କୋରାପୁଟ ଲମତାପୁଟ ପିପଳପୁଟରେ ଅଘଟଣ, ପୋଖରୀରେ ବୁଡି ଭାଇ ଭଉଣୀଙ୍କ ମୃତ୍ୟୁ

ଲମତାପୁଟ: ପୋଖରୀରେ ବୁଡ଼ି ଚାଲିଗଲା ଭାଇ ଭଉଣୀଙ୍କ ଜୀବନ । ଏଭଳି ଅଘଟଣ ଘଟିଛି ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମ ନିକଟ ପୋଖରୀରେ । ପୋଖରୀରେ ବୁଡ଼ି ଦୁଇ ଭାଇ ଭଉଣୀଙ୍କ ମୃତ୍ୟୁ । ଲମତାପୁଟ ବ୍ଲକ ପିପଳପୁଟ ଗ୍ରାମ ନିକଟ ପୋଖରୀରେ ଜୀନୁ ବଡ଼ନାୟକଙ୍କ ୫ ବର୍ଷର ପୁଅ ଯୋଗେଶ ଏବଂ ୧୦ ବର୍ଷର ଝିଅ ସନ୍ତୋଷୀ ପୋଖରୀରେ ବୁଡି ମୃତ୍ୟୁ ବରଣ କରିଛନ୍ତି । ବିଲରେ କାର୍ଯ୍ୟ କରୁଥିଲେ ଜୀନୁ ସେହି ସମୟରେ ଦୁଇ ଭାଇ ଭଉଣୀ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ  ।

କିଛି ସମୟ ପରେ ଜୀନୁ ଦୁଇଜଣଙ୍କୁ ଖୋଜା ଖୋଜି ପରେ ମିଳିନଥିଲେ । ସ୍ଥାନୀୟ ଲୋକ ପୋଖରୀରେ ଦୁଇ ଭାଇ ଭଉଣୀ ଭାସୁଥିବା ଦେଖି ବାହାରକୁ କାଢ଼ିଥିଲେ । କିନ୍ତୁ ଦୁଇ ଭାଇ ଭଉଣୀଙ୍କୁ ବଞ୍ଚାଇପାରିନଥିଲେ ।