ନୂଆ ସଂସଦ ଭବନରେ ତିନି ଦିନ ଚାଲିବ ଗଦ୍ଦର ୨, ଦେଖିବେ ୫୪୩ ସାଂସଦ

ନୂଆଦିଲ୍ଲୀ: ସନି ଦେୱଲ ଓ ଅମୀଷା ପଟେଲ ଅଭିନୀତ ଗଦ୍ଦର ୨ ବକ୍ସ ଅଫିସରେ ଧମାଲ କରିବା ପରେ ଏବେ ସ୍ଂସଦରେ କମାଲ କରିବ  ।ବଲିଉଡ ଫିଲ୍ମ ପଠାନ ପରେ ଏହା ୨୦୨୩ର ସବୁଠାରୁ ବଡ ହିଟ୍‌ ଫିଲ୍ମ ହୋଇସାରିଛି  । ଏବେ ଏହି ଫିଲ୍ମକୁ ନେଇ ନୂଆ ଖବର ଶୁଣିବାକୁ ମିଳୁଛି  । ଅଗଷ୍ଟ ୨୫ରୁ ସଂସଦର ନୂଆ ଭବନରେ  ତିନି ଦିନ ପର୍ଯ୍ୟନ୍ତ ସ୍କ୍ରିନିଂ କରାଯିବ ଗଦର ୨  ।

ଗଦର ୨ ର ସ୍ପେଶାଲ ସ୍କ୍ରିନିଂ ନୂଆ ସଂସଦ ଭବନରେ ସାଂସଦଙ୍କ ପାଇଁ ଆୟୋଜନ କରାଯିବ  । ଏହି ସ୍କ୍ରିନିଂ ଆଜିଠୁ ଆରମ୍ଭ ହୋଇ ଆଗାମୀ ତିନି ଦିନ ପର୍ଯ୍ୟନ୍ତ ଚାଲିବ  । ଫିଲ୍ମ  ନିର୍ମାତା କମ୍ପାନୀ ଜି ଷ୍ଟୁଡିଓ ଏନେଇ ସୂଚନା ଦେଇଛନ୍ତି  । ଆଜିଠୁ ତିନି ଦିନ ସକାଳ ୧୧ଟାରେ ସ୍କ୍ରିନିଂ କରାଯିବ  । କିନ୍ତୁ ଫିଲ୍ମ ସହ ଜଡିତ କୌଣସି କଳାକାର ଏହି ସ୍କ୍ରିନିଂରେ ସାମିଲ ହେବେ ନାହିଁ  ।

ସଂସଦରେ ସ୍କ୍ରିନିଂ କରିବା ପାଇଁ ନିର୍ମାତାଙ୍କୁ ପ୍ରଥମେ ମେଲ୍‌ ଦିଆଯାଇଥିଲା  । ଏହା ସହ ତିନି ଦିନ ପର୍ଯ୍ୟନ୍ତ ଚାଲିବାକୁ ଥିବା ଶୋରେ ସାମିଲ ହେବାକୁ  ନିମନ୍ତ୍ରଣ ଦିଆଯାଇଛି  । ସଂସଦରେ ତିନି ଦିନ ଧରି ଚାଲିବାକୁ ଥିବା ଏହି ସ୍କ୍ରିନିଂରେ ଉପରାଷ୍ଟ୍ରପତି ବି ସାମିଲ ହେବେ ବୋଲି ସୂଚନା ମିଳୁଛି  ।

ଅଗଷ୍ଟ ୧୧ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ସୁଦ୍ଧା ବକ୍ସ ଅଫିସରେ ୪୦୦ କୋଟି ଟଙ୍କା କଲେକ୍ସନ କରିସାରିଲାଣି  । ସନି ଦେଓଲ ନିକଟରେ ଏକ ଭିଡିଓ ସେୟାର କରି ଫ୍ୟାନ୍ସଙ୍କୁ ଧନ୍ୟବାଦ ଦେଇଛନ୍ତି  ।