ପୁରୀ: ପୁରୀ ଗସ୍ତରେ ଫାଇଭ-ଟି ସଚିବ ଭି.କେ ପାଣ୍ଡିଆନ । ଆଜି ଶ୍ରୀମନ୍ଦିର ଗସ୍ତ କରି ଶ୍ରୀଜୀଉଙ୍କ ଦର୍ଶନ କରିଛନ୍ତି । ପରେ ପରିକ୍ରମା ପ୍ରକଳ୍ପ ବୁଲି କାର୍ଯ୍ୟର ଅଗ୍ରଗତି ସମ୍ପର୍କରେ ଅନୁଧ୍ୟାନ କରିଛନ୍ତି । ପାଖାପାଖି 40 ମିନିଟ ପର୍ଯ୍ୟନ୍ତ ଶ୍ରୀମନ୍ଦିର ଭିତରେ ରହିଥିବା ବେଳେ ଶ୍ରୀଜୀଉଙ୍କୁ ଦର୍ଶନ କରିବା ସହ ବେଢା ପରିକ୍ରମା କରି ଅନ୍ୟ ଠାକୁରଙ୍କୁ ଦର୍ଶନ କରିଥିଲେ ।
ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା, କାଲିଠୁ ରାଜ୍ୟର ସବୁ ସ୍କୁଲ ଛୁଟି
ଭୁବନେଶ୍ୱର: ରାଜ୍ୟର ସମସ୍ତ ସ୍କୁଲକୁ ଛୁଟି ଘୋଷଣା କଲେ ସରକାର । ଆସନ୍ତା ୧୬ ତାରିଖ ଯାଏଁ ଛୁଟି ରହିବ ସ୍କୁଲ । ରାଜ୍ୟର ସମସ୍ତ ଅଙ୍ଗନବାଡ଼ି ଏବଂ ସ୍କୁଲ ବନ୍ଦ ରହିବ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁଁ ମୁଖ୍ୟମନ୍ତ୍ରୀ ନେଇଛନ୍ତି ପଦକ୍ଷେପ । ପିଲା ମାନଙ୍କ ସୁରକ୍ଷା ପାଇଁ ସେମାନଙ୍କୁ ସ୍କୁଲ ଯିବାକୁ ବାରଣ କରାଯାଇଛି । ଏଭଳି ଟାଣ ଖରାରେ କୁନି କୁନି ପିଲାମାନେ ବାହାରକୁ ନବାହାରି ପାଇଁ ସରକାର ଦେଇଛନ୍ତି ବିଶେଷ ଧ୍ୟାନ । ସେଥିପାଇଁ ଏପ୍ରିଲ ୧୬ ତାରିଖ ଯାଏଁ ସମସ୍ତ ସ୍କୁଲ ଏବଂ ଅଙ୍ଗନବାଡିକୁ ଛିଟି ଘୋଷଣା କରାଯାଇଛି ।
ଜାପାନ ଗସ୍ତରୁ ଫେରିବା ମାତ୍ରେ ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ସ୍ଥିତି ନେଇ ନବୀନ ବରିଷ୍ଠ ଅଧିକାରୀଙ୍କ ସହିତ ଆଲୋଚନା କରିଥିଲେ । ପିଲାଙ୍କ ସ୍ବାସ୍ଥ୍ୟବସ୍ଥାକୁ ନଜରରେ ମୁଖ୍ୟମନ୍ତ୍ରୀ ଏଭଳି ନିଷ୍ପତ୍ତି ନେଇଛନ୍ତି । ରାଜ୍ୟରେ ଗତ କିଛିଦିନ ଧରି ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଛି । ବିଭିନ୍ନ ଜିଲ୍ଲାକୁ ହିଟ ଓ୍ବେଭ ଜାରି କରାଯାଇଛି । ପଞ୍ଚାୟତିରାଜ ଓ ପାନୀୟ ଜଳ, ଗୃହ ଓ ନଗର ଉନ୍ନୟନ ଏବଂ ଶକ୍ତି ବିଭାଗକୁ ଆଗୁଆ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯେକୌଣସି ସ୍ଥିତିର ମୁକାବିଲା ସହିତ ପାନୀୟ ଜଳ ଯୋଗାଣ, ଜଳାଭାବ ଦୂର, ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ ଉପରେ ସ୍ବତନ୍ତ୍ର ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ନବୀନ ।
ମୌସୁମୀ ଆଗମନ ବାବଦରେ ସଠିକ ସୂଚନା ରଖି ଆଗାମୀ ଯୋଜନା ପ୍ରସ୍ତୁତ କରାଯିବ । ଏହି ଅବସରରେ କରୋନା ସ୍ଥିତି ସମ୍ପର୍କରେ ମଧ୍ୟ ମୁଖ୍ୟମନ୍ତ୍ରୀ ସମୀକ୍ଷା କରିଛନ୍ତି । ଏହା ଉପରେ ନଜର ରଖି ସଂକ୍ରମଣ ମୁକାବିଲା ପାଇଁ ପ୍ରସ୍ତୁତ ରହିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହି ଅବସରରେ ବିଏସକେଓ୍ବାଇ କାର୍ଯ୍ୟକଳାପର ସମୀକ୍ଷା କରି ମୁଖ୍ୟମନ୍ତ୍ରୀ ସନ୍ତୋଷ ବ୍ୟକ୍ତ କରିଛନ୍ତି । ରାଜ୍ୟର ସାଢେ ତିନିକୋଟିରୁ ଅଧିକ ଲୋକ ବିଏସକେଓ୍ବାଇ ସହାୟତାରେ ମାଗଣା ଚିକିତ୍ସା ସେବା ପାଇପାରୁଛନ୍ତି ।
୯ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଲେ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର: ଜାପାନରୁ ଫେରିଲେ ମୁଖ୍ୟମନ୍ତ୍ରୀ । ୯ ଦିନିଆ ଗସ୍ତ ସାରି ଓଡ଼ିଶା ଫେରିଲେ ନବୀନ ପଟ୍ଟନାୟକ । ନବୀନଙ୍କ ଜାପାନ ଗସ୍ତରୁ ରାଜ୍ୟକୁ ଆସିବ ବଡ଼ ପୁଞ୍ଜି । ବିଶ୍ବର ସର୍ବବୃହତ ଷ୍ଟିଲ ପ୍ଲାଣ୍ଟ ନିପ୍ପନ ଓଡିଶାରେ ସ୍ଥାପନା ନେଇ ବୁଝାମଣା ପରେ, ୨୬ହଜାର କୋଟି ଟଙ୍କାର ପୁଞ୍ଜି ନିବେଶର ପୂର୍ଣ୍ଣ ପ୍ରତିଶ୍ରୁତି ମିଳିଛି । କେବଳ ଷ୍ଟିଲ , ମେଟାଲ, ଖାଦ୍ୟ ପକ୍ରିୟାକରଣ, ଗ୍ରୀନ ଏନର୍ଜି, ଆଇଟି କି ପେଟ୍ରୋକେମିକାଲ୍ସ ନୁହେଁ, ପର୍ଯ୍ୟଟନ ଶିଳ୍ପ ଓ ବୌଦ୍ଧିକ ଇକୋ ଟୁରିଜିମକୁ ଫୋକସ କରିଛନ୍ତି ନବୀନ ।
ଏଥିପାଇଁ ଶିଳ୍ପପତି ଓ ନିବେଶକଙ୍କ ସହ କରିଛନ୍ତି ଆଲୋଚନା । ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ, ବୌଦ୍ଧ ଧର୍ମଭିତ୍ତିକ ଇକୋଟୁରିଜିମ କ୍ଷେତ୍ରଗୁଡିକର ବିକାଶକୁ ନେଇ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି । ବିଶେଷକରି ବୌଦ୍ଧିକ ପର୍ଯ୍ୟଟନର ବିକାଶ, ଧଉଳି, ଉଦୟଗିରି, ଲଳିତଗିରିର ରୂପାନ୍ତରୀକରଣ ସଂପର୍କରେ ଜାପାନ ପ୍ରତିନିଧିଙ୍କୁ ଅବଗତ କରାଯିବା ସହ ଓଡିଶା ଆସିବାକୁ ନିମନ୍ତ୍ରଣ କରିଛନ୍ତି ମୁଖ୍ୟମନ୍ତ୍ରୀ ।
ଶସ୍ତା ଫିଲ୍ମ ଦେଖି ମନଗଢା କାହାଣୀ କହୁଛନ୍ତି ବିଜେପି ନେତା: ବିଜେଡି
ଭୁବନେଶ୍ୱର: ସ୍ପର୍ଶକାତର ପ୍ରସଙ୍ଗରେ ରାଜନୀତି କରିବା ବିଜେପିର ଅଭ୍ୟାସ ହୋଇଗଲାଣି । ଜାଲ ସାର୍ଟିଫିକେଟ ଘଟଣାରେ ହୀନ ରାଜନୀତି କରୁଥିବା ବିଜେପିକୁ କଡ଼ା ଜବାବ ଦେଇଛି ବିଜେଡି । ବିଜେପି ନେତା ଗୋଲକ ମହାପାତ୍ରଙ୍କ ବୟାନର ଜବାବ ଦେବା ସହ ବର୍ଷିଛି ବିଜୁ ଜନତା ଦଳ । ଜାଲ ସାର୍ଟିଫିକେଟ କାରବାରର ପର୍ଦ୍ଦାଫାସ କରିଛି ଓଡ଼ିଶା ପୋଲିସ । ତଦନ୍ତ ଭାର ନେଇ ଜଣେ ପରେ ଜଣେ ଠକକୁ ଗିରଫ କରୁଛି କ୍ରାଇମବ୍ରାଞ୍ଚ ।
ମାତ୍ର ଗୋଲକ ମହାପାତ୍ର କାହିଁକି ବ୍ୟସ୍ତ ବିବ୍ରତ ହେଉଛନ୍ତି ବୋଲି ବିଜେଡି ପ୍ରଶ୍ନ କରିଛି । ଶସ୍ତା ସିନେମା ଦେଖି ମନଗଢା କାହାଣୀ ତିଆରି କରି ଗଣମାଧ୍ୟମ ଆଗରେ ଗପୁଛନ୍ତି ବିଜେପି ନେତା । ପୂର୍ବରୁ ମଧ୍ୟ ବିଭିନ୍ନ ସ୍ପର୍ଶକାତର ଘଟଣାରେ ବିନା ତଥ୍ୟ ପ୍ରମାଣରେ ଗପିବା ସହିତ ଅରୁଚିକର ମନ୍ତବ୍ୟ ଦେଇଛନ୍ତି । ମାତ୍ର ସଚେତନ ଓଡ଼ିଶାବାସୀ ତାହାକୁ ନାପସନ୍ଦ କରିଛନ୍ତି । ଫଳରେ ରାଜନୀତିର ରୁଟି ସେକିବାକୁ ଉଦ୍ୟମ କରୁଥିବା ବିଜେପିର ଯୋଜନା ବିଫଳ ହେଉଛି ।
କୋର୍ଟରୁ ଫେରୁଥିଲା କଏଦୀ, ଜେଲ ଗେଟରୁ ଫେରାର୍
ନବରଙ୍ଗପୁର: ଜେଲରୁ କଏଦୀ ଫେରାର । ନବରଙ୍ଗପୁର ସବଜେଲ ସମ୍ମୁଖରୁ ଫେରାର ହୋଇଯାଇଛି ବିଚାରାଧୀନ କଏଦୀ । କୋର୍ଟରୁ ୩୦ ଜଣ କଏଦୀଙ୍କୁ ନେଇ ଜେଲକୁ ଫେରିବାବେଳେ ଜେଲ ଗେଟ୍ ନିକଟରୁ ଜଣେ କଏଦୀ ଫେରାର ହୋଇଯାଇଛି ।
ମିଳିଥିବା ସୂଚନା ମୁତାବକ ଫେରାର କଏଦୀ ହେଲା ବୋରିଗୁମ୍ମା ଗାଁର ଲୁକୁ ଭୂମିଆ । ଏକ ଡକାୟତି ମାମଲାରେ ୧୭ ମାର୍ଚ୍ଚରେ ଗିରଫ ହୋଇଥିଲା ଅଭିଯୁକ୍ତ । ପୋଲିସ ବିଭିନ୍ନ ସ୍ଥାନରେ ରେଡ୍ କରି ଅଭିଯୁକ୍ତକୁ ଖୋଜାଖୋଜି କରୁଛି ।
କରନ୍ତୁ ନାହିଁ BSKY ନବୀକରଣ, ଠକିଦେବେ ଦଲାଲ୍
ଭୁବନେଶ୍ୱର: ଦରକାର ନାହିଁ ବିଏସକେଓ୍ବାଇର ନବୀକରଣ । ନବୀକରଣ ନାଁରେ ବିଏସକେଓ୍ୱାଇ ହିତାଧିକାରୀଙ୍କୁ ଦଲାଲ କରୁଛନ୍ତି ଶୋଷଣ । ଏହା ଉପରେ ସ୍ବତନ୍ତ୍ର ନଜର ରଖିବାକୁ ସ୍ବାସ୍ଥ୍ୟ ବିଭାଗ ନିର୍ଦ୍ଦେଶ ଦେଇଛି । ସବୁ ଜିଲ୍ଲାପାଳ, ଏସପି, ମ୍ୟୁନିସପାଲ କମିଶନରଙ୍କୁ ଚିଠି ଲେଖିଛି ସ୍ବାସ୍ଥ୍ୟ ବିଭାଗ । ଟୁଇନସିଟିର ଡିସିପି, ସବୁ ସିଡିଏମ୍ ଓ ପିଏଚଓଙ୍କୁ ଚିଠି ଲେଖାଯାଇଛି । ହିତାଧିକାରୀଙ୍କୁ କେହି ଯେପରି ଶୋଷଣ ନକରନ୍ତି ନଜର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ରାଜ୍ୟର ୯୬.୫ଲକ୍ଷ ପରିବାରକୁ ମିଳିଛି ବିଏସକେଓ୍ୱାଇ କାର୍ଡ । ବିଏସକେଓ୍ୱାଇ କାର୍ଡର ନବୀକରଣର ଆବଶ୍ୟକତା ନାହିଁ । ନବୀକରଣ ପାଇଁ ହିତାଧିକାରୀଙ୍କୁ କୌଣସି ଅଫିସ ଯିବାକୁ ପଡେନି । ବିଏସକେଓ୍ୱାଇ IT ପ୍ଲାଟଫର୍ମରେ ଏହା ସ୍ୱତଃ ନବୀକରଣ ହୋଇଥାଏ । ବିଏସକେଓ୍ୱାଇ କାର୍ଡ ନଥିଲେ ରାସନ କାର୍ଡ ଥିଲେ ମେଡିକାଲରେ ଚିକିତ୍ସା ମିଳିପାରିବ । ପ୍ରତିବର୍ଷ ସେପ୍ଟେମ୍ବର ପହିଲାରେ ବାଲାନ୍ସ ସ୍ୱତଃ ରିଚାର୍ଜ ହୋଇଥାଏ ବୋଲି ସ୍ବାସ୍ଥ୍ୟ ବିଭାଗ କହିଛି ।
ସାମ୍ବାଦିକ କାଟିଲେ ଛେନାପୋଡ଼, ପାଳିଲେ ଦିବସ
ଭୁବନେଶ୍ୱର: ଆଜି ଛେନାପୋଡ଼ ଦିବସ। ପ୍ରଥମେ ଛେନାପୋଡ଼ ପ୍ରସ୍ତୁତ କରିଥିବା ସ୍ବର୍ଗତ ସୁଦର୍ଶନ ସାହୁଙ୍କ ଜନ୍ମ ଦିବସକୁ ଛେନାପୋଡ଼ ଦିବସ ଭାବେ ପାଳନ କରାଯାଉଛି । ନୟାଗଡ଼ରୁ ଭୁବନେଶ୍ବର ସବୁଠି ପାଳନ କରାଯାଉଛି ଛେନାପୋଡ଼ ଦିବସ । ଏହି ଅବସରରେ ନନ୍ଦିଘୋଷ ଟିଭି ଓ ଦୈନିକ ଖବର କାଗଜ ସକାଳ କାର୍ଯ୍ୟାଳୟରେ ଛେନାପୋଡ଼ ଦିବସ ପାଳନ ହୋଇଛି ।
ନନ୍ଦିଘୋଷ ଟିଭି ମୁଖ୍ୟ ସମ୍ପାଦକ ଶିଶିର ଭଟ୍ଟମିଶ୍ର ଓ ସିଓଓ ଜବର ସିଂ ପନଓ୍ବାରଙ୍କ ସମେତ ସମସ୍ତ କର୍ମଚାରୀଙ୍କ ଉପସ୍ଥିତିରେ ଛେନାପୋଡ଼ କଟାଯାଇ ଏହି ଦିବସକୁ ପାଳନ କରାଯାଇଛି । ସେହିପରି ଦୈନିକ ଖବର କାଗଜ ସକାଳ କାର୍ଯ୍ୟାଳୟରେ ମଧ୍ୟ ଛେନାପୋଡ଼ ଦିବସ ଧୁମଧାମରେ ପାଳନ ହୋଇଛି ।
ଚଳିତବର୍ଷ ହେବ ସ୍ୱାଭାବିକ ମୌସୁମୀ ବର୍ଷା, ସୂଚନା ଦେଲେ IMD ଡିଜି
ନୂଆଦିଲ୍ଲୀ: ଏବର୍ଷ ସ୍ବାଭାବିକ ମୌସୁମୀ ବର୍ଷା । ପ୍ରେସମିଟ କରି ଏହି ଆଶ୍ୱସ୍ତିକର ଖବର ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଚଳିତ ବର୍ଷ ସାରା ଦେଶରେ ୯୬ ପ୍ରତିଶତ ବର୍ଷା ନେଇ ଆକଳନ କରାଯାଇଛି । ତେବେ ଉପଦ୍ବୀପ ଅଞ୍ଚଳରେ ବର୍ଷାର ପରିମାଣ ଅଧିକ ରହିବ । ଏବେ ଲାନିନୋ ବର୍ଷ ଶେଷ ହେବା ପରେ ଏବେ ନ୍ୟୁଟ୍ରାଲ କଣ୍ଡିସନ ଚାଲିଛି ।
ମୌସୁମୀର ଦ୍ବିତୀୟାର୍ଦ୍ଧରେ ଏଲନିନୋ ପ୍ରଭାବ ରହିବ । ବର୍ଷାର ପରିମାଣ ପ୍ରଭାବିତ ହେବ ବୋଲି କହିଛନ୍ତି ଆଇଏମଡି ଡିଜି । ୯୬ରୁ ୧୦୪ ପ୍ରତିଶତ ବର୍ଷାକୁ ସ୍ବାଭାବିକ ବର୍ଷା ବୋଲି କୁହାଯାଏ । ଏଥର ମଧ୍ୟ ପ୍ଲସ ମାଇନସ ୫ପ୍ରତିଶତ ରହିବ । ଏବେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ପ୍ରବାହ ପାଇଁ ପଜିଟିଭ କଣ୍ଡିସନ ରହିଛି ବୋଲି କହିଛନ୍ତି ଆଇଏମଡି ଡିଜି ।
ଭୟରେ ଅତିକ ଅହମ୍ମଦ, ଏମାନେ ମୋତେ ମାରିଦେବେ
ପ୍ରୟାଗରାଜ: ଗ୍ୟାଙ୍ଗଷ୍ଟାର ଅତିକ ଅହମ୍ମଦକୁ ଆଣିବା ପାଇଁ ଉତ୍ତରପ୍ରଦେଶ ପୋଲିସ ପୁଣି ଥରେ ଗୁଜରାଟର ସାବରମତି ଜେଲରେ ପହଞ୍ଚିଛି । ଅତିକକୁ ୨୦୦୬ରେ ଉମେଶ ପାଲ ଅପହରଣ ମାମଲାରେ ଦଣ୍ଡାଦେଶ ହୋଇଛି । ଆଉ ଏବେ ଉମେଶ ପାଲ ହତ୍ୟା ମାମଲାରେ କୋର୍ଟରେ ହାଜର ହେବେ ଅତିକ । ଯେଉଁଥିପାଇଁ ପୋଲିସ ସାବରମତି ଜେଲରେ ପହଞ୍ଚିଛି ।
ଜେଲରୁ ବାହାରି ପୋଲିସ ଭ୍ୟାନରେ ବସିବା ବେଳେ ଅତିକ କହିଛି, ମୋତେ ଡର ଲାଗୁଛି, ଏମାନେ ମୋତେ ମାରିଦେବେ । ଏଠି କିଛି ଠିକ୍ ନାହିଁ । ଏମାନଙ୍କ ଉପରେ ଭରସା ନାହିଁ, କେତେବେଳେ ମୋତେ ମାରିଦେବେ।
#WATCH | "It is not right. They want to kill me," says gangster Atiq Ahmed on being taken to UP's Prayagraj from Gujarat's Sabarmati Jail for production in a murder case. pic.twitter.com/YLJ5WavkX7
— ANI (@ANI) April 11, 2023
ଭିଡ଼ିଓ କନଫରେନସିଂରେ ଅତିକ ହାଜର ହେବା ନେଇ ଅପିଲକୁ ଖାରଜ କରିଦେଇଥିଲେ ପ୍ରୟାଗରାଜର ସିଜେଏମ୍ କୋର୍ଟ । ଏହାପରେ ପୋଲିସ ୱାରେଣ୍ଟ ନେଇ ସାବରମତି ଜେଲରେ ପହଞ୍ଚିଥିଲା। ଯେଉଁଠି ମେଡିକାଲ୍ ଟେଷ୍ଟ କରାଯିବା ପରେ ଅତିକକୁ ୟୁପି ଅଣାଯିବ।
ଗାଁକୁ ଗଲେ ବିଜେପିକୁ ପ୍ରଶ୍ନ କରିବେ ଲୋକେ, ପ୍ରସ୍ତୁତ ରୁହନ୍ତୁ ମନମୋହନ
ଭୁବନେଶ୍ୱର: ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତିଙ୍କ ସାମ୍ବାଦିକ ସମ୍ମିଳନୀ । ବିଜେପିର ଗାଁକୁ ଚାଲ, ଘର ଘରକୁ ଚାଲ କାର୍ଯ୍ୟକ୍ରମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ଲେନିନ୍ ମହାନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ବିଜେପିର ହତୋତ୍ସାହିତ କର୍ମୀଙ୍କୁ ଉତ୍ସାହିତ କରିବାକୁ ଏ ଯୋଜନା । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେପିର ବୃହତ ପରାଜୟ କର୍ମୀଙ୍କୁ ହତୋତ୍ସାହିତ କରିଛି । ତେଣୁ ସେହି କର୍ମୀ ମାନଙ୍କୁ ଉତ୍ସାହିତ କରିବାକୁ ପ୍ରୟାସ କରୁଛି ବିଜେପି । କିନ୍ତୁ ଏ କର୍ମୀଙ୍କୁ ଉତ୍ସାହିତ କରିବାରେ ବିଜେପି ଫଳପ୍ରଦ ହେବନାହିଁ ବୋଲି କହିଛନ୍ତି ବିଜେଡି ମୁଖପାତ୍ର ।
ଅନେକ ସମୟରେ ରାଜ୍ୟ ବିଜେପି ନେତାଙ୍କ କାର୍ଯ୍ୟଶୈଳୀ ଅରାଜକତାର ଉଦାହରଣ ଦିଏ । ସେ ବାରମ୍ବାର ଓଡ଼ିଶାକୁ ଅରାଜକ କହି ସେମାନେ ଓଡିଆଙ୍କୁ ଅପମାନ କରୁଛନ୍ତି । ରାଷ୍ଟ୍ରୀୟ ସ୍ତରରେ ମଧ୍ୟ ଓଡ଼ିଶାକୁ ଅପବାଦ ଓ ଅପମାନ କରୁଛନ୍ତି ବିଜେପି ନେତା । ତେଣୁ ଏ କେମିତି ଭାବୁଛନ୍ତି ଲୋକେ ସମର୍ଥନ କରିବେ ବୋଲି । ଗାଁକୁ ଗଲେ ଓଡ଼ିଶାର ଲୋକ ପଚାରିବେ, କାହିଁକି ଅଯଥାରେ ଆମ୍ଭକୁ ଅପବାଦ କରିଛନ୍ତି ? କେଉଁ ଉଦ୍ଦେଶ୍ୟରେ ଆପଣ ମାନେ ଓଡ଼ିଶାକୁ ଅପମାନ କରିଛନ୍ତି ବୋଲି ଓଡ଼ିଶାବାସୀ ପ୍ରଶ୍ନ କରିବେ ।
ସେହିପରି ଓଡ଼ିଶାର ଲୋକାଦୃତ ମୁଖ୍ୟମନ୍ତ୍ରୀ ସମସ୍ତ ବର୍ଗକୁ ସମାନ ନ୍ୟାୟ ଦେବାକୁ ପ୍ରୟାସ ଜାରି ରଖିଛନ୍ତି । ଯାହା ଭୋଟ ହିଁ ପ୍ରମାଣିତ କରେ । ସେଥିପାଇଁ ଓଡ଼ିଶାର ଲୋକ ବାରମ୍ବାର ମୁଖ୍ୟମନ୍ତ୍ରୀଙ୍କୁ ଅକୁଣ୍ଠ ସମର୍ଥନ ଦେଇ ଆସିଛନ୍ତି । ବିଜେପିର ମିଥ୍ୟା ପ୍ରଚାର ଓ ଓଡ଼ିଶାକୁ ଅପମାନିତ କରିବାର ପ୍ରୟାସ ପାଇଁ ସେମାନେ ବାରମ୍ବାର ବିଫଳ ହୋଇ ଆସିଛନ୍ତି । ଗରୀବର ଭାତ ହାଣ୍ଡିରୁ ୫ କେଜି ଚାଉଳ କାଣ୍ଟିଛନ୍ତି । ଚାଉଳ ଉଠାଣରେ ଅବହେଳା କରିଛନ୍ତି । ଚୁଲିମୁଣ୍ଡେ ଗ୍ୟାସ ନାମରେ ଗରୀବ ଲୋକଙ୍କୁ ଠକୁଛନ୍ତି । ଲୋକେ ଆଜି ବିଜେପିର କଷଣରେ ଆଉଟ ପାଉଟ ହେଉଛନ୍ତି । ଲୋକେ ପ୍ରଶ୍ନ କରିବେ ବିଜେପିକୁ, ଗାଁର ଲୋକ ବିଜେପି ସଭାପତିଙ୍କୁ ଏ ସବୁର ଜବାବ ମାଗିବେ ବୋଲି କହିଛନ୍ତି ଲେନିନ ମହାନ୍ତି ।
ନିର୍ବାଚନରେ ହାରିବା ପରେ ଆଜି ପର୍ଯ୍ୟନ୍ତ ଗାଁକୁ ଯାଉନଥିଲେ ବିଜେପି ନେତା । ଆଜି ଗାଁ କଥା ମନେ ପଡୁଛି । କିନ୍ତୁ ଏ କାର୍ଯ୍ୟକ୍ରମ ସଫଳ ହୋଇପାରିବ ନାହିଁ । ବଂର ସାଧାରଣ ଲୋକ ପ୍ରଶ୍ନ କରିବେ କାହିଁକ କାଟିଲ ପାଞ୍ଚ କେଜି ଚାଉଳ ? ଲୋକେ ପ୍ରଶ୍ନ କରିବେ କାହିଁକି ବୃଦ୍ଧି ଘଟାଇଲ ଗ୍ୟାସ ଦର ? ଏ ସମସ୍ତ ପ୍ରଶ୍ନର ଉତ୍ତର ଦେବାକୁ ପ୍ରସ୍ତୁତ ରୁହନ୍ତୁ ବିଜେପି ନେତା । ଓଡ଼ିଶାକୁ ବାରମ୍ବାର ଅପମାନିତ କରି ଏବେ ଓଡ଼ିଶାବାସୀଙ୍କ ପାଖକୁ ଯିବାକୁ ଯେଉଁ ପ୍ରୟାସ କରୁଛନ୍ତି, ସେଥିପାଇଁ ସଜାଗ ରୁହନ୍ତୁ । ମନମୋହନ ସାମଲ ଉତ୍ତର ଦେବାକୁ ପ୍ରସ୍ତୁତ ହୋଇ ରୁହନ୍ତୁ ବୋଲି ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି ।

