ଗଞ୍ଜାମ ଗସ୍ତର ଦ୍ୱିତୀୟ ଦିନରେ ବିକାଶମୂଳକ କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ

1 min read

ଗଞ୍ଜାମ: ଗଞ୍ଜାମ ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ । କରିଛନ୍ତି ବିକାଶମୂଳକ କାର୍ଯ୍ୟର ସମୀକ୍ଷା । ଆସ୍କା ବିଜ୍ଞାନ କଲେଜରେ ଆୟୋଜିତ ସାଧାରଣ ସଭାରେ ଯୋଗ ଦେଇ 5T ସଚିବ କହିଛନ୍ତି- ସ୍କୁଲ ଓ କଲେଜଗୁଡିକ ସାମିଲ ଫାଇଭ-ଟିରେ ସାମିଲ କରାଯାଇଛି । କଲେଜ ଓ ସ୍କୁଲ ରେ ସ୍ମାର୍ଟକ୍ଲାସ ରୁମ, ସାଇନ୍ସ ଲ୍ୟାବ ଆଦି ରହିବ । ଲୋକଙ୍କ ସୁଖଦୁଃଖ ବୁଝିବା ଲାଗି ମୁଖ୍ୟମନ୍ତ୍ରୀ ପଠାଇଛନ୍ତି । ବିକାଶ ଲାଗି ଭଲ କାମ କରନ୍ତୁ ବୋଲି ସେ ପରାମର୍ଶ ଦେଇଥିଲେ । ଭଲ କାମ କଲେ ଦ୍ବିତୀୟ ପର୍ଯ୍ୟାୟ ଅନୁଦାନ ମିଳିବ । ଛାତ୍ରଛାତ୍ରୀଙ୍କ ପ୍ରତି ଧ୍ୟାନ ଦେବାକୁ ସେ ଅଧ୍ୟାପକମାନଙ୍କୁ ଆହ୍ବାନ ଦେଇଥିଲେ ।

ଘର ଭିତରୁ ମା ମାନଙ୍କୁ ବାହାରକୁ ଆଣି ସବୁ ପ୍ରକାର ସୁବିଧା ମୁଖ୍ୟମନ୍ତ୍ରୀ ଯୋଗାଇଛନ୍ତି । ମିଶନ ଶକ୍ତି ଏବେ ହୋଟେଲ, ହଷ୍ଟେଲ, ପାନ୍ଥ ନିବାସ ପରିଚାଳନା ସହ ଧାନ କିଣା, ବିଜୁଳି ବିଲ କାମରେ ଲାଗିଛନ୍ତି । ଗାଁ ଗଣ୍ଡା ରେ ପଡିରହିଥିବା ସରକାରୀ ପ୍ରତିଷ୍ଠାନ ଗୁଡିକ ଭଲ କାମରେ ବ୍ୟବହାର ପାଇଁ ମିଶନ ଶକ୍ତିକୁ ହସ୍ତାନ୍ତର କରାଯିବ। ବିଡ଼ିଓ ଙ୍କୁ ଆବେଦନ କଲେ ମାସକ ଭିତରେ ମରାମତି କରି ମିଶନ ଶକ୍ତିଙ୍କୁ ହସ୍ତାନ୍ତର କରିବେ । ଆସ୍କା ଉପଖଣ୍ଡ ହସ୍ପିଟାଲ ରୂପାନ୍ତରଣ ଲାଗି ୪୨ କୋଟି ଟଙ୍କା ଅନୁମୋଦିତ ହୋଇଛି । ଆପଣ ମାନଙ୍କ ଅନେକ ଅଭିଯୋଗ ପାଇଛି। ମନ୍ଦିର ମସଜିଦ ଚର୍ଚ୍ଚ ଓ କମ୍ୟୁନିଟି ସେଣ୍ଟର ପାଇଁ ଯେଉଁ ଦରଖାସ୍ତ ଦେଇଛନ୍ତି, ତା ଉପରେ ସେପ୍ଟେମ୍ବର ୩ ତାରିଖ ମୁଖ୍ୟମନ୍ତ୍ରୀ ଭଲ ଖବର ଦେବେ ବୋଲି ସେ କହିଛନ୍ତି ।