spot_img
Home Blog Page 3065

କାଳବୈଶାଖୀ ବର୍ଷା ପରେ ପାଗରେ ସାମାନ୍ୟ ପରିବର୍ତ୍ତନ, ୩ ଘଣ୍ଟା ପାଇଁ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ବର: ଅସହ୍ୟ ତାତି ଓ ଗୁଳୁଗୁଳିରୁ ସାମାନ୍ୟ ଆଶ୍ବସ୍ତି । କାଳବୈଶାଖୀ ବର୍ଷା ପରେ ପାଗରେ ପରିବର୍ତ୍ତନ ଆସିଛି । କିଛି ସ୍ଥାନରେ ବର୍ଷା ପରେ ସାମାନ୍ୟ ହ୍ରାସ ପାଇଛି ତାପମାତ୍ରା । ସେହିପରି ରାଜଧାନୀ ଭୁବନେଶ୍ବରରେ କୋହଲା ପାଗ ହୋଇଛି । ଆଗାମୀ ୩ ଘଣ୍ଟା ପାଇଁ ମୟୂରଭଞ୍ଜ, କେନ୍ଦୁଝର ଓ ରାୟଗଡ଼ା ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ ।

ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା, ପବନ ସହ ବଜ୍ରପାତ ଆଶଙ୍କା ରହିଛି । ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କାଳବୈଶାଖୀ ବର୍ଷା ରହିବ । ୨୩ ତାରିଖ ପରେ ଘୂର୍ଣ୍ଣବଳୟ ସୃଷ୍ଟି ସମ୍ଭାବନା ଥିବା ବେଳେ ଏହାରି ପ୍ରଭାବରେ ବର୍ଷା ହେବାର ଅନୁମାନ କରାଯାଉଛି ।

ଆସୁଛି ମୌସୁମୀ ଋତୁ, ଆଜି ସାରା ରାଜ୍ୟରେ ବାତ୍ୟା ମକଡ୍ରିଲ୍

ଭୁବନେଶ୍ବର: ଆଜି ସାରା ରାଜ୍ୟରେ କରାଯିବ ବାତ୍ୟା ମୁକାବିଲା ମକଡ୍ରିଲ୍ । ସମସ୍ତ ଜିଲ୍ଲା ସଦର ମହକୁମା, ବନ୍ୟା ବାତ୍ୟା ଆଶ୍ରୟସ୍ଥଳୀ, ଓ ବ୍ଲକ ସ୍ତରରେ ଏକ୍ସରସାଇଜ କରାଯିବ । ୮୭୯ଟି ବହୁମୁଖୀ ବାତ୍ୟା ଓ ବନ୍ୟା ଆଶ୍ରୟସ୍ଥଳୀରେ ସମ୍ଭାବ୍ୟ ବାତ୍ୟା ପୂର୍ବରୁ ସ୍ଥାନାନ୍ତରିତ ଲୋକମାନଙ୍କୁ କିପରି ସୁରକ୍ଷିତ ସ୍ଥାନାନ୍ତର କରାଯାଇପାରିବ ସେନେଇ ମକଡ୍ରିଲ କରାଯିବ ।

ଏହା ବ୍ୟତୀତ ଏହି ଆଶ୍ରୟସ୍ଥଳୀଗୁଡିକରେ ଥିବା ବିଭିନ୍ନ ଆପଦକାଳୀନ ଉପକରଣ ଓ ଯନ୍ତ୍ରପାତି ଏବଂ ଲାଇଟ୍ ଓ ଜେନେରେଟରଗୁଡିକୁ ମଧ୍ୟ ଯାଞ୍ଚ କରାଯିବ । ଆଶ୍ରୟସ୍ଥଳୀ ମାନଙ୍କରେ ଥିବା ଟାଓ୍ବାର ଲାଇଟ କାର୍ଯ୍ୟକ୍ଷମ ଉପରେ ଯାଞ୍ଚ କରି ସଚଳ ଟାଓ୍ବାର ଲାଇଟଗୁଡିକର ତାଲିକା ପ୍ରସ୍ତୁତ କରିବା ସହ ଏସମସ୍ତ ପ୍ରକ୍ରିୟାକୁ ସଠିକ ଭାବେ ସୁନିଶ୍ଚିତ କରାଯିବ । ସେହିପରି ଆଶ୍ରୟସ୍ଥଳୀ ମାନଙ୍କରେ ଥବା ଶକ୍ତିଚାଳିତ କରତ କାର୍ଯ୍ୟକାରିତା ଉପରେ ଯାଞ୍ଚ କରାଯିବ ।

ଗତକାଲି ପ୍ରଥମେ ସମସ୍ତ ଜିଲ୍ଲା ଓ ବ୍ଳକ ସମେତ ୧୧୫ ଟି ପୌରସଂସ୍ଥାରେ ଟେବୁଲ ଟପ୍ ଏକ୍ସରସାଇଜ କରାଯାଇଥିଲା । ଆଜି ମକ ଡ୍ରିଲରେ ସବୁ ବ୍ୟବସ୍ଥାକୁ ତୀକ୍ଷ୍ଣ ଭାବେ ନଜର ରଖାଯିବା ସହିତ କେଉଁ ବିଭାଗ କେଉଁଭଳି କାର୍ଯ୍ୟ କରିବ ତାହାକୁ ଲକ୍ଷ୍ୟ କରାଯିବ । ଆଉ ଦିନ କେଇଟା ପରେ ମୌସୁମୀ ଆସିବ । ବର୍ଷାଦିନେ ବନ୍ୟା ହେବାର ଆଶଙ୍କା ରହିଛି । ସେଥିପାଇଁ ଏବେଠୁ ମୁକାବିଲା ପାଇଁ ପ୍ରସ୍ତୁତି କରାଯାଉଛି ।

ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍, ଦୁଇ ଚକିଆ ଗାଡ଼ି ପାଇଁ ୨୪ଟି ପାର୍କିଂ

ପୁରୀ: ଆସନ୍ତାକାଲି ପବିତ୍ର ଘୋଷଯାତ୍ରା । ଏଥିପାଇଁ ପୋଲିସ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ରଥଟଣାକୁ ଶୃଙ୍ଖଳିତ କରିବା ପାଇଁ ସରିଛି ମକଡ୍ରିଲ୍ । ଭିଡ଼ ଭିତରେ ରଥଟଣା, ଇନର ଏବଂ ଆଉଟଡୋର୍ କର୍ଡନ ନେଇ ଅଭ୍ୟାସ କରାଯାଇଛି । ଆଜି ନବଯୌବନ ଦର୍ଶନରେ ୬୦ ପ୍ଲାଟୁନ ଓ ଆସନ୍ତାକାଲି ରଥଯାତ୍ରାରେ ୧୮୦ ପ୍ଲାଟୁନ ଫୋର୍ସ ମୁତୟନ କରାଯାଉଛି ।

ବମସ୍କ୍ୱାଡ୍, ଡଗସ୍କ୍ୱାଡ୍ ସହ ସିସିଟିଭି ସର୍ଭେଲାନ୍ସ ବ୍ୟବସ୍ଥା କରାଯାଇଛି । ରଥଯାତ୍ରା ପାଇଁ ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ କରାଯାଇଛି । ଏହା ଆଜି ମଧ୍ୟରାତ୍ରରୁ ୨୧ ତାରିଖ ଯାଏଁ ଲାଗୁ ହେବ । ଭୁବନେଶ୍ୱର ଓ କୋଣାର୍କ ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ତାଳବଣିଆ ଓ ଗ୍ରିଡ୍ ଷ୍ଟେସନ ଛକ ଏବଂ ବ୍ରହ୍ମଗିରି ପଟୁ ଆସୁଥିବା ଚାରି ଚକିଆ ଗାଡ଼ି ଫ୍ଲୋରିସ ଇଣ୍ଡିଆରେ ପାର୍କିଂ କରିବ ।

ଦୁଇ ଚକିଆ ଗାଡ଼ି ପାର୍କିଂ ପାଇଁ ୨୪ଟି ପାର୍କିଂ ସ୍ଥାନ ଚିହ୍ନଟ ହୋଇଛି । ୨୪ ଘଣ୍ଟିଆ ଟ୍ରାଫିକ କଣ୍ଟ୍ରୋଲ ରୁମ୍ କାର୍ଯ୍ୟ କରିବ । ଗ୍ରୀନ କରିଡରରେ କେବଳ ଜରୁରିକାଳୀନ ସେବା ବ୍ୟବସ୍ଥା ହୋଇଛି । ସନ୍ଧ୍ୟା ଦର୍ଶନ, ବାହୁଡା, ସୁନାବେଶ ଓ ଅନ୍ୟ ଦିନରେ ଭିଡ଼ ଦେଖି ଟ୍ରାଫିକ ବ୍ୟବସ୍ଥା କରାଯିବ । ରଥଯାତ୍ରା ପାଇଁ ଜଳ, ସ୍ଥଳ ଓ ଆକାଶ ପଥରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ ।

ଜୁଲାଇ ୪ ତାରିଖ ଯାଏ ଯୁକ୍ତ ତିନି ପାଇଁ ଚାଲିବ ଆବେଦନ ପ୍ରକ୍ରିୟା, ୧୪ରେ ମେରିଟ ଲିଷ୍ଟ

ଭୁବନେଶ୍ବର: ଆଜିଠୁ ଆରମ୍ଭ ହେଉଛି ଯୁକ୍ତ ତିନିରେ ନାମଲେଖା ପାଇଁ ଆବେଦନ । ଜୁଲାଇ ୪ ତାରିଖ ଯାଏ ଚାଲିବ ଆବେଦନ ପ୍ରକ୍ରିୟା । ଜୁଲାଇ ୧୪ରେ ପ୍ରଥମ ମେରିଟ୍ ଲିଷ୍ଟ ପ୍ରକାଶ ପାଇବ । ଜୁଲାଇ ୨୭ରେ ଦ୍ବିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବାକୁ ଥିବାବେଲେ ଅଗଷ୍ଟ ୩ରେ ତୃତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ସେହିପରି ଅଗଷ୍ଟ ୨୧ରେ ଚତୁର୍ଥ ପର୍ଯ୍ୟାୟ, ସେପ୍ଟେମ୍ବର ୧ରେ ପଞ୍ଚମ ଓ ସେପ୍ଟେମ୍ବର ୧୩ରେ ଷଷ୍ଠ ମେଧା ତାଲିକା ପ୍ରକାଶ ପାଇବ ।

ଏନେଇ ଉଚ୍ଚ ଶିକ୍ଷା ବିଭାଗର ବିଜ୍ଞପ୍ତି ପ୍ରକାଶ ପାଇଛି । ସାମ୍ସ ଓ୍ବେବସାଇଟରେ ଛାତ୍ରଛାତ୍ରୀ ଆବେଦନ କରିପାରିବେ । ୨୦୨୨-୨୩ ଶିକ୍ଷାବର୍ଷରେ ୧ହଜାର ୨୩ଟି ଯୁକ୍ତତିନି କଲେଜର ୨ ଲକ୍ଷ ୫୫ ହଜାର ୯୧୬ ସିଟ୍ରେ ନାମଲେଖା ହୋଇଥିଲା । ଚଳିତବର୍ଷ ୧୦୪୨ କଲେଜର ୨ ଲକ୍ଷ ୭୦ହଜାର ୩୪୭ ସିଟ୍ରେ ନାମଲେଖା ହେବ। କଳା ବିଭାଗର ୧ ଲକ୍ଷ ୫୧ ହଜାର ୯୦୨, ଫିଜିକାଲ ସାଇନ୍ସରେ ୪୬,୧୩୯, ବାୟୋଲୋଜିକାଲ ସାଇନ୍ସରେ ୨୮,୬୯୨, ବାଣିଜ୍ୟର ୩୨,୩୮୦, ସେଲ୍ଫ ଫାଇନାନ୍ସିଂର ୨,୦୮୬ ଓ ସଂସ୍କୃତରେ ୯,୧୪୮ ସିଟ୍ ରହିଛି ।

ଦୁଇ ଘଣ୍ଟା ଶ୍ରୀମନ୍ଦିରରେ ସର୍ବସାଧାରଣ ଦର୍ଶନ, ସକାଳ ୮ ଟାରୁ ପାରମାଣିକ ଟିକେଟ ଦର୍ଶନ

ପୁରୀ: ଆଜି ପବିତ୍ର ନବଯୌବନ ଦର୍ଶନ । ଅନବସର ଗୁପ୍ତନୀତି ଶେଷ ପରେ ନବଯୌବନ ବେଶରେ ଦର୍ଶନ ଦେବେ ମହାପ୍ରଭୁ । ୩ ଘଣ୍ଟା ଦର୍ଶନ ବ୍ୟବସ୍ଥା ରହିଥିବା ବେଳେ ସକାଳ ୮ ଟାରୁ ଏକ ଘଣ୍ଟା ଧରି ପାରମାଣିକ ଟିକେଟ ଦର୍ଶନ କରାଯିବ । ୯ଟା ରୁ ୧୧ଟା ଦୁଇ ଘଣ୍ଟା ଧରି ସର୍ବସାଧାରଣ ବା ସାହାଣମେଲା ଦର୍ଶନ ହେବ । ଶ୍ରୀମନ୍ଦିର ଦକ୍ଷିଣ ଦ୍ବାର ଦେଇ ପରିମାଣିକ ଟିକେଟ ଦର୍ଶନ ପାଇଁ ଭକ୍ତ ଯିବାକୁ ନିଷ୍ପତି ହୋଇଛି ।

ସର୍ବସାଧାରଣ ବା ସାହାଣମେଲା ଦର୍ଶନରେ ଭକ୍ତ ସିଂହଦ୍ବାର ଦେଇ ପ୍ରବେଶ କରି ଉତ୍ତର ଦ୍ବାର ଦେଇ ପ୍ରସ୍ଥାନ କରିବେ । ପୂର୍ବାହ୍ନ 11ଟା ପରେ ମହାପ୍ରଭୁଙ୍କ ଦର୍ଶନ ବନ୍ଦ କରାଯାଇ ରଥଯାତ୍ରା ନୀତିକାନ୍ତି ଅନୁଷ୍ଠିତ ହେବ । ଭକ୍ତ କେବଳ ବେଢା ପରିକ୍ରମା ସହ ଶ୍ରୀମନ୍ଦିର ପାର୍ଶ୍ବ ଦେବଦେବୀଙ୍କୁ ଦର୍ଶନ କରିପାରିବେ । ସର୍ବସାଧାରଣ ଦର୍ଶନ ପାଇଁ ସିଂହଦ୍ବାର ଦେଇ ଯିବେ ଭକ୍ତ ।

୧୧ଟା ପରଠାରୁ ମହାପ୍ରଭୁଙ୍କ ଦର୍ଶନ ବନ୍ଦ ରହିବ । କେବଳ ଭକ୍ତମାନେ ବେଢ଼ା ପରିକ୍ରମା ସହ ପାର୍ଶ୍ବ ଦେବାଦେବୀଙ୍କୁ ଦର୍ଶନ କରିପାରିବେ । ପାରିମାଣିକ ଦର୍ଶନରେ ୭ ହଜାର ଟିକେଟର ବ୍ୟବସ୍ଥା କରାଯାଇଛି । ପ୍ରତି ଟିକେଟର ମୂଲ୍ୟ ୧୦୦ ଟଙ୍କା ରହିଛି ।

ଜୁଆଖେଳ ଚାଲିଥିବା ବେଳେ ପୋଲିସର ଚଢ଼ାଉ, ୧୮ ଜୁଆଡି ଗିରଫ

ବରଗଡ଼: ଜୁଆଖେଳ ଚାଲିଥିବା ବେଳେ ମାଡ଼ି ବସିଲା ପୋଲିସ । ୧୮ ଜଣ ଜୁଆଡ଼ି ଗିରଫ । ଅମ୍ବାଭୋନା ଥାନା ଅନ୍ତର୍ଗତ ବେହେରାପାଲି ନିକଟରେ ଜୁଆ ଖେଳ ଚାଲିଥିବା ଖପର ପାଇ ବରଗଡ଼ ଏସପିଙ୍କ ନିର୍ଦ୍ଦେଶରେ ଚଢାଉ କରିଥିଲେ ଆମ୍ବାଭୋନା ପୋଲିସ୍ । ୧୮ ଜଣ ଜୁଆଡ଼ଙ୍କୁ ଗିରଫ କରିବା ସହ ୧ ଲକ୍ଷ ୯0 ହଜାର ୧୩୦ ଟଙ୍କା, ୧୫୬ ଟି ତାସ୍ କାର୍ଡ, ଗୋଟିଏ ବଡ଼ ପ୍ଲାଷ୍ଟିକ ପଟି, ଗୋଟିଏ ମାରୁତି ଅଲଟୋ ୮୦୦କାର, ଗୋଟିଏ ମାରୁତି K10 କାର, ଗୋଟିଏ ଟାଟା ଇଣ୍ଡିଗୋ କାର, ୭ ଟି ବାଇକ୍ ଏବଂ ୧୭ ଟି ମୋବାଇଲ ଜବତ କରିଛି । ବରଗଡ଼ ଟାଉନ ଥାନା ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି ଏସଡିପିଓ ଅମରିତ ପଣ୍ଡା ।

ଜାତୀୟ ରାଜପଥ-୧୬ରେ ଗୁଳିକାଣ୍ଡ, ଠିକାଦାର ମୃତ

ଟାଙ୍ଗୀ: ଜାତୀୟ ରାଜପଥ-୧୬ରେ ଫୁଟିଲା ଗୁଳି । ଗୁଳିମାଡ଼ରେ ଯୁବକ ମୃତ । ମୃତକ ହେଲେ ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ରମେଶ ରାଉତ । ମୃତକ ଜଣେ ଠିକାଦାର ହୋଇଥିବା ସୂଚନା ମିଳିଛି । ଦୁଇ ବନ୍ଧୁଙ୍କ ସହିତ ବାଇକରେ ଘରକୁ ଫେରୁଥିବାବେଳେ ଚଣ୍ଡେଶ୍ବର ଛକ ନିକଟରେ ତାଙ୍କ ଉପରକୁ ଗୁଳିମାଡ଼ ହୋଇଥିଲା । ବାଇକରେ ଦୁଇ ଦୁର୍ବୃତ୍ତ ଆସି ଫାୟାରିଂ କରି ଫେରାର ହୋଇଯାଇଛନ୍ତି । ରମେଶଙ୍କୁ ଗୁରୁତର ଅବସ୍ଥାରେ ଟାଙ୍ଗୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଗୁଳିମାଡ଼ର କାରଣ ଅସ୍ପଷ୍ଟ ରହିଥିବାବେଳେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଲେବାନନକୁ ହରାଇ ଟିମ୍ ଇଣ୍ଡିଆ ଚାମ୍ପିଅନ, ୧ କୋଟି ପୁରସ୍କାର ରାଶି ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: କଳିଙ୍ଗରେ ଉଡ଼ିଲା ଭାରତର ବିଜୟ ବାନା । ଇଣ୍ଟରକଣ୍ଟିନେଣ୍ଟାଲ କପରେ ଲେବାନନକୁ ହରାଇ ଚାମ୍ପିଅନ ହୋଇଛି ଟିମ୍ ଇଣ୍ଡିଆ । ଲେବାନନକୁ ୨-୦ ଗୋଲରେ ହରାଇ ଭାରତୀୟ ଫୁଟବଲ୍ ଟିମ୍ ଫାଇନାଲରେ ବାଜି ମାରିନେଇଛି । ମ୍ୟାଚର ୪୭ ମିନିଟରେ ଭାରତର ଅଧିନାୟକ ସୁନୀଲ ଛେତ୍ରୀ ପ୍ରଥମ ଗୋଲ ଦେଇଥିଲେ । ପରେ ୬୬ ମିନିଟରେ ହୋଇଥିଲା ଦ୍ବିତୀୟ ଗୋଲ୍ । ଲଲିନଜୁଲା ଚାଙ୍ଗଟେ ଦ୍ବିତୀୟ ଗୋଲ କରିଥିଲେ । ଲେବାନନ ଖେଳାଳି ଭଲ ଖେଳିଥିଲେ ମଧ୍ୟ ଗୋଲ ଦେବାରେ ସକ୍ଷମ ହୋଇପାରିନଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ । ଷ୍ଟାଡିୟମରେ ବସି ମ୍ୟାଚ ଦେଖିଥିଲେ । ଭାରତୀୟ ଅଧିନାୟକ ସୁନୀଲ ଛେତ୍ରୀଙ୍କୁ ହିରୋ ଇଣ୍ଟରକଣ୍ଟିନେଣ୍ଟାଲ କପ୍ ପ୍ରଦାନ କରିଥିଲେ ମୁଖ୍ୟମନ୍ତ୍ରୀ । ଏଥିସିହତ ବିଜୟ ପାଇଁ ଭାରତୀୟ ଦଳକୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ । ଟିମ୍ ଇଣ୍ଡିଆ ପାଇଁ ୧ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

5T ସଚିବଙ୍କ ହସ୍ତକ୍ଷେପ ପରେ ସୋନାଲିଙ୍କ ମୁହଁରେ ଫେରିଛି ହସ, ଲାଗିବ କୃତିମ ଗୋଡ଼

ମାଲକାନଗିରି: 5T ସଚିବଙ୍କ ହସ୍ତକ୍ଷେପ ପରେ ମାଲକାନଗିରିର ସୋନାଲିଙ୍କ ମୁହଁରେ ଫେରିଛି ହସ । ଏଣିକି ଆଉ ନିଜ ଗୋଡ଼କୁ ନେଇ ଦୁଃଖ କରିବେନି ସୋନାଲି । 5T ସଚିବଙ୍କ ହସ୍ତକ୍ଷେପ ପରେ କଟରେ ସୋନାଲିଙ୍କ କୃତ୍ରିମ ଗୋଡ଼ ରୋପଣ କରାଯିବ । ମାଲକାନଗିରି ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ପରେ ଏବେ ତାଙ୍କୁ କଟକ ପଠାଯାଇଛି । କଟକରେ ସୋନାଲିଙ୍କ କୃତ୍ରିମ ଗୋଡ଼ ଲଗାଯିବ । ଏନେଇ ସୂଚନା ଦେଇଛନ୍ତି ମାଲକାନଗିରି ଏଡିଏମଓ ଡାକ୍ତର ଶିବ ପ୍ରସାଦ ମାହାରଣା । ଜନ୍ମର ୩ ମାସ ପରେ ଏକ ଦୁର୍ଘଟଣାରେ ସୋନାଲି ଗୋଟିଏ ଗୋଡ଼ ହରାଇ ଥିଲେ ।

ଅର୍ଥାଭାବରୁ ସୋନାଲିଙ୍କ ବାପାମାଆ କିଛି ବ୍ୟବସ୍ଥା କରିପାରିନଥିଲେ । ୧୫ ବର୍ଷ କାଳ ଗୋଟିଏ ଗୋଡ଼ରେ ଜୀବନ ବିତାଇଛନ୍ତି ସୋନାଲି । ସେଥିରେ ସେ ବହୁ କଷ୍ଟରେ ପାଠପଢ଼ା ଜାରି ରଖିଥିଲେ । ଏହି ଖବର ଟୁଇଟ୍‌ ମାଧ୍ୟମରେ ଜାଣିବାକୁ ପାଇଥିଲେ ଫାଇଭ-ଟି ସଚିବ ଭି. କେ ପଣ୍ଡିଆନ । ସୋନାଲି କିପରି ଚାଲିବେ, ସେଥିପାଇଁ ସ୍ୱାସ୍ଥ୍ୟ ବିଭାଗକୁ ନିର୍ଦ୍ଦେଶ ଦେଇଥିଲେ । 5T ସଚିବଙ୍କ ନିର୍ଦ୍ଦେଶ ପରେ ତତ୍ପରତା ଦେଖାଇଥିଲା ମାଲକାନଗିରି ସ୍ବାସ୍ଥ୍ୟ ବିଭାଗ ।

ରେକର୍ଡ ଭାଙ୍ଗିଲା ତାତି; ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ତାପମାତ୍ରା ରେକର୍ଡ

ଭୁବନେଶ୍ୱର: ରାଜ୍ୟରେ ରେକର୍ଡ ଭାଙ୍ଗିଲା ତାତି । ଚଳିତବର୍ଷ ପ୍ରଥମ ଥର ପାଇଁ ୪୬ ଡିଗ୍ରୀ ଛୁଇଁଛି ତାପମାତ୍ରା । ସମ୍ବଲପୁରରେ ସର୍ବାଧିକ ୪୬ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ସୋନପୁର ୪୫.୮ଡିଗ୍ରୀ ତାତି ରେକର୍ଡ ହୋଇଥିବାବେଳେ ବୌଦ୍ଧ ଓ ହୀରାକୁଦରେ ୪୫.୫ ଡିଗ୍ରୀ ଲେଖାଏ ତାତି ରେକର୍ଡ ହୋଇଛି । ଝାରସୁଗୁଡ଼ା ୪୫.୨ ଡିଗ୍ରୀ ତାପମାତ୍ରା ରହିଥିବାବେଳେ ସୁନ୍ଦରଗଡ଼ ଓ ବଲାଙ୍ଗୀରରେ ୪୫ ଡିଗ୍ରୀ ତାତି ରେକର୍ଡ ହୋଇଛି । ସେହିପରି ରାଜଧାନୀରେ ଗତକାଲି ଅପେକ୍ଷା ଆଜି ତାପମାତ୍ରା ସାମାନ୍ୟ ହ୍ରାସ ପାଇଛି । ଭୁବନେଶ୍ବରରେ ୪୧.୬ ଡିଗ୍ରୀ ତାତି ରେକର୍ଡ ହୋଇଛି ।