ପତିଙ୍କ ଗର୍ଲଫ୍ରେଣ୍ଡ ବିରୋଧରେ 498A ମାମଲା ? ହାଇକୋର୍ଟ ଦେଲେ ନିର୍ଦ୍ଦେଶ

କୋଚି: ବିବାହିତ ପୁରୁଷଙ୍କ ପ୍ରେମ ସମ୍ପର୍କକୁ ନେଇ କେରଳ ହାଇକୋର୍ଟଙ୍କ ବଡ ଫଇସଲା  । ପତିଙ୍କ ପ୍ରେମିକା ବା ବାହାରେ ଯୌନ ସମ୍ପର୍କ ରଖୁଥିବା ମହିଳାଙ୍କ ବିରୋଧରେ ମାମଲା ରୁଜୁ ହୋଇପାରିବ ନାହିଁ  । ଆଇପିସି ଧାରା ୪୯୮ ଏ ଅନୁଯାୟୀ ତାଙ୍କ ବିରୋଧରେ ମାମଲା ଦାଏର ହୋଇପାରିବ ନାହିଁ  ।

ଅଦାଲତ କହିଛନ୍ତି ଯେ ଆଇନ ଅନୁସାରେ ‘ସମ୍ପର୍କୀୟ‘ ସଜ୍ଞା ମଧ୍ୟରେ ପ୍ରେମିକା ବା ବିବାହ ପରେ ଯୌନ ସମ୍ପର୍କ ରଖୁଥିବା ମହିଳା ସାମିଲ ନୁହଁନ୍ତି  । ଜଣେ ପ୍ରେମିକା ବା ମହିଳା ବିବାହ ପରେ କୌଣସି ପୁରୁଷ ସହ ଯୌନ ସମ୍ପର୍କରେ ଲିପ୍ତ ଥିଲେ ସେ ସମ୍ପର୍କୀୟ ନୁହଁନ୍ତି  । ସମ୍ପର୍କୀୟ ଶବ୍ଦର ଅର୍ଥ ଅଲଗା  ।

ଯାହା ସହ ରକ୍ତ ସମ୍ପର୍କ ବା ପୌଷ ଭାବେ ଗ୍ରହଣ କରାଯାଏ  ସେମାନେ କେବଳ ସମର୍କୀୟ ଅଟନ୍ତି  । ଜଣେ ମହିଳା ଆବେଦନକାରୀଙ୍କ ଯାଚିକାରେ ଶୁଣାଣି କରି କେରଳ କୋର୍ଟ ଏହି ରାୟ ଶୁଣାଇଛନ୍ତି  । ମହିଳାଙ୍କ ବିରୋଧରେ ୪୯୮ ଏ ଅଭିଯୋଗ ଆଧାରରେ ମାମଲା ରୁଜୁ ହୋଇଛି  । ଆବେଦନକାରୀ କହିଛନ୍ତି ଯେ ତାଙ୍କର ତାଙ୍କ ପାର୍ଟନର ସହ ସମ୍ପର୍କ ଅଛି କିନ୍ତୁ ସେ ତାଙ୍କ ସମ୍ପର୍କୀୟ  ନୁହନ୍ତି  ଯାହାକି ୪୯୮ ଏ ରେ ଅନ୍ତର୍ଭୁକ୍ତ  ।

ଅଦାଲତ ମଧ୍ୟ ମହିଳାଙ୍କ ଭାବନାକୁ ସମ୍ମାନ ଜଣାଇ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ରଦ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି  । କୋର୍ଟ କହିଛନ୍ତି ଯେ ଯାଚିକାକର୍ତ୍ତାଙ୍କ ବିରୋଧରେ ଆଇପିସି ଧାରା ୪୯୮ ଏ ଆଧାରରେ ମକଦ୍ଦମା ଚଲାଇବାର ପ୍ରଶ୍ନ ଉଠୁନି  । ତାଙ୍କ ବିରୋଧରେ ଏଫଆଇଆର ଖାରଜ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି  ।