ବେଦୀ ଉପରେ ଯୌତୁକ ମାଗିଲା ବର, ବାନ୍ଧିଦେଲେ କନ୍ୟାପକ୍ଷ

1 min read

ନନ୍ଦିଘୋଷ ବ୍ୟୁରୋ: ଯୌତୁକ ପ୍ରଥା ପାଇଁ ଯଦିଓ ଦେଶରେ ଆଇନ ବ୍ୟବସ୍ଥା ରହିଛି ତଥାପି ଥମୁନି ଏହି କୁପ୍ରଥା  । ବିବାହ ହେଉ କି ଭୋଜି ଏସବୁରେ ଆଧୁନିକ ଠାଣି ଦେଖିବାକୁ ମିଳିଲାଣି କିନ୍ତୁ ଯୌତୁକ କଥା ଆସିଲେ ସେହି ପୁରୁଣା ପ୍ରଥା ଦେଖିବାକୁ ମିଳୁଛି  । ଯୌତୁକ ଲୋଭୀଙ୍କ ଉଦ୍ଦିଷ୍ଟରେ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି  ।

ଟ୍ବିଟର ୟୁଜର ରାଜେଶ ସାହୁ ଏକ ଭିଡିଓ ସେୟାର କରିଛନ୍ତି  । ଭିଡିଓ ସେୟାର କରି ସେ ଲେଖିଛନ୍ତି ‘ବିବାହରେ ଜୟମାଳା ପରେ ବରର ପରିବାର ଅଧିକ ଯୌତୁକ ଦାବି କରିଥିଲେ  । ବିବାଦ ପରେ ଶେରୱାନିରେ ବରକୁ ବାନ୍ଧି ଦେଲେ କନ୍ୟାପକ୍ଷ  । ଭିଡିଓ ପ୍ରତାପଗଡର  । ବରଯାତ୍ରୀ ଜୌନପୁରରୁ ଆସିଥିଲେ ’। କିଛି ଘଣ୍ଟା ପୂର୍ବରୁ ସେୟାର କରାଯାଇଥିବା ଭିଡିଓକୁ ୫ ହଜାର ଲୋକେ ଦେଖି ସାରିଲେଣି  । ସେହିପରି ୨୦୦ରୁ ଅଧିକ ଏହାକୁ ଲାଇକ୍‌ କରିଛନ୍ତି  । ଭାଇରାଲ ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ଶେରୱାନୀ ପିନ୍ଧିଥିବା ବରକୁ ଗଛରେ ବନ୍ଧା ଯାଇଛି  ।

ଭାଇରାଲ ଭିଡିଓଟି ଉତ୍ତର ପ୍ରଦେଶ ପ୍ରତାପଗଡର ଓ ବରଯାତ୍ରୀ ଯୌନପୁରରୁ ଆସିଥିବା ଜଣାପଡିଛି  । କିନ୍ତୁ ଭିଡିଓଟି ପ୍ରକୃତରେ କେଉଁଠି ଉତ୍ତୋଳନ ହୋଇଛି ତାହା ସ୍ପଷ୍ଟ ହୋଇନାହିଁ  । ଟ୍ବିଟରରେ ଭିଡିଓଟି ଭାଇରାଲ ପରେ ୟୁଜର୍ସ ମାନେ ନିଜ ପକ୍ଷ ରଖୁଛନ୍ତି  । ଜଣେ ୟୁଜର ମଜାଳିଆ ଢଙ୍ଗରେ ଲେଖିଛନ୍ତି ଶେରୱାନି ବି ଭଡାରେ ଆସିଲା ଭଳି ଜଣାପଡୁଛି  । ଆଉ ଜଣେ କମେଣ୍ଟରେ ଲେଖିଛନ୍ତି ଲୋଭୀକୁ ଉଚିତ ଦଣ୍ଡ ମିଳିଛି  ।

ସେହିପରି ଜଣେ ୟୁଜର ଲେଖିଛନ୍ତି ଜ୍ବାଇଁପୁଅର ଭଲ ଭାବେ ଅତିଥି ସତ୍କାର ହେବା ଦରକାର  । ଏହି ଭିଡିଓ ଦେଖିଲା ପରେ ଆପଣ କଣ କହିବେ ?