spot_img
Home Blog Page 3062

ବଡ଼ଭାଇଙ୍କ ପରେ ଶୂନ୍ୟ ପହଣ୍ଡିରେ ଆସିଲେ ଦେବୀ ସୁଭଦ୍ରା

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକରାଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ଆଣିଥିଲେ ସେବାୟତ । ବଳଭଦ୍ରଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ଦେବୀ ସୁଭଦ୍ରାଙ୍କ ପହଣ୍ଡି । ଶୂନ୍ୟ ପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ଆସିଥିଲେ ଦେବୀ ସୁଭଦ୍ରା । ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ପରେ ଜଗତର ନାଥ ଜଗନ୍ନାଥଙ୍କ ପହଣ୍ଡି ଆରମ୍ଭ ହୋଇଛି ।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସକାଳ ୬ଟାରେ ମଙ୍ଗଳ ଆଳତି, ୬.୧୦ରେ ମଇଲମ, ୬.୩୦ରେ ତଡ଼ପଳାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ୱାରପାଳ ପୂଜା ଓ ବେଶ ପୂଜା, ୮-୯ରେ ଗୋପାଳବଳ୍ଲଭ ଓ ସକାଳଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା: ବଡ଼ଦାଣ୍ଡରେ ଝୁଲିଝୁଲି ରଥକୁ ଆସିଲେ ବଡ଼ ଠାକୁର

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକରାଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ନିର୍ଦ୍ଧାରିତ ସମୟରେ ଆରମ୍ଭ ହୋଇଛି ଚତୂର୍ଦ୍ଧାମୂର୍ତ୍ତିଙ୍କ ପହଣ୍ଡି ବିଜେ ନୀତି । ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଥିଲା ପ୍ରଭୁ ଶ୍ରୀ ବଳଭଦ୍ରଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରତ୍ନବେଦୀରୁ ରଥ ଉପରକୁ ଆଣିଥିଲେ ସେବାୟତ । ଟାହିଆ ହଲାଇ ବଡ଼ଦାଣ୍ଡରେ ଝୁଲିଝୁଲି ଆସିଥିଲେ ବଡ଼ ଠାକୁର । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ବଡ଼ଠାକୁର ବଳଭଦ୍ରଙ୍କ ପହଣ୍ଡି  ଶ୍ରୀନଅରରୁ ପହଣ୍ଡିରେ ବାହାରିବେ ଦେବୀ ସୁଭଦ୍ରା ।

ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା: ଆରମ୍ଭ ହେଲା ଚତୁର୍ଦ୍ଧା ମୂର୍ତ୍ତିଙ୍କ ପହଣ୍ଡି

ପୁରୀ: ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ରଥ ପ୍ରତିଷ୍ଠା ପୂଜା ସମ୍ପନ୍ନ ହେବା ପରେ ଆରମ୍ଭ ହୋଇଛି ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଆସି ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥରେ ବିଜେ କରିସାରିଛନ୍ତି ଚକ୍ରରାଜ ସୁଦର୍ଶନ । ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହେଲା ବଡ଼ ଭାଇ ବଳଭଦ୍ରଙ୍କ ପହଣ୍ଡି । ମୁଣ୍ଡରେ ଟାହିଆ ଲଗାଇ ଝୁଲିଝୁଲି ଆସୁଛନ୍ତି ବଡ଼ଠାକୁର । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ବଡ଼ଦାଣ୍ଡ । ଏହା ପରେ ଭଉଣୀ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଜଗନ୍ନାଥ ରଥରେ ବିଜେ କରିବେ ।

ଶ୍ରୀମନ୍ଦିର ନୀତିକାନ୍ତି ଅନୁସାରେ ସକାଳ ୬ଟାରେ ମଙ୍ଗଳ ଆଳତି, ୬.୧୦ରେ ମଇଲମ, ୬.୩୦ରେ ତଡ଼ପଳାଗି ଓ ରୋଷ ହୋମ, ୭ଟାରେ ଅବକାଶ, ୭.୧୦ରେ ସୂର୍ଯ୍ୟପୂଜା, ୭.୩୦ରେ ଦ୍ୱାରପାଳ ପୂଜା ଓ ବେଶ ପୂଜା, ୮-୯ରେ ଗୋପାଳବଳ୍ଲଭ ଓ ସକାଳଧୂପ, ୯ଟାରେ ରଥ ପ୍ରତିଷ୍ଠା, ୯.୧୫ରେ ମଙ୍ଗଳାର୍ପଣ ନୀତି ଅନୁଷ୍ଠିତ ହୋଇଥିଲା । ଏହାପରେ ତିନି ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହୋଇଥିଲା ।

ବିଶ୍ୱପ୍ରସିଦ୍ଧ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ରଥଯାତ୍ରା ପାଇଁ ସୁସଜ୍ଜିତ ହୋଇଛି ଶ୍ରୀମନ୍ଦିର । ତିନି ଠାକୁରଙ୍କ ଅପେକ୍ଷାରେ ତିନି ରଥ । ରତ୍ନ ସିଂହସନ ଛାଡ଼ି ରଥକୁ ଆସିବେ ତିନି ଠାକୁର । ବିଶ୍ୱପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପବିତ୍ର ରଥଯାତ୍ରା ଅବସରରେ ସମସ୍ତକୁ ମୋର ହାର୍ଦ୍ଦିକ ଶୁଭକାମନା ଜଣାଉଛି । ମହାପ୍ରଭୁଙ୍କ ଆଶୀର୍ବାଦ ଓ ଆପଣମାନଙ୍କ ସହଯୋଗରେ ବିକାଶର ନନ୍ଦିଘୋଷ ନୂଆ ଓଡ଼ିଶାର ପଥକୁ ସୁଗମ କରୁ ବୋଲି ଟ୍ୱିଟ୍ କରି କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ସୂଚନା ଅନୁସାରେ ଆଜି ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଧାଡ଼ି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା, ବାଲୁକାକଳାରେ ରଥଯାତ୍ରାର ଶୁଭେଚ୍ଛା

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

ରଥଯାତ୍ରା ଉପଲକ୍ଷେ ଆକର୍ଷଣୀୟ ବାଲୁକାକଳା ପ୍ରଦର୍ଶନ କରିଛନ୍ତି ଆନ୍ତର୍ଜାତୀୟ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ପୁରୀ ବେଳାଭୂମିରେ ମହାପ୍ରଭୁଙ୍କ ତିନିରଥ ସହ ମହାପ୍ରଭୁଙ୍କ ଚିତ୍ତାକର୍ଷକ ରୂପ ବାଲୁକାକଳା ମାଧ୍ୟମରେ ପ୍ରସ୍ତୁତ କରିଛନ୍ତି । ନଡ଼ିଆ ଓ ପଦ୍ମଫୁଲ ମାଧ୍ୟମରେ ମହାବାହୁଙ୍କ କଳାକୃତି ଖୁବ୍ ମନୋଲୋଭ ହୋଇଛି । ପୁରୀକୁ ଆସୁଥିବା ଅଗଣିତ ଶ୍ରଦ୍ଧାଳୁ ସମୁଦ୍ରକୂଳରେ ଏ କଳାକୁ ଦେଖି ଆତ୍ମବିଭୋର ହେବା ସହ ମନଭରି ଉପଭୋଗ କରୁଛନ୍ତି ।

 

ଆଜି ବିଶ୍ବ ପ୍ରସିଦ୍ଧ ରଥଯାତ୍ରା, ଭକ୍ତଙ୍କ ସହ ଭଗବାନ ହେବେ ଏକାଠି

ପୁରୀ: ଆଜି ଶ୍ରୀଜିଉଙ୍କ ପବିତ୍ର ରଥଯାତ୍ରା । ଲୋକାରଣ୍ୟ ହେବାରେ ଲାଗିଛି ବଡ଼ଦାଣ୍ଡ । ଦେଶ ବିଦେଶର ବିଭିନ୍ନ କୋଣରୁ ଲକ୍ଷ ଲକ୍ଷ ଭକ୍ତ ପୁରୀକୁ ଆସିଛନ୍ତି । ସକାଳ ସାଢ଼େ ୯ଟାରେ ଶ୍ରୀଜିଉଙ୍କର ପହଣ୍ଡି ଆରମ୍ଭ ହେବ । ପ୍ରଭୁ ସୁଦର୍ଶନ, ବଡ଼ଭାଇ ବଳଭଦ୍ର ଓ ଦେବୀ ସୁଭଦ୍ରାଙ୍କ ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଆସି ରଥ ଉପରେ ବିରାଜମାନ କରିବେ । ପହଣ୍ଡି କାର୍ଯ୍ୟକ୍ରମ ଦିନ ସାଢ଼େ ୧୨ଟା ସୁଦ୍ଧା ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ସେହିପରି ଶ୍ରୀଗୁଣ୍ଡିଚା ଅଭିମୁଖେ ତିନି ରଥ ଅପରାହ୍ଣ ୪ଟାରେ ଗଡ଼ିବା ଆରମ୍ଭ କରିବ ।

ଆଜି ସକାଳ ୬ଟାରେ ମହାପ୍ରଭୁଙ୍କ ମଙ୍ଗଳ ଆଳତି ହେବ । ୬ଟା ୧୦ରେ ମଇଲମ, ୬ଟା ୩୦ରେ ତଡ଼ପ ଲାଗି, ରୋଷହୋମ ଓ ୭ଟାରେ ଅବକାଶ ପରେ ୭ଟା ୧୦ରେ ସୂର୍ଯ୍ୟପୂଜା, ସାଢ଼େ ୭ଟାରେ ଦ୍ବାରପାଳ ପୂଜା ଏବଂ ବେଶ ଶେଷ କରାଯିବ। ସେହିପରି ସକାଳ ୮ଟାରୁ ୯ଟା ଯାଏଁ ଗୋପାଳ ବଲ୍ଲଭ ଓ ସକାଳ ଧୂପ ନୀତି ପରେ ୯ଟା ୧୫ରେ ମଙ୍ଗଳାର୍ପଣ କରାଯିବ। ଦିନ ୧୨ଟା ୩୦ରୁ ଅପରାହ୍ଣ ୧ଟା ପର୍ଯ୍ୟନ୍ତ ଶ୍ରୀଶ୍ରୀ ମଦନମୋହନ, ଶ୍ରୀଶ୍ରୀ ରାମ ଓ ଶ୍ରୀଶ୍ରୀ କୃଷ୍ଣ ବିଜେ, ୧ଟା ୩୦ରୁ ୨ଟା ୩୦ ପର୍ଯ୍ୟନ୍ତ ଚିତାଲାଗି, ବେଶ ଶେଷ ହେବ । ୨ଟା ୩୦ରୁ ୩ଟା ୩୦ ଯାଏଁ ଛେରାପହଁରା, ୩ଟାରୁ ୪ଟା ପର୍ଯ୍ୟନ୍ତ ଚାରମାଳ ଫିଟା, ଘୋଡ଼ା ଓ ସାରଥୀ ଲଗାଯିବ ଆଉ ଏହାପରେ ରଥଟଣା ଆରମ୍ଭ ହେବ ।

ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ

ଭୁବନେଶ୍ୱର: ଆସନ୍ତା ୨୧ ତାରିଖରୁ ରାଜ୍ୟରେ ଖୋଲିବ ସ୍କୁଲ । ୭ ଜିଲ୍ଲାରେ ସ୍କୁଲ ଖୋଲିବା ନିଷ୍ପତ୍ତି ଜିଲ୍ଲାପାଳଙ୍କୁ ପ୍ରଦାନ କରାଯାଇଛି । ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ସକାଳୁଆ ସ୍କୁଲ ହେବ ନା ଛୁଟି ଘୋଷଣା କରାଯିବ ସେନେଇ ଜିଲ୍ଲାପାଳ ନିଷ୍ପତ୍ତି ନେବେ ବୋଲି ଗଣଶିକ୍ଷା ବିଭାଗ ବିଜ୍ଞପ୍ତି ଜାରି କରିଛି । ଏହି ୭ ଜିଲ୍ଲା ହେଉଛି ସୁନ୍ଦରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ବରଗଡ଼, ଅନୁଗୁଳ, ସୋନପୁର ଓ ବଲାଙ୍ଗୀର ।

ଉପକୂଳ ଓଡ଼ିଶାରେ ତାପମାତ୍ରା ସାମାନ୍ୟ ହ୍ରାସ ଘଟିଥିଲେ ମଧ୍ୟ ଏବେ ପଶ୍ଚିମ ଓଡ଼ିଶାରେ ତାତି ଜାରି ରହିଛି । ଏହାକୁ ନଜରରେ ରଖି ଗଣଶିକ୍ଷା ବିଭାଗ ତରଫରୁ ଏପରି ନିଷ୍ପତ୍ତି ନିଆଯାଇଛି । ରାଜ୍ୟରେ ଏପ୍ରିଲ ୨୧ ତାରିଖରୁ ସ୍କୁଲରେ ଖରାଛୁଟି ହୋଇଥିଲା । ଗତ ୧୯ ତାରିଖରେ ସମସ୍ତ ସ୍କୁଲ ଖୋଲିବାର ଥିଲା । ମାତ୍ର ପ୍ରବଳ ଖରା ହେଉଥିବାରୁ ୨୧ ତାରିଖରେ ରାଜ୍ୟର ସମସ୍ତ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର ।

୫୦୦ ଏୟାରବସ୍ ବିମାନ କିଣିବାକୁ ଇଣ୍ଡିଗୋର ମେଗା ଡିଲ୍

ନନ୍ଦିଘୋଷ ବ୍ୟୁରୋ: ଇଣ୍ଟରଗୋଲ୍ବ ଏଭିଏସନ ଅର୍ଥାତ ଇଣ୍ଡିଗୋ ସୋମବାର ୫୦୦ ଏୟାରବସ୍ ଏ୩୨୦ ବିମାନ କିଣିବା ନେଇ ଘୋଷଣା କରିଛି । ଏଥିସହିତ ଇଣ୍ଡିଗୋ ଗୋଟିଏ ଥରରେ ଏତେ ବଡ଼ ଅର୍ଡର ଦେଇଥିବା ପ୍ରଥମ ଭାରତୀୟ ଏୟାରଲାଇନ ଭାବେ ପରିଗଣିତ ହୋଇଛି । ବିମାନ ପରିଧି ସମ୍ପ୍ରସାରଣ ଦିଗରେ ଇଣ୍ଡିଗୋର ଏହା ଐତିହାସିକ ପଦକ୍ଷେପ ବୋଲି କୁହାଯାଉଛି । ଏହି ବିମାନଗୁଡ଼ିକର ଡେଲିଭରି ୨୦୩୦ରୁ ୨୦୩୫ ମଧ୍ୟରେ ହେବାର ଆଶା କରାଯାଉଛି । କମର୍ସିଆଲ ଏଭିଏସନ ହିଷ୍ଟ୍ରିର ଏହା ଏପର୍ଯ୍ୟନ୍ତ ସୁଦ୍ଧା ସବୁଠୁ ବଡ଼ ଅର୍ଡର ଅଟେ । ଇଣ୍ଡିଗୋ ପୂର୍ବରୁ ଏହି ରେକର୍ଡ ଏୟାର ଇଣ୍ଡିଆ ନାଁରେ ଥିଲା ।

କୁହାଯାଉଛି ଯେ ୫୦୦ ଏୟାରବସ ଏ୩୨୦ ଫ୍ୟାମିଲି ଏୟାରକ୍ରାଫ୍ଟ କିଣିବା ପାଇଁ ଇଣ୍ଡିଗୋ ୫୦ ଆରବ ଡଲାର ଅର୍ଥାତ ୪.୦୯ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବ । ଅବଶ୍ୟ ଅର୍ଡରର ବାସ୍ତବିକ ମୂଲ୍ୟ କିଛି କମ୍ ହୋଇପାରେ, କାରଣ ସାଧାରଣତଃ ବଡ଼ ଅର୍ଡରରେ ବହୁତ ଡିସକାଉଣ୍ଟ ମିଳିଥାଏ । ଇଣ୍ଡିଗୋର ଏହି ଅର୍ଡରରେ ଏ୩୨୦ ନିୟୋ, ଏ୩୨୧ ନିୟୋ ଏବଂ ଏ୩୨୧ ଏକ୍ସଏଲଆର ଏୟାରକ୍ରାଫ୍ଟ ସାମିଲ ଅଛି । ବର୍ତ୍ତମାନ ଇଣ୍ଡିଗୋ ପାଖରେ ୩୦୦ରୁ ଅଧିକ ବିମାନ ଅଛି । ଏହା ବ୍ୟତୀତ ତା ପାଖରେ ମୋଟ ୪୮୦ ବିମାନର ପୂର୍ବ ଅର୍ଡର ମଧ୍ୟ ଅଛି, ଯାହାକି ୨୦୩୦ ଶେଷ ସୁଦ୍ଧା ଡେଲିଭର ହେବା ନେଇ ଆଶା  କରାଯାଉଛି ।

୨୦୦୬ ମସିହାରେ ସ୍ଥାପିତ ହେବା ପରେ ଇଣ୍ଡିଗୋ ଏପର୍ଯ୍ୟନ୍ତ ସୁଦ୍ଧା ଏୟାରବସର ସହ ମୋଟ ୧୩୩୦ ବିମାନର ଡିଲ୍ କରିସାରିଛି । ପ୍ରକାଶଥାଉକି, ଚାରି ମାସ ପୂର୍ବରେ ଟାଟା ଗ୍ରୁପର ଏୟାରଲାଇନ୍ ଏୟାର ଇଣ୍ଡିଆ ୪୭୦ ବିମାନର ବିଶ୍ୱର ସବୁଠୁ ବଡ଼ ଏଭିଏସନ ଡିଲ୍ ସାଇନ କରିଥିଲା । ଏବେ ଏହି ରେକର୍ଡ ଇଣ୍ଡିଗୋ ନିଜ ନାଁରେ କରିନେଇଛି । ଏୟାର ଇଣ୍ଡିଆକୁ ଡିଲରେ ଫ୍ରାନ୍ସର କମ୍ପାନୀ ଏୟାରବସଠୁ ୨୫୦ ଏୟାରକ୍ରାଫ୍ଟ ଏବଂ ଆମେରିକୀୟ କମ୍ପାନୀ ବୋଇଙ୍ଗଠୁ ୨୨୦ ଏୟାରକ୍ରାଫ୍ଟ ମିଳିବ ।

 

ବାହାନଗା ଟ୍ରେନ୍ ଟ୍ରାଜେଡି; ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍ କଲା ସିବିଆଇ

ନନ୍ଦିଘୋଷ ବ୍ୟୁରୋ: ବାହାନଗା ଟ୍ରେନ୍‌ ଟ୍ରାଜେଡି ନେଇ ସିବିଆଇର ତନାଘନା ଜାରି ରହିଛି । ବାଲେଶ୍ବର ଜିଲ୍ଲା ସୋର କୁଅଁରପୁରରେ ଥିବା ସିଗନାଲ ଜେଇଙ୍କ ଭଡ଼ାଘର ସିଲ୍‌ କରି ତଦନ୍ତ ଆଗକୁ ବଢ଼ାଇଛି ସିବିଆଇ । ସିବିଆଇର ପାଞ୍ଚ ଜଣିଆ ଟିମ୍ ଘରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସିଗନାଲ ଜେଇଙ୍କ ପଡ଼ୋଶୀଙ୍କୁ ସିଗନାଲ ଜେଇଙ୍କ ବିଷୟରେ ପଚରାଉଚରା କରିଛି ସ୍ବତନ୍ତ୍ର ଟିମ୍ । ତଦନ୍ତରେ ସହଯୋଗ ପାଇଁ ଜେଇଙ୍କ ସମ୍ପର୍କୀୟଙ୍କୁ ଡାକିଛି ତଦନ୍ତକାରୀ ଟିମ୍ । ଅନ୍ୟପକ୍ଷରେ ଟେଣ୍ଟେଇ ସ୍ଥିତ ଦୁର୍ଗାପୁର ରେଲୱେ ଷ୍ଟେସନ ମାଷ୍ଟରଙ୍କ ଘରକୁ ମଧ୍ୟ ଯାଇଛି ସିବିଆଇ । ଘଟଣାକୁ ନେଇ ସେଠାରେ ତନାଘନା କରିଛି । ଗତ ଦୁଇ ତାରିଖରେ ଘଟିଥିଲା ବାହାନଗା ମର୍ମନ୍ତୁଦ ରେଳ ଦୁର୍ଘଟଣା । ଏଥିରେ ଅନେକଙ୍କ ମୃତ୍ୟୁ ହୋଇଥିବା ବେଳେ ହଜାରେରୁ ଅଧିକ ଆହତ ହୋଇଥିଲେ । ଘଟଣା ପାଇଁ ଦାୟୀ କିଏ, ସେନେଇ ସିବିଆଇ ତଦନ୍ତ ଜାରି ରଖିଛି ।

ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ବିଜେଡିର ଦାବି

ଭୁବନେଶ୍ୱର: ହୋ, ଭୂମିଜ ଓ ମୁଣ୍ଡାରୀ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବାକୁ ଦାବି କରିଛି ବିଜେଡି । ମୋଟ ୬୨ଟି ଜନଜାତି ରହିଛନ୍ତି । ୨୦୧୧ଜନଗଣନା ଅନୁଯାୟୀ ହୋ ଭାଷାରେ ପଶ୍ଚିମ ସିଂଭୂମରେ ମୋଟ ୨୫ ଲକ୍ଷରୁ ଅଧିକ ଲୋକ ରହିଥିବାବେଳେ ଓଡ଼ିଶାରେ ୧୪ ଲକ୍ଷରୁ ଅଧିକ ରହିଛନ୍ତି । ସେମାନଙ୍କର ପାଠପଢା ପାଇଁ ରାଜ୍ୟ ସରକାର ୧୬୦ରୁ ଅଧିକ ସ୍କୁଲ ଓ ୩୦୦ରୁ ଅଧିକ ଶିକ୍ଷକ ନିଯୁକ୍ତି ଦେଇଛନ୍ତି। ଓଡ଼ିଶାର ଆଦିବାସୀଙ୍କ ପୁରାତନ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ନେଇ ଓଡ଼ିଶାର ବିଜେପି ସାଂସଦଙ୍କର ତିଳେମାତ୍ର ଦରଦ ନାହିଁ ।

ଓଡ଼ିଶାରେ ୩ ଲକ୍ଷରୁ ଅଧିକ ଭୁମିଜ ଭାଷାଭାଷୀ ଅଛନ୍ତି। ଏଥିପାଇଁ ସ୍ବତନ୍ତ୍ର ଲିପି ରହିଛି । ୭୫ ଲକ୍ଷ ଲୋକ ଏହି ଭାଷା କୁହନ୍ତି । ଏଣୁ ଏହି ଭାଷା ସମ୍ବିଧାନର ଅଷ୍ଟମ ଅନୁଛେଦରେ ସାମିଲ କରିବା ଜରୁରୀ । ପୂର୍ବରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀଙ୍କ ନିକଟରେ ଏନେଇ ଦାବି କରିଛନ୍ତି । ସଂସଦର ଆଗାମୀ ଅଧିବେଶନରେ ଏହା ଗୃହୀତ ହେବା ଜରୁରୀ ବୋଲି ବିଜେଡି କହିଛି । ଏସବୁ କଥିତଭାଷା ଅଷ୍ଟମ ଅନୁଛେଦରେ ସାମିଲ ହେଲେ ଭାଷା ବଞ୍ଚିବ । ଆଦିବାସୀଙ୍କ ପରିଚୟ ସେମାନଙ୍କ ନିଜ ଭାଷା । ଆଦିବାସୀଙ୍କ ଭାଷା ସହିତ ଓଡ଼ିଆ ଭାଷାକୁ ପିଲାଙ୍କ ମଧ୍ୟରେ ସ୍ପଷ୍ଟ ଉଚ୍ଚାରଣ କରିବାରେ ସୁବିଧା କରିବା ପାଇଁ ବିଭିନ୍ନ ସ୍ଥାନରେ ବହୁଭାଷୀ ଶିକ୍ଷକଙ୍କୁ ରାଜ୍ୟ ସରକାର ନିଯୁକ୍ତି ଦେଇଛନ୍ତି ।