ଚନ୍ଦ୍ରରେ ଶିବଶକ୍ତି ପଏଣ୍ଟ ଆଖପାଖରେ ବୁଲୁଛି ରୋଭର ପ୍ରଜ୍ଞାନ, ଭିଡିଓ ଜାରି କଲା ଇସ୍ରୋ

1 min read

ନୂଆଦିଲ୍ଲୀ: ଭାରତୀୟ ମହାକାଶ ଅନୁସନ୍ଧାନ ସଂଗଠନ (ଇସ୍ରୋ) ରୋଭର ପ୍ରଜ୍ଞାନ ମୁନ୍ ୱାକ୍ କରୁଥିବାର ଆଉ ଏକ ଭିଡିଓ ଜାରି କରିଛି । ଚନ୍ଦ୍ରର ଦକ୍ଷିଣ ଧ୍ରୁବରେ ପ୍ରଜ୍ଞାନ ବୁଲୁଥିବାର ଦେଖାଯାଇଛି । ଗୋଟେ ଦିନ ପୂର୍ବେ ହିଁ ଇସ୍ରୋ କହିଥିଲା ଯେ ରୋଭର ପ୍ରଜ୍ଞାନ ଚନ୍ଦ୍ରପୃଷ୍ଠରେ ପ୍ରାୟ ୮ ମିଟର ଦୂରତା ସଫଳତାର ସହ ନିର୍ଦ୍ଧାରିତ କରିଥିଲା । ଏବଂ ଏହାର ଉପକରଣ ଚାଲୁ ହୋଇଯାଇଛି । ଏବେ ତାଜା ଭିଡିଓରେ ଏହି ରୋଭର ଶିବଶକ୍ତି ପଏଣ୍ଟର ଆଖପାଖରେ ବୁଲୁଥିବାର ଦେଖାଯାଇଛି ।

ଇସ୍ରୋ ୪୦ ସେକେଣ୍ଡର ଭିଡିଓ ସେୟାର କରି କହିଛି ଯେ, ପ୍ରଜ୍ଞାନ ରୋଭର ଦକ୍ଷିଣ ଧ୍ରୁବରେ ଚନ୍ଦ୍ର ରହସ୍ୟର ଅନୁସନ୍ଧାନରେ ଶିବ ଶକ୍ତି ପଏଣ୍ଟ ଆଖପାଖରେ ବୁଲୁଛି । ଉଲ୍ଲେଖଯୋଗ୍ୟ, ଶନିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ ଯେ ଚନ୍ଦ୍ରଯାନ-୩ ଲ୍ୟାଣ୍ଡର ଚନ୍ଦ୍ରପୃଷ୍ଠର ଯେଉଁ ସ୍ଥାନରେ ଅବତରଣ କରିଛି ତାର ନାଁ ଶିବ-ଶକ୍ତି ପଏଣ୍ଟ ରଖାଯିବ । ତେବେ ଆଜି ଇସ୍ରୋ ଜାରି କରିଥିବା ଭିଡିଓରେ ଦେଖାଯାଇଛି ଯେ ରୋଭର ପ୍ରଜ୍ଞାନ ନିଜ ଚକାର ଚିହ୍ନ ପଛରେ ଛାଡ଼ି ଆଗକୁ ଯାଉଛି । ଏହି ସମୟରେ ସେ ଏକ ଗାତ ମଧ୍ୟ ପାର କରିଛି । ଗାତଠୁ ଆଗକୁ ଯାଇ ରୋଭର ପୁଣିଥରେ ପଛକୁ ବୁଲି ଚାହୁଁଥିବାର ଦେଖାଯାଇଛି । ଦେଖନ୍ତୁ ଇସ୍ରୋ ଜାରି କରିଥିବା ଭିଡିଓ…..