ଟଙ୍କା ହରିଲୁଟ କରି ରାୟଗଡ଼ା ଡିଏଫଓ ବିଜୟ ପରିଡ଼ା ଗିରଫ

ଭୁବନେଶ୍ୱର: ଗିରଫ ହେଲେ ରାୟଗଡା ଡିଏଫଓ ବିଜୟ ପରିଡା । ବୃକ୍ଷରୋପଣ ନାଁରେ ୩ କୋଟି ଟଙ୍କା ଠକିବା ଅଭିଯୋଗ । ମୁନିଗୁଡା ଲଣ୍ଡା ପାହାଡ଼ରେ ବୃକ୍ଷରୋପଣ ନାଁରେ ହରିଲୁଟ ଅଭିଯୋଗ । ୭ଟି ସ୍ଥାନରେ ଗତକାଲି ଛାପା ମାରିଥିଲା ଭିଜିଲାନ୍ସ । ଭୁବନେଶ୍ୱର, କଟକ, ଯାଜପୁର ଓ ପୁରୀରେ ରହିଛି ୧୬ଟି ପ୍ଲଟ । ଚଢ଼ାଉ ବେଳେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଓ ବୀମା ରସିଦ ଜବତ । ରାୟଗଡ଼ା ଡିଏଫଓ ବିଜୟ କୁମାର ପରିଡ଼ାଙ୍କ ଅଚଳାଚଳ ସଂପତ୍ତି ଠାବ କରିଛି ଭିଜିଲାନ୍ସ ଟିମ୍ ।

ଆୟ ବହିର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ ଏକାଧିକ ସ୍ଥାନରେ ରେଡ୍ କରିଛି ଭିଜିଲାନ୍ସ ଟିମ୍ । ପୂର୍ବରୁ ବିଜୟଙ୍କ ନାଁରେ ଲୋକାୟୁକ୍ତଙ୍କ ନିକଟରେ ଅଭିଯୋଗ ହୋଇଥିଲା । ରାୟଗଡ଼ା, ଭୁବନେଶ୍ବର, କଟକ ଓ ଯାଜପୁରର ୭ଟି ସ୍ଥାନରେ ମାରାଥନ ରେଡ୍ ହୋଇଛି । ରାୟଗଡ଼ା ସମେତ ରାଜ୍ୟର ଅନ୍ୟ ସ୍ଥାନରେ ମଧ୍ୟ ଚଢ଼ାଉ ହୋଇଛି । ଚଢ଼ାଉ ସମୟରେ ବୀମା ରସିଦ ଓ ବଣ୍ଡ୍ ସମେତ ବ୍ୟାଙ୍କ ଡିପୋଜିଟ କାଗଜପତ୍ର ଠାବ କରିଛି ଭିଜିଲାନ୍ସ ଟିମ୍ । ଚଢ଼ାଉ ବେଳେ ୮ଡିଏସପି, ୬ ଇନିସପେକ୍ଟର ସାମିଲ ହୋଇଥିଲେ ।