spot_img
Home Blog Page 3294

ଅଫିସ୍‌ ଯିବାକୁ ଗୁପ୍ତ ଟ୍ରେନର ବ୍ୟବହାର କରୁଛନ୍ତି ଋଷ ରାଷ୍ଟ୍ରପତି

ମସ୍କୋ: ଅଲଗା ଅଲଗା ସହରରେ ଅଫିସ ଓ କଡ଼ା ସୁରକ୍ଷା ପ୍ରୋଟୋକୋଲରେ ପୁଟିନ । ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଘାରିଛି ହତ୍ୟା ଭୟ । ଜୀବନ ପ୍ରତି ରହିଥିବା ସମ୍ଭାବ୍ୟ ବିପଦରୁ ରକ୍ଷା ପାଇବା ପାଇଁ ପୁଟିନ ବ୍ୟକ୍ତିଗତ ସୁରକ୍ଷା ବଢ଼ାଇଦେଇଛନ୍ତି ବୋଲି କହିଛନ୍ତି ପୁଟିନଙ୍କ ପୂର୍ବତନ ସୁରକ୍ଷା ଅଧିକାରୀ ଗ୍ଲିବ କରାକୁଲବ ।

ସୁରକ୍ଷିତ ରହିବା ପାଇଁ ପୁଟିନଙ୍କ ସୁରକ୍ଷା ବ୍ୟବସ୍ଥା ବଢ଼ା ଯାଇଥିବା ବେଳେ ବିଭିନ୍ନ ସହରରେ ରହିଥିବା ଅଫିସକୁ ଯିବା ପାଇଁ ସେ ଗୁପ୍ତ ଟ୍ରେନ ନେଟଓ୍ବର୍କର ବ୍ୟବହାର କରୁଛନ୍ତି ବୋଲି ଗ୍ଲିବ ଖୁଲାସା କରିଛନ୍ତି । ପୁଟିନଙ୍କ ବିରୋଧରେ ହତ୍ୟା ଷଡଯନ୍ତ୍ର କରାଯାଉଥିବା ସନ୍ଦେହ କରି ସେ କାଜଖାସ୍ତାନ ଠାରେ ଥିବା ଦୂତାବାସର ବଙ୍କର ଭିତରେ ରହୁଛନ୍ତି । ନିଟକରେ ଦେଇଥିବା ଏକ ଇଣ୍ଟରଭ୍ୟୁରେ ଗ୍ଲିବ ପୁଟିନଙ୍କ ବ୍ୟକ୍ତିଗତ ସୁରକ୍ଷାକୁ ନେଇ ବଡ଼ ଖୁଲାସା କରିଛନ୍ତି ।

ଗ୍ଲିବ ପୁଟିନଙ୍କୁ ଯୁଦ୍ଧ ଅପରାଧୀ କହିବା ସହ ପୁଟିନଙ୍କ ବିଦେଶ ଗସ୍ତ ସମୟରେ ତାଙ୍କ ସହ ଫାୟାର ଫାଇଟର, ଫୁଡ ଟେଷ୍ଟର ଓ ଇଞ୍ଜିନିୟର ସାମିଲ ହୋଇଥାନ୍ତି ବୋଲି କହିଛନ୍ତି । ୨୦୨୦ କରୋନା ମହାମାରୀ ପରେ ପୁଟିନଙ୍କ ଜୀବନଶୈଳୀରେ ଅନେକ ପରିବର୍ତ୍ତନ ହୋଇଛି । ସେ ମୋବାଇଲ ଫୋନ କିମ୍ବା ଇଣ୍ଟରନେଟର ମଧ୍ୟ ବ୍ୟବହାର କରନ୍ତି ନାହିଁ ।

ଗାଜିଆବାଦରୁ ଗାୟକ ସମର ସିଂ ଗିରଫ, ଜାରି ହୋଇଥିଲା ଲୁକ୍‌ଆଉଟ ନୋଟିସ୍‌

ଲକ୍ଷ୍ନୌ: ଲୋକପ୍ରିୟ ଭୋଜପୁରୀ ଅଭିନେତ୍ରୀ ଆକାଂକ୍ଷା ଦୁବେ ଆତ୍ମହତ୍ୟା ଘଟଣାରେ ଗାଜିଆବାଦରୁ ଗାୟକ ସମର ସିଂ ଗିରଫ । ଗତକାଲି ସମର ଓ ଅନ୍ୟ ସହଯୋଗୀ ସଞ୍ଜୟ ସିଂଙ୍କ ବିରୋଧରେ ଜାରି ହୋଇଥିଲା ଲୁକଆଉଟ ନୋଟିସ । କିଛିଦିନ ତଳେ ସାରନାଥର ଏକ ହୋଟେଲରୁ ଆକାଂକ୍ଷାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା । ଦେଶଛାଡ଼ି ଯେପରି ସେମାନେ ଚାଲିଯିବେ ନାହିଁ ସେଥିଲାଗି ସମସ୍ତ ବିମାନ ବନ୍ଦରକୁ ଆଲର୍ଟ କରାଯାଇଥିଲା ।

ସେପଟେ ଆକାଂକ୍ଷାଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ସନ୍ଦେହ ବ୍ୟକ୍ତ କରିଛନ୍ତି ଆକାଂକ୍ଷାଙ୍କ ମା ମଧୁ ଦୁବେଙ୍କ ଓକିଲ ଶଶାଙ୍କ ଶେଖର ତ୍ରିପାଠୀ । ଏହି ଘଟଣାର ସିବିଆଇ ବା ସିବି-ସିଆଇଡି ତଦନ୍ତ ଦାବି କରିଛନ୍ତି ଆଇନଜୀବୀ । ଏନେଇ ସେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଚିଠି ଲେଖିଛନ୍ତି । ୨୫ ବର୍ଷ ବୟସ୍କା ଆକାଂକ୍ଷା ଆତ୍ମହତ୍ୟା କରିନାହାନ୍ତି ବରଂ ତାଙ୍କୁ ହତ୍ୟା କରାଯାଇଛି ବୋଲି ସେ ଅଭିଯୋଗ କରିଛନ୍ତି ।

ଗତ ମାର୍ଚ୍ଚ ୨୬ ତାରିଖରେ ସାରନାଥର ଏକ ହୋଟେଲରେ ଆକାଂକ୍ଷାଙ୍କ ମୃତଦେହ ଝୁଲୁଥିବା ଦେଖାଯାଇଥିଲା । ସେ କସମ ପୈଦା କରନେ ଓ୍ବାଲେ କି-୨, ମୁଝସେ ସାଦି କରୋଗି, ବୀରୋ କି ବୀର ଆଦି ଭୋଜପୁରୀ ଫିଲ୍ମରେ ଅଭିନୟ କରିଥିଲେ ।

ବଦ୍‌ଲା ନେଲା ଇସ୍ରାଏଲ, ଭୋରରୁ ଗାଜାର ଲେବନନ୍‌ରେ ଆଟାକ୍‌

ଜେରୁଜେଲମ: ଇସ୍ରାଏଲ-ପାଲେଷ୍ଟାଇନ ବିବାଦ ତେଜିଲା । ଗାଜା ଉପରେ ପୁଣି ଏୟାର୍‌ ଷ୍ଟ୍ରାଇକ୍ କରିଛି ଇସ୍ରାଏଲ୍‌। ଶୁକ୍ରବାର ଭୋରରୁ ଗାଜାର ଲେବନନ ଉପରେ ଆଟାକ୍‌ କରିଛି ଇସ୍ରାଏଲ । ଅଲ-ଉସକା ମସଜିଦ ଉପରେ ଇସ୍ରାଏଲର ଆକ୍ରମଣ ପରେ ଆତଙ୍କୀ ସଂଗଠନ ହମାସ ଇସ୍ରାଏଲ ଉପରେ ରକେଟ ମାଡ କରିଥିଲା । ଇସ୍ରାଏଲ ଏହାର ପ୍ରତିଶୋଧ ନେଇଥିବା ଜଣାପଡ଼ିଛି ।

ଗତ ବୁଧବାର ଜେରୁଜେଲମରେ ଥିବା ଅଲ୍‌ ଅକ୍‌ସା ମସ୍‌ଜିଦ୍‌ରେ ମାର୍‌ପିଟ୍ ହେବା ପରେ ପାଲେଷ୍ଟାଇନ୍ ଓ ଇସ୍ରାଏଲ୍ ସମ୍ପର୍କ ପୁଣି ଥରେ ତିକ୍ତ ହୋଇଛି। ଶ୍ରଦ୍ଧାଳୁମାନେ ମସ୍‌ଜିଦ୍‌ରେ ପ୍ରାର୍ଥନା କରୁଥିବା ବେଳେ ଇସ୍ରାଏଲ୍‌ର ସେନା କର୍ମୀ ମସ୍‌ଜିଦରେ ପଶିଥିଲେ। ଏହାପରେ ଶ୍ରଦ୍ଧାଳୁ ଓ ଇସ୍ରାଏଲ୍ ସେନା ମଧ୍ୟରେ ମାର୍‌ପିଟ୍ ହୋଇଥିଲା। ପାଲେଷ୍ଟାଇନ୍ ପକ୍ଷରୁ ଏହାକୁ ବିରୋଧ କରାଯିବା ସହ ଇସ୍ରାଏଲ ଉପରେ ରକେଟ୍ ମାଡ଼ କରାଯାଇଥିଲା।

ଏହାପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ନେତନ୍ୟାହୁ ଶତ୍ରୁ ଆକ୍ରମଣର ଦୃଢ଼ ଜବାବ ଦିଆଯିବ ବୋଲି ଘୋଷଣା କରିଥିଲେ। ନେତନ୍ୟାହୁଙ୍କ ପ୍ରତଶ୍ରୁତିର କିଛି ସମୟ ପରେ ଲେବନନର ଅନେକ ସ୍ଥାନରେ ବିସ୍ଫୋରଣ ହୋଇଥିଲା। ଆକ୍ରମଣ ପରେ ଶତ୍ରୁଙ୍କୁ ଉଚିତ ଜବାବ ଦେଇଛୁ ବୋଲି ନେତନ୍ୟାହୁ କହିଛନ୍ତି। ଇସ୍ରାଏଲ ସେନା କହିଛି ଯେ ଆମେ ଲେବନାନରେ ସକ୍ରିୟ ଥିବା ହମାସ ଉପରେ ଆକ୍ରମଣ କରିଛୁ। ଗାଜା ଉପରେ ୨୫ଟି ଓ ଲେବାନନ ଉପରେ ୩୪ଟି ରକେଟ ମାଡ଼ କରିଛି ଇସ୍ରାଏଲ । ୨୦୦୬ ପରେ ଏହାକୁ ସବୁଠୁ ହମଲା ବୋଲି ଇସ୍ରାଏଲ ଆର୍ମି ପକ୍ଷରୁ କୁହାଯାଇଛି ।

ଶ୍ବଶୁର ଘର ଗାଁରେ ଝୁଲି ପଡିଲେ କନଷ୍ଟେବଳ, ଗଛରୁ ମୃତଦେହ ଉଦ୍ଧାର

ମାଲକାନଗିରି: ଜିଲ୍ଲା ପୋଲିସ ବିଭାଗରେ କାର୍ଯ୍ୟରତ କନଷ୍ଟେେବଳଙ୍କ ଆତ୍ମହତ୍ୟା । ମୃତକ ହେଲେ ସୁଶାନ୍ତ ହାଲଦାର । ପୋଲିସ ROରେ କାର୍ଯ୍ୟରତ ଥିଲେ ସୁଶାନ୍ତ । ସଦର ମହକୁମା MV 42ରେ ଗଛରୁ ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର ହୋଇଛି । ଘଟଣା ସ୍ଥଳରେ ମାଲକାନଗିରି ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ତେବେ କନେଷ୍ଟବଳ ସୁଶାନ୍ତଙ୍କ ନିଜ ଘର ଉମରକୋଟ ହୋଇଥିବା ବେଳେ MV 42ରେ ବିବାହ କରିବା ସହ ରହିଆସୁଥିଲେ । ସୁଶାନ୍ତ କାହିଁକି ଆତ୍ମହତ୍ୟା କଲେ ତଦନ୍ତ କରୁଛି ପୋଲିସ ।

ନିୟମ ଭାଙ୍ଗିଲେ ସ୍କୁଟି ଚାଳକ, ବାଇକ ଆରୋହୀଙ୍କ ନାଁରେ ଆସିଲା ଫାଇନ୍‌

ଉଦଳା: ମୟୂରଭଞ୍ଜ ଉଦଳା ଖୁଣ୍ଟାରେ ଅଭାବନୀୟ ଘଟଣା । ଗାଡ଼ି ନ ଚଲାଇ କଟିଲା ଚାଲାଣ । ସ୍କୁଟିରେ ୩ ଜଣ ଯାଉଥିବାରୁ ଟ୍ରାଫିକ ନିୟମକୁ ଅବମାନନା ଅଭିଯୋଗରେ ୭ହଜାର ଟଙ୍କା ଫାଇନ୍ ପଡ଼ିଛି । ହେଲେ ଜଣେ ବାଇକ ଚାଳକଙ୍କ ନମ୍ବରରେ କଟିଛି ଫାଇନ୍ । ବାଇକ ଚାଳକଙ୍କୁ ଫାଇନ୍ ମେସେଜ୍ ଆସିଥିବା ବେଳେ , ତାଙ୍କ କହିବା କଥା ହେଲା ଯେ ନା ୨୨ ମାର୍ଚ୍ଚରେ ସେହି ସ୍ଥାନକୁ ସେ ଯାଇଛନ୍ତି, ନା ଫଟୋରେ ଦେଖାଉଥିବା ସ୍କୁଟି ତାଙ୍କର ।

ତେବେ ବାଇକ୍ ନମ୍ବରରେ ଚାଲାଣ କଟିଲା କେମିତି ବୋଲି ପ୍ରଶ୍ନ କରିଛନ୍ତି ଖୁଣ୍ଟା ଅଞ୍ଚଳର ତରୁଣ ମିଶ୍ର । ଏନେଇ ବାରିପଦା ଏସଡିଜେଏମ କୋର୍ଟରେ ମାମଲା ରୁଜୁ ହୋଇଛି ।

ସମାଜସେବାରେ ଯୁକ୍ତ ଦୁଇ ଛାତ୍ର, ସରକାରୀ ମେଡିକାଲରେ ଦାନ କରୁଛନ୍ତି କେଶ

ଭଦ୍ରକ: ଅସହାୟଙ୍କ ସାଥୀ ସୁଦାମ । ଭୁବନେଶ୍ବରରୁ ଭଦ୍ରକ ଏବେ ତାଙ୍କ ସମାଜସେବାର ଚର୍ଚ୍ଚା । ରାଜଧାନୀ କଲେଜରେ ଯୁକ୍ତ ୨ରେ ପଢ଼ନ୍ତି ଭଦ୍ରକ ଚାନ୍ଦବାଲି ସୁନ୍ଦରପୁରର ସୁଦାମ ସାହୁ । ଏତେ କମ୍ ବୟସରୁ ଲୋକଙ୍କୁ ସହାୟତା କରିବାରେ ଖୁସିକୁ ସେ ଅନୁଭବ କରିଛନ୍ତି । ପାଠପଢ଼ା ସହ ସମାଜସେବାରେ ନିଜକୁ ଲିପ୍ତ ରଖିବାକୁ ପସନ୍ଦ କରୁଛନ୍ତି ।

ପ୍ରତି ରବିବାର ଏମ୍ସରେ ଅସହାୟ ରୋଗୀ ଓ ସମ୍ପର୍କୀୟଙ୍କୁ ମଧ୍ୟାହ୍ନ ଭୋଜନ ବାଣ୍ଟିବା ସହ ଅଜଣା ବ୍ୟକ୍ତିଙ୍କ ମୃତ୍ୟୁ ହେଲେ ଯେଉଁଠି ଥିଲେ ବି ଧାଇଁ ଆସନ୍ତି ସହାୟତା କରିବାକୁ । କେବଳ ସେତିକି ନୁବେଁ ମୃତଦେହର ସତ୍କାର ବି କରନ୍ତି ସୁଦାମ । ଗତ କିଛି ମାସ ହେବ କ୍ୟାନ୍ସର ରୋଗୀଙ୍କୁ କେଶ ଦାନ କରିବାକୁ ନିଜ ମୁଣ୍ଡରେ କେଶ ରଖିଛନ୍ତି ସେ । ଏକ ସରକାରୀ ମେଡିକାଲରେ ସେ କେଶ ଦାନ କରିବେ ବୋଲି କହିଛନ୍ତି ସୁଦାମ। ଛାତ୍ର ଜୀବନରେ ସୁଦାମଙ୍କର ଏପରି ସାମାଜିକ କାର୍ଯ୍ୟ ପାଇଁ ଗାଁ ଠୁ ରାଜଧାନୀ ସବୁ ତାଙ୍କୁ ଛୁଟିଛି ପ୍ରଶଂସା ।

ରୁଟି ତାୱାରେ ଭାଇକୁ ମାରିଦେଲା ଭାଇ, ଥାନାରେ କଲା ପାଲଟା ଅଭିଯୋଗ

ବରଗଡ: ଭାଇ ସାଜିଲା ବଇରୀ । ପାରିବାରିକ କଳହକୁ ନେଇ ସାନ ଭାଇକୁ ହତ୍ୟା କଲା ବଡ଼ ଭାଇ । ବରଗଡ ଜିଲ୍ଲା ପାଇକମାଲ ଥାନା ଡୁଙ୍ଗୁରିପାଲିରେ ଗତକାଲି ରାତିରେ ଦୁଇ ଭାଇ ମନୋଜ ଓ ଉପେଦ୍ର ସୁନାଙ୍କ ଭିତରେ ଝଗଡା ହୋଇଥିଲା । କଳହ ଏତେ ତୀବ୍ରତର ହୋଇଥିଲା ଯେ, ବଡ଼ ଭାଇ ଉପେନ୍ଦ୍ର ସାନ ଭାଇ ମନୋଜ ସୁନାକୁ ଏକ ରୁଟି ତିଆରି ତାୱାରେ ପିଟିଦେଇଥିଲା ।

ପରେ ଭାଇକୁ ରକ୍ତାକ୍ତ ଅବସ୍ଥାରେ ଦେଖି ପାଇକମାଳ ଥାନାରେ ଆତ୍ମସମର୍ପଣ କରିଥିଲା ହତ୍ୟାକାରୀ ଭାଇ । ଥାନାରେ ଓଲଟା ସାନ ଭାଇ ନାଁରେ ଅଭିଯୋଗ କରିଥିଲା । ଖବର ପାଇ ପାଇକମାଲ ଥାନା ପୋଲିସ ପହଞ୍ଚି ମନୋଜଙ୍କ ମୃତଦେହ ଉଦ୍ଧାର କରିଛି । ଘଟଣାର ତଦନ୍ତ ଜାରି ରହିଛି ।

ଦେଶରେ ମାଡି ଚାଲିଛି କୋରୋନା, ରାଜ୍ୟ ସହ କଥା ହେବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ଦ୍ରୁତ ଗତିରେ ମାଡ଼ିଚାଲିଛି କରୋନା । ସ୍ଥିତିକୁ ନେଇ ଆଜି ସମୀକ୍ଷା କରିବେ କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟ । ସମସ୍ତ ରାଜ୍ୟର ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସହିତ ଆଲୋଚନା କରି ସଂକ୍ରମଣର ସ୍ଥିତି ସମ୍ପର୍କରେ ଅବଗତ ହେବେ । ଦୀର୍ଘଦିନର ବ୍ୟବଧାନ ପରେ ଦେଶରେ ଉପରମୁହାଁ ହୋଇଛି କରୋନା ଗ୍ରାଫ ।

ଦୁଇ ଦିନ ମଧ୍ୟରେ କରୋନାର ନୂଆ ମାମଲାରେ ପାଖାପାଖି ୮୦ ପ୍ରତିଶତ ବୃଦ୍ଧି ଘଟିଛି । ଗତକାଲି ଦୈନିକ ସଂକ୍ରମଣ ୫ହଜାର ପାର ହେବା ପରେ ଆଲର୍ଟରେ ରହିଛନ୍ତି ସରକାର । ଦେଶରେ ଏବେ କରୋନା ଆକ୍ଟିଭ ମାମଲା ୨୫ ହଜାର ଉପରେ ରହିଛି । ଓଡ଼ିଶାରେ ମଧ୍ୟ ସଂକ୍ରମଣ ବଢିବାରେ ଲାଗିଛି । ୩ ଅଙ୍କ ମୁହାଁ ହୋଇଛି ଦୈନିକ କରୋନା ସଂକ୍ରମଣ । ସ୍ଥିତିକୁ ଦୃଷ୍ଟିରେ ରଖି ଟେଷ୍ଟିଂ ସହିତ ସର୍ଭେଲାନ୍ସକୁ ବଢାଇଛି ସ୍ବାସ୍ଥ୍ୟ ବିଭାଗ ।

ସଂକ୍ରମଣ ବଢୁଥିଲେ ମଧ୍ୟ ଡାକ୍ତରଖାନାରେ ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟୁନାହିଁ । ଆସନ୍ତା ୧୦ ଓ ୧୧ ତାରିଖରେ କୋଭିଡ୍ ମକଡ୍ରିଲ କରାଯିବ । ଜନସାଧାରଣ ଭୟଭୀତ ନହୋଇ ସର୍ତକ ରହିବାକୁ ସ୍ବାସ୍ଥ୍ୟ ବିଶେଷଜ୍ଞ ପରାମର୍ଶ ଦେଇଛନ୍ତି ।

ପୁରୀ ବେଳାଭୁମିରେ ଗୁଡ ଫ୍ରାଇଡେ ଶୁଭେଚ୍ଛା ଦେଲେ ସୁଦର୍ଶନ ପଟ୍ଟନାୟକ

ପୁରୀ: ଗୁଡ଼ ଫ୍ରାଇଡେ ଅବସରରେ ପୁରୀ ବେଳାଭୂମିରେ ବାଲୁକା କଳାକୃତି ନିର୍ମାଣ କରିଛନ୍ତି ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ସୁନ୍ଦର୍ଶନ ପଟ୍ଟନାୟକ । ଏହା ସହିତ ଆଜି ବିଶ୍ବ ସ୍ବାସ୍ଥ୍ୟ ଦିବସ ଅବସରରେ ମଧ୍ୟ ସେ କଳାକୃତି ନିର୍ମାଣ କରିଛନ୍ତି । ୬ ଟନ ବାଲିରେ ନିର୍ମିତ କଳାକୃତିରେ ଶାନ୍ତି, ମୈତ୍ରୀର ବାର୍ତ୍ତା ଦିଆଯାଇଛି । ଆକର୍ଷଣୀୟ କଳାକୃତିକୁ ଦେଖିବାକୁ ବେଳାଭୂମିରେ ଲୋକଙ୍କ ଭିଡ଼ ଜମୁଛି ।

ଆଜି ଗୁଡ ଫ୍ରାଇଡେ’ ପାଳୁଛନ୍ତି ଖ୍ରୀଷ୍ଟଧର୍ମୀ, ଅପରାହ୍ନରେ ଶାନ୍ତି ପଦଯାତ୍ରା

କଟକ: ଆଜି ଗୁଡ୍ ଫ୍ରାଇଡେ । ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଦିନ । ଆଜିର ଦିନରେ ପ୍ରଭୁ ଯୀଶୁଙ୍କୁ କ୍ରୁସ ବିଦ୍ଧ କରି ହତ୍ୟା କରାଯାଇଥିଲା ।
। ଆଜି ଖ୍ରୀଷ୍ଟ ଧର୍ମାବଲମ୍ବୀମାନେ ଯୀଶୁଙ୍କ ଶରଣାପନ୍ନ ହୋଇ ନିଜ ଦୋଷ ସ୍ବୀକାର କରିଥାନ୍ତି । ଯାହାକୁ କନ୍ଫେସନ୍ କୁହାଯାଏ । ବିଭିନ୍ନ ଭାଷାରେ ଅର୍ଥାତ୍ ଓଡିଆ, ମାଲାଲୟମ୍, ଇଂରାଜୀ ଓ ହିନ୍ଦୀ ଭାଷାରେ ଭିନ୍ନଭିନ୍ନ ସମୟରେ କନ୍ଫେସନ୍ କରିଥାନ୍ତି ।

ଏଥିପାଇଁ ଉଭୟ ବାପ୍ଟିଷ୍ଟ ଓ କ୍ୟାଥେଲିକ୍ ଚର୍ଚ୍ଚରେ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି । ସାମୂହିକ ପ୍ରାର୍ଥନା କରିବାକୁ ଖ୍ରୀଷ୍ଟ ଧର୍ମାବଲମ୍ବୀଙ୍କ ମଧ୍ୟରେ ଉତ୍ସାହ ଦେଖାଦେଇଛି । ଅପରାହ୍ନରେ ଶାନ୍ତି ପଦଯାତ୍ରା କରି ସହର ପରିକ୍ରମା କରାଯିବ ।