ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା, ନିଖୋଜ ନୁହେଁ ଭୀମଭୋଇ ମେଡିକାଲ କଲେଜରେ ରହିଛନ୍ତି ମହିଳା ଏସଆଇ

ବଲାଙ୍ଗୀର: ବିଷ ପିଇ ବଲାଙ୍ଗୀର ସଇଁତଳା ଥାନା ମହିଳା ଏସଆଇଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା । ନିଖୋଜ ନୁହେଁ ଭୀମଭୋଇ ମେଡିକାଲ କଲେଜରେ ରହିଛନ୍ତି ମହିଳା ଏସଆଇ । ଏନେଇ ବଲାଙ୍ଗୀର ଏସଡିପିଓ ତୋଫାନ ବାଗ ସୂଚନା ଦେଇଛନ୍ତି । କୌଣସି ବୃତ୍ତିଗତ ନୁହେଁ ବରଂ ବ୍ୟକ୍ତିଗତ କାରଣ ପାଇଁ ଏଭଳି ଘଟିଥିବା ସେ କହିଛନ୍ତି । ମହିଳା ଏସଆଇଙ୍କ ସ୍ବାସ୍ଥ୍ଯବସ୍ଥା ଏବେ ସ୍ବାଭାବିକ ରହିଛି । ଘଟଣାର ବିଭାଗୀୟ ତଦନ୍ତ ଜାରି ରହିଥିବା ଏସଡିପିଓ କହିଛନ୍ତି । ବୁଧବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରି ମେଡିକାଲରେ ଭର୍ତ୍ତି ହୋଇଥିଲେ ଏସଆଇ । ଆଡମିଶନ ବେଳେ ଏସଆଇଙ୍କ ଅବସ୍ଥା ସ୍ଥିର ଥିଲା । ସେ ମେଡିସିନ ଓ୍ବାର୍ଡରେ ଭର୍ତ୍ତି ହୋଇଥିଲେ । ମାତ୍ର ଗତକାଲି ସକାଳ ରାଉଣ୍ଡରେ ଗଲାବେଳକୁ ଡାକ୍ତରୀ ଟିମ୍ ତାଙ୍କୁ ପାଇନଥିଲେ । ପୁରୁଷ ବନ୍ଧୁଙ୍କ ସହ ବ୍ୟକ୍ତିଗତ ବିବାଦକୁ ନେଇ ମହିଳା ଏସଆଇ ଆତ୍ମହତ୍ୟା ଉଦ୍ୟମ କରିଥିବା ଚର୍ଚ୍ଚା ହେଉଛି ।