spot_img
Home Blog Page 3066

ବାଲେଶ୍ବର ଟ୍ରେନ୍ ଟ୍ରାଜେଡି, ବାପା ମାଆ ହରାଇଥିବା ପିଲାଙ୍କୁ ମାଗଣା ପଢ଼ାଇବେ ସେହଓ୍ବାଗ

ଭୁବନେଶ୍ବର: ବାଲେଶ୍ବର ବାହାନଗା ଟ୍ରେନ ଦୁର୍ଘଟଣ ସାରା ଦେଶକୁ ଥରାଇ ଦେଇଛି । ଏବେ ଯାଏ ଅନେକ ଶବ ଚିହ୍ନଟ ହୋଇ ନଥିଲାବେଳେ ନିଜ ପ୍ରିୟଜନଙ୍କୁ ଖୋଜୁଛନ୍ତି ସମ୍ପର୍କୀୟ । ଏହାରି ଭିତରେ ଆହତ ଏବଂ ମୃତକଙ୍କ ପରିବାର ପ୍ରତି ସହାୟତାର ହାତ ବଢ଼ାଇଛନ୍ତି ଅନେକ ସଂଗଠନ ।

କ୍ରିକେଟର ବୀରେନ୍ଦ୍ର ସେହଓ୍ବାଗ ମଧ୍ୟ ସହାୟତାର ହାତ ବଢ଼ାଇଛନ୍ତି । ଦୁର୍ଘଟଣାରେ ବାପା ମାଆ ହରାଇଥିବା ଅନାଥ ଶିଶୁଙ୍କୁ ମାଗଣାରେ ପାଠ ପଢ଼ାଇବେ ବୋଲି କହିଛନ୍ତି ବୀରେନ୍ଦ୍ର ସେହଓ୍ବାଗ । ସେହଓ୍ବାଗ ଟ୍ବିଟ କରି ଏହି ସୂଚନା ଦେଇଛନ୍ତି ।

ଟ୍ବିଟ କରି ବୀରେନ୍ଦ୍ର କହିଛନ୍ତି, ଏ ଫଟୋ ଆମକୁ ଅନେକ ସମୟ ଯାଏ ଭୟଭୀତ କରାଇବ । ଏଭଳି ଦୁଃଖର ମୁହୂର୍ତ୍ତରେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପିଲାଙ୍କ ପାଠ ପଢ଼ାରେ ମୁଁ ସାହାଯ୍ୟ କରିବି । ସେହଓ୍ବାଗ ଇଣ୍ଟରନାସନାଲ ସ୍କୁଲ ବୋର୍ଡିଂ ଫେସିଲିଟିରେ ମୁଁ ଏହି ପିଲାଙ୍କୁ ମାଗଣାରେ ଶିକ୍ଷା ପ୍ରଦାନ କରିବି ।

କେବଳ ସେହଓ୍ବାଗ ନୁହେଁ କ୍ରିକେଟରଙ୍କଠୁ ଆରମ୍ଭ କରି ବହୁ ସେଲିବ୍ରିଟି ମଧ୍ୟ ପ୍ରାଣ ହରାଇଥିବା ଯାତ୍ରୀଙ୍କ ପ୍ରତି ସମବେଦନା ଜଣାଇବା ସହ ଆହତ ଯାତ୍ରୀଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଜ୍ବରରେ ପୀଡିତ ଚତୁର୍ଦ୍ଧାମୂର୍ତ୍ତି, ଅଲାରନାଥଙ୍କୁ ଦର୍ଶନ କରିବା ପାଇଁ ଭକ୍ତଙ୍କ ଭିଡ଼

ବ୍ରହ୍ମଗିରି: ସ୍ନାନଯାତ୍ରା ଓ ଗଜବେଶ ଦର୍ଶନ ପରେ ଗୋଟି ପହଣ୍ଡିରେ ଅଣସର ପିଣ୍ଡିକୁ ବିଜେ କରିଛନ୍ତି ଚତୁର୍ଦ୍ଧାମୂର୍ତ୍ତି । ଅତ୍ୟଧିକ ସ୍ନାନ ହେତୁ ଶ୍ରୀବିଗ୍ରହମାନେ ଜ୍ବରରେ ପୀଡିତ ହୋଇଛନ୍ତି । ୧୫ ଦିନ ଧରି ଚାଲିବ ଅନବସର ଗୁପ୍ତ ନୀତି ।  ତେଣୁ ଶ୍ରୀମନ୍ଦିର ରତ୍ନ ସିଂହାସନରେ ତିନି ଠାକୁର ଭକ୍ତଙ୍କୁ ଦର୍ଶନ ଦେବେ ନାହିଁ ।

ଶ୍ରୀମନ୍ଦିରରେ ଏହି ସମୟରେ ପଟିଦିଅଁ ଦର୍ଶନ ବ୍ୟବସ୍ଥା ଥିବା ବେଳେ ମହାପ୍ରଭୁଙ୍କ ପହଣ୍ଡି ନୀତି ଶେଷ ହେବା ପରେ ପଟିଦିଅଁଙ୍କୁ ବିଜେ କରାଯାଇଛି । ଭକ୍ତମାନେ ଏହି ସମୟରେ ବ୍ରହ୍ମଗିରିର ଅଲାରନାଥଙ୍କୁ ଦର୍ଶନ କରୁଛନ୍ତି । ଆଜିଠାରୁ ଅଲାରନାଥଙ୍କ ଅଣସର ଦର୍ଶନ ଆରମ୍ଭ ହୋଇଛି । ମନ୍ଦିର ପ୍ରଶାସନ ପକ୍ଷରୁ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଭୋରରୁ ଦ୍ବାର ଫିଟା, ମଙ୍ଗଳ ଆଳତି, ତଡପଲାଗି ପରେ ସାଧାରଣ ଦର୍ଶନ ଆରମ୍ଭ ହୋଇଛି । ଏହି ଦର୍ଶନ ଚତୁର୍ଦ୍ଧାମୂର୍ତ୍ତିଙ୍କ ନବ ଯୌବନ ଦର୍ଶନ ପର୍ଯ୍ୟନ୍ତ ଚାଲିବ । ଅଣସର ସମୟରେ ଅଲାରନାଥଙ୍କୁ ଦର୍ଶନ କଲେ କୋଟି ପୂର୍ଣ୍ୟ ପ୍ରାପ୍ତି ହୁଏ ବୋଲି ବିଶ୍ବାସ ରହିଛି ।

ଆଜି ବିଶ୍ବ ପରିବେଶ ଦିବସ, ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ବର: ଆଜି ବିଶ୍ବ ପରିବେଶ ଦିବସ। ପ୍ରତିବର୍ଷ ଜୁନ ମାସ ୫ ତାରିଖ ଦିନ ଏହି ଦିବସ ପାଳନ ହୁଏ। ଏହି ଦିବସ ପାଳନ କରିବାର ମୁଖ୍ୟ କାରଣ ହେଉଛି ଲୋକଙ୍କୁ ପରିବେଶ ବିଷୟରେ ଅବଗତ କରାଇବା। ବିଶ୍ବର ପ୍ରାୟ ୧୪୩ଟି ରାଷ୍ଟ୍ରରେ ପରିବେଶ ଦିବସ ପାଳନ କରାଯାଇଥାଏ ।

ବିଶ୍ବ ପରିବେଶ ଦିବସରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହା ସହ ସବୁଜ, ସୁନ୍ଦର, ସୁସ୍ଥ ପରିବେଶ ଗଠନରେ ସମସ୍ତଙ୍କ ସହଯୋଗ କାମନା ମଧ୍ୟ କରିଛନ୍ତି ।

ମଣିଷ ନିଜର ଜାଣତରେ ହେଉ କିମ୍ବା ଅଜାଣତରେ ପରିବେଶ ପ୍ରତି ଅନେକ ଅନ୍ୟାୟ କରିଥାଏ। ନିଜର ଉନ୍ନତି ଓ ଜୀବିକା ନିର୍ବାହ ପାଇଁ ଗଛ କାଟିବାଠାରୁ ଆରମ୍ଭ କରି କଳ କାରଖାନା ପ୍ରତିଷ୍ଠା, ଯାନବାହନ ତିଆରି ଆଦି ଅନେକ ଜିନିଷ କରିଥାଏ। ଆଉ ଏଥିରୁ ନିର୍ଗତ ହେଉଥିବା ଧୂଆଁ ପରିବେଶ ପ୍ରଦୂଷଣ କରିଥାଏ। ପ୍ଲାଷ୍ଟିକର ବହୁଳ ବ୍ୟବହାର ପରିବେଶ ପ୍ରଦୂଷଣର ଅନ୍ୟତ୍ତମ ପ୍ରମୁଖ କାରଣ। ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ। ମଣିଷ ଏବଂ ପରିବେଶ ମଧ୍ୟରେ ବହୁତ ଗଭୀର ସମ୍ପର୍କ ରହିଛି । ପ୍ରକୃତି ବିନା ଜୀବନ ସମ୍ଭବ ନୁହେଁ। ପରିବେଶ କ୍ରମାଗତ ଭାବରେ ଦୂଷିତ ହେଉଛି, ଯାହା ଆମ ଜୀବନରେ ଗଭୀର ପ୍ରଭାବ ପକାଉଛି । ପରିବେଶର ଯତ୍ନ ନେବାକୁ ଏହି ଦିବସ ସମସ୍ତଙ୍କୁ ବାର୍ତ୍ତା ଦେଇଥାଏ । ୧୯୭୨ରୁ ବିଶ୍ବ ପରିବେଶ ଦିବସ ପାଳନ କରାଯାଉଛି । ମିଳିତ ଜାତିସଂଘ ୧୯୭୨, ଜୁନ୍‌ ୫ରେ ବିଶ୍ବ ପରିବେଶ ଦିବସ ପାଳନ ପାଇଁ ନିଷ୍ପତ୍ତି ହୋଇଥିଲା ।

୫୦ ଘଣ୍ଟା ପରେ ସୁଧୁରିଲା ସ୍ଥିତି, ପରୀକ୍ଷାମୂଳକ ଭାବେ ଗଡ଼ିଲା ମାଲବାହୀ ଟ୍ରେନ୍

ବାଲେଶ୍ୱର: ବାହାନଗା ଭୟଙ୍କର ଟ୍ରେନ୍ ଦୁର୍ଘଟଣାର ୫୦ ଘଣ୍ଟା ପରେ ସୁଧୁରୁଲା ସ୍ଥିତି । ବାହାନଗାରେ ସରିଲା ରେଳ ଧାରଣା ମରାମତି । ଟ୍ରେନ ଚଳାଚଳ ପାଇଁ ୨ଟି ଟ୍ରାକକୁ ପ୍ରସ୍ତୁତ କରାଯାଇଛି । ପ୍ରଥମେ ପରୀକ୍ଷାମୂଳକ ଭାବେ ଗଡ଼ିଛି ମାଲବାହୀ ଟ୍ରେନ । ଡାଉନ୍ ଟ୍ରାକ୍ ଥ୍ରୋ ଟ୍ରେନ୍ ଚାଲିଛି । କେନ୍ଦ୍ର ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ଉପସ୍ଥିତିରେ ଏହି ମାଲବାହୀ ଟ୍ରେନ୍ ଗଡ଼ିଛି । ରାତିରେ ଆଉ କେତେକ ଟ୍ରେନ ଚଳାଚଳ କରିବା ସୂଚନା ରହିଛି । ୨ ତାରିଖ ସନ୍ଧ୍ୟାରେ ଭୟଙ୍କର ରେଳ ଦୁର୍ଘଟଣା ପରେ ବନ୍ଦ ରହିଥିଲା ଟ୍ରେନ ଚଳାଚଳ ।

ଭୁଶୁଡ଼ିପଡ଼ିଲା ଗଙ୍ଗା ନଦୀ ଉପରେ ନିର୍ମିତ ହେଉଥିବା ବ୍ରିଜ୍

ବାଘଲପୁର: ଭୁଶୁଡ଼ିଲା ନିର୍ମାଣାଧୀନ ବ୍ରିଜ୍ । କଏଦ ହୋଇଛି ବ୍ରିଜ୍ ଭୁଶୁଡ଼ିବା ବେଳର ଦୃଶ୍ୟ । ବିହାରର ଭାଗଲପୁରରୁ ଏପରି ଘଟଣା ସାମ୍ନାକୁ ଆସିଛି । ବ୍ରିଜ୍ର ଦୁଇଟି ପାର୍ଶ୍ୱ କେମିତି ଭୁଶୁଡ଼ିବା ସହ ପାଣିରେ ମିଶି ଯାଉଛି, ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଏଯାଏ ବ୍ରିଜ ଭୁଶୁଡ଼ିବା ଘଟଣାରେ ମୃତାହତଙ୍କ ସମ୍ପର୍କରେ କୌଣସି ପ୍ରକାରର ସୂଚନା ମିଳିନି । ଅଗୁୱାନି ସୁଲାତନଗଞ୍ଜ ଗଙ୍ଗା ବ୍ରିଜ ବିହାରର ଖାଗାରିଆ ଠାରେ ନିର୍ମାଣ ଚାଲିଥିଲା । ଗଙ୍ଗା ନଦୀ ଉପରେ ହେଉଥିବା ବ୍ରିଜ ପାଇଁ ୧୭ ଶହ କୋଟି ଟଙ୍କାର ବ୍ୟୟବରାଦ ହୋଇଥିଲା । ବ୍ରିଜର ୩ଫୁଟ ଅଞ୍ଚଳ ଭୁଶୁଡ଼ିବା ସହ ଗଙ୍ଗା ନଦୀରେ ଲୀନ ହୋଇଯାଇଛି ।

ସରିଲା ଶ୍ରୀଜିଉଙ୍କ ସ୍ନାନ ନୀତି, ଦୁର୍ଲଭ ହାତୀ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧା ମୂରତି

ଭୁବନେଶ୍ୱର: ଶାନ୍ତିଶୃଙ୍ଖଳାର ସହ ସରିଛି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା । ଦୁର୍ଲଭ ହାତୀ ବେଶରେ ସଜ୍ଜିତ ହୋଇ ଦର୍ଶନ ଦେଉଛନ୍ତି ଚତୁର୍ଦ୍ଧା ମୂରତି | ନିର୍ଦ୍ଧାରିତ ନୀତି ନିର୍ଘଣ୍ଟ ଅନୁଯାୟୀ ସମସ୍ଥ ନୀତିକାନ୍ତିକୁ ଶେଷ କରିଛନ୍ତି ସେବାୟତ ।  ପବିତ୍ର ସ୍ନାନ ପୂର୍ଣ୍ଣିମାରେ ଭକ୍ତ-ଭଗବାନ ଏକାକାର । ବଡ଼ଦାଣ୍ଡ ଜନସମୁଦ୍ର । ଘଣ୍ଟ ଘଣ୍ଟା, ମୃଦଙ୍ଗ, କାହାଳୀ, ହରିବୋଲ, ହୁଳହୁଳିରେ ପ୍ରକମ୍ପିତ ପରିବେଶ । ଶୃଙ୍ଖଳିତ ଭାବେ ଶେଷ ହୋଇଛି ମହାପ୍ରଭୁଙ୍କ ସ୍ନାନ ନୀତି । ଭୋର ୩ଟା ୩୦ରେ ମଙ୍ଗଳାର୍ପଣ ପରେ ୪ଟା ୪୫ରେ ହୋଇଥିଲା ମଙ୍ଗଳାର୍ପଣ ନୀତି । ବିଜେ କାହାଳୀ ପରେ ଧାଡି ପହଣ୍ଡିରେ ପ୍ରଥମେ ଶ୍ରୀସୁଦର୍ଶନ, ପରେ ବଳଭଦ୍ର, ଦେବୀ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ସ୍ନାନମଣ୍ଡପକୁ ବିଜେ କରିଥିଲେ । ମଦନମୋହନ ବିଜେ ପରେ ସକାଳ ୮ଟା ୫ରେ ସ୍ନାନବେଦୀରେ ହୋଇଥିଲା ମଙ୍ଗଳ ଆଳତି ।

ମଇଲମ, ତଡ଼ପଲାଗି, ଅଧରପୋଛା ନୀତି ସମେତ ଠାକୁରଙ୍କ ବେଶ ପରେ ୧୦୮ ଗଡ଼ୁ ଜଳ ସ୍ନାନ ମଣ୍ଡପରେ ବିଜେ କରିଥିଲେ । ମଧ୍ୟାହ୍ନ ୧୨ଟା ୨୦ରେ ଜଳଲାଗି ପୂଜା ପରେ ଆରମ୍ଭ ହୋଇଥିଲା ମହାପ୍ରଭୁଙ୍କ ସ୍ନାନ । ଶ୍ରୀବଳଭଦ୍ର ୩୩ ଗଡୁ, ଦେବୀ ସୁଭଦ୍ରା ୨୨ ଗଡ଼ୁ, ଶ୍ରୀଜଗନ୍ନାଥ ୩୫ ଗଡୁ ଏବଂ ଶ୍ରୀସୁଦର୍ଶନ ୧୮ ଗଡ଼ୁ ଜଳରେ ସ୍ନାନ କରିଥିଲେ । ସ୍ନାନ ମଣ୍ଡପରେ ରକ୍ତଛିଟା ପଡ଼ିଥିବାରୁ ବଡ଼ ମହାସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ଗଜପତି ମହାରାଜା ଅପରାହ୍ଣ ୪ଟା ୧୫ରେ ଛେରା ପହଁରା ନୀତି କରିଥିଲେ । ଶେଷରେ ଅନୁଷ୍ଠିତ ହୋଇଥିଲା ମହାପ୍ରଭୁଙ୍କ ହାତୀ ବେଶ ।

ସ୍ନାନ ମଣ୍ଡପରେ ମହାପ୍ରଭୁଙ୍କୁ ଦେଖି ଭାବବିହ୍ବଳ ହୋଇଥିଲେ ଭକ୍ତ । କିଏ ଭଜନ ଗାନ କରି ତ କିଏ ଗୀତଗୋବିନ୍ଦର ତାଳେତାଳେ ନୃତ୍ୟ ପରବେଷଣ କରିଥିଲେ । କିଏ ଆଣ୍ଠୁମାଡ଼ି ଠାକୁରଙ୍କ ନିକଟରେ କରୁଥିଲେ ଅଳି । ଅସହ୍ୟ ତାତି ଓ ଗୁଳୁଗୁଳିରେ ସବୁ ଭକ୍ତଙ୍କ ପାଇଁ ଶୃଙ୍ଖଳିତ ଦର୍ଶନ ବ୍ୟବସ୍ଥା କରିଥିବା ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଦେଇଥିଲେ ଭକ୍ତ। ସହରରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୬୦ରୁ ଉର୍ଦ୍ଧ ପ୍ଲାଟୁନ ଫୋର୍ସ ସହ ୨୦୦ରୁ ଉର୍ଦ୍ଧ ଅଧିକାରୀଙ୍କୁ ମୁତୟନ କରାଯାଇଥିଲା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ମହାପ୍ରଭୁ ଜ୍ବରରେ ପୀଡ଼ିତ ହେବେ। କାଲିଠାରୁ ମହାପ୍ରଭୁଙ୍କ ଅଣସର ନୀତି ଆରମ୍ଭ ହେବାକୁ ଥିବାବେଳେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟିଦିଅଁ।

୯୪ ବର୍ଷ ବୟସରେ ଭେଟେରାନ ଅଭିନେତ୍ରୀ ସୁଲୋଚନାଙ୍କ ପରଲୋକ

ନୂଆଦିଲ୍ଲୀ: ୪୦ରୁ ୫୦ ଦଶକର ଦିଗ୍ଗଜ ଅଭିନେତ୍ରୀ ଭାବେ ପରିତିତ ସୁଲୋଚନା ଲାଟକରଙ୍କ ପରଲୋକ ଘଟିଛି । ଦୀର୍ଘ ଦିନ ହେବ ସେ ଅସୁସ୍ଥ ଥିଲେ । ନିକଟରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁହାଯାଇଥିଲା ଯେ ଅଭିନେତ୍ରୀଙ୍କୁ ନିଶ୍ୱାସ ନେବାରେ ସମସ୍ୟା ହେଉଥିଲା । ସୁଶୃଷା ହସ୍ପିଟାଲରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ମୃତ୍ୟୁବେଳକୁ ତାଙ୍କୁ ୯୪ ବର୍ଷ ବୟସ ହୋଇଥିଲା । ତାଙ୍କ ମୃତ୍ୟୁରେ ସିନେମା ଜଗତରେ ଶୋକର ଛାୟା ଖେଳିଯାଇଛି । ଆସନ୍ତାକାଲି ପ୍ରଭାଦେବୀ ସ୍ଥିତ ତାଙ୍କ ବାସଭବନରେ ଅନ୍ତିମ ଦର୍ଶନ ପାଇଁ ଅଭିନେତ୍ରୀ ସୁଲୋଚନାଙ୍କ ପାର୍ଥିବ ଶରୀର ରଖାଯିବ ।

ଏହାପରେ ଶିବାଜୀ ପାର୍କ ସ୍ଥିତ ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ । ପ୍ରକାଶଥାଉକି, ସୁଲୋଚନା ମରାଠି ଫିଲ୍ମ ଇଣ୍ଡଷ୍ଟ୍ରୀର ଜଣାଶୁଣା ଚେହେରା ଥିଲେ । ସେହିପରି ହିନ୍ଦି ସିନେମାରେ ମଧ୍ୟ ନିଜର ଚମତ୍କାର ଅଭିନୟ ପାଇଁ ସେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ । ଦେବାନନ୍ଦଙ୍କଠୁ ନେଇ ରାଜେଶ ଖାନ୍ନାଙ୍କ ପର୍ଯ୍ୟନ୍ତ ବଡ଼ ବଡ଼ ଷ୍ଟାରଙ୍କ ସହ ସେ କାମ କରିଥିଲେ । ଅନେକ ହିନ୍ଦି ସିନେମାରେ ମା ଭୂମିକାରେ ମଧ୍ୟ ନଜର ଆସିଥିଲେ । ୨୫୦ରୁ ଅଧିକ ସିନେମାରେ ସେ କାମ କରିଥିଲେ ।

ଇଣ୍ଟରଲକିଂରେ ତ୍ରୁଟି ପାଇଁ ହୋଇଥିଲା ବାହାନଗା ଦୁର୍ଘଟଣା; ତେବେ ଏହା କ’ଣ ଏବଂ କେମିତି କାର୍ଯ୍ୟ କରିଥାଏ?

ଭୁବନେଶ୍ୱର: ଦଶନ୍ଧିର ବଡ଼ ରେଳ ଦୁର୍ଘଟଣା । ଯାନ୍ତ୍ରିକ ତ୍ରୁଟି ଯୋଗୁ ଚାଲିଗଲା କି ୨୭୫ ଜୀବନ । ରେଳମନ୍ତ୍ରୀ କହିଲେ, ଇଣ୍ଟରଲକିଂ ସିଷ୍ଟମରେ ତ୍ରୁଟି, ଏପଟେ ରେଲଓ୍ବେ ବୋର୍ଡ କହିଲା ସିଗନାଲରେ ସମସ୍ୟା ଯୋଗୁ ଭୁଲ ଲାଇନରେ ଗଲା କରମଣ୍ଡଳ । ତେବେ ଏହି ଇଣ୍ଟରଲକିଂ ସିଷ୍ଟମ କଣ ଏବଂ ଏହା କେମିତି କାର୍ଯ୍ୟ କରିଥାଏ? ରେଳ ଟ୍ରାକର ସୁପରିଚାଳନା ଲାଗି ବ୍ୟବହୃତ ହୋଇଥାଏ ଇଣ୍ଟରଲକିଂ ସିଷ୍ଟମ । ରେଳବାଇ ସିଗନାଲିଂ କ୍ଷେତ୍ରେର ଇଣ୍ଟରଲକିଂ ଏକ ବ୍ୟବସ୍ଥା । ଜଙ୍କସନ ବା କ୍ରସିଂର ସୁବ୍ୟବସ୍ଥା ଲାଗି ରହିଥାଏ ଇଣ୍ଟରଲକିଂ । ଲିଭର କିମ୍ବା ଇଲେକ୍ଟ୍ରିକାଲ ବା ମେକାନିକାଲ ଡିଭାଇସକୁ ନେଇ ଇଣ୍ଟରଲକିଂ । ପଏଣ୍ଟ ଓ ସିଗନାଲକୁ କରାଯାଇଥାଏ ଅପରେଟ । ଟ୍ରେନର ଇଗନିସନ ସହ ସଂଯୁକ୍ତ ହୋଇଥାଏ ଇଣ୍ଟରଲକ ଡିଭାଇସ ।

ଟ୍ରାକରେ ଏକାଧିକ ଲାଇନକୁ ସଂଯୋଗ କରିବା ପାଇଁ ପଏଣ୍ଟସ ରହିଥାଏ । ସିଗନାଲ ଦ୍ବାରା ଲୋକୋ ପାଇଲଟକୁ ଟ୍ରେନକୁ ଆଗକୁ ନେବା ଲାଗି ଗ୍ରୀନ ସିଗନାଲ ମିଳିଥାଏ । ଯେଉଁ ଲାଇନର ରୁଟ୍ ସେଟ ହୋଇଥାଏ, ସେହି ଲାଇନ ପାଇଁ ସିଗନାଲ ମିଳିଥାଏ । ଏହି ବ୍ୟବସ୍ଥାକୁ ଇଣ୍ଟରଲକିଂ କୁହାଯାଏ । ଇଣ୍ଟରଲକିଂ ସିଷ୍ଟମ ଟ୍ରେନର ସୁରକ୍ଷା ସୁନିଶ୍ଚିତ କରିଥାଏ । ଇଣ୍ଟରଲକିଂ ଯୋଗୁ ସିଗନାଲ କ୍ଷେତ୍ରରେ ତ୍ରୁଟି ହେବା ସମ୍ଭବ ନୁହେଁ । ଲୁପ ଲାଇନ ଇଣ୍ଟରଲକିଂ ହୋଇଥିଲେ ଲୋକୋ ପାଇଲଟକୁ ଯିବନାହିଁ ଗ୍ରୀନ ସିଗନାଲ । ଯଦି ଲେବଲ କ୍ରସିଂଗେଟଗୁଡିକ ଇଣ୍ଟରଲକ ଦ୍ବାରା ସଂଯୁକ୍ତ ହୋଇଥାଏ ତେବେ ଗେଟ ବନ୍ଦ ବା ଖୋଲିବା ବି ନିୟନ୍ତ୍ରିତ ହୋଇଥାଏ । ଥରେ ଲୋକୋ ପାଇଲଟଙ୍କୁ ସିଗନାଲ ଯିବା ପରେ ବନ୍ଦ କରିବା ଅସମ୍ଭବ । ଲିଭର ଓ ପ୍ୟାନେଲ ଦ୍ବାରା ପରିଚାଳିତ ହୋଇଥାଏ ପଏଣ୍ଟ ଓ ସିଗନାଲ । ମେକାନିକାଲ ବା ଇଲେକ୍ର୍ଟିକାଲ କିମ୍ବା ଇଲେକ୍ଟ୍ରୋମେକାନିକାଲ ଦ୍ବାରା ଇଣ୍ଟରଲକିଂ ହୋଇଥାଏ ।

କେତେ ପ୍ରକାର ରହିଛି ଇଣ୍ଟରଲକିଂ?

. ମେକାନିକାଲ ଇଣ୍ଟରଲକିଂ
. ପ୍ୟାନେଲ ଇଣ୍ଟରଲକିଂ
. ରୁଟ୍ ରିଲେ ଇଣ୍ଟରଲକିଂ
. ସଲିଡ ଷ୍ଟେଟ ଇଣ୍ଟରଲକିଂ

ଇଲେକ୍ଟ୍ରୋନିକ ଇଣ୍ଟରଲକିଂ କ’ଣ?
ସିଗନାଲ ଓ ଟ୍ରାକ ନିୟନ୍ତ୍ରଣ କରିଥାଏ ଇଲେକ୍ଟ୍ରୋନିକ ଇଣ୍ଟରଲକିଂ । ଏହା ଏକ ଅତ୍ୟାଧୁନିକ ନିୟନ୍ତ୍ରଣ ବ୍ୟବସ୍ଥା । ସଫଳତାର ସହ ଟ୍ରାକ ମ୍ୟାନେଜମେଣ୍ଟ କରିଥାଏ ଏହି ବ୍ୟବସ୍ଥା । ଭୁଲଭାଲ ସିଗନାଲ ପ୍ରଦାନ ସମ୍ଭବ ହୋଇ ନଥାଏ । ରେଳ ଟ୍ରାକ ନିରାପଦ ନଥିଲେ ଏହି ସିଷ୍ଟମ ଟ୍ରେନକୁ ଆଗକୁ ଯିବାକୁ ଦେଇ ନଥାଏ । ଇଲେକ୍ଟ୍ରୋନିକ କଣ୍ଟ୍ରୋଲ ସିଷ୍ଟମ ଓ କମ୍ପ୍ୟୁଟର ଦ୍ବାରା ଏହା ପରିଚାଳିତ ହୋଇଥାଏ । ପାରମ୍ପରିକ ମେକାନିକାଲ ଇଣ୍ଟରଲକିଂର ଆଉ ହେଉନାହିଁ ବ୍ୟବହାର । ଟ୍ରେନ ଚଳାଚଳ କ୍ଷେତ୍ରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନେଇଥାଏ ସିଷ୍ଟମ । ଟ୍ରେନ ସମ୍ପର୍କରେ ସେନସର ଓ ଫିଡବ୍ୟାକ ଡିଭାଇସ ଜରିଆରେ ସୂଚନା ମିଳିଥାଏ । ଏହି ସିଷ୍ଟମ ସହ ଡିଟେକ୍ସନ ସିଷ୍ଟମ, ସିଗନାଲ, ପଏଣ୍ଟ ବା ସୁଇଚ, ଟ୍ରାକ ସର୍କିଟ ସହ ସମ୍ପର୍କିତ ଥାଏ । ସିଗନାଲ ଓ ସୁଇଚକୁ ଆଧାର କରି ରୁଟ ପରିଚାଳନା ହୋଇଥାଏ ।

ବାହାନଗା ଟ୍ରେନ୍ ଦୁର୍ଘଟଣା: ୪୮ ଘଣ୍ଟା ପରେ ଜୀବିତ ଉଦ୍ଧାର ହେଲେ ଯୁବକ

ବାଲେଶ୍ୱର: କଥାରେ ଅଛି ରଖେ ହରି ତ ମାରେ କିଏ । ଏହି କଥା ଆଜି ପ୍ରମାଣିତ ହୋଇଛି । ୪୮ ଘଣ୍ଟା ପରେ ଜୀବିତ ଅବସ୍ଥାରେ ଯୁବକ ଉଦ୍ଧାର । ଦୁର୍ଘଟଣାସ୍ଥଳଠାରୁ କିଛି ବାଟ ଦୂରରୁ ତାଙ୍କୁ ଉଦ୍ଧାର କରାଯାଇଛି । ଦୁର୍ଘଟଣା ପରେ ଦୂରକୁ ଛିଟିକି ପଡ଼ିଥିଲା ବଗି । ସେହି ବଗି ତଳେ ହିଁ ସେ ଫସିରହିଥିଲେ । ଆଜି ରେଲୱେ ପୋଲିସ କର୍ମଚାରୀ ତାଙ୍କୁ ଦେଖି ଉଦ୍ଧାର କରିଛନ୍ତି । ଉଦ୍ଧାର ଯୁବକ ହେଲେ ଆସାମ ଅଞ୍ଚଳଳର ଧୋଲାଲ । ଉଦ୍ଧାର ପରେ ତାଙ୍କୁ ଆମ୍ବୁଲାନ୍ସ ଯୋଗେ ବାଲେଶ୍ୱର ହସ୍ପିଟାଲ ପଠାଯାଇଛି ।

ଟ୍ରେନ୍ ଦୁର୍ଘଟଣାରେ ଆହତ ବାଳକର ଇଚ୍ଛା ପୂରଣ କଲେ 5T ସଚିବ, ଦେଲେ ନୂଆ ଡ୍ରେସ୍

ଭୁବନେଶ୍ୱର: ଟ୍ରେନ ଦୁର୍ଘଟଣାରେ ଆହତ ୧୦ ବର୍ଷର ବାଳକର ମନକଥା ପୂରଣ କଲେ 5T ସଚିବ ଭିକେ ପାଣ୍ଡିଆନ । ଏସସିବିରେ ଆହତଙ୍କୁ ଭେଟିବାବେଳେ ସର୍ଜରୀ ଓ୍ବାର୍ଡରେ ବାଲେଶ୍ବରର ଦେବାଶିଷ ପାତ୍ରଙ୍କୁ ଭେଟିଥିଲେ 5T ସଚିବ । ତାର ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିବା ସହିତ ସ୍ନେହରେ କଣ ଦରକାର ବୋଲି ପଚାରିଥିଲେ । ଏହି ସମୟରେ ମୋତେ ଡ୍ରେସ ଦରକାର ବୋଲି କହିଥିଲେ ଦେବାଶିଷ । ୨ ଘଣ୍ଟା ଭିତରେ ଡ୍ରେସ ଦିଆଯିବ ବୋଲି 5T ସଚିବ ପ୍ରତିଶ୍ରୁତି ଦେଇଥିଲେ । ପରେ କିଛି ସମୟ ମଧ୍ୟରେ ଦେବାଶିଷଙ୍କୁ ନୂଆ ଡ୍ରେସ ପ୍ରଦାନ କରାଯାଇଥିଲା । ଯାହାକୁ ନେଇ କୁନି ମୁହଁରେ ହସ ଖେଳିବା ସହିତ 5T ସଚିବଙ୍କୁ କୃତଜ୍ଞତା ଜଣାଇଛନ୍ତି ଦେବାଶିଷ ।