ଜାଭେଲିନରେ ଓଡ଼ିଆ ପୁଅ କିଶୋରଙ୍କୁ ସଫଳତା, ବିଶ୍ୱ ଆଥଲେଟିକ୍ସ ଚାମ୍ପିଅନସିପ୍ସ ଫାଇନାଲରେ କଲେ ପ୍ରବେଶ

1 min read

ଭୁବନେଶ୍ୱର: ଜାଭଲିନରେ ଓଡ଼ିଆ ପୁଅକୁ କିଶୋର ଜେନାଙ୍କୁ ବଡ଼ ସଫଳତା । ବିଶ୍ବ ଆଥଲେଟିକ୍ସ ଚାମ୍ପିଆନ୍ସିପ୍ସର ଫାଇନାଲ ରାଉଣ୍ଡରେ ପହଞ୍ଚିଛନ୍ତି ଓଡ଼ିଶାର କିଶୋର ଜେନା । ପ୍ରଥମ ଓଡ଼ିଆ ଭାବେ ବିଶ୍ବ ଆଥଲେଟିକ ଚାମ୍ପିଆନ୍ ଖେଳୁଛନ୍ତି କିଶୋର । କ୍ୱାଲିଫାଇଙ୍ଗ ରାଉଣ୍ଡରେ ୮୦.୫୫ ମିଟର ଜାଭଲିନ ଥ୍ରୋ କରି ଫାଇନାଲ ରାଉଣ୍ଡକୁ ଯାଇଛ୍ତି କିଶୋର । ଗ୍ରୁପ-ବିରେ ପଞ୍ଚମ ସ୍ଥାନ ଅଧିକାର କରି ସେ ଫାଇନାଲରେ ପ୍ରବେଶ କରିଛନ୍ତି । କିଶୋରଙ୍କ ବ୍ୟତୀତ ଆଉ ଦୁଇ ଭାରତୀୟ ମଧ୍ୟ ଫାଇନାଲରେ ପ୍ରବେଶ କରିଛନ୍ତି । ଭାରତର ଷ୍ଟାର ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏବଂ ମନୁ ଡିପି ମଧ୍ୟ ଫାଇନାଲକୁ ପ୍ରବେଶ କରିଛନ୍ତି । ନୀରଜ ସର୍ବାଧିକ ୮୮.୭୭ ମିଟର ଜାଭେଲିନ ଥ୍ରୋ କରିଛନ୍ତି । ସେହିପରି ମନୁ ଡିପି ୮୧.୩୧ ମିଟର ଥ୍ରୋ କରି ଫାଇନାଲରେ ସ୍ଥାନ ବନାଇଛନ୍ତି ।