spot_img
Home Blog Page 3359

ଆଜି କୋର୍ଟରେ ହାଜର ହେବେ ସିସୋଦିଆ

ନୂଆଦିଲ୍ଲୀ: ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଜାମିନ ଆବେଦନ କରିଛନ୍ତି । ଗତ ସୋମବାର ଠାରୁ ସିବିଆଇ ତାଙ୍କୁ ରିମାଣ୍ଡ ନେଇଥିବା ବେଳେ ଆଜି ତାଙ୍କ ରିମାଣ୍ଡ ଶେଷ ହେଉଛି ।

ଆଜି ଦିନ ୨ଟାରେ ସିବିଆଇ ତାଙ୍କୁ କୋର୍ଟରେ ହାଜର କରିବ। ତେବେ ରିମାଣ୍ଡ ଅବଧି ସରିବା ପୂର୍ବରୁ ସେ ଜାମିନ ପାଇଁ ଆବେଦନ କରିଛନ୍ତି । ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସିସୋଦିଆଙ୍କୁ ଯଦି ସିବିଆଇ ଆଉ ରିମାଣ୍ଡରେ ନେବ ନାହିଁ, ତାହେଲେ ସେ କୋର୍ଟଙ୍କୁ ତାଙ୍କ ଜାମିନ ଆବେଦନର ଶୁଣାଣି ପାଇଁ ଅନୁରୋଧ କରିବେ ବୋଲି ଜଣାପଡ଼ିଛି ।

ଯଦି ସିବିଆଇ ଆଉ କୌଣସି ରିମାଣ୍ଡର ଆବଶ୍ୟକ ନାହିଁ ବୋଲି କୁହେ, ତାହେଲେ ସିସୋଦିଆଙ୍କ ଜାମିନ ଆବେଦନର ଶୁଣାଣି ହେବ। ଦିଲ୍ଲୀ ଅବକାରୀ ନୀତିରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଉପରାଜ୍ୟପାଳ ଭିକେ ସକ୍ସେନା ଏହାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ସିବିଆଇ ବ୍ୟତୀତ ଇଡି ମଧ୍ୟ ଘଟଣାର ତଦନ୍ତ କରୁଛି। ସିବିଆଇ ଘଟଣାର ତଦନ୍ତ କରି ଗତ ରବିବାର ସିସୋଦିଆଙ୍କୁ ଗିରଫ କରିଥିଲା । ଏହାକୁ ସେ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ। ତେବେ ସର୍ବୋଚ୍ଚ ଅଦାଲତ ତାଙ୍କୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ସିବିଆଇ ଦ୍ୱାରା ଗିରଫ ହେବା ପରେ ସିସୋଦିଆ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ସେ ଦିଲ୍ଲୀର ଶିକ୍ଷା ଠାରୁ ଆରମ୍ଭ କରି ଅର୍ଥ ଭଳି ୧୮ଟି ବିଭାଗର ଦାୟିତ୍ୱରେ ଥିଲେ ।

ଆଜି ବିଶ୍ବ ମେଦବହୁଳତା ଦିବସ, ସଚେତନ ହେଲେ ରହିପାରିବା ସୁସ୍ଥ

ଭୁବନେଶ୍ବର: ସାରା ବିଶ୍ବରେ ଆଜି ମେଦ ବହୁଳତା ଏକ ବଡ଼ ସମସ୍ୟା ରୂପେ ଦେଖାଯାଇଛି । ଏଥିରୁ ରକ୍ଷା ପାଇବା ପାଇଁ ଆରୋ ଫାଉଣ୍ଡେସନ ପକ୍ଷରୁ ପ୍ରତି ବର୍ଷ ମାର୍ଚ୍ଚ ୪ ତାରିଖକୁ ମେଦ ବହୁଳତା ସଚେତନତା ଦିବସ ଭାବେ ପାଳନ କରାଯାଉଛି । ସାଧାରଣତଃ ଲୋକମାନେ ଏବେ ଗାଡି ମଟରରେ ଯିବା ଆସିବା କରିବା, କମ ପରିଶ୍ରମ, ଅଧିକ ଖାଦ୍ୟ ଖାଇବା ଦ୍ବାରା ଶରୀରରେ ଅନେକ ରୋଗ ବ୍ୟାପିଥାଏ ।

ବୟସ ଓ ଉଚ୍ଚତା ଅନୁସାରେ ଶରୀରର ମୋଟାପା ବଢିଯାଉଛି । କେବଳ ଏତିକି ନୁହେଁ ଥରେ ଜଣେ ବ୍ୟକ୍ତି ମେଦ ବହୁଳତାର ଶିକାର ହେଲେ ହୃଦ ସମସ୍ୟା, ଲିଭର ଯନ୍ତ୍ରଣା ଆଦି ବିଭିନ୍ନ ରୋଗରେ ପଡିପାରେ । ସେପଟେ ଏହି ରୋଗରୁ ମୁକ୍ତି ପାଇବା ପାଇଁ ପ୍ରତେକ ବ୍ୟକ୍ତି ଯୋଗ, ବ୍ୟାୟାମ, ସାଇକେଲ ଚାଳନା କରିବା ନିହାତି ଆବଶ୍ୟକ । ଏହା ସହ ଖାଦ୍ୟପେୟରେ ଖୁବ ସଚେତନତା ଅବଲମ୍ବନ କରିବା ଉଚିତ ।

ଏହି ଅବସରରେ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି ପାଇଁ ଏକାମ୍ର କାନନ ପାର୍କ ନିକଟରେ ଡାକ୍ତରଙ୍କ ପକ୍ଷରୁ ଏକ ଓ୍ବାକାଥାନ ଆୟୋଜିତ ହୋଇ ସିଆରପି ଛକ ପର୍ଯ୍ୟନ୍ତ ଯାଇଥିଲା ।

ଚିନ୍ମୟୀ ମୃତ୍ୟୁ ମାମଲା; ବୟଫ୍ରେଣ୍ଡର ହେବ ଲାଏ ଡିଟେକ୍ସନ ଟେଷ୍ଟ

ସମ୍ବଲପୁର: ଭିସୁଟର ପୂର୍ବତନ ଛାତ୍ରୀ ଚିନ୍ମୟୀ ମୃତ୍ୟୁ ମାମଲା । ଘଟଣାରେ ୨ଜଣଙ୍କର ହେବ ଲାଏ ଡିଟେକ୍ସନ ଟେଷ୍ଟ । ବୟଫ୍ରେଣ୍ଡ ପ୍ରୀତିମାନ ଦେ ଓ ବନ୍ଧୁ ମାନସ ଟୁଡୁଙ୍କର ହେବ ମିଛ ଧରା ପରୀକ୍ଷା ।

ସମ୍ବଲପୁର ପୋଲିସର ଏକ ଟିମ୍ ଦୁଇଜଣଙ୍କୁ ଭୁବନେଶ୍ବର ଆଣିଥିବା ସୂଚନା ମିଳିଛି । ଗତକାଲି ଭୁବନେଶ୍ବର ବିଜେବି ନଗର ସ୍ଥିତ ଭଡାଘରେ ଛାନଭିନ୍ କରିଥିଲା ସମ୍ବଲପୁର ଟିମ୍ । ଡିସେମ୍ବରରେ ଘର ଛାଡ଼ିଥିଲେ ବି ସେଠାରେ ଚିନ୍ମୟୀଙ୍କ ଜିନିଷପତ୍ର ରହିଛି । ଦୁଇଟି ଘର ଛାଡି ରହୁଥିଲେ ବୟଫ୍ରେଣ୍ଡ ପ୍ରୀତିମାନ ।

ଅନେକ ସମୟରେ ପ୍ରୀତିମାନ ଚିନ୍ମୟୀଙ୍କ ଘରକୁ ଆସୁଥିବା ଭଡ଼ାଘର ମାଲିକାଣୀ କହିଛନ୍ତି । ତେବେ କେବଳ ବନ୍ଧୁ ଭାବେ ସାହାଯ୍ୟ କରିଥିବା କହିଛନ୍ତି ପ୍ରୀତିମାନଙ୍କ ମା’ । ତଦନ୍ତ ପାଇଁ ଦୁଇଟି ଟିମ୍ ସୋନପୁର ଓ ବଲାଙ୍ଗିରରେ ଯାଞ୍ଚ କରିଛନ୍ତି । ଘଟଣାସ୍ଥଳରେ ସୁରାଗ ଖୋଜୁଛି ବୁର୍ଲା ପୋଲିସ୍ ଓ ସାଇଣ୍ଟିଫିକ୍ ଟିମ୍ ।

ଘଟଣା ଦିନ ମାଆଙ୍କୁ ଫଟୋ ପଠାଇବା ସହ ସ୍ବାଭାବିକ ଭାବେ କଥା ହୋଇଥିଲେ ଚିନ୍ମୟୀ । ସଂଧ୍ୟା ୬ଟାରେ ଘରକୁ ଫେରିବାକୁ କହିଥିଲେ । କିନ୍ତୁ ପରେ ଭଉଣୀ ଜନ୍ମଦିନ ପାଇଁ ଭୁବନେଶ୍ବର ଆସୁଥିବା ଜଣାଇଥିଲେ । ବସରେ ବସିବା ପରେ ମାଆ କଲ୍ କରିବାକୁ କହିଥିଲେ, ହେଲେ କଲ୍ କରିନଥିଲେ । ତେଣୁ ଝିଅ କେବେ ଆତ୍ମହତ୍ୟା କରି ପାରିବ ନାହିଁ ବୋଲି କହିଛନ୍ତି ମୃତ ଚିନ୍ମୟୀଙ୍କ ବାପା ।

କୋଟିଆ ବିବାଦ: ଆନ୍ଧ୍ରକୁ ସମନ କଲେ ସୁପ୍ରିମକୋର୍ଟ

କୋରାପୁଟ: କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶକୁ ସମନ କରିଛନ୍ତି ସୁପ୍ରିମକୋର୍ଟ । ଆନ୍ଧ୍ରପ୍ରଦେଶକୁ ୨୮ ଦିନ ଭିତରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।  ସମ୍ବିଧାନର ଧାରା ୧୩୧ ଅନୁସାରେ ଏହି ମାମଲାର ବିଚାର ପାଇଁ ଓଡ଼ିଶା ସରକାର ଆବେଦନ କରିଥିଲେ ।

କୋଟିଆ ବିବାଦରେ ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ସମନ କରିଛନ୍ତି ସୁପ୍ରିମକୋର୍ଟ । ୨୮ ଦିନ ଭିତରେ ହାଜର ହୋଇ କୋଟିଆ ମାମଲାରେ ଓଡ଼ିଶା ଆବେଦନ କରିଥିବା ମାମଲାର ଜବାବ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । କୋଟିଆ ମାମଲାକୁ ୨୦୦୬ରେ ସୁପ୍ରିମକୋର୍ଟ ଖାରଜ କରି ଦେଇଥିଲେ । ଏହି ନିର୍ଦ୍ଦେଶକୁ  ସୁପ୍ରିମକୋର୍ଟ ଆଇନଜୀବୀ ଶିବ ଶଙ୍କର ମିଶ୍ର ଚ୍ୟାଲେଞ୍ଜ କରି ପୁଣି ଥରେ ଆବେଦନ କରିଥିଲେ । ଏହି ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆନ୍ଧ୍ରପ୍ରଦେଶ ଏବଂ କେନ୍ଦ୍ର ସରକାରଙ୍କୁ ଜବାବ ରଖିବା ପାଇଁ ସମନ କରିଛନ୍ତି ।

ନିର୍ଦ୍ଧାରିତ ସମୟରେ ଦୁଇ ଜଣ ସୁପ୍ରିମକୋର୍ଟରେ ହାଜର ନହେଲେ ମଧ୍ୟ ସର୍ବୋଚ୍ଚ ନ୍ୟାୟାଳୟ ମାମଲାର ଶୁଣାଣି କରିବେ । ଏଥିପାଇଁ ସେମାନେ ଦାୟୀ ରହିବେ ବୋଲି ସୁପ୍ରିମକୋର୍ଟ କହିଛନ୍ତି  ।

ପୁରୀରେ 5T ସଚିବ ଭି.କେ ପାଣ୍ଡିଆନ, ପରିକ୍ରମା ପ୍ରକଳ୍ପ କାର୍ଯ୍ୟର କଲେ ଅନୁଧ୍ୟାନ

ପୁରୀ: ପୁରୀରେ 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନ । 5T ସଚିବ ଆଜି ପୁରୀ ଗସ୍ତରେ ଆସି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ଯ୍ୟର ଅନୁଧ୍ୟାନ କରିଛନ୍ତି । ଶ୍ରୀମନ୍ଦିର ଚାରିପାଖ ବୁଲି ଦେଖିବା ସହ ନିର୍ମାଣ ହୋଇଥିବା ସମସ୍ତ କାର୍ଯ୍ୟକୁ ଯାଞ୍ଚ କରିଛନ୍ତି ।

ସେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ବେଢ଼ା ପରିକ୍ରମା କରିଥିଲେ । ଏହାପରେ ମା’ ବିମଳାଙ୍କ ମନ୍ଦିର ଓ ପାର୍ଶ୍ଵ ଦେବାଦେବୀଙ୍କ ଦର୍ଶନ କରିଛନ୍ତି । 5T ସଚିବ ଭି କାର୍ତ୍ତିକେୟନ ପାଣ୍ଡିଆନଙ୍କ ସାଥିରେ ପତ୍ନୀ ସୁଜାତା କାର୍ତ୍ତିକେୟନ ପାଣ୍ଡିଆନ ମଧ୍ୟ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି ।

ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ

କେନ୍ଦୁଝର: ଆନନ୍ଦପୁର ଉପଖଣ୍ଡ ହାଟଡିହି ବ୍ଲକ ବେରୁଣିପଦି ଗାଁରେ ଆଜି ଉଦଘାଟନ ହେବ ଉତ୍କଳ ଗୌରବ ଇଣ୍ଟରନ୍ୟାସନାଲ ସ୍କୁଲ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଇଣ୍ଟରନ୍ୟାସନାଲ ସ୍କୁଲକୁ ଉଦଘାଟନ କରିବେ ।

ଡାକ୍ତର ପ୍ରଦୀପ ସେଠୀଙ୍କ ତତ୍ତ୍ବାବଧାନରେ ଆରମ୍ଭ କରାଯାଇଥିବା ଏହି ବିଦ୍ୟାଳୟରେ ଗ୍ରାମାଞ୍ଚଳର ୨୫ ଶହ ଛାତ୍ରଛାତ୍ରୀଙ୍କୁ ବିନା ଦେୟରେ ପାଠ ପଢ଼ାଇବାକୁ ଯୋଜନା କରାଯାଇଛି । ପ୍ରଦୀପ ସେଠୀଙ୍କ ନିଜ ଗାଁ ବେରୁଣିପଦିରେ ଗରୀବ ଛାତ୍ରଛାତ୍ରୀଙ୍କୁ ଶିକ୍ଷାକ୍ଷେତ୍ରରେ ଅଗ୍ରସର କରାଇବାକୁ ଏହି ପରିକଳ୍ପନା କରାଯାଇଛି ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହାର ଉଦଘାଟନ କରିବେ । ଏହି କାର୍ଯ୍ୟକ୍ରମରେ ଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାଶ, ସାଂସଦ ପିନାକୀ ମିଶ୍ର, ସାଂସଦ ଚନ୍ଦ୍ରାଣି ମୁର୍ମୁ, କଣ୍ଠଶିଳ୍ପୀ ଅନୁରାଧା ପୌଡଓ୍ବାଲ, ଯୁବିନ ନୌଟାଲଙ୍କ ସମେତ ଅନେକ ବଡ କଳାକାର ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଆଜି ବି ଉପାସରେ ବାବା କପିଳେଶ୍ୱର, ପ୍ରତିବାଦରେ ମନ୍ଦିର ଆଗରେ ଧାରଣା ଦେଲେ ଶ୍ରଦ୍ଧାଳୁ

ଭୁବନେଶ୍ୱର: ଆଜି ବି ଉପାସରେ ବାବା କପିଳେଶ୍ୱର । ଦୁଇ ସେବାୟତ ମଧ୍ୟରେ ବିବାଦ ଯୋଗୁ ମନ୍ଦିରରେ ପଡ଼ିଛି ତାଲା । ଫଳରେ ଦର୍ଶନରୁ ବଞ୍ଚିତ ହୋଇଛନ୍ତି ଶ୍ରଦ୍ଧାଳୁ । ପ୍ରତିବାଦରେ ମନ୍ଦିର ଆଗରେ ଧାରଣା ଦେଇଛନ୍ତି ଶ୍ରଦ୍ଧାଳୁ । ବାବାଙ୍କର ଯେମିତି ସବୁଦିନ ଭଳି ପୂଜା ରୀତିନୀତି ହୋଇପାରିବ ଓ କିପରି ଦର୍ଶନ ଏହି ଦାବିରେ ଅନଶନ କରିଛନ୍ତି ଶ୍ରଦ୍ଧାଳୁ । ପୋଲିସ ଆଲୋଚନା ଜାରି ରଖିଥିଲେ ବି କୌଣସି ନିଷ୍କର୍ସ ବାହାରି ପାରିନାହିଁ । ଉଭୟ ମଲିଆ, ଖୁଣ୍ଟିଆ ସେବାୟତ ଓ ଭକ୍ତଙ୍କ ସହିତ ପ୍ରଶାସନ ଆଲୋଚନା କରିଛି । ଆସନ୍ତାକାଲି ପୁରୀ ଶଙ୍କରାଚାର୍ଯ୍ୟଙ୍କ ପରାମର୍ଶ ନେଇ ସମାଧାନ କରିବାକୁ ଶ୍ରଦ୍ଧାଳୁ ଦାବି କରିଛନ୍ତି ।

ବିବାଦୀୟ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ସମନ କଲେ ସୁପ୍ରିମକୋର୍ଟ, ୨୮ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର: ବିବାଦୀୟ କୋଟିଆ ପ୍ରସଙ୍ଗରେ ଆନ୍ଧ୍ରପ୍ରଦେଶକୁ ସମନ କଲେ ସୁପ୍ରିମକୋର୍ଟ । ୨୮ ଦିନ ଭିତରେ ହାଜର ହେବାକୁ ନିର୍ଦ୍ଦେଶ । ସମ୍ବିଧାନର ଧାରା ୧୩୧ ଅନୁସାରେ ମାମଲାର ବିଚାର ପାଇଁ ଓଡ଼ିଶା ସରକାର କରିଥିଲେ ଆବେଦନ । ନିଜ ଓକିଲ ମାଧ୍ୟମରେ କୋର୍ଟରେ ହାଜର ହେବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ସେହିଦିନ ନିଜ ସମର୍ଥନରେ ଥିବା ସାକ୍ଷୀ ଓ ପ୍ରମାଣକୁ କୋର୍ଟରେ ହାଜର କରିବା ପାଇଁ ଆନ୍ଧପ୍ରଦେଶକୁ କୁହାଯାଇଛି ।

ସୁପ୍ରିମକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ନୋଟିସକୁ ଗୁରୁତର ସହ ନେବାକୁ କୁହାଯାଇଛି । ଯଦି ଆନ୍ଧ୍ରପ୍ରଦେଶ ସେହିଦିନ ଅନୁପସ୍ଥିତ ରହିଲା, ତାସତ୍ତ୍ୱେ ବି ମାମଲାର ଶୁଣାଣି ହେବ । ଏଥିପାଇଁ ଆନ୍ଧ୍ରପ୍ରଦେଶ ଦାୟୀ ରହିବ ବୋଲି ନୋଟିସରେ ସ୍ପଷ୍ଟ ଭାବେ କୁହାଯାଇଛି । ଏହି ମାମଲା ଜାନୁଆରୀ ୪, ୨୦୨୨ରେ ସୁପ୍ରିମକୋର୍ଟରେ ଶୁଣାଣି ପାଇଁ ଆବେଦନ ହୋଇଥିଲା । କିନ୍ତୁ ଏସମ୍ପର୍କିତ କୌଣସି ସଠିକ୍ ତଥ୍ୟ ଆନ୍ଧ୍ରପ୍ରଦେଶ ପକ୍ଷରୁ ଦାଖଲ କରାଯାଇନଥିଲା ।

ଏସଏଚଜିରୁ ଉଦ୍ୟୋଗୀ, ମାଆ ସାଜିବେ ରୂପାନ୍ତରର ସାରଥି

ଭୁବନେଶ୍ୱର: ଓଡ଼ିଶାର ମାଆମାନେ ରୂପାନ୍ତରର ସାରଥି ସାଜିଛନ୍ତି । ୭୦ ଲକ୍ଷ ମାଆ ଆଜି ଏସଏଚଜିରୁ ହେବାକୁ ଯାଉଛନ୍ତି ଉଦ୍ୟୋଗୀ । ସେମାନେ କାହାଠୁ କମ୍‌ ନୁହନ୍ତି । ପ୍ରତିଭା ଓ ଦକ୍ଷତା ଦ୍ୱାରା ନିଜ ପାଇଁ ସୃଷ୍ଟି କରିଛନ୍ତି ସ୍ୱତନ୍ତ୍ର ସ୍ଥାନ । ମାଆମାନେ ପ୍ରମାଣିତ କରିଛନ୍ତି, ଝିଅ ଆଜି ପରିବାର ପାଇଁ ବୋଝ ନୁହଁ, ପରିବାରର ମଣି- କନ୍ୟାରତ୍ନ । ମାର୍ଚ୍ଚ ୮ ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଆଜି ଲୋକସେବା ଭବନ କନଭେନସନ ସେଣ୍ଟରରେ ସପ୍ତାହବ୍ୟାପୀ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ଚଳିତବର୍ଷ ଆନ୍ତର୍ଜାତିକ ମହିଳା ଦିବସର ଥିମ୍ ରହିଛି ‘ନବ ପରିବର୍ତ୍ତନ ଓ ପ୍ରଯୁକ୍ତିବିଦ୍ୟା ଦ୍ୱାରା ଲିଙ୍ଗଗତ ସମାନତା ହାସଲ’। ଏହା ଉପରେ ମୁଖ୍ୟମନ୍ତ୍ରୀ ଆଲୋକପାତ କରିଥିଲେ । ଇନୋଭେସନ ଓ ଟେକ୍ନୋଲୋଜିର ପ୍ରୟୋଗରେ ଶିକ୍ଷା, ନିଯୁକ୍ତି, କର୍ମକ୍ଷେତ୍ର ଏବଂ ସମାଜର ସବୁ କ୍ଷେତ୍ରରେ ବିଭେଦ ଦୂର କରି ମହିଳାଙ୍କ ଅଧିକାରର ସୁରକ୍ଷା କରାଯାଉଛି । ରୋକାଯାଇ ପାରୁଛି ମହିଳାବିରୋଧୀ ହିଂସା । ଏ ଦିଗରେ ସମସ୍ତେ କାମ କରିବାକୁ ମୁଖ୍ୟମନ୍ତ୍ରୀ ଆହ୍ବାନ ଦେଇଥିଲେ । ଏହି ଅବସରରେ ମହିଳାଙ୍କ ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ପଦକ୍ଷେପକୁ ବିଭାଗୀୟ ମନ୍ତ୍ରୀ ବାସନ୍ତୀ ହେମ୍ବ୍ରମ ପ୍ରଶଂସା କରିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ମହିଳା ଓ ଶିଶୁ ବିକାଶ ବିଭାଗର ଯୁବ ମାସ୍କଟ ‘କୁନି’ର ଉନ୍ନୋଚନ ସହିତ ନୂଆ ଶିଶୁନୀତି ‘ପ୍ରାରମ୍ଭ’ର ଶୁଭାରମ୍ଭ କରିଥିଲେ । ଆଶୀର୍ବାଦ ଯୋଜନାର ଏମଆଇଏସ୍ ପୋର୍ଟାଲ୍, ଓ୍ଵାନ୍ ଷ୍ଟପ୍ ସେଣ୍ଟର, ସଫଳ ମହିଳାଙ୍କ କାହାଣୀ ଉପରେ ଏକ କେସ୍ ଷ୍ଟଡି ବୁକଲେଟ ମଧ୍ୟ ଉନ୍ମୋଚିତ ହୋଇଛି । ୩ ଜଣ ଶ୍ରେଷ୍ଠ ଅଙ୍ଗନବାଡ଼ି କର୍ମୀ, ଶ୍ରେଷ୍ଠ ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ଏବଂ ଶ୍ରେଷ୍ଠ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ପୁରସ୍କୃତ କରାଯାଇଥିଲା।

 

ପଶ୍ଚିମରୁ ଦକ୍ଷିଣ ଅର୍ଥନୈତିକ କରିଡର, ରାଜ୍ୟ ବିକାଶରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯୋଡ଼ିବ ନୂଆ ଅଧ୍ୟାୟ

ଭୁବନେଶ୍ୱର: ସାକାର ହେବାକୁ ଯାଉଛି ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନ। ଓଡ଼ିଶା ବିକାଶରେ ବିଜୁ ଏକ୍ସପ୍ରେସ୍ ଓ୍ୱେ ଯୋଡ଼ିବ ଆଉ ଏକ ମାଇଲଷ୍ଟୋନ୍ । ପଶ୍ଚିମରୁ ଦକ୍ଷିଣକୁ ସଂଯୋଗ କରିବ ୧୧ ଶହ କିଲୋମିଟରରୁ ଅଧିକ ଲମ୍ବା ରାସ୍ତା । ସୁନ୍ଦରଗଡ଼ ରାଉରକେଲାରୁ ଛତିଶଗଡ଼ ଜଗଦଲପୁର । ବିକାଶ ମାନଚିତ୍ରରେ ଯୋଡ଼ି ହେବ ଓଡ଼ିଶାର ପଶ୍ଚିମାଞ୍ଚଳଠୁ ଦକ୍ଷିଣାଞ୍ଚଳ । ବିକାଶ ରଜ୍ଜୁରେ ଏକାଠି ହେବେ ଓଡ଼ିଶା, ତେଲେଙ୍ଗାନା ଓ ଛତିଶଗଡ଼ । ଓଡ଼ିଶାପଟୁ କଳାହାଣ୍ଡି ଆମ୍ବପାଣିରୁ ବରଗଡ଼ ସୋହେଲା ପର୍ଯ୍ୟନ୍ତ ବିଜୁ ଏକ୍ସପ୍ରେସ୍ ଓ୍ବେ କାମ ସମ୍ପୂର୍ଣ୍ଣ ହୋଇଛି । ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସରେ ଏହି ରାସ୍ତାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ।

ମହିଳା ସଶକ୍ତିକରଣରେ ଶିଖର ଛୁଇଁଲାଣି ଓଡ଼ିଶା । ମିଶନ ଶକ୍ତି ମହିଳାଙ୍କୁ ଏସଏମଇ ଉଦ୍ୟୋଗୀର ମାନ୍ୟତା ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ସେମାନଙ୍କ ଉତ୍ପାଦର ବଜାର ସୁବିଧା ପାଇଁ ବିଜୁ ଏକ୍ସପ୍ରେସ୍ ଓ୍ୱେର ଦୁଇ ପାର୍ଶ୍ବରେ ଖୋଲିବ ମିଶନ ଶକ୍ତି ମହିଳାଙ୍କ ଉତ୍ପାଦ ବିକ୍ରି କେନ୍ଦ୍ର । ଏହା ସହିତ ଏସଏମଇ ପାର୍କ ବି ପ୍ରତିଷ୍ଠା ହେବ। ଅର୍ଥନୈତିକ କରିଡରର ବଡ଼ ଉଦାହରଣ ପାଲଟିବ ଏହି ଏକ୍ସପ୍ରେସ୍ ଓ୍ବେ। ଅଭିବୃଦ୍ଧିରେ ଦେଶଠୁ ଆଗରେ ଓଡ଼ିଶା । ମୁଣ୍ଡ ପିଛା ଆୟ ବୃଦ୍ଧିରେ ରାଜ୍ୟ କରିଛି ରେକର୍ଡ । ଗମନାଗମନ ବ୍ୟବସ୍ଥାକୁ ସୁଦୃଢ଼ କରି ଆଞ୍ଚଳିକ ବୈଷମ୍ୟ ଓ ତାରତମ୍ୟ ହ୍ରାସ କରିବା ଏବେ ରାଜ୍ୟ ସରକାରଙ୍କ ଲକ୍ଷ୍ୟ । ଏହି ଏକ୍ସପ୍ରେସ୍ ଓ୍ବେ ହେବ ବାଣିଜ୍ୟ ପାଇଁ ଓଡ଼ିଶାର ଗେଟ୍ ଓ୍ବେ।