ଜାପାନ ହିରୋସୀମାରେ G-7 ସମ୍ମିଟ, ଏକାଠି ହୋଇଛନ୍ତି ବିଶ୍ବର ୭ ଧନଶାଳୀ ରାଷ୍ଟ୍ରମୁଖ୍ୟ

1 min read

ନୂଆଦିଲ୍ଲୀ: ଜାପାନ ହିରୋସୀମାରେ ଜି-୭ ସମ୍ମିଳନୀ । ଏକାଠି ହୋଇଛନ୍ତି ବିଶ୍ବର ୭ଟି ଧନଶାଳୀ ରାଷ୍ଟ୍ରର ମୁଖ୍ୟ । ବୈଠକ ଆରମ୍ଭ ପୂର୍ବରୁ ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ପ୍ରାଣ ହରାଇଥିବା ନାଗରିକଙ୍କ ସ୍ମୃତିରେ କରାଯାଇଥିବା ପିସ୍ ମୋମୋରିଆଲ ପାର୍କରେ ପହଞ୍ଚି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ଏହାସହ ପରିବେଶ ସୁରକ୍ଷା ବାର୍ତ୍ତା ଦେବା ଉଦ୍ଦେଶ୍ୟରେ ରାଷ୍ଟ୍ରମୁଖ୍ୟମାନେ ଚାରା ରୋପଣ ମଧ୍ୟ କରିଥିଲେ । ଆସନ୍ତା ୨୧ ତାରିଖ ଯାଏଁ ଚାଲିବାକୁ ଥିବା ଏହି ସମ୍ମିଳନୀରେ ଜଳବାୟୁ ପରିବର୍ତ୍ତନ ଓ ବିଶ୍ବ ଅର୍ଥ ବ୍ୟବସ୍ଥାକୁ ନେଇ ଆଲୋଚନା କରାଯିବ । ଏହାସହ ଚୀନ ଓ ଋଷର ଆଭିମୁଖ୍ୟକୁ ନେଇ ମଧ୍ୟ ଗୁରୁତ୍ବପୂର୍ଣ୍ଣ ଆଲୋଚନା କରାଯିବ । ୟୁକ୍ରେନ ଉପରେ ଋଷର ଆକ୍ରମଣକୁ ପଶ୍ଚିମୀ ରାଷ୍ଟ୍ରଗୁଡ଼ିକ ନିନ୍ଦା କରୁଥିବା ବେଳେ ମସ୍କୋ ଉପରେ ଅଧିକ ପ୍ରତିବନ୍ଧକ ଲଗାଇବାକୁ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ ପ୍ରସ୍ତାବ ଦେଇପାରନ୍ତି ।

ବୈଠକ ଆରମ୍ଭ ପୂର୍ବରୁ ଋଷର ହୀରା ଉପରେ ବ୍ୟାନ ଲଗାଇବାକୁ ଘୋଷଣା କରିଛନ୍ତି ବ୍ରିଟେନ ପ୍ରଧାନମନ୍ତ୍ରୀ ଋଷି ସୁନକ । ଜି-୭ ସମ୍ମିଳନୀରେ ଯୁଦ୍ଧଗ୍ରସ୍ତ ରାଷ୍ଟ୍ର ୟୁକ୍ରେନ ରାଷ୍ଟ୍ରପତି ଭୋଲୋଦିମିର ଜେଲେନସ୍କି ମଧ୍ୟ ସାମିଲ ହୋଇପାରନ୍ତି । ଜେଲେନସ୍କି ଭିସିରେ ବୈଠକରେ ଯୋଗଦେବା କାର୍ଯ୍ୟକ୍ରମ ରହିଛି । ପଶ୍ଚିମୀ ରାଷ୍ଟ୍ରଗୁଡ଼ିକରୁ ଅଧିକ ସମର୍ଥନ ଓ ଯୁଦ୍ଧ ସହାୟତା ପାଇଁ ସେ ଅପିଲ କରିବେ । ଗ୍ରୁପ-୭ ସମ୍ମିଳନୀରେ ସାମିଲ ହେବାକୁ ହିରୋସୀମା ଅଭିମୁଖେ ବାହାରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପରମାଣୁ ଅସ୍ତ୍ର ବର୍ଜନ କରିବା ସହ ବିଶ୍ବରେ ଶାନ୍ତି ପ୍ରତିଷ୍ଠା ଲାଗି ଜଣେ ସନ୍ଥ ଧାରଣା ଦେଇଛନ୍ତି ।