟ ଦେଇଥାଏ । ପରେ ବିଶ୍ୱାସ ଜନ୍ମାଇ ଲୁଟିଥାଏ।

ସୁକେଶ ନାଁରେ ମନିଲଣ୍ଡ୍ରିଂ ମାମଲା ରହିଛି । ଏହି ଘଟଣାରେ ଅଭିନେତ୍ରୀ ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିଜଙ୍କୁ ଜେରା କରାଯାଇଥିଲା । ସୁକେଶ ଗୃହ ମନ୍ତ୍ରଣାଳୟରେ ବଡ଼ ଅଫିସର ଥିବା ନେଇ ଜ୍ୟାକଲିନଙ୍କ ମ୍ୟାନେଜରକୁ ପରିଚୟ ଦେଇଥିଲା । ନିଜକୁ ସେ ଏକ ଟିଭି ଚ୍ୟାନେଲର ମାଲିକ ବୋଲି ମଧ୍ୟ କହିଥିଲା । ସବୁଠୁ ଖାସ୍ କଥା ହେଉଛି ଜେଲରେ ରହି ସୁକେଶ ଏହି ଫୋନ୍ କଲ୍ କରିଥିଲା । ପରେ ୨୦୨୧ ଜୁନରେ ପ୍ରଥମ ଥର ପାଇଁ ଚେନ୍ନାଇରେ ଦୁହିଁଙ୍କ ସାକ୍ଷାତ ହୋଇଥିଲା । ସେତେବେଳେ ସୁକେଶ ଜେଲରୁ ପାରୋଲରେ ଆସିଥିବା ଜାଣିବି ପାରିନଥିଲେ ଜ୍ୟାକଲିନ୍ ।

ଠିକ୍ ସେହିପରି ୨୦୨୦ରେ ଅଦିତି ସିଂହଙ୍କୁ କେନ୍ଦ୍ର ଆଇନ ଓ ଗୃହ ମନ୍ତ୍ରଣାଳୟର ଅଫିସର ବୋଲି ପରିଚୟ ଦେଇଥିଲା। ଆଉ ତାଙ୍କ ସ୍ୱାମୀଙ୍କ ଜାମିନ କରାଇଦେବ ବୋଲି ପ୍ରତିଶ୍ରୁତି ଦେଇଥିଲା । ଅଦିତି ବିଶ୍ୱାସ କରି ତାଙ୍କୁ ଟଙ୍କା ଦେବା ପରେ ଅଧିକ ଟଙ୍କା ଡିମାଣ୍ଡ କରିବାରେ ଲାଗିଥିଲା ସୁକେଶ । ମୋଟ୍ ୨୦୦ କୋଟି ଟଙ୍କାର ଠକେଇ କରିଥିଲା ସୁକେଶ ।

ସେହପରି ମଲବିନ୍ଦର ସିଂଙ୍କ ପତ୍ନୀ ଜାପନା ସିଂହଙ୍କୁ ଭିନ୍ନ ଏକ ପରିଚୟ ଦେଇଥିଲା । କେନ୍ଦ୍ରୀୟ ଆଇନ ସଚିବ ଅନୁପ କୁମାରଙ୍କ ଅଫିସରୁ କଲ୍ କରିଥିବା କହିଥିଲା। ଜେଲରେ ତାଙ୍କ ସ୍ୱାମୀଙ୍କ ସିକ୍ୟୁରିଟି ପ୍ରତି ବିଶେଷ ଧ୍ୟାନ ଦିଆଯିବ ବୋଲି କଥା ଦେଇଥିଲା । ପରେ ୪ କୋଟି ଟଙ୍କାର ଚୂନା ଲଗାଇଥିଲା ।

୧୭ ବର୍ଷ ବୟସରୁ ଠକେଇ କରୁଛି ସୁକେଶ। ବେଙ୍ଗାଲୁରୁରେ ଜନ୍ମିତ ସୁକେଶ ନେତାଙ୍କ ଠାରୁ ଆରମ୍ଭ କରି ବିଜନେସମ୍ୟାନଙ୍କୁ ଚୂନା ଲଗାଇଛି। ଜେଲରେ ବନ୍ଦୀଥିବା ସୁକେଶ ଫୋନ୍ କରିବା ପାଇଁ ଆପ୍ ର ବ୍ୟବହାର କରିଥାଏ । ଫଳରେ ସେ କାହାକୁ କଲ୍ କଲେ ବଡ ଅଧିକାରୀ ମାନଙ୍କ ନଂ ଦେଖାଇବ।

ସମ୍ପତ୍ତି ପାଇଁ ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ

କୋଲକାତା: ସମ୍ପତ୍ତି ପାଇଁ ପୁଅ ସାଜିଲା ସୈତାନ। ବାପାକୁ ହତ୍ୟା କଲା ଜନ୍ମ କଲା ପୁଅ। ପଶ୍ଚିମବଙ୍ଗ ମୁସିଦାବାଦ ଜିଲ୍ଲା ସ୍ଥିତ ସମଶେରଗଞ୍ଜ ସୁଲି ତାଲା ଗାଁରେ ହତ୍ୟାକାଣ୍ଡ। ଅବବ୍ଦୁସ ସତାର ନାମକ ବ୍ୟକ୍ତିକୁ ସମ୍ପତ୍ତି ପାଇଁ ନିଜ ଜନ୍ମକଲା ପୁଅ ଦାରେ ହତ୍ୟା କରିଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ଅବବ୍ଦୁସ ସତାର ନିଜ ଘର ସମ୍ପତିକୁ ବିକ୍ରୀ କରି ଯାହା ଟଙ୍କା ଆସିଥିଲା ତିନି ପୁଅଙ୍କୁ ସମାନ ଭାଗରେ ବଣ୍ଟନ କରିଥଲେ। କିନ୍ତୁ ତିନି ଜଣ ପୁଅ ମଧ୍ୟରୁ ମେଶାରଫ୍ ହୁସେନ୍ ଘର ବିକ୍ରୀ ଟଙ୍କା ଭାଗ ବାଣ୍ଟକୁ ଖୁସି ନଥିଲା ଓ ବାପା ସହ ପ୍ରତିଦିନ ମଦ ପିଇ କଳି ଝଗଡା କରୁଥିଲା। ଆହୁରି ଟଙ୍କା ଦରକାର ବୋଲି କହିବାରୁ ବାପା ସହ ହୋଇଥିଲା ଝଗଡ଼ା । ରାଗିଯାଇ ଦାରେ ବାପାକୁ ନିର୍ମମ ଭାବେ ହତ୍ୟା କରିଥିଲା ପୁଅ । ପୋଲିସ ପହଞ୍ଚି ବାପା ହତ୍ୟାକାରୀ ପୁଅ ମେଶାରଫ୍ ହୁସେନ୍‌କୁ ଗିରଫ କରିଛି।

ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ, 5T ଆଧାରରେ ବଦଳିବ ଚେହେରା

ଭୁବନେଶ୍ୱର: ଦେଶର ସବୁଠୁ ବଡ଼ ମଡେଲ ଜେଲ ହେବ ଜାମୁଝରି ଜେଲ । ରାଜଧାନୀ ଉପକଣ୍ଠ ଜାମୁଝରିକୁ ଝାରପଡ଼ା ଜେଲ ଉଠିଯିବା ପରେ ଏଥିରେ ଅଣାଯିବ ସଂସ୍କାର । ସହର ଭିତରେ ଥିବାରୁ ଏହାକୁ ଜାମୁଝରିକୁ ଉଠାଇ ନିଆଯିବ । ୫୦ ଏକର ପରିମିତ ଅଞ୍ଚଳରେ ହେବ ଭୁବନେଶ୍ୱର ମଡେଲ ଜେଲ । ଦେଶର ସବୁଠୁ ଅତ୍ୟାଧୁନିକ ଡିଜାଇନରେ ଜେଲ ହେବ ବୋଲି ନନ୍ଦିଘୋଷ ଟିଭିକୁ କହିଛନ୍ତି ଜେଲ ଡିଜି ମନୋଜ ଛାବ୍ରା । ନୂଆ ଜେଲରେ ବାୟୋମ୍ୟାଟ୍ରିକ ସିଷ୍ଟମ ରହିବା ସହ ୨ ବର୍ଷ ଭିତରେ ସରିବ ଅତ୍ୟାଧୁନିକ ଜେଲ କାମ । ଖୁବଶୀଘ୍ର ନିର୍ମାଣ କାମ ଆରମ୍ଭ କରିବ ପୋଲିସ ହାଉସିଂ କର୍ପୋରେସନ । ଜେଲ ଡିଜି ତିହାର ଜେଲ ପରିଦର୍ଶନ କରି ଆସିବ ପରେ ପ୍ଲାନିଂ କରାଯାଉଛି ।

ଏହି ଜେଲର ପ୍ଲାନ ଦେଉଥିବା ଆର୍କିଟେକ୍ଟ ୟୁଏସଏ ଗସ୍ତ କରିଛନ୍ତି । ଟ୍ରାନ୍ସଜେଣ୍ଡରଙ୍କ ପାଇଁ ସ୍ୱତନ୍ତ୍ର ସେଲ ଏବଂ ୱାର୍ଡର ହେବ ବ୍ୟବସ୍ଥା । ଓପନ ଜିମ୍, ଚିଲଡ୍ରେନ ପାର୍କ, ପ୍ଲେ ଗ୍ରାଉଣ୍ଡ ଜେଲ ପରିସରରେ ରହିବ । ଜେଲ ଭିତରେ ରହିବ ୧୨୦ ବେଡର ହସ୍ପିଟାଲ ଓ ପାଥୋଲୋଜି ସେଣ୍ଟର । ଜେଲ ଭିତରେ ଅନ୍ତେବାସୀଙ୍କ ପାଇଁ ସିନେମା, ଲାଇବ୍ରେରୀ ରହିବ । ଫୁଡ ପ୍ରୋସେସିଂ ସେଣ୍ଟର, ପୋଷାକ ତିଆରି ଫ୍ୟାକ୍ଟ୍ରି ରହିବ । ମିଲେଟ ସାଙ୍ଗକୁ ବେକରୀ ଫାକ୍ଟ୍ରି ମଧ୍ୟ କାମ କରିବ । ଜେଲ କ୍ୟାମ୍ପସକୁ ପ୍ରଦୂଷଣ ମୁକ୍ତ ରଖିବାକୁ ହେବ ଅଭିନବ ପ୍ରୟାସ । 5T ଅଧୀନରେ ଜେଲ ବିଭାଗରେ ହେଉଛି ଆମୂଳଚୂଳ ପରିବର୍ତ୍ତନ । ଜେଲକୁ କାଳକୋଠରୀ ନୁହେଁ, ବରଂ ସୁଧାର ଗୃହ କରିବାକୁ ପ୍ରୟାସ କରାଯାଉଛି ବୋଲି କହିଛନ୍ତି ଜେଲ ଡିଜି ମନୋଜ ଛାବ୍ରା ।

ପୁଟିନଙ୍କ ଆଉ ଜଣେ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ, ୧୬ ମହଲାରୁ ଖସି ପଡ଼ିଲେ ମାରିନା ୟାଙ୍କିନା

ମସ୍କୋ: ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ଆଉ ଜଣେ ଘନିଷ୍ଠ ସହଯୋଗୀଙ୍କ ସନ୍ଦେହଜନକ ମୃତ୍ୟୁ । ନିଜ ଆପାର୍ଟମେଣ୍ଟ ବିଲ୍ଡିଂରୁ ଖସିପଡ଼ି ମାରିନା ୟାଙ୍କିନାଙ୍କ ମୃତ୍ୟୁ ହୋଇଛି । ମାରିନା ଋଷ ପ୍ରତିରକ୍ଷା ବିଭାଗରେ ଗୁରୁତ୍ବପୂର୍ଣ୍ଣ ପଦବୀରେ ରହିଥିଲେ । ୟୁକ୍ରେନ ବିପକ୍ଷରେ ଯୁଦ୍ଧ ପାଇଁ ପାଣ୍ଠି ଯୋଗାଡ଼ କରିବାର ଦାୟିତ୍ବ ତାଙ୍କ ଉପରେ ରହିଥିଲା । ସେଣ୍ଟ ପିଟର୍ସବର୍ଗରେ ରହୁଥିବା ଆପାର୍ଟମେଣ୍ଟର ୧୬ତମ ମହଲାର ଝରକାରୁ ଖସି ପଡ଼ିବା ଯୋଗୁ ତାଙ୍କର ମୃତ୍ୟୁ ହୋଇଛି । ପ୍ରାଥମିକ ତଦନ୍ତରୁ ମାରିନା ଆତ୍ମହତ୍ୟା କରିଥିବା ପୋଲିସ ସନ୍ଦେହ କରୁଛି । ମାରିନା ୟାଙ୍କିନାଙ୍କ ବୟସ ୫୮ ବର୍ଷ । ତାଙ୍କ ଆତ୍ମହତ୍ୟାର କାରଣ ଖୋଜୁଛି ପୋଲିସ ।

ମାରିନା ଆତ୍ମହତ୍ୟା କରିବାର କିଛି ସମୟ ପୂର୍ବରୁ ତାଙ୍କ ପୂର୍ବତନ ସ୍ବାମୀଙ୍କୁ ଫୋନ୍ କଲ କରିଥିଲେ । ତାଙ୍କ ମୃତ୍ୟୁକୁ ନେଇ ତନାଘନା ଚଳାଇଛି ପୋଲିସ । ଋଷ-ୟୁକ୍ରେନ ଯୁଦ୍ଧ ଚାଲିଥିବା ବେଳେ ପୁଟିନଙ୍କ ଅନେକ ନିକଟତମ ବ୍ୟକ୍ତିଙ୍କର ରହସ୍ୟଜନକ ଭାବେ ମୃତ୍ୟୁ ଘଟିଛି । ଗତବର୍ଷ ଡିସେମ୍ବରରେ ରାୟଗଡ଼ା ଗସ୍ତରେ ଆସିଥିବା ରୁଷର ଦୁଇ ପର୍ଯ୍ୟଟକ ଭ୍ଲାଦିମିର ବିଦେନୋଭ ଓ ପାଭେଲ୍ ଆନ୍ତୋଭଙ୍କ ସନ୍ଦେହଜନକ ମୃତ୍ୟୁ ଘଟଥିଲା । ପାଭେଲ୍ ଋଷର ସାଂସଦ ଥିଲେ । ସେ ରାୟଗଡ଼ା ଗସ୍ତରେ ଆସିଥିବା ବେଳେ ହୋଟେଲରୁ ତଳକୁ ଡେଇଁ ଆତ୍ମହତ୍ୟା କରିଥିଲେ ।

ନେପାଳ ବିମାନ କ୍ରାସ: ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ

ନୂଆଦିଲ୍ଲୀ: ନେପାଳ ବିମାନ କ୍ରାସ ପଛରେ ମାନବୀୟ ତ୍ରୁଟି । ପାଇଲଟଙ୍କ ଭୁଲ ଯୋଗୁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ୟାତି ଏୟାରଲାଇନ୍ସ । ଦୁର୍ଘଟଣାରେ ୫ ଜଣ ଭାରତୀୟଙ୍କ ସମେତ ୭୨ ଜଣଙ୍କର ମୃତ୍ୟୁ ହୋଇଥିଲା । ଗତ ଜାନୁଆରୀ ୧୫ ତାରିଖରେ ଦୁର୍ଘଟଣା ଘଟିଥିବା ବେଳେ ପ୍ରାଥମିକ ତଦନ୍ତରୁ ଏହା ମାନବୀୟ ତ୍ରୁଟି ବୋଲି ଜଣାପଡ଼ିଛି । ନେପାଳ ପର୍ଯ୍ୟଟନ, ସଂସ୍କୃତି ଓ ନାଗରିକ ଉନ୍ନୟନ ମନ୍ତ୍ରଣାଳୟ ଓ୍ବେବସାଇଟରେ ଏହି ରିପୋର୍ଟ ପୋଷ୍ଟ କରାଯାଇଛି । କାଠମାଣ୍ଡୁ ଆନ୍ତର୍ଜାତୀୟ ବିମାନବନ୍ଦରରୁ ଉଡ଼ାଣ ଭରିଥିବା ଏହି ବିମାନ ପୋଖରାସ୍ଥିତ ନୂଆ ଏୟାରପୋର୍ଟଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । କ୍ରିଉ ମେମ୍ବରଙ୍କ ସମେତ ୭୨ ଜଣ ବିମାନରେ ଉପସ୍ଥିତ ଥିଲେ । ହେଲେ ଦୁର୍ଘଟଣା ସ୍ଥଳରୁ ରେସ୍କ୍ୟୁ ଟିମ୍ ମାତ୍ର ୭୧ ଜଣଙ୍କ ମୃତଦେହ ଉଦ୍ଧାର କରିପାରିଥିଲେ ।

ଭାରତରେ ବନ୍ଦ ହେଲା ଟ୍ବିଟର ଅଫିସ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ: ଭାରତରେ ବନ୍ଦ ହେଲା ଟ୍ବିଟର ଅଫିସ । କର୍ମଚାରୀମାନଙ୍କୁ ଘରେ ରହି କାମ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ନୂଆ ସିଇଓ ଏଲନ ମସ୍କ । ଭାରତରେ ଟୁଇଟରର ତିନି ଅଫିସ ମଧ୍ୟରୁ ଦୁଇଟିକୁ ବନ୍ଦ କରିଦିଆଯାଇଛି ।

ରାଜଧାନୀ ଦିଲ୍ଲୀ ଓ ମୁମ୍ବାଇ ସ୍ଥିତ ଅଫିସକୁ ବନ୍ଦ କରାଯାଇଥିବା ବେଳେ କେବଳ ବେଙ୍ଗାଳୁରୁରେ ଥିବା କାର୍ଯ୍ୟାଳୟ ସଞ୍ଚାଳନ ଜାରି ରହିଛି । ଗତବର୍ଷ ଟୁଇଟର ଭାରତରେ ୯୦ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିଥିଲା । ଏଲନ ମସ୍କ ଟୁଇଟରକୁ କିଣିବା ପରେ କମ୍ପାନୀ ପରିଚାଳନାରେ ଅନେକ ପରିବର୍ତ୍ତନ କରାଯାଇଛି ।

ନିଲାମ ହୋଇଛି ଅଫିସ ସାମଗ୍ରୀ-

ସାନଫ୍ରାନସିସ୍କୋ ମୁଖ୍ୟ କାର୍ଯ୍ୟାଳୟର ଅନେକ ଜିନିଷକୁ  ନିଲାମ କରାଯାଇଛି । ଏଥିରେ ଅଫିସର ସୋଫା, ଚେୟାର, ରୋଷେଇ ଉପକରଣ ଭଳି ୬୩୧ ସାମଗ୍ରୀକୁ ନିଲାମ କରାଯାଇଥିଲା । ହେରିଟେଜ୍ ଗ୍ଲୋବାଲ୍ ପାର୍ଟନର୍ସ ସର୍ଭିସେସ୍ ଅନୁସାରେ ନିଲାମୀ ପ୍ରକ୍ରିୟାରେ ଟ୍ୱିଟର ବାର୍ଡ ଷ୍ଟାଚ୍ୟୁ ୧୦୦,୦୦୦ ଡଲାରରେ ବିକ୍ରି ହୋଇଥିଲା । ୧୦ ଫୁଟ୍ ଉଚ୍ଚ ନିଓନ ଲାଇଟ୍ ୪୦,୦୦୦ ଡଲାରରେ ନିଲାମ ହୋଇଥିଲା ।