ରାଜଧାନୀରେ ପୁଣି ପୋଜେସନ ମାଫିଆଙ୍କ ଆତଙ୍କ, ଘରେ ପଶି କଲେ ଆକ୍ରମଣ

ଭୁବନେଶ୍ୱର: ଭୁବନେଶ୍ବରରେ ପୁଣି ପୋଜେସନ ମାଫିଆଙ୍କ ଆତଙ୍କ । ଏୟାରପୋର୍ଟ ଥାନା କଂସାରି ଝରଣା ସାହିରେ ଗୁଣ୍ଡାରାଜ୍ । ବନ୍ଧୁକ ଦେଖାଇ କଲେ ଆକ୍ରମଣ, ଲୁଟି ନେଲେ ସୁନା ଗହଣା । ଘରେ ପଶି ଭଙ୍ଗାରୁଜା କରିବା ସହ ଭାଙ୍ଗିଲେ ସିସିଟିଭି । ଏହା ସହ ଲାଗିଥିବା ହାର୍ଡଡିସ୍କକୁ ତାଡ଼ି ନେଇଥିବା ଅଭିଯୋଗ ହୋଇଛି । ଗତକାଲି ୪୦ରୁ ଅଧିକ ଯୁବକ କରିଥିଲେ ଗୁଣ୍ଡାରାଜ । ତେବେ ଏୟାରପୋର୍ଟ ଥାନାରେ ଅଭିଯୋଗ ପରେ ୪ ଜଣକୁ ଗିରଫ କରିଛି ପୋଲିସ ।