Chandrayaan-3: ଚନ୍ଦ୍ରପୃଷ୍ଠରେ ମୁନୱାକ୍‌ କଲା ପ୍ରଜ୍ଞାନ, ୮ ମିଟର ଦୂରତା କଲା ଅତିକ୍ରମ

ବେଙ୍ଗାଲୁରୁ: ଚନ୍ଦ୍ରପୃଷ୍ଠରେ ମୁନୱାକ କଲା ରୋଭର ପ୍ରଜ୍ଞାନ  । ସଫଳତାର ସହ ମୁନୱାକ୍‌ କରି ୮ ମିଟର ଦୂରତା ଅତିକ୍ରମ କରିଛି ପ୍ରଜ୍ଞାନ  । ଏହାର ସମସ୍ତ ପେଲୋଡ ସଠିକ ଢଙ୍ଗରେ କାମ କରୁଥିବା ସୂଚନା ଦେଇଛି ଇସ୍ରୋ  । ଚନ୍ଦ୍ରଯାନ ୩ର ବିକ୍ରମ ଲ୍ୟାଣ୍ଡର ବୁଧବାର ଚନ୍ଦ୍ରର ଦକ୍ଷିଣ ମେରୁରେ ଅବତରଣ କରିଥିଲା  । ମୁନୱାକ ହେଉଛି ଜଣାଶୁଣା ଡାନ୍ସର ମାଇକେଲ ଜ୍ୟାକସନଙ୍କ ଏକ ଲୋକପ୍ରିୟ ଡାନ୍ସ ଫର୍ମ  ।

ଇସ୍ରୋ ଏହି ଖୁସି ଜାହିର କରି ଟ୍ବିଟ କରିଛି ଯେ, ରୋଭର ୮ ମିଟର ଦୂରତା ସଫଳତାପୂର୍ବଳ ଗତି କରିଛି  । ରୋଭର ପେଲୋଡ ଲେଜର ପ୍ରେରିତ ବ୍ରେକଡାଉନ ଓ ଆଲଫା ପାର୍ଟିକଲ ଚାଲୁ ଅଛି  । ପ୍ରପୋଲ୍ସନ ମଡ୍ୟୁଲ, ଲ୍ୟାଣ୍ଡର ମଡ୍ୟୁଲ ରୋଭରରେ ଥିବା ସମସ୍ତ ପେଲୋଡ ସାମାନ୍ୟ ଭାବେ କାମ କରୁଛି  ।

ଆଗାମୀ ଦୁଇ ସପ୍ତାହ ପର୍ଯ୍ୟନ୍ତ ରୋଭର ଚନ୍ଦ୍ରପୃଷ୍ଠରେ ଘୁରି ପୂର୍ବ ନିର୍ଦ୍ଧାରିତ ପ୍ରୟୋଗ ଗୁଡିକୁ ଶେଷ କରିବ  । ଇସ୍ରୋ ଅନୁସାରେ ଚନ୍ଦ୍ରମା ରୋଭରରେ ଲ୍ୟାଣ୍ଡିଂ ସ୍ଥଳର ଆଖପାଖରେ ମୌଳିକ ସଂରଚନା ପ୍ରାପ୍ତ କରିବା ପାଇଁ ଏପିଏକ୍ସଏସ ଓ ଏଲଆଇବିଏସ ଅଟେ ।

ଲ୍ୟାଣ୍ଡର ବି ରୋଭର ଭଳି ନିଜ ପେଲୋଡ ସହ ନିର୍ଦ୍ଧାରିତ କାର୍ଯ୍ୟ ସମ୍ପାଦନ କରିବ  । ସେ ଚନ୍ଦ୍ରପୃଷ୍ଠର ବିଶ୍ଲେଷଣ, ଲ୍ୟାଣ୍ଡିଂ ସ୍ଥଲର ଆଖପାଖ ଅଞ୍ଚଳରେ ଭୁକମ୍ପୀୟ ତରଙ୍ଗର ମାପ, ପ୍ଲାଜମା ଘନତ୍ବ ଓ ଏହାର ବିବିଧତାର ଅନୁମାନ ଲଗାଇବା ଭଳି ପ୍ରୟୋଗ ଗୁଡିକ ସମ୍ପାଦନ କରିବ  ।