spot_img
Home Blog Page 3219

ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ

ଗାନ୍ଧିନଗର: ଗୁଜରାଟ ଜାମନଗରର ଜଣାଶୁଣା ହୃଦରୋଗ ବିଶେଷଜ୍ଞଙ୍କ ହୃଦଘାତରେ ମୃତ୍ୟୁ । ମଙ୍ଗଳବାର ସକାଳୁ ଡାକ୍ତର ଗୌରବ ଗାନ୍ଧୀଙ୍କର ଦେହାନ୍ତ ହୋଇଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୪୧ ବର୍ଷ ହୋଇଥିଲା । ପୂରା ଅଞ୍ଚଳରେ ହୃଦରୋଗ ବିଶେଷଜ୍ଞ ଭାବେ ତାଙ୍କର ପ୍ରସିଦ୍ଧି ଥିଲା । ଏତେ କମ ବୟସରେ ୧୬ ହଜାର ହାର୍ଟ ସର୍ଜରୀ କରିଥିଲେ ଡାକ୍ତର ଗୌରବ ଗାନ୍ଧୀ । ରାଜ୍ୟ ତଥା ରାଜ୍ୟ ବାହାରୁ ମଧ୍ୟ ହୃଦରୋଗ ଜନିତ ସମସ୍ୟାର ସମାଧାନ ପାଇଁ ତାଙ୍କ ନିକଟକୁ ଆସୁଥିଲେ ।

ସବୁ ଦିନ ଭଳି ସୋମବାର ରାତିରେ କିଛି ରୋଗୀଙ୍କ ଚେକଅପ ପରେ ଘରକୁ ଫେରି ଖାଇବା ପରେ ଶୋଇବାକୁ ଯାଇଥିଲେ ଗୌରବ । ହେଲେ ସକାଳୁ ଆଉ ଉଠିନଥିଲେ । ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରିଥିଲେ ମଧ୍ୟ ଆଉ ଉଠିନଥିଲେ । ହୃଦଘାତରେ ତାଙ୍କର ଦେହାନ୍ତ ହୋଇସାରିଥିଲା । କେହି କେବେ ବି ଭାବିନଥିଲେ ଯେ ଜଣେ ହୃଦରୋଗ ବିଶେଷଜ୍ଞଙ୍କର ହୃଦଘାତରେ ମୃତ୍ୟୁ ହେବ । ସୋମବାର ରାତିରେ ଗୌରବ ସମ୍ପୂର୍ଣ୍ଣ ସୁସ୍ଥ ଥିଲେ । ତାଙ୍କର କୌଣସି ସମସ୍ୟା ଥିବା ପରିବାର ଲୋକ ଜାଣିବାକୁ ପାଇନଥିଲେ । ଛାତିରେ ଯନ୍ତ୍ରଣା ଜନିତ କୌଣସି ସମସ୍ୟା ଥିବା ଗୌରବ ମଧ୍ୟ କହିନଥିଲେ ।

ଟ୍ରେନ୍ ଦୁର୍ଘଟଣାରେ ଆହତଙ୍କୁ ଭୁଲିଗଲେ ଆସାମ ସରକାର, ଗାଡ଼ିକରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ ନବୀନ

ଭୁବନେଶ୍ୱର: ଭୁଲିଗଲେ ଆସାମ ସରକାର । ଗାଡ଼ି କରି ଘରକୁ ପଠାଇଲେ ମୁଖ୍ୟମନ୍ତ୍ରୀ । ବାହାନଗା ଟ୍ରେନ ଟ୍ରାଜେଡିରେ ଆସାମର ସାମସୁଦିନ ସଇଖ ଓ ସ୍ତ୍ରୀ ସପନା ବେଗମ ଗୁରୁତର ଆହତ ହୋଇଥିଲେ । ବାଲେଶ୍ବର ଡାକ୍ତରଖାନାରୁ ଆସାମ ସରକାର ସମସ୍ତ ରୋଗୀଙ୍କୁ ନେଇଥିବାବେଳେ ସାମସୁଦ୍ଦୀନଙ୍କୁ ଭୁଲି ଯାଇଥିଲେ । ହେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ବାଲେଶ୍ବର ବିଧାୟକ ସ୍ବରୂପ ଦାସ କାର୍ ଯୋଗେ ଦମ୍ପତ୍ତିଙ୍କୁ ଆସାମ ପଠାଇଛନ୍ତି । ଓଡ଼ିଶା ସରକାରଙ୍କର ଉନ୍ନତମାନର ଚିକିତ୍ସା ବ୍ୟବସ୍ଥା, ସ୍ଥାନୀୟ ଲୋକଙ୍କ ସହଯୋଗ ଯୋଗୁ ସାମସୁଦିନ୍ ଓ ତାଙ୍କ ସ୍ତ୍ରୀ ସୁସ୍ଥ ହୋଇ ଘରକୁ ଫେରିଥିବା ସେ କହିଛନ୍ତି । ନିଜ ସରକାର ଭୁଲି ଯାଇଥିବାବେଳେ ଓଡ଼ିଶା ସରକାର ତାଙ୍କୁ ଜୀବନ ଦେଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ଦମ୍ପତ୍ତି ।

ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣାରେ ଗଭୀର ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଯାଜପୁର ରୋଡ ଷ୍ଟେସନରେ କଟି ୬ ଶ୍ରମିକଙ୍କ ମୃତ୍ୟୁ ଘଟଣା । ଗଭୀର ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର । ଶୋକସନ୍ତପ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଦୁଇ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏଥିସହିତ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ପାଞ୍ଚ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି ।

ପ୍ରକାଶଥାଉକି, ଆଜି ଅପରାହ୍ନରେ ଯାଜପୁର ରୋଡ ଷ୍ଟେସନ ନିକଟରେ ଟ୍ରେନ୍ ତଳେ ଚାପି ହୋଇ ୬ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି । ଶ୍ରମିକମାନେ ରେଲୱେ ଟ୍ରାକରେ କାର୍ଯ୍ୟ କରୁଥିଲେ । ଏହି ସମୟରେ କାଳବୈଶାଖୀ ବର୍ଷା ହେବାରୁ ସେମାନେ ଦୀର୍ଘଦିନରୁ ଛିଡ଼ାଥିବା ଇଞ୍ଜିନ ବିହୀନ ବଗି ତଳେ ଆଶ୍ରୟ ନେଇଥିଲେ । ପବନର ପ୍ରବାହରେ ବଗିଟି ଆଗକୁ ଗଡ଼ିଯାଇଥିଲା । ଯାହାଫଳରେ ତା ତଳେ ଆଶ୍ରୟ ନେଇଥିବା ଶ୍ରମିକ ଟ୍ରେନ୍ ଚକରେ କଟି ମୃତ୍ୟୁବରଣ କରିଥିଲେ ।

IAS ଓ IPSଙ୍କୁ ନୂଆ ଦାୟିତ୍ୱ; ଅରୁଣ ବୋଥ୍ରାଙ୍କୁ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ

ଭୁବନେଶ୍ୱର: ଆଇପିଏସ ଓ ଆଇଏଏସଙ୍କୁ ନୂଆ ଦାୟିତ୍ବ । ଅରୁଣ ବୋଥ୍ରାଙ୍କୁ କ୍ରୁଟ୍‌ର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ବ । କ୍ରାଇମବ୍ରାଞ୍ଚ ଏଡିଜି ଅଛନ୍ତି ଅରୁଣ ବୋଥ୍ରା । IAS କୁଲାଙ୍ଗେ ବିଜୟ ଅମୃତାଙ୍କ ସ୍ଥାନରେ ଅରୁଣ ବୋଥ୍ରାଙ୍କୁ ଦାୟିତ୍ବ । OSRTCର ସିଏମଡି ଭାବେ IPS ଦିପ୍ତେଶ କୁମାର ପଟ୍ଟନାୟକଙ୍କୁ ଦାୟିତ୍ୱ । ଜେଲ ଏଡିଜି ଥିଲେ ଦିପ୍ତେଶ କୁମାର ପଟ୍ଟନାୟକ । ପୂର୍ବରୁ ସିଏମଡି, ଓଏସଆରଟିସି ଭାବେ ଅତିରିକ୍ତ ଦାୟିତ୍ବ ତୁଲାଉଥିଲେ । ଅମିତାଭ ଠାକୁରଙ୍କୁ ଜେଲ ଏଡିଜି ଭାବେ ଅତିରିକ୍ତ ଦାୟିତ୍ବ । ଅମିତାଭ ଠାକୁର ଏବେ ପରିବହନ କମିଶନର ଅଛନ୍ତି ।

ଆସନ୍ତାକାଲି ଅପରାହ୍ନରେ ପ୍ରକାଶ ପାଇବ ଯୁକ୍ତ-୨ କଳା ଓ ଧନ୍ଦାମୂଳକ ପରୀକ୍ଷା ଫଳ

ଭୁବନେଶ୍ୱର: ଆସନ୍ତାକାଲି ପ୍ରକାଶ ପାଇବ ଯୁକ୍ତ ଦୁଇ କଳା ପରୀକ୍ଷା ଫଳ । ଆସନ୍ତାକାଲି ଅପରାହ୍ନ ୪ଟାରେ ପ୍ରକାଶ ପାଇବ । ଯୁକ୍ତ ଦୁଇ କଳା ଏବଂ ଧନ୍ଦାମୂଳକ ପରୀକ୍ଷା ଫଳ ପ୍ରକାଶ ପାଇବ । ଏନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚନା ଦିଆଯାଇଛି । ପ୍ରଥମେ ମାଧ୍ୟମିକ ଶିକ୍ଷା ପରିଷଦ ବୁକଲେଟ୍ ଜାରି କରିବା ପରେ ୱେବସାଇଟରେ ମାର୍କ ଉପଲବ୍ଧ ହେବ । ପରୀକ୍ଷାର୍ଥୀମାନେ orissaresults.nic.in କିମ୍ବା chseodisha.nic.in ୱେବସାଇଟ୍ ଭିଜିଟ କରି ଆବଶ୍ୟକୀୟ ତଥ୍ୟ ଦେଇ ପରୀକ୍ଷା ଫଳ ଚେକ୍ କରିପାରିବେ ।  ପ୍ରକାଶଥାଉକି, ପୂର୍ବରୁ ଯୁକ୍ତ-୨ ବିଜ୍ଞାନ ଓ ବାଣିଜ୍ୟ ଫଳ ପ୍ରକାଶ ପାଇସାରିଛି । 

 

 

ବର୍ଷାରୁ ରକ୍ଷା ପାଇବାକୁ ଟ୍ରେନ୍ ବଗିତଳେ ଆଶ୍ରୟ ନେଇଥିଲେ, ବଗି ଗଡ଼ିଯିବାରୁ ଚକରେ କଟି ୬ଜଣଙ୍କ ମୃତ୍ୟୁ

ଯାଜପୁର: କାଳହୋଇ ଆସିଥିଲା କାଳବୈଶାଖୀ । ଟ୍ରେନ ଟ୍ରାକରେ ଅପେକ୍ଷା କରିଥିଲା ମୃତ୍ୟୁ । ଆଶ୍ରୟ ନେବାକୁ ଯାଇ ମାଲବାହୀ ଟ୍ରେନ ଚକ ତଳେ ଶବ ପାଲଟିଗଲେ ଶ୍ରମିକ । ୬ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୨ ଜଣ ଗୁରୁତର ହୋଇଛନ୍ତି । ଯାଜପୁର ରୋଡ୍ ରେଳ ଷ୍ଟେସନ ଚୂନଭାଟି ନିକଟରେ ଘଟିଛି ବଡ଼ ଅଘଟଣ । ମୃତକ ହେଲେ କୋରେଇ ବ୍ଲକ ବାଲିଆପାଳ ଗାଁର ଦୋଳଗୋବିନ୍ଦ ପ୍ରଧାନ, କାଠିଆ ଜେନା, ଭୀମସେନ ଜେନା । ସେହିପରି ଦୁଲଖାପାଟଣାର ଗୌତମ ସାମଲ ଓ ମାନସ ସାମଲଙ୍କର ମୃତ୍ୟୁ ହୋଇଛି । ଅନ୍ୟଜଣେ ମୃତକଙ୍କ ପରିଚୟ ମିଳିପାରିନି ।

ସେହିପରି ଭଦ୍ରକ ଅଞ୍ଚଳର ଅମର ସାହୁ ଓ କେନ୍ଦୁଝର ଅଞ୍ଚଳର ନବଘନ ବାରିକ ଗୁରୁତର ହୋଇ ଏସସିବିରେ ଚିକିତ୍ସିତ ହେଉଛନ୍ତି । ଅପରାହ୍ନରେ ୮ ଜଣ ଶ୍ରମିକ କାମ କରୁଥିବାବେଳେ ହଠାତ କାଳବୈଶାଖୀ ଆସିଥିଲା । ବର୍ଷାରୁ ରକ୍ଷା ପାଇବାକୁ ନିକଟରେ ଥୁଆ ହୋଇଥିବା ମାଲବାହୀ ବଗି ତଳକୁ ଚାଲିଯାଇଥିଲେ ଶ୍ରମିକ । ଏହି ସମୟରେ ପ୍ରବଳ ପବନ ହେବାରୁ ବଗିର ଚକା ମୁଭମେଣ୍ଟ କରିଥିଲା । ଆପେଆପେ ଗଡ଼ିଥିଲା ବଗି । ଫଳରେ ଘଟଣାସ୍ଥଳରେ ଚକାତଳେ ଆଶ୍ରୟ ନେଇଥିବା ୬ ଜଣଙ୍କର ମୃତ୍ୟ ହୋଇଥିଲା । ୨ ଗୁରୁତର ଏସସିବିରେ ଭର୍ତ୍ତି ହୋଇଛନ୍ତି ।

ପୂର୍ବତଟ ରେଳପଥ CPRO ବିଶ୍ବଜିତ ସାହୁ କହିଛନ୍ତି ଶ୍ରମିକମାନେ ଆଶ୍ରୟ ନେଇଥିବା ଟ୍ରେନଟି ମନସୁନ ରିଜର୍ଭ ରେକ । କାଳବୈଶାଖୀ କିମ୍ବା ବର୍ଷା ସମୟରେ ରେଳଧାରଣାର ମରାମତି ପାଇଁ ଏଥିରେ ଜିନିଷପତ୍ର ନିଆଯାଇଥାଏ । ଘଟଣାସ୍ଥଳରେ ରେଳଓ୍ବେର କାମରେ ଶ୍ରମିକମାନେ ନିୟୋଜିତ ହୋଇଥିଲେ । ବର୍ଷା ହେବାରୁ ଦୁର୍ଭାଗ୍ୟଜନକ ଭାବେ ବଗିତଳେ ଆଶ୍ରୟ ନେଇଥିଲେ । କାଳବୈଶାଖୀ ପବନରେ ରେକଟି ମୁଭମେଣ୍ଟ କରିଥିଲା । ଶ୍ରମିକମାନେ ଚକା ତଳେ ରହିଥିବାରୁ ହଠାତ ବାହାରିପାରିନଥିଲେ । ଫଳରେ ଏତେ ବଡ଼ ଅଘଟଣ ଘଟିଛି । ତେବେ କେଉଁ ପରିସ୍ଥିତିରେ ଚକା ଗଡ଼ିଲା ତାହାର ତଦନ୍ତ କରାଯିବ ।

ରେଳ ସୁରକ୍ଷା ଅଧିକାରୀ ଓ ଡିଆରଏମ ଘଟଣାସ୍ଥଳରେ ପହଞ୍ଚି ଅନୁଧ୍ୟାନ କରିଛନ୍ତି । ସେପଟେ ଘଟଣାସ୍ଥଳରେ ଯାଜପୁର ଜିଲ୍ଲା ଏସପି ଓ ଏସଡିପିଓ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । କାହାର ଦାୟିତ୍ବହୀନତା ପାଇଁ ଏତେ ବଡ଼ ଅଘଟଣ ଘଟିଲା ସେନେଇ ତଦନ୍ତ ଆରମ୍ଭ ହୋଇଛି । ପ୍ରଶ୍ନ ଉଠୁଛି କାଳବୈଶାଖୀ ବର୍ଷାରେ କେମିତି ଗଡ଼ିଗଲା ବଗି ? ବଗିଟିକୁ ଦୁର୍ବଳ ଅବସ୍ଥାରେ ସେଠାରେ ରଖାଯାଇଥିଲା କି ? ଏଠାରେ ଉଲ୍ଲେଖଯୋଗ୍ୟ, ଗତ ୨ ତାରିଖରେ ବାଲେଶ୍ୱର ବାହାନଗାଠାରେ ବଡ଼ଧରଣର ଟ୍ରେନ୍ ଦୁର୍ଘଟଣା ହୋଇଥିଲା । ଏଥିରେ ୨୮୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ମୃତ୍ୟୁ ବରଣ କରିଥିଲେ ।

୨ ଦିନିଆ ରାୟଗଡ଼ା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ, ଉନ୍ନୟନମୂଳକ କାର୍ଯ୍ୟର କରୁଛନ୍ତି ସମୀକ୍ଷା

ରାୟଗଡ଼ା: ରାୟଗଡାରେ 5T ସଚିବ ଭିକେ ପାଣ୍ଡିଆନଙ୍କଙ୍କ ମାରାଥନ ଅନୁଧ୍ୟାନ । ଜିସିଡି ଖେଳ ପଡ଼ିଆରେ ପହଞ୍ଚିବା ପରେ ଫାଇଭ-ଟି ସଚିବ ସେଠାରୁ ବିଜୁ ପଟ୍ଟନାୟକ ଅଡିଟୋରିୟମ ଯାଇ ସ୍କୁଲ ଓ କଲେଜ ଛାତ୍ରଛାତ୍ରୀଙ୍କ ସହିତ ସମସ୍ୟା ସମ୍ପର୍କରେ ଆଲୋଚନା କରିଛନ୍ତି । ପରେ ରାୟଗଡ଼ା ମୁଖ୍ୟ ଚିକିତ୍ସାଳୟ ପରିସରକୁ ଯାଇ ଆମ ହସପିଟାଲ ଯୋଜନାରେ ରୂପାନ୍ତରଣ କାମର ଅନୁଧ୍ୟାନ କରୁଛନ୍ତି ଫାଇଭ-ଟି ସଚିବ । ବିକାଶ କାମର ଅଗ୍ରଗତି ସହିତ ଚିକିତ୍ସା ସମ୍ପର୍କରେ ରୋଗୀଙ୍କ ସହିତ ଆଲୋଚନା କରିଛନ୍ତି ।

ସେଠାରେ ଏସଏଚଜି ମାଆମାନଙ୍କ ସହିତ ଆଲୋଚନା କରିଛନ୍ତି 5T ସଚିବ । ପରେ ରାୟଗଡ଼ାର ବହୁମୂଖୀ ଇନଡୋର ଷ୍ଟାଡିୟମ ଯାଇ ଖେଳାଳିଙ୍କ ସହିତ ଆଲୋଚନା ଏବଂ ଲୋକଙ୍କ ସମସ୍ୟା ଶୁଣିଛନ୍ତି 5T ସଚିବ । ମାଆ ମଝିଘରିଆଣୀଙ୍କ ମନ୍ଦିର ପରିଦର୍ଶନ କରି ଉନ୍ନୟନ କାର୍ଯ୍ୟର ସମୀକ୍ଷା କରୁଛନ୍ତି । ମନ୍ଦିରର ବିକାଶ ନେଇ ସେବାୟତ ଓ ସ୍ଥାନୀୟ ଲୋକଙ୍କ ସହିତ ଆଲୋଚନା କରୁଛନ୍ତି ଫାଇଭ-ଟି ସଚିବ । ଆସନ୍ତାକାଲି ଦିନତମାମ ଜିଲ୍ଲାର ବିଭିନ୍ନ ଉନ୍ନୟନ କାର୍ଯ୍ୟର ସମୀକ୍ଷା କରିବେ 5T ସଚିବ ଭିକେ ପାଣ୍ଡିଆନ ।

 

ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୦୪୦ଟଙ୍କାରୁ ୨୧୮୩କୁ ବୃଦ୍ଧି

ନନ୍ଦିଘୋଷ ବ୍ୟୁରୋ: ଧାନର ଏମଏସପି ବୃଦ୍ଧି । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨ହଜାର ୪୦ଟଙ୍କାରୁ ୨ହଜାର ୧୮୩କୁ ବୃଦ୍ଧି । ଏମଏସପି ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ଏ-ଗ୍ରେଡ ଧାନର ମୂଲ୍ୟ କୁଇଣ୍ଟାଲ ପିଛା ୨୨୦୩ ଟଙ୍କାକୁ ବୃଦ୍ଧି କରାଯାଇଛି । ସେହିପରି ବିରିର ସର୍ବନିମ୍ନ ସହାୟକ ମୂଲ୍ୟ ୬୯୫୦କୁ ବୃଦ୍ଧି କରାଯାଇଛି । ବାଦାମ ଏମଏସପି ୬୩୭୭ ଓ ହରଡ଼ ଡାଲିର ସର୍ବନିମ୍ନ ସହାୟକ ମୂଲ୍ୟ ୭୦୦୦କୁ ବୃଦ୍ଧି କରିଛନ୍ତି କେନ୍ଦ୍ର ସରକାର । ପୁଣି କେନ୍ଦ୍ର ସରକାର ଚାଷୀଙ୍କୁ ଉପହାସ କରିଥିବା କହି ଅସନ୍ତୋଷ ପ୍ରକାଶ କଲା ବିଜେଡି । ଧାନର ଫସଲ ଖର୍ଚ୍ଚ ଉଠିବନି ବୋଲି କହିଛନ୍ତି ବିଜେଡି ବିଧାୟକ ଅମର ଶତପଥୀ । ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯ଶହ ୩୦ ଟଙ୍କା କରିବାକୁ ରାଜ୍ୟ ସରକାର ଦାବି କରିଆସୁଛନ୍ତି । ସେହିଭଳି ଧାନର ଏମଏସପି ବୃଦ୍ଧି ନେଇ କେନ୍ଦ୍ରର ଟାଳଟୁଳ ନୀତିକୁ ସମାଲୋଚନା କରିଛନ୍ତି ଚାଷୀ ନେତା ।

କୋର୍ଟ ରୁମ ପରିସରରେ ମୁଖତାର ଅଂସାରୀର ସହଯୋଗୀକୁ ଗୁଳି କରି ହତ୍ୟା

ଉତ୍ତରପ୍ରଦେଶରେ ପୁଣି ଆଇନ ଶୃଙ୍ଖଳା ବ୍ୟବସ୍ଥା ନେଇ ଉଠିଲା ପ୍ରଶ୍ନ । ଲକ୍ଷ୍ନୌର ଏକ କୋର୍ଟ ରୂମ ପରିସରରେ ଗ୍ୟାଙ୍ଗଷ୍ଟାର ସଞ୍ଜିବ ଜୀଭାଙ୍କୁ ଗୁଳି କରି ହତ୍ୟା । ଜଣେ ଦୁର୍ବୁତ୍ତ ସଞ୍ଜିବଙ୍ଗ ଉପରକୁ ଆଖିବୁଜା ଗୁଳି ଚାଳନା କରିଥିବା ବେଳେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଛି । ଦୁର୍ବୁତ୍ତ ଜଣକ ଓକିଲ ବେଶରେ ଆସି ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ଏଥିସହ ଗୁଳି ମାଡ଼ରେ ଜଣେ ଝିଅ ଓ ଜଣେ ପୋଲିସ କର୍ମଚାରୀ ମଧ୍ୟ ଗୁରୁତର ହୋଇଛନ୍ତି । ଏକ ମାମଲାରେ ଶୁଣାଣି ହେବାକୁ ଥିବା ବେଳେ କୋର୍ଟରେ ହାଜର ହୋଇଥିଲା ସଞ୍ଜିବ । ଡନ୍‌ ମୁଖତାର ଅନସାରୀର ପାଖ ଲୋକ ଥିଲା ସଞ୍ଜିବ ଜିଭା ।

ଜଣେ ବିଜେପି ନେତା ବ୍ରହ୍ମ ଦତ୍ତଙ୍କ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଥିଲା ସଞ୍ଜୀବ । ଏଥିସହିତ ସେ ଅନ୍ୟ ମାମଲାରେ ମଧ୍ୟ ଅଭିଯୁକ୍ତ ଥିଲା । ଘଟଣାସ୍ଥଲରେ ଏବେ ବିପୁଳମାତ୍ରାରେ ପୋଲିସ ମୁତୟନ ରହିଛନ୍ତି । ସଞ୍ଜିବ ଜୀବା ପଶ୍ଚିମୀ ୟୁପିର ମୁଜଫରନଗରର ନିବାସୀ ଥିଲା । ମୁଖତାରର ସୁଟର ଭାବେ କାମ କରୁଥିଲା ସଞ୍ଜିବ । ସଞ୍ଜିବ ୟୁପିର ଲକ୍ଷ୍ନୌ ଜେଲରେ ବନ୍ଦୀ ଥିଲା । ଆଜି ଏକ ମାମଲାରେ କୋର୍ଟରେ ହାଜର ହେବାକୁ ତାକୁ ପୋଲିସ ଆଣିଥିଲା । ଆଉ ଏହି ସମୟରେ ତାକୁ ଗୁଳି କରି ହତ୍ୟା କରାଯାଇଛି ।

 

ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ୫ ଦାବି ରଖିଲେ କୁସ୍ତିଯୋଦ୍ଧା

ନୂଆଦିଲ୍ଲୀ: ବିଜେପି ସାଂସଦ ଏବଂ କୁସ୍ତି ମହାସଂଘର ଅଧ୍ୟକ୍ଷ ବ୍ରିଜଭୂଷଣ ଶରଣ ସିଂଙ୍କ ବିରୋଧରେ ଯୌନ ଶୋଷଣ ଅଭିଯୋଗ ଆଣି ବିରୋଧ ପ୍ରଦର୍ଶନ କରୁଥିବା କୁସ୍ତିଯୋଦ୍ଧାମାନେ ଆଜି କେନ୍ଦ୍ରୀୟ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ଭେଟି ୫ଟି ଦାବି ରଖିଛନ୍ତି । କୁସ୍ତିଯୋଦ୍ଧାମାନେ କହିଛନ୍ତି, କୌଣସି ମହିଳାଙ୍କୁ ହିଁ ଭାରତୀୟ କୁସ୍ତି ମହାସଂଘର ମୁଖିଆ କରାଯାଉ । ଗତକାଲି ବିଳମ୍ବିତ ରାତିରେ ଖେଳ ମନ୍ତ୍ରୀ ଟ୍ୱିଟ୍ କରି ଆଲୋଚନା ପାଇଁ କୁସ୍ତିଯୋଦ୍ଧାଙ୍କୁ ଆମନ୍ତ୍ରଣ କରିଥିଲେ । ଏହାପରେ ଆଜି କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ଏବଂ ସାକ୍ଷୀ ମଲିକ ଖେଳ ମନ୍ତ୍ରୀ ଅନୁରାଗ ଠାକୁରଙ୍କୁ ତାଙ୍କ ଘରେ ଯାଇ ଭେଟି ଆଲୋଚନା କରିଛନ୍ତି  । ପାଞ୍ଚ ଦିନ ଭିତରେ କୁସ୍ତିଯୋଦ୍ଧା ଏବଂ ସରକାରଙ୍କ ମଧ୍ୟରେ ଏହା ଦ୍ୱିତୀୟ ବୈଠକ ଥିଲା ।

ଏହା ପୂର୍ବରୁ ଶନିବାର ବିଳମ୍ବିତ ରାତିରେ ଗୃହମନ୍ତ୍ରୀ ଅମିତ ଶାହଙ୍କୁ ମଧ୍ୟ ଭେଟିଥିଲେ କୁସ୍ତିଯୋଦ୍ଧା ଏବଂ ଯୌନ ଶୋଷଣର ଅଭିଯୁକ୍ତ ବ୍ରିଜଭୂଷଣଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଥିଲେ । ଆଜିର ବୈଠକରେ କୁସ୍ତିଯୋଦ୍ଧାମାନେ ଖେଳ ମନ୍ତ୍ରୀଙ୍କ ପାଖରେ ପାଞ୍ଚଟି ଦାବି ରଖିଥିଲେ । ଦାବି ମଧ୍ୟରେ ଭାରତୀୟ କୁସ୍ତି ମହାସଂଘ ପାଇଁ ସ୍ୱତନ୍ତ୍ର ଏବଂ ନିରପେକ୍ଷ ଏବଂ ଜଣେ ମହିଳା ପ୍ରମୁଖଙ୍କ ନିଯୁକ୍ତି ସାମିଲ ରହିଛି । କୁସ୍ତିଯୋଦ୍ଧା ଏହା ମଧ୍ୟ ଦାବି ରଖିଥିଲେ ଯେ ବ୍ରିଜଭୂଷଣ ବା ତାଙ୍କ ପରିବାରର କୌଣସି ସଦସ୍ୟ ଡବ୍ଲୁଏଫଆଇର ଅଂଶ ନହୁଅନ୍ତୁ । ଏହା ବ୍ୟତୀତ ୨୮ ମଇରେ କୁସ୍ତିଯୋଦ୍ଧାଙ୍କ ବିରୋଧରେ ହୋଇଥିବା ଏଫଆଇଆର ରଦ୍ଦ କରିବା ଏବଂ ବ୍ରିଜଭୂଷଣ ଶରଣ ସିଂହଙ୍କ ଗିରଫଦାରୀ ଦାବି କରିଛନ୍ତି । ଆଜିର ଆଲୋଚନାରେ ବିନେଶ ଫୋଗାଟ ସାମିଲ ନଥିଲେ ।