କଳାହାଣ୍ଡିରେ ବିକାଶର ମାରାଥନ ସମୀକ୍ଷା, ବେଲଖଣ୍ଡି ଶିବ ମନ୍ଦିରର ଉନ୍ନତି ନେଇ ପ୍ରତିଶ୍ରୁତି ଦେଲେ 5T ସଚିବ

1 min read

କଳାହାଣ୍ଡି: ନୂଆ ରୂପ ପାଇବ କଳାହାଣ୍ଡିସ୍ଥିତ ବେଲଖଣ୍ଡି ଶିବ ମନ୍ଦିର । ମହାଦେବଙ୍କୁ ଦର୍ଶନ ପରେ ବିକାଶର ପ୍ରତିଶ୍ରୁତି ଦେଇଛନ୍ତି  5T ସଚିବ ଭି.କେ ପାଣ୍ଡିଆନ । ୧୫ ଦିନରେ ପ୍ଲାନ ପ୍ରସ୍ତୁତ କରି ଦାଖଲ କଲେ ଖୁବଶୀଘ୍ର ମଞ୍ଜୁରୀ ମିଳିବ ବୋଲି କହିଛନ୍ତି ଭି.କେ ପାଣ୍ଡିଆନ । ବେଲଖଣ୍ଡି ମନ୍ଦିରର ଉନ୍ନତି ପାଇଁ ଯାହା ଦରକାର, ମୁଖ୍ୟମନ୍ତ୍ରୀ ସବୁ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିବା କହିଛନ୍ତି 5T ସଚିବ । ସେଠାରେ ତାଙ୍କୁ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯିବା ସହ ତାଙ୍କ ସହ ହାତ ମିଳାଇବାକୁ ସମସ୍ତେ ଉତ୍ସାହିତ ଥିଲେ ।

କଳାହାଣ୍ଡିରେ ଲୋକଙ୍କ ଭଲପାଇବା ଦେଖି ବେଶ୍‌ ଖୁସି ଥିବା କହିଲେ 5T ସଚିବ । ମୁଖ୍ୟମନ୍ତ୍ରୀ ତାଙ୍କୁ ପଠାଇଛନ୍ତି । ଲୋକଙ୍କ ସହ କଥା ହୋଇ ସିଧା ସେମାନଙ୍କ ସମସ୍ୟାର ସମାଧାନ କରିବେ ବୋଲି କହିବା ପରେ ଖୁସି ଜାହିର କରିଥିଲେ ସାଧାରଣ ଲୋକ । ଏହାସହ ମିଶନ ଶକ୍ତି ମାଆମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ଉନ୍ନତି ପାଇଁ ସହଯୋଗ ସବୁବେଳେ ରହିବ ବୋଲି କହିଛନ୍ତି । ଭଲ କାମ କରିବା ଓ ମୁଖ୍ୟମନ୍ତ୍ରୀଙ୍କ ହାତମୁଠା ଟାଣ କରିବାକୁ ଆହ୍ବାନ ଦେଇଛନ୍ତି ଭି.କେ ପାଣ୍ଡିଆନ । ଏହାସହ ଲୋକଙ୍କ ଦାବିପତ୍ର ଗ୍ରହଣ କରିଛନ୍ତି 5T ସଚିବ ।