spot_img
Home Blog Page 3397

ଏଣିକି ଓଡ଼ିଆରେ ଦେଇପାରିବେ CAPF କନଷ୍ଟେବଳ ପରୀକ୍ଷା

ଭୁବନେଶ୍ୱର: କେନ୍ଦ୍ରୀୟ ସଶସ୍ତ୍ର ପୋଲିସ ବାହିନୀ ବା ସିଏପିଏଫ କନଷ୍ଟେବଳ ପରୀକ୍ଷାରେ ଏଣିକି ଓଡ଼ିଆରେ ପରୀକ୍ଷା ଦେଇପାରିବେ ପ୍ରାର୍ଥୀ । କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ୧୩ଟି ଭାଷା ମଧ୍ୟରେ ସ୍ଥାନ ପାଇଛି ଓଡ଼ିଆ । ଏଣିକି ପରୀକ୍ଷାରେ ଯେଉଁ ଭାଷାକୁ ଅନୁମତି ମିଳିବ ସେଗୁଡିକ ହେଲା-ଆସାମୀ, ବଙ୍ଗଳା, ଗୁଜରାଟି, ମରାଠୀ, ମାଲାୟାଲମ, କନ୍ନଡ଼, ତାମିଲ, ତେଲଗୁ, ଓଡ଼ିଆ, ଉର୍ଦ୍ଦୁ, ପଞ୍ଜାବୀ, ମଣିପୁରୀ ଓ କୋଙ୍କଣୀ । ଏହା ସହ ହିନ୍ଦୀ ଓ ଇଂରାଜୀରେ ବି ପ୍ରାର୍ଥୀ ପରୀକ୍ଷା ଦେଇପାରିବେ ।

୧୩ ହଜାର କୋଟି ଟଙ୍କା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲା, ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ: ୧୩ ହଜାର କୋଟି ଟଙ୍କା ବ୍ୟାଙ୍କ ଘୋଟାଲାର ମୁଖ୍ୟ ଅଭିଯୁକ୍ତ ମେହୁଲ ଚୋକସିଙ୍କୁ ଆଶ୍ବସ୍ତି । ପଳାତକ ହୀରା ବ୍ୟବସାୟୀ ଚୋକସିଙ୍କୁ ଆଣ୍ଟିଗୁଆ ଓ ବାର୍ବୁଦାରୁ ବାହାର କରାଯାଇପାରିବ ନାହିଁ । ଏନେଇ ରାୟ ଦେଇଛନ୍ତି ହାଇକୋର୍ଟ । ଚୋକସି ନିଜର ପିଟିସନରେ ଦର୍ଶାଇଥିଲେ ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଯଥାର୍ଥ ତଦନ୍ତ ହେଉ । ତାଙ୍କୁ ଏହି ଦେଶରେ ଅମାନୁଷିକ ନିର୍ଯାତନା ଦିଆଯାଇଥିଲା ବୋଲି ସେ ଦର୍ଶାଇଛନ୍ତି । ଭାରତରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ୧୩ ହଜାର କୋଟି ଟଙ୍କା ଘୋଟାଲାର ମୁଖ୍ୟ ଅଭିଯୁକ୍ତ ମହୁଲ ଚୋକସି ଆଣ୍ଟିଗୁଆ ଓ ବାର୍ବୁଦାକୁ ଚାଲିଯିବା ପରେ ଭାରତ ହାତଟେକି ଦେଇ ଆଇନଗତ ଲଢେଇ ଜାରି ରଖିଥିଲା ।

ସେପଟେ ସିବିଆଇ ପକ୍ଷରୁ କୁହାଯାଇଛି- ଅପରାଧିକ ନ୍ୟାୟ ବ୍ୟବସ୍ଥାରେ ପଳାତକ ଓ ଅପରାଧୀମାନଙ୍କୁ ଭାରତକୁ ଆଣିବା କ୍ଷେତ୍ରରେ ପ୍ରକ୍ରିୟା ଜାରି ରଖିବ । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଘୋଟାଲାରେ ମେହୁଲ ଚୋକସି ଓ ଅନ୍ୟମାନଙ୍କ ବିରୋଧରେ ଗତ ୨୦୧୮ ଫେବ୍ରୁଆରୀ ୧୫ ତାରିଖରେ ସିବିଆଇ ପକ୍ଷରୁ ମାମଲା ରୁଜୁ ହୋଇଥିଲା । ପରେ ୨୦୨୨ରେ ସିବିଆଇ ସେମାନଙ୍କ ବିରୋଧରେ ୫ଟି ଅପରାଧିକ ମାମଲା ରୁଜୁ କରିଥିଲା । ସେପଟେ ରେଡ୍ ନୋଟିସ ବିରୋଧରେ କମିଶନ ଫର କଣ୍ଟ୍ରୋଲ ଅଫ୍ ଇଣ୍ଟରପୋଲ୍ସ ଫାଇଲସ ବା ସିସିଏଫ ନିକଟରେ ୨୦୧୮ରେ ଚୋକସି ଆବେଦନ କରିଥିଲେ ।

ଜନ୍ମଦିନରେ ଘରକୁ ଡାକି ପ୍ରେମିକାର ବେକ କାଟିଲା ପ୍ରେମିକ

ବେଙ୍ଗାଲୁରୁ: ପ୍ରେମିକାର ଜନ୍ମଦିନ ପାଳନ କଲା ତା’ ପରେ ବେକ କାଟିଲା । ଜନ୍ମଦିନରେ ପ୍ରେମିକା ବେକ କାଟି ଏପରି ଗିଫ୍ଟ ଦେଇଛି ପ୍ରେମିକ । କର୍ଣ୍ଣାଟକର ବେଙ୍ଗାଲୁରୁରେ ଘଟିଛି ଏପରି ଆଶ୍ଚର୍ଯ୍ୟ କଲାଭଳି ଘଟଣା । ପ୍ରଥମେ ପ୍ରେମିକାକୁ ଡାକି ଜନ୍ମଦିନ ପାଳନ କଲା । ପ୍ରେମିକା କେକ ବି କାଟିଲା । କିଛି ସମୟ ପରେ ପ୍ରେମିକାର ବେକ କାଟି ହତ୍ୟା କଲା ପ୍ରେମିକ ।

ସୂଚନା ଅନୁସାରେ, ପ୍ରେମିକାର ଅନ୍ୟ ଜଣଙ୍କ ସହ ଆଫେୟାର ଚାଲିବା ନେଇ ପ୍ରେମିକ ସନ୍ଦେହ କରୁଥିଲା । ପୋଲିସର କହିବା ଅନୁସାରେ, ମୃତକ ନଭ୍ୟାଙ୍କ ବୟସ ୨୪ ବର୍ଷ । ସେ ପୋଲିସ ବିଭାଗର କ୍ଲର୍କ ଥିଲେ । ଅନ୍ୟପଟେ ପ୍ରେମିକର ନାମ ପ୍ରଶାନ୍ତ । ଯୁବକଙ୍କ ସହ ନଭ୍ୟାଙ୍କର ୬ ବର୍ଷ ହେବ ଆଫେୟାର ଥିଲା । ଉଭୟ ସମ୍ପର୍କୀୟ ଭାଇ ଭଉଣୀ ହେବେ । ଏହି ଖବର ଘର ଲୋକ ଜାଣି ନଥିଲେ । କିନ୍ତୁ ନଭ୍ୟାଙ୍କର ଅନ୍ୟ କାହା ସହ ଆଫେୟାର ଥିବା ନେଇ ପ୍ରଶାନ୍ତ ତାଙ୍କୁ ସନ୍ଦେହ କରୁଥିଲେ । ଏଥିପାଇଁ ସେ ହତ୍ୟା ପାଇଁ ପ୍ଲାନ୍ କରିଥିଲେ ।

ଜନ୍ମଦିନରେ ନଭ୍ୟାଙ୍କୁ ଘରକୁ ଡାକି ହତ୍ୟା କରିବେ ବୋଲି ପ୍ରଶାନ୍ତ ପ୍ଲାନ୍ କରିଥିଲେ । ଜନ୍ମଦିନ ପାଇଁ ପୂରା ରୁମକୁ ଭଲରେ ସଜାଇଥିଲେ । ତା ପରେ ନଭ୍ୟାଙ୍କୁ ଡାକି କେକ କଟାଇଥିଲେ । ଏହାର କିଛି ସମୟ ପରେ ପ୍ରଶାନ୍ତ ନଭ୍ୟାଙ୍କ ବେକକୁ ଛୁଟି ସାହାଯ୍ୟରେ କାଟି ହତ୍ୟା କରିଥିଲେ । ଏହା ପରେ ଘରଲୋକ ନଭ୍ୟାଙ୍କ ନିଖୋଜ ନେଇ ପୋଲିସରେ ଏଫଆଇଆର ଦେଇଥିଲେ । ପୋଲିସ ଯାଞ୍ଚ କରିବାରୁ ନଭ୍ୟାଙ୍କ ଫୋନର ଲାଷ୍ଟ ଲୋକେସନ ପ୍ରଶାନ୍ତର ଘର ଥିଲା ।

ଏହା ପରେ ପୋଲିସ ପ୍ରଶାନ୍ତର ଘରୁ ନଭ୍ୟାଙ୍କ ଲାସ ଜବତ କରିଥିଲା । ପ୍ରଶାନ୍ତ ନଭ୍ୟାଙ୍କୁ ମାରିଛି ବୋଲି ପୋଲିସ ଆଗରେ ସତ ମାନିଥିଲା । ଏ ନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

ମଦ ନୀତି ମାମଲାରେ ସିବିଆଇ ଓ ଇଡି ଦାଖଲ କରିଛନ୍ତି ମିଛ ସତ୍ୟପାଠ: ଅରବିନ୍ଦ କେଜ୍ରିଓ୍ୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ମାମଲା । କେନ୍ଦ୍ର ଉପରେ ବର୍ଷିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ । କହିଛନ୍ତି- ଦିଲ୍ଲୀ ମଦ ନୀତି ମାମଲାରେ ସିବିଆଇ ଓ ଇଡି ମିଛ ଅଭିଯୋଗ କରିଛନ୍ତି । ବିଭିନ୍ନ ମିଛ ଅଭିଯୋଗ ଜରିଆରେ ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଫସାଇ ଦିଆଯାଇଛି । ଏପରିକି ଏହି ଦୁଇ କେନ୍ଦ୍ରୀୟ ସଂସ୍ଥା ମିଛ ସତ୍ୟପାଠ ବି ଦାଖଲ କରିଛନ୍ତି । ବାରମ୍ବାର ରେଡ୍ ପରେ ବି ଦୁଇ ସଂସ୍ଥା କିଛି ପାଇନାହାନ୍ତି । ବହୁ ନେତାଙ୍କୁ ଏହି ଦୁଇ ସଂସ୍ଥା ମାନସିକ, ଶାରୀରିକ ଓ ଥାର୍ଡ ଡିଗ୍ରୀ ନିର୍ଯାତନା ଦେଉଛନ୍ତି । ସେପଟେ  ଆସନ୍ତାକାଲି ସିବିଆଇରେ ହାଜର ହେବା ଲାଗି କେଜ୍ରିଓ୍ବାଲଙ୍କୁ ଦିଆଯାଇଛି ନୋଟିସ ।  ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଗତ ଫେବ୍ରୁଆରୀରୁ ଜେଲରେ ଥିବାବେଳେ କେଜ୍ରିଓ୍ବାଲଙ୍କୁ ସମନ ଜାରି କରାଯାଇଛି ।

କୌଣସି ଏକ ମାମଲାରେ ଜଣେ ମୁଖ୍ୟମନ୍ତ୍ରୀଙ୍କୁ ସିବିଆଇ ସମନ କରିବା ନିକଟ ଇତିହାସରେ ପ୍ରଥମ ବୋଲି କୁହାଯାଉଛି । ସିବିଆଇ କହିଛି- ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟରେ ଯେପରି ବାଧା ସୃଷ୍ଟି ହେବ ନାହିଁ ସେଥିଲାଗି ରବିବାର ଜେରା ଲାଗି ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ ମଦ ନୀତି ମାମଲାକୁ ଆଳ କରି ଆପ୍ ସରକାର ବିରୋଧରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥାଙ୍କୁ ଅସ୍ତ୍ର କରାଯାଉଛି ବୋଲି ବାରମ୍ବାର ଅଭିଯୋଗ କରିଆସିଛି ଆମ୍ ଆଦମୀ ପାର୍ଟ । ବରିଷ୍ଠ ନେତା ସଞ୍ଜୟ ସିଂ କହିଛନ୍ତି- ସିବିଆଇର ଏହି ନୀତିକୁ ନେଇ ଆପର କୌଣସି ନେତା ଭୟଭୀତ ନୁହନ୍ତି । କିଛି ଦିନ ଧରି ଦଳର ବହୁ ନେତା ଓ ସଦସ୍ୟଙ୍କୁ ଟାର୍ଗେଟ କରାଯାଇଆସୁଛି । ସେପଟେ ରାଷ୍ଟ୍ରୀୟ ଜନତା ଦଳ ନେତା ମନୋଜ ଝା କେନ୍ଦ୍ର ସରକାରଙ୍କୁ କରିଛନ୍ତି ଟାର୍ଗେଟ ।  କହିଛନ୍ତି- ବିରୋଧୀ ଦଳ ନେତାମାନଙ୍କୁ ଟାର୍ଗେଟ କରାଯାଉଛି ଏବଂ ନାଜିବାହିନୀ ଯେପରି ଗ୍ୟାସ୍ ଚାମ୍ବର ଭିତରେ ଭର୍ତ୍ତି କରି ଲୋକଙ୍କୁ ହତ୍ୟା କରୁଥିଲା ଠିକ୍ ସେପରି ବିରୋଧୀ ଦଳ ନେତାଙ୍କୁ ଶେଷ କରିଦେବା ଲାଗି ଉଦ୍ୟମ ଚାଲିଛି ।

ଝାରସୁଗୁଡ଼ା ଉପନିର୍ବାଚନ: ଆନୁଷ୍ଠାନିକ ଭାବେ ବିଜେଡି ଟିକେଟ୍ ନେଲେ ପ୍ରାର୍ଥୀ ଦୀପାଳି ଦାସ

ଭୁବନେଶ୍ୱର: ନବୀନ ନିବାସରୁ ଟିକେଟ ନେଇ ଫେରିଲେ ଦୀପାଳି ଦାସ । ବିଜେଡି ସୁପ୍ରିମୋଙ୍କ ଆଶୀର୍ବାଦ ନେବା ସହ ନବୀନ ପଟ୍ଟନାୟକଙ୍କୁ ଗୌରବାନ୍ବିତ କରିବେ ବୋଲି କହିଛନ୍ତି ଦୀପାଳି । ବିଜୟ ନେଇ ସମ୍ପୂର୍ଣ୍ଣ ଆଶାବାଦୀ ଥିବା କହିଛନ୍ତି ଦୀପାଳି । ଯେଉଁମାନେ କହୁଛନ୍ତି ଝାରସୁଗୁଡ଼ାର ବିକାଶ ହୋଇନି ସେମାନେ ଅନ୍ଧ ବୋଲି କହିଛନ୍ତି ଦୀପାଳି । ଝାରସୁଗଡ଼ାରେ ବିମାନ ବନ୍ଦରଠୁ ନେଇ ପାନୀୟ ଜଳ ଭଳି ଅନେକ କାର୍ଯ୍ୟ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ହୋଇଛି । ମୁଖ୍ୟମନ୍ତ୍ରୀଙ୍କୁ ଝାରସୁଗୁଡ଼ାର ସବୁ ବିକାଶ ପାଇଁ ଧନ୍ୟବାଦ ଜଣାଇଛନ୍ତି ଦୀପାଳି ।

ଆଜି ଦୀପାଳି ଭାଇ ବିଶାଲଙ୍କ ସହ ନବୀନ ନିବାସରେ ପହଞ୍ଚି ନବୀନ ପଟ୍ଟନାୟକଙ୍କଠାରୁ ଟିକେଟ୍ ନେଇଛନ୍ତି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଗ୍ରାଉଣ୍ଡରେ ଲାଗିପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ ।

ପୁଣି ଚର୍ଚ୍ଚାରେ ଆରତୀ ଦେବୀ, ଆରତୀଙ୍କ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଆସୁଛି ବହୁଭାଷୀ ଫିଲ୍ମ

ଭୁବନେଶ୍ୱର: ପୁଣି ଚର୍ଚ୍ଚାରେ ଗଞ୍ଜାମ ଜିଲ୍ଲାର ଆରତୀ ଦେବୀ । ଜଣେ ଉଚ୍ଚ ଶିକ୍ଷିତା। ବ୍ୟାଙ୍କ ଚାକିରି ଛାଡ଼ି ରାଜନୀତିରେ ପ୍ରବେଶ କରି ୨୦୧୨ରେ ଦେଶର ସର୍ବକନିଷ୍ଠ ମହିଳା ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ। ଟିପ ନୁହେଁ ଦସ୍ତଖତ ଦିଅ, ନାରୀ ଶିକ୍ଷା ଓ ମହିଳା ଗ୍ରାମସଭା ଭଳି କାର୍ଯ୍ୟ ହାତକୁ ନେଇ ଚର୍ଚ୍ଚାରେ ଥିଲେ। ବର୍ତ୍ତମାନ ଦୀର୍ଘ ବର୍ଷ ପରେ ଆରତୀ ଦେବୀଙ୍କ ଆଦର୍ଶ ଓ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ଏକ ବହୁଭାଷୀ ଚଳଚିତ୍ର ମୁକ୍ତିଲାଭ କରିଛି । ଚଳଚ୍ଚିତ୍ରର ନାମ `ସାର ମ୍ୟାଡାମ ସରପଞ୍ଚ’ । ପ୍ରବୀନ ମୋର୍ଚ୍ଚଲେଙ୍କ ନିର୍ଦ୍ଦେଶନାରେ ପ୍ରସ୍ତୁତ ଏହି ଚଳଚ୍ଚିତ୍ରରେ ଆରତୀ ଦେବୀଙ୍କ ରୋଲରେ ହଲିଉଡ୍ ଷ୍ଟାର ଆରର୍ୟାନା ସଜନାନୀ ଓ ସୀମା ବିଶ୍ୱାସଙ୍କ ଭଳି ଅଭିନେତ୍ରୀ ଅଭିନୟ କରିଛନ୍ତି। ଓଡ଼ିଆ ଭାଷାରେ ଓଡ଼ିଶାରେ ଚଳଚ୍ଚିତ୍ର ଖୁବଶୀଘ୍ର ନିର୍ମାଣ ହୋଇ ମୁକ୍ତିଲାଭ ହେବାକୁ ଯାଉଛି। ଯାହାଙ୍କ କାର୍ଯ୍ୟକାରିତାକୁ ନେଇ ଫିଲ୍ମ ନିର୍ମାଣ ହୋଇଛି ।

ଜାପାନ୍ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା, ସମ୍ବୋଧନ କରୁଥିବ ବେଳେ ସ୍ମୋକ୍ ବୋମା ଆକ୍ରମଣ

ଟୋକିଓ: ଜାପାନ ପ୍ରାଧନମନ୍ତ୍ରୀ ଫୁମିଓ କିସିଦାଙ୍କ ସଭାରେ ଫୁଟିଲା ବୋମା । ଫୁମିଓଙ୍କ ସମ୍ବୋଧନ ଚାଲିଥିବା ବେଳେ ସ୍ମୋକ୍ ବୋମାରେ ଆକ୍ରମଣ । ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାକର୍ମୀ ତାଙ୍କୁ ସୁରକ୍ଷିତ ସେଠାରୁ ଉଦ୍ଧାର କରିନେଇଛନ୍ତି । ଏହି ଘଟଣାରେ ଜଣଙ୍କୁ ଗିରଫ କରିଛି ପୋଲିସ । ସୂଚନା ଅନୁସାରେ ବାକାୟାମା ସହରରେ ପ୍ରଧାନମନ୍ତ୍ରୀ ଫୁମିଓ ଅଭିଭାଷଣ ଦେଉଥିଲେ । ଏହି ସମୟରେ ସ୍ମୋକ୍ ବମ୍ ଆକ୍ରମଣ ହୋଇଥିଲା । ଆଖି ପିଛୁଳାକେ ସବୁଆଡ଼େ ଧୂଆଁମୟ ହୋଇଯାଇଥିଲା । ସଚ୍ଚାଧାରୀ ଲିବରାଲ୍ ଡେମୋକ୍ରେଟିକ ପାର୍ଟିର ଜଣେ ପ୍ରାର୍ଥୀଙ୍କ ସମର୍ଥନରେ ଭାଷଣ ଦେବାର ଥିଲା । ହେଲେ ବୋମା ଆକ୍ରମଣ ଯୋଗୁ ସୌଭାଗ୍ୟବସତଃ ବଞ୍ଚିଯାଇଥିଲେ ପ୍ରଧାନମନ୍ତ୍ରୀ ।

ଜାପାନରେ ପ୍ରଧାନମନ୍ତ୍ରୀଙ୍କ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ବି କେମିତି ଓ କିଏ ଏମିତି ବୋମା ଆକ୍ରମଣ କଲା ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଉପରେ ଆକ୍ରମଣ ପରଠୁ ଜାପାନରେ ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା କଡ଼ାକଡି କରାଯାଇଥିଲା । ଆଗକୁ ଜାପାନର ନାଗାନୋ ଅନ୍ତର୍ଗ କାରୁଜାଓ୍ବାରେ ଗ୍ରୁପ ୭ ରାଷ୍ଟ୍ରଗୋଷ୍ଠୀର ମନ୍ତ୍ରୀସ୍ତରୀୟ ସମ୍ମିଳନୀ ହେବ । ତେଣୁ ପୁଣି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରାଯିବା ନେଇ ସୂଚନା ମିଳିଛି ।

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଆଜି ଦଳୀୟ ଟିକେଟ ନେବେ ଦୀପାଳି

ଭୁବନେଶ୍ୱର: ଝାରସୁଗୁଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଜି ବିଜେଡି ପ୍ରାର୍ଥୀ ଦୀପାଳି ଦାସ ନେବେ ଟିକେଟ୍ । ବିଜେଡି ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କଠାରୁ ଦଳୀୟ ଟିକେଟ ନେବେ ଦୀପାଳି । ଆସନ୍ତା ୧୮ ତାରିଖରେ ସେ ନାମାଙ୍କନ ପତ୍ର ଦାଖଲ କରିବେ । ଦୀପାଳି ଦାସଙ୍କୁ ଜିତାଇବା ପାଇଁ ବିଜେଡି ଜୋରଦାର ପ୍ରସ୍ତୁତି ଚଳାଇଛି । ଗ୍ରାଉଣ୍ଡରେ ଲାଗି ପଡ଼ିଛନ୍ତି ବିଜେଡିର ବରିଷ୍ଠ ନେତା । ଦୀପାଳିଙ୍କୁ ବଡ଼ ବ୍ୟବଧାନରେ ଜିତାଇବାକୁ ସ୍ବତନ୍ତ୍ର ରଣନୀତି କରିଛି ଦଳ ।

 

ଓଡ଼ିଶା ବିଧାନସଭା ପରିଦର୍ଶନ କଲେ ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧି

ଭୁବନେଶ୍ୱର: ଓଡ଼ିଶା ବିଧାନସଭା ପରିଦର୍ଶନ କରିଛନ୍ତି ଭାରତ ଗସ୍ତରେ ଆସିଥିବା ୮ଟି ଦେଶର ପ୍ରତିନିଧୀ । ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥା ସମ୍ପର୍କରେ ଅଧିକ ଉପଲବ୍ଧି ନିମନ୍ତେ ଭାରତ ଗସ୍ତରେ ଆସିଥିବା ପ୍ରତିନିଧୀମାନେ ବିଧାନସଭା ବୁଲି ଦେଖିଛନ୍ତି । ଓଡ଼ିଶାରେ ଗଣତାନ୍ତ୍ରିକ ପରମ୍ପରା ସମ୍ପର୍କିତ ଶାସନ ବ୍ୟବସ୍ଥା ସମ୍ପର୍କରେ ବିଧାନସଭାର ବାଚସ୍ପତି ବିକ୍ରମ କେଶରୀ ଆରୁଖ ପ୍ରତିନିଧି ଦଳକୁ ବୁଝାଇଛନ୍ତି । ବିଧାନସଭାର ନୂତନ ସମ୍ମିଳନୀ କକ୍ଷରେ ବୈଠକ ହୋଇଥିଲା ।

ଆଜାଦୀ କା ଅମୃତ ମହୋତ୍ସବର ଅଂଶ ବିଶେଷ ଭାବେ ଦ ଜେନ୍‌-ନେକ୍ସଟ ଡେମୋକ୍ରେସି ନେଟଓ୍ବାର୍କ ପ୍ରୋଗ୍ରାମ୍‌ ନାମରେ ନାମିତ ଏହି କାର୍ଯ୍ୟକ୍ରମଟିକୁ ଇଣ୍ଡିଆନ୍ କାଉନସିଲ ଫର୍ କଲଚରାଲ୍ ରିସର୍ଚ୍ଚ ପକ୍ଷରୁ ଆୟୋଜନ କରାଯାଇଛି । ପର୍ତ୍ତୁଗାଲ୍‌, ଦକ୍ଷିଣ ଆଫ୍ରିକା, ମଙ୍ଗୋଲିଆ, କ୍ରୋସିଆ, ଗାୟେନା, ବ୍ରାଜିଲ୍‌, ବେଲଜିୟମ୍ ଏବଂ ବୁଲଗେରିଆର ଦେଶର ପ୍ରତିନିଧି ଏଥିରେ ସାମଲ ଅଛନ୍ତି । ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ମଧ୍ୟ ପ୍ରତିନିଧୀ ଦଳ ସାକ୍ଷାତ କରିବାର କାର୍ଯ୍ୟକ୍ରମ ରହିଛି ।

 

ସୀମାରେ ବଳ ବଢାଉଛି ଚୀନ୍, ତିଦ୍ଦତରୁ ଭାରତ ଉପରେ ରଖିଛି କଡ଼ା ନଜର

ନୂଆଦିଲ୍ଲୀ: ତିବ୍ବତରେ ବହୁ ସଂଖ୍ୟକ ଲଢୁଆ ବିମାନ, ହେଲିକପ୍ଟର, ଏୟାର ସତର୍କତା ପ୍ରଣାଳୀ ମୁତୟନ କରିଚାଲିଛି । ତିବ୍ବତର ୩ଟି ଏୟାରଫିଲଡରେ ଚୀନର ୧୨ଟି ଲଢ଼ୁଆ ବିମାନ, ୩୭ଟି ହେଲିକପ୍ଟର, ପ୍ରାୟ ଏକ ଡଜନ ଡ୍ରୋନ୍, ପରିବହନ ଓ ଇନ୍ଧନ ବିମାନ ମୁତୟନ କରିଛି । ଭାରତକୁ ଦୃଷ୍ଟିରେ ରଖି ଚୀନ୍ ଏହା କରିଥିବା ସନ୍ଦେହ କରାଯାଉଛି । ଏହାଛଡ଼ା ଲାସାଠାରେ ଏକ ସାନସି କେଜେ-୫୦୦ ବିମାନ ରହିଛି । ଏହା ଏକ ଆର୍ଲି ଓ୍ବାର୍ଣ୍ଣିଂ ଏଣ୍ଡ କଣ୍ଟ୍ରୋଲ ଏୟାରକ୍ରାଫ୍ଟ । ଏହା ଦୂରରୁ ଭାରତୀୟ ଲଢୁଆ ବିମାନଗୁଡ଼ିକୁ ଠାବ କରିପାରିବ, ଯେପରିକି ଚୀନ୍ ବିମାନଗୁଡ଼ିକ ସତର୍କ ହୋଇପାରିବେ ।

କେବଳ ଏତିକି ନୁହେଁ, ତିବ୍ବତର ୩ଟି ଏୟାରବେସରେ ମୋଟ ୩୭ଟି ହେଲିକପ୍ଟର ମଧ୍ୟ ରଖାଯାଇଛି । ଏହାଛଡ଼ା ପ୍ରାୟ ୧୨ଟି ଡ୍ରୋନ୍ ମଧ୍ୟ ପ୍ରସ୍ତୁତ ରଖାଯାଇଛି । ଗଲଓ୍ବାନ୍ ସଂଘର୍ଷ ପରେ ଦୁଇ ଦେଶର ସେନା ସୀମାରେ ମୁହାଁମୁହିଁ ଅବସ୍ଥାରେ ଥିବାବେଳେ ଚୀନର ଏପରି ପଦକ୍ଷେପକୁ ନେଇ ଭାରତୀୟ ବାୟୁସେନା ସତର୍କ ହୋଇଯାଇଛି ।