ବିପୁଳ ପରିମାଣର କଫ ସିରଫ ଜବତ, ୩ ଗିରଫ

ବରଗଡ଼: ବରଗଡ଼ ପୋଲିସକୁ ବଡ଼ ସଫଳତା । ୮ ହଜାର ୩୮୦ ବୋତଲ କୋରେକ୍ସ ଜବତ ସହ ୩ ଜଣଙ୍କୁ ଗିରଫ କଲା ଟାଉନ ପୋଲିସ । ଗତ ୨୨ ତାରିଖ ଦିନ ଟାଉନ ଥାନା ପକ୍ଷରୁ ସହରର ଗଣପତି ହୋଟେଲ ସମ୍ମୁଖରେ ବିରାଟ ଧରଣର କଫସିରପ ଜବତ କରାଯାଇଥିବା ବେଳେ ଏହାର ତଦନ୍ତ ପରେ କଟକର ଏକ ଗୋଦାମରୁ ୭୦ ପେଟି କୋରେକ୍ସ ଜବତ କରାଯାଇଛି । ଯାହାର ଆନୁମାନିକ ମୂଲ୍ୟ ପ୍ରାୟ ୨୫ ଲକ୍ଷରୁ ଉର୍ଦ୍ଧ୍ବ ହେବ । ଘଟଣାରେ ୩ଜଣଙ୍କୁ ଗିରଫ କରିଛି ଟାଉନ ପୋଲିସ | ସେମାନେ ହେଲେ କଟକର ଦୁଇଜଣ ସିଦ୍ଧାର୍ଥ କୁମାର ନାୟକ, ପୁର୍ଣଚନ୍ଦ୍ର ବେହେରା ଏବଂ ଅନ୍ୟ ଜଣେ ବରଗଡ଼ ଗଙ୍ଗାଧର ନଗରର ଲଷ୍ମୀଧର ମେହେର । ଏହି କଫ ସିରଫ ତିଆରି କରୁଥିବା ଦିଲ୍ଲୀ ସ୍ଥିତ ମେକ୍ସ ଫାର୍ମାଚୁଟିକାଲ କମ୍ପାନୀର ଏକାଉଣ୍ଟରେ ଥିବା ୩୧ ଲକ୍ଷ ୯୨ ହଜାର ୫୮୨ ଟଙ୍କାଙ୍କୁ ଫ୍ରିଜ କରାଯାଇ ଅଭିଯୁକ୍ତଙ୍କ ସବୁ ଆକାଉଣ୍ଟଙ୍କୁ ଯାଞ୍ଚ କରାଯାଉଥିବା ବରଗଡ଼ ଏସପି ସୂଚନା ଦେଇଛନ୍ତି ।