କଲ୍ କରିବା ବାହାନାରେ ଛାତ୍ରଙ୍କୁ ମୋବାଇଲ ମାଗି ଲୁଟିଲେ

ଭୁବନେଶ୍ୱର: କାରରେ ଆସିଲା ଚୋର । କଲ୍‌ କରିବା ବାହାନାରେ ଜଣେ ଛାତ୍ରଙ୍କୁ ମୋବାଇଲ ମାଗି ଲୁଟିନେଲା । ଭୁବନେଶ୍ବର ଆଚାର୍ଯ୍ୟବିହାର ଛକରେ ଲୁଟେରା ରାଜ୍ । ଛାତ୍ର ଜଣଙ୍କ ମୋ ବସକୁ ଅପେକ୍ଷା କରି ଛିଡ଼ା ହୋଇଥିବା ସମୟରେ ଦୁଇଜଣ ବ୍ୟକ୍ତି କାରରେ ଆସିଥିଲେ । ସେମାନଙ୍କ ମୋବାଇଲ ଖରାପ ହୋଇଯାଇଛି କହି ଛାତ୍ରଙ୍କୁ ମୋବାଇଲ ମାଗିଥିଲେ । ପରେ ଫୋନ ଧରି ଚମ୍ପଟ ମାରିଥିଲେ ଲୁଟେରା । ଏନେଇ ସହିଦନଗର ଥାନାରେ ଅଭିଯୋଗ କରିଛନ୍ତି ଲୁଟର ଶିକାର ହୋଇଥିବା ଛାତ୍ର । ଅଭିଯୋଗ ପରେ ତଦନ୍ତ ଆରମ୍ଭ କରିଛି ପୋଲିସ ।