ପୂରଣ ହେବ ପକ୍କା ଘର ସ୍ବପ୍ନ , ଆଜିଠୁ ‘ମୋ ଘର’ ପାଇଁ ଆବେଦନ ପ୍ରକ୍ରିୟା

1 min read

ଭୁବନେଶ୍ୱର :  ପୂରଣ ହେବ `ପକ୍କା ଘର ସ୍ବପ୍ନ। ଆଜିଠୁ ଆରମ୍ଭ ହେଉଛି `ମୋ ଘର’ ଆବେଦନ ପ୍ରକ୍ରିୟା । rhodisha. gov. in/ moghara ଓ୍ବେବସାଇଟ ମାଧ୍ୟମରେ ଋଣ ପାଇବା ପାଇଁ ଆଗ୍ରହୀ ବ୍ୟକ୍ତି ଆବେଦନ କରିପାରିବେ। ଓ୍ବେବସାଇଟରେ ଆବେଦନ କରିନପାରିଲେ ମୋ ସେବା କେନ୍ଦ୍ର ମାଧ୍ୟମରେ ଆବେଦନ କରିବାର ସୁବିଧା ରହିଛି ।

ଆବେଦନ କରିବା ସମୟରେ ଆବେଦନକାରୀଙ୍କ ନିଜ ନାମରେ ଘରବାଡ଼ି ରେକର୍ଡ ଜମିପଟ୍ଟା, ଆଧାର କାର୍ଡ, ଯେ କୌଣସି ପରିଚୟ ପତ୍ର ଦେବାକୁ ପଡ଼ିବ । ଯୋଗ୍ୟ ହିତାଧିକାରୀଙ୍କୁ  ରାଜ୍ୟ ସରକାର ଘର ନିର୍ମାଣ ପାଇଁ ଆର୍ଥିକ ସହାୟତା ଯୋଗାଇଦେବେ । ସବୁଠାରୁ ବଡ଼ କଥା ହେଉଛି ଆବାସ ଘର ଖଣ୍ଡିଏ ପାଇବା ପାଇଁ ଯେଉଁ ମାନଦଣ୍ଡ ଥିଲା, ମୋ ଘର ଯୋଜନାରେ ତାକୁ ବହୁତମାତ୍ରାରେ କୋହଳ କରାଯାଇଛି।

ମୋ ଘର ଯୋଜନାରେ ୩ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ ହିତାଧିକାରୀ । ପ୍ରଥମ ବର୍ଷ ରିହାତି ଅବଧି ବାଦ ପରବର୍ତ୍ତୀ ୧୦ବର୍ଷ ମଧ୍ୟରେ ହିତାଧିକାରୀ ଋଣ ପରିଶୋଧ କରିବେ। ବଡ଼ କଥା ହେଲା ୩୦ହଜାରୁ ୭୦ହଜାର ଟଙ୍କା ଯାଏ ସବସିଡି ପାଇପାରିବେ ହିତାଧିକାରୀ । ପରିବାର କଚ୍ଚା ଘରେ କିମ୍ବା ଗୋଟିଏ କୋଠରୀ ଥିବା କଂକ୍ରିଟ୍ ଛାତ ଘରେ ରହୁଥିଲେ ଯୋଜନାରେ ଲାଭ ପାଇବେ।

ପୂର୍ବରୁ ସରକାରଙ୍କ ଗୃହ ନିର୍ମାଣ ଯୋଜନାରେ ସହାୟତା ପାଇନଥିଲେ କିମ୍ବା ୭୦ହଜାରରୁ କମ ସହାୟତା ପାଇଥିଲେ। ପରିବାରର ମାସିକ ଆୟ ୨୫ହଜାରରୁ କମ୍ ଥିଲେ। ପରିବାରର ବ୍ୟକ୍ତିଗତ ବ୍ୟବହାର ପାଇଁ ମୋଟର ଚାଳିତ ଚାରି ଚକିଆ ଯାନ ନଥିଲେ। ପରିବାରର କୌଣସି ସଦସ୍ୟ ସରକାରୀ କିମ୍ବା ସରକାରୀ ଉଦ୍ୟୋଗରେ କର୍ମଚାରୀ ବା ପେନସନଭୋଗୀ ହୋଇନଥିବେ। ୫ଏକର ଜଳସେଚିତ କିମ୍ବା ୧୫ଏକର ଅଣଜଳସେଚିତ ଜମିରୁ କମ ଜମି ଥିବା ପରିବାର ଯୋଜନାରେ ଉପକୃତ ହୋଇପାରିବେ ।