5T ସଚିବଙ୍କ ଅଚାନକ ଗଜପତି ଗସ୍ତ, ମୁଖ୍ୟ ଚିକିତ୍ସାଳୟ ପରିଦର୍ଶନ କରି ରୋଗୀଙ୍କୁ ସ୍ୱାସ୍ଥ୍ୟସେବା ସମ୍ପର୍କରେ ପଚାରି ବୁଝିଲେ

1 min read

ଗଜପତି: 5T ସଚିବ ଭି.କେ. ପାଣ୍ଡିଆନଙ୍କ ଅଚାନକ ଗଜପତି ଗସ୍ତ । ପାରଳାଖେମୁଣ୍ଡି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚି ରୋଗୀଙ୍କ ସହ ଆଲୋଚନା କରିଥିଲେ । ଡାକ୍ତରଖାନା ପକ୍ଷରୁ ଦିଆଯାଉଥିବା ସୁବିଧା ଓ ରୋଗୀସେବା କିପରି ଚାଲିଛି ସେନେଇ ଉଭୟ ରୋଗୀ ଓ ଡାକ୍ତରଙ୍କୁ ପଚାରି ବୁଝିଥିଲେ । ରାତି ପ୍ରାୟ ୯ଟାରେ ଡାକ୍ତରଖାନାର ବିଭିନ୍ନ ଓ୍ବାର୍ଡ ବୁଲିବା ସହ ପରିମଳ ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ । ଡାକ୍ତରଖାନା ପରିସରକୁ ଅଧିକ ସଫା ସୁତରା ରଖିବାକୁ ସିଡିଏମଓଙ୍କୁ ପରାମର୍ଶ ଦେଇଥିଲେ 5T ସଚିବ । ଏହାପରେ ଆଦର୍ଶ ଥାନାକୁ ଯାଇ ଷ୍ଟେସନ ଡାଇରୀ ଦେଖିଥିଲେ ।

ଡାଇରୀ ଦାୟୀତ୍ବରେ ଥିବା ଅଧିକାରୀଙ୍କୁ ଆଜି ମୋଟ କେତେ କେସ ରେଜିଷ୍ଟର ହୋଇଛି ସେ ସମ୍ପର୍କରେ ପଚାରି ବୁଝିଥିଲେ । ଥାନାରେ କେସ ରେଜିଷ୍ଟର କରିଥିବା ୪ଜଣ ବ୍ୟକ୍ତିଙ୍କୁ ସେମାନଙ୍କ ନମ୍ବରରେ, ନିଜେ ଫାଇଭ ସଚିବ ଫୋନ କରି, ପୋଲିସ ସେବାରେ ସେମାନେ ସନ୍ତୁଷ୍ଟ କି ନାହିଁ ପଚାରିଥିଲେ । ସମସ୍ତ ୪ଜଣଙ୍କ ଠାରୁ ସନ୍ତୋଷଜନକ ଉତ୍ତର ପାଇବା ପରେ, ପୋଲିସ ମୋ ସରକାର ନିୟମ ଆଧାରରେ କାମ କରୁଥିବାରୁ ଧନ୍ୟବାଦ ଦେଇଥିଲେ । ମୋ ସରକାର ସଂପର୍କିତ ସମସ୍ତ ବିବରଣୀ ଓ ହେଲପଲାଇନ ନମ୍ବର ବୋର୍ଡ ମାଧ୍ୟମରେ ଥାନାରେ ରଖିବାକୁ ସେ ଥାନାଅଧିକାରୀଙ୍କୁ ପରାମର୍ଶ ଦେଇଥିଲେ ।