୬ ଜିଲ୍ଲାର ବିଜେଡି ସଭାପତି ନିଯୁକ୍ତ

ଭୁବନେଶ୍ୱର :  ୬ ଜିଲ୍ଲାର ବିଜେଡି ସଭାପତି ନିଯୁକ୍ତ । ଢେଙ୍କାନାଳ ଜିଲ୍ଲାର ବିଜେଡି ସଭାପତି ହୋଇଛନ୍ତି ନୃସିଂହ ଚରଣ ସାହୁ । ସେହିପରି ଦେବୀ ପ୍ରସାଦ ଭୁତିଆଙ୍କୁ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି । ଅଶ୍ବିନୀ କୁମାର ପାତ୍ର ବାଲେଶ୍ବର ଜିଲ୍ଲା ସଭାପତି ଭାବେ ନିଯୁକ୍ତ ହୋଇଛନ୍ତି ।

ଝିହ୍ନ ହିକକା କୋରାପୁଟ ଜିଲ୍ଲା ବିଜେଡି ସଭାପତି ହୋଇଥିବାବେଳେ କାର୍ଯ୍ୟକାରୀ ସଭାପତି ହୋଇଛନ୍ତି ପ୍ରଶାନ୍ତ ଗୁପ୍ତା । ସେହିପରି ବରଗଡ଼ ପାଇଁ ପ୍ରଭାସ କୁମାର ସିଂ ଜିଲ୍ଲା ସଭାପତି ଓ ସୁଶାନ୍ତ ମହାପାତ୍ର କାର୍ଯ୍ୟକାରୀ ସଭାପତି ହୋଇଛନ୍ତି । ରାଉରକେଲା ସାଂଗଠନିକ ଜିଲ୍ଲା ସଭାପତି ହୋଇଛନ୍ତି ହାଲୁ ମୁଣ୍ଡାରୀ ଓ ଝାରସୁଗୁଡ଼ା ଜିଲ୍ଲା ସଭାପତି ହୋଇଛି ରବି ସିଂ । ନୂଆ ନିଯୁକ୍ତି ନେଇ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ ସୂଚନା ଦେଇଛନ୍ତି ।