ଏଇଠି ଲ୍ୟାଣ୍ଡଫଲ୍‌ କରିବ ବିପର୍ଯ୍ୟୟ, ବାତ୍ୟାକୁ ନେଇ 10 ଅପଡେଟ୍ ଜାଣନ୍ତୁ

1 min read

ଗାନ୍ଧୀନଗର: ଖବର ଲେଖାଯିବା ସୁଦ୍ଧା ବାତ୍ୟା ବିପର୍ଯ୍ୟୟ ଗୁଜରାଟ ଠାରୁ ୧୦୦ କିଲୋମିଟର ଦୂରରେ ରହିଛି  । ଏହା ପ୍ରଭାବରେ ତଟବର୍ତ୍ତୀ ଅଞ୍ଚଳରେ ପ୍ରବଳ ପବନ ସହ ବର୍ଷା ଆରମ୍ଭ ହୋଇଯାଇଛି  । ଆଇଏମଡି ଅନୁସାରେ ବାତ୍ୟା ଲ୍ୟାଣ୍ଡଫଲ ପ୍ରକ୍ରିୟା ଆଜି ସନ୍ଧ୍ୟା ଜଖୋ ପୋର୍ଟ ନିକଟରେ ଆରମ୍ଭ ହୋଇଯିବ  । ବିଳମ୍ବିତ ରାତି ପର୍ଯ୍ୟନ୍ତ ଲ୍ୟାଣ୍ଡଫଲ ପ୍ରକ୍ରିୟା ଜାରି ରହିବ  ।

ସୌରାଷ୍ଟ୍ର ଓ କଚ୍ଛର ତଟୀୟ ଅଞ୍ଚଳ ବାତ୍ୟା ଯୋଗୁଁ ସର୍ବାଧିକ ପ୍ରଭାବିତ ହେବ  । ଏହି ଅଞ୍ଚଳରେ ପବନର ବେଗ ଘଣ୍ଟାପ୍ରତି ୧୫୦ କିମି ରହିବ  । କିଛି ସ୍ଥାନରେ ପ୍ରବଳ ବର୍ଷାର ଆଶଙ୍କା କରାଯାଉଛି  । ପଡୋଶୀ ରାଜ୍ୟ ରାଜସ୍ଥାନ ଓ ମଧ୍ୟପ୍ରଦେଶରେ ବି ବାତ୍ୟାର ପ୍ରଭାବ ରହିବ  । ଦିଲ୍ଲୀ ଏନସିଆରରୁ ନେଇ ପଞ୍ଜାବ ହରିୟାଣା, କେରଳ ଓ ବିହାର ପର୍ଯ୍ୟନ୍ତ ବାତ୍ୟା ଯୋଗୁଁ ପାଗରେ ପରିବର୍ତ୍ତନ ହେବ  ।

ଏନଡିଆରଏଫ ଆଇଜିଙ୍କ ଅନୁସାରେ ବାତ୍ୟା ଯୋଗୁଁ ଦୁର୍ବଳ ବିଲ୍ଡିଂ, ଖୁଣ୍ଟ, ଗଛ ଆଦି ପ୍ରଭାବିତ ହେବ  । ଏୟାରଲିଫ୍ଟ କରିବା ପାଇଁ ୧୫ଟି ଟିମ ନିୟୋଜିତ କରିଛି NDRF  ।

ଭୟଙ୍କର ବାତ୍ୟା ବିପର୍ଯ୍ୟୟର ପ୍ରଭାବ ପାକିସ୍ତାନରେ ବି ଦେଖିବାକୁ ମିଳିବ  । ସିନ୍ଧ ପ୍ରଦେଶର ସବୁଠାରୁ ଗରିବ ସହର କେଟି ବନ୍ଦରକୁ ବାତ୍ୟା ପାଇଁ ସମ୍ପୂର୍ଣ୍ଣ ଖାଲି କରି ଦିଆଯାଇଛି  ।  ସେହିପରି ଥଟ୍ଟା ଓ ସୁଜବଲରେ ଅଧିକାଂଶ ବସ୍ତିରୁ ସ୍ଥାନାନ୍ତରଣ କରାଯିବା ପରେ ଏବେ ସେଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି  ।