ତ୍ରିଦିନାତ୍ମକ ଯାତ୍ରାର ଶେଷ ଦିନରେ ଲକ୍ଷ୍ମୀନୃସିଂହଙ୍କ ଦର୍ଶନ କଲେ 5T ସଚିବ ଭି କେ ପାଣ୍ଡିଆନ

1 min read

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଠାରେ ଆରମ୍ଭ ହୋଇଛି ଲକ୍ଷ୍ମୀ ନୃସିଂହଙ୍କ ତ୍ରିଦିନାତ୍ମକ ଯାତ୍ରା । ତ୍ରିଦିନାତ୍ମକ ଯାତ୍ରାର ଶେଷ ଦିନରେ ହିଞ୍ଜିଳିକାଟୁ ଗସ୍ତ କରିଛନ୍ତି 5T ସଚିବ ଭି କେ ପାଣ୍ଡିଆନ । ଲକ୍ଷ୍ମୀନୃସିଂହଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ନୃସିଂହ ଚତୁର୍ଦ୍ଦଶୀ ଦିନ ଆରମ୍ଭ ହୋଇଥିବା ଯାତ୍ରାରେ ପ୍ରଥମ ଦିନରେ ପାଟଣା ସାହି ଓ ରଙ୍ଗୁଣି ସାହି ନୃସିଂହ ମନ୍ଦିରରେ ରୀତିନୀତି ଅନୁଯାୟୀ ପୂଜା ଆରମ୍ଭ ହୋଇଥିବା ବେଳେ ଭକ୍ତ ଓ ଶ୍ରଦ୍ଧାଳୁମାନେ ଠାକୁରଙ୍କ ଦର୍ଶନ କରିଥିଲେ ।

ରାତିରେ ବାଦ୍ୟ, ବାଜଣା,ଘଣ୍ଟ,ମହୁରୀ, ବାଣ ସହିତ ଏକ ବିରାଟ ପଟୁଆରରେ ଠାକୁର ନଗର ପରିକ୍ରମା କରିଥାନ୍ତି । ମାନସିକଧାରି ମାନେ ବିଭିନ୍ନ ବେଶ ପରିବେଷଣ କରିଥାନ୍ତି । ତେବେ ଯାତ୍ରାର ଆଜି ଶେଷ ଦିନ ହୋଇଥିବା ବେଳେ ଲକ୍ଷ୍ମୀ ନୃସିଂହଙ୍କ ଦର୍ଶନ କରିଛନ୍ତି 5-ଟି ସଚିବ ଭି କେ ପାଣ୍ଡିଆନ । ଦର୍ଶନ କରିବା ସହ ଲକ୍ଷ୍ମୀ ନୃସିଂହଙ୍କ ପୂଜାର୍ଚ୍ଚନା କରିଛନ୍ତି । ଦର୍ଶନ ସାରିବା ପରେ ସେ ହିଞ୍ଜିଳିକାଟୁରୁ ଫେରିଛନ୍ତି ।