spot_img
Home Blog Page 3000

ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନିମ୍ନସ୍ତରର ରାଜନୀତି କରୁଛି: ବିଜେଡି

ଭୁବନେଶ୍ବର: ଏକାମ୍ର ପ୍ରକଳ୍ପକୁ ନେଇ ବିଜେପି ନେତା ସମୀର ମହାନ୍ତିଙ୍କ ମନ୍ତବ୍ୟକୁ ବିଜେଡିର ନିନ୍ଦା । ବିଜେପି ନେତାଙ୍କ ବାଚଳାମୀ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ବୋଲି କହି ଟାର୍ଗେଟ କଲା ବିଜେଡି । ମୁଖ୍ୟମନ୍ତ୍ରୀଙ୍କ ନିମନ୍ତ୍ରଣ ସତ୍ତ୍ବେ ବିଜେପି ନେତା ଏକାମ୍ର ପ୍ରକଳ୍ପ ଶିଳାନ୍ୟାସ ଉତ୍ସବକୁ ନଆସି ହୀନ ମନ୍ତବ୍ୟ ଦେଇ ନକରାତ୍ମକ ରାଜନୀତି କରୁଥିବା ଦଳ ପକ୍ଷରୁ କୁହାଯାଇଛି । ପ୍ରକଳ୍ପ ପରିକଳ୍ପନା ପରଠୁ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ଏହାକୁ ବନ୍ଦ କରିବାକୁ ଚକ୍ରାନ୍ତ କରିଥିବା ଅଭିଯାେଗ ଆଣି ଦଳ ନନ୍ଦା କରିଛି ।

ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡି ମୁଖପାତ୍ର ଲେନିନ ମହାନ୍ତି ରାଜ୍ୟ ବିଜେପି ନେତାଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ‘ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମିକ ପରିବେଶ ଖେଳି ଯାଇଛି । ମୁଖ୍ୟମନ୍ତ୍ରୀ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି । ଏପରି ପରିକଳ୍ପନାକୁ ସାଂସଦ ଅପରାଜିତା ଷଡଙ୍ଗୀ ଏବଂ ଜଣେ କେନ୍ଦ୍ରମନ୍ତ୍ରୀ ରୀତିମତ ବିରୋଧ କରି ଚାଲିଥିଲେ । ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରୁ ମୁଖ୍ୟମନ୍ତ୍ରୀଙ୍କ ପରିକଳ୍ପନା ବାସ୍ତବ ରୂପ ନେଇଥିବାରୁ ରାଜ୍ୟବାସୀ ଆଜି ତାଙ୍କ ପ୍ରଶଂସାରେ ଶତମୁଖ ।’

କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତାଙ୍କୁ ଟାର୍ଗେଟ କରି ସେ କହିଛନ୍ତି, ‘ପ୍ରକଳ୍ପ ପରିକଳ୍ପନାଠାରୁ କେନ୍ଦ୍ରମନ୍ତ୍ରୀ ଏବଂ ଅପରାଜିତା ବିରୋଧ କରି ଆସୁଥିଲେ । ପ୍ରକଳ୍ପ କେମିତି ବନ୍ଦ ହୋଇଯିବ ସେ ନେଇ ଚେଷ୍ଟାରେ ଥିଲେ । ଏମାନେ କାହା ନିର୍ଦ୍ଦେଶରେ ପ୍ରଭୁ ଲିଙ୍ଗରାଜଙ୍କ ବିକାଶ କାମକୁ ବିରୋଧ କରୁଥିଲେ, ତାହା ତାଙ୍କୁ ଜଣାଥିବ ।’

ଶହ ଶହ ବର୍ଷ ହେଲା ଲୋକେ ଯାହାକୁ ଅପେକ୍ଷା କରିଥିଳେ, ଆଜି ତାହା ହୋଇ ପାରିଛି । ଏହାକୁ କିଛି ଲୋକ ହଜମ କରିପାରୁନାହାନ୍ତି ।

ସୂଚନାଯୋଗ୍ୟ, ଏକାମ୍ର ପ୍ରକଳ୍ପ ଭୂମିପୂଜନ ଏବଂ ଶିଳାନ୍ୟାସ ଉତ୍ସବରେ ସାମିଲ ହେବାକୁ ଦଳଗତ ନିର୍ବିଶେଷରେ ସମସ୍ତଙ୍କୁ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ ନିମନ୍ତ୍ରଣ କରିଥିଲେ । ଏକାମ୍ର କ୍ଷେତ୍ରରେ ଆଧ୍ୟାତ୍ମକ ପରିବେଶ ସୃଷ୍ଟି ହୋଇଥିବା ବେଳେ ରାଜ୍ୟ ବିଜେପି ନେତା ଏଠାରୁ ନିଜକୁ ଦୂରେଇ ରଖିଥିଲେ । ପ୍ରକଳ୍ପ ସ୍ଥଳକୁ ଆସିବା ଛାଡ଼ନ୍ତୁ, ବିଜେପି ନେତା ସମୀର ମହାନ୍ତି ଯେମିତି ନିମ୍ନସ୍ତରର ମନ୍ତବ୍ୟ ଦେଳେ ତାହା ଗ୍ରହଣୀୟ ନୁହେଁ । ଏକାମ୍ର କ୍ଷେତ୍ରର ପରିବର୍ତ୍ତନ ବିଜେପି ନେତାଙ୍କ ହଜମ ହେଉନି ।’

ସେ କହିଛନ୍ତି, ‘ଗୋଟିଏ ପରେ ଗୋଟିଏ ଦେବପୀଠର ଉନ୍ନତିକରଣ ହେବାରେ ଲାଗିଛି । ଏହାକୁ ଦେଖି ସମୀର ବାବୁ ଡରି ଯାଇଛନ୍ତି । ତାଙ୍କର ଡର, ଭଲ କାମ ହେଲେ ତାଙ୍କୁ କେହି ପଚାରିବେନି । ସେଥିପାଇଁ ଏମିତି ନିମ୍ନସ୍ତରର ମନ୍ତବ୍ୟ ଦେଉଛନ୍ତି । ହେଲେ ଏମିତି ନକରାତ୍ମକ ରାଜନୀତି କେତେଦିନ କରିବ । ନିଜ ଫାଇଦା ପାଇଁ ଆପଣଙ୍କ ଏମିତି ବାଚଳାମୀକୁ ରାଜ୍ୟବାସୀ ଗ୍ରହଣ କରିବେ ନାହିଁ ।’

ମହାପ୍ରଭୁ ଜଗନ୍ନାଥ ଏବଂ ପ୍ରଭୁ ଲିଙ୍ଗରାଜ ସମୀର ମହାନ୍ତିଙ୍କୁ ସଦବୁଦ୍ଧି ଦିଅନ୍ତୁ, ସେ ନକରାତ୍ମକ ରାଜନୀତି ଛାଡ଼ନ୍ତୁ ବୋଲି ଲେନିନ କହିଛନ୍ତି ।

ଅନ୍ୟତମ ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି କହିଛନ୍ତି, ‘ରାଜ୍ୟ ବିଜେପି ନେତାମାନେ ଏକାମ୍ର ପ୍ରକଳ୍ପକୁ ବିରୋଧ କରିବା ରାଜ୍ୟବାସୀଙ୍କୁ ଗ୍ରହଣୀୟ ନୁହେଁ । ରାଜ୍ୟବାସୀ କ୍ଷମା ଦେବେନି । ବିଜେପି ନକରାତ୍ମକ ରାଜନୀତି ଛାଡ଼ ସକରାତ୍ମକ ରାଜନୀତି କରୁ ।’

ଲଗାଣ ବର୍ଷାରୁ ମିଳିବ ଆଶ୍ବସ୍ତି, ଆଜିଠୁ ରାଜ୍ୟରେ ବଦଳିପାରେ ପାଗ

ଭୁବନେଶ୍ୱର: ଲଗାଣ ବର୍ଷାରୁ ମିଳିବ ସାମାନ୍ୟ ଆଶ୍ବସ୍ତି । ଆଜିଠୁ ରାଜ୍ୟରେ ବଦଳିପାରେ ପାଗ । ବର୍ଷା ପରିବର୍ତ୍ତେ ବିଭିନ୍ନ ସ୍ଥାନରେ ପାଗ ମେଘୁଆ ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସକ୍ରିୟ ଲଘୁଚାପ କ୍ଷେତ୍ର ଏବଂ ନିମ୍ନ ଚାପରେଖା ପ୍ରଭାବରେ ସାରା ରାଜ୍ୟରେ ବର୍ଷା ଲାଗିରହିଥିଲା । ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଛି । ଆଜି ରାଜ୍ୟର ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର,ମୟୂରଭଞ୍ଜ ଓ ବାଲେଶ୍ବରରେ ବର୍ଷା ସମ୍ଭାବନା ରହିଛି । ଏଥିପାଇଁ ଏହି ୫ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ରାଜଧାନୀ ଭୁବନେଶ୍ବର ସହିତ ଉପକୂଳ ଓଡ଼ିଶାରେ ପାଗ ମେଘୁଆ ରହିପାରେ । ଦିନର ସର୍ବାଧିକ ତାପମାତ୍ରା ୩୦ ଓ ସର୍ବନିମ୍ନ ୨୬ ଡିଗ୍ରୀ ତାପମାତ୍ରା ରହିବ । କାଲିଠୁ ବିଶେଷ ବର୍ଷା ନଥିବା ଆକଳନ କରିଛି ପାଣିପାଗ କେନ୍ଦ୍ର ।

କେନ୍ଦୁଝର ଦୁର୍ଘଟଣାରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ମୃତଙ୍କ ସମ୍ପର୍କୀୟଙ୍କ ପାଇଁ ଘୋଷଣା କଲେ ସହାୟତା ରାଶି

ଭୁବନେଶ୍ୱର: ଗତ ରାତିରେ କେଉଁଝର ଜିଲ୍ଲା ଷଠୀଘରଠାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକ ମୃତ୍ୟୁବରଣ କରିଥିଲେ । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପାମୂଳକ ସହାୟତା ଘୋଷଣା କରିଛନ୍ତି । ଏହାସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି ।

ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ  ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି ।

ଆରମ୍ଭ ହେଲା ରଥଟଣା, ଶରଧାବାଲିରେ ଗଡ଼ିଲା ତାଳଧ୍ୱଜ ରଥ

ପୁରୀ: ତିନି ରଥରେ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଛେରାପହଁରା ପରେ ଆରମ୍ଭ ହୋଇଛି ରଥଟଣା । ମହାରାଜା ଗଜପତି ଦିବ୍ୟସିଂହ ଦେବ ତିନି ରଥରେ ଛେରାପହଁରା କରିବା ପରେ ରଥରୁ ଚାରମାଳ ଫିଟାଯାଇଥିଲା । ଏହା ପରେ ତିନି ରଥରେ ଅଶ୍ୱ ଯୋଖା ହୋଇଥିଲା । ରଥରେ ଅଶ୍ୱଯୋଖା ହେବା ପରେ ଆରମ୍ଭ ହୋଇଥିଲା ରଥଟଣା । ଶରଧାବାଲିରେ ଗଡ଼ିଲା ପ୍ରଭୁ ବଳଭଦ୍ରଙ୍କ ତାଳଧ୍ୱଜ ରଥ । ତାଳଧ୍ୱଜ ରଥ ପ୍ରଥମେ ଶରଧାବାଲିରେ ଗଡ଼ିବା ପରେ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ ଟଣା ଆରମ୍ଭ ହୋଇଥିଲା । ଶେଷରେ ମହାପ୍ରଭୁଙ୍କ ନନ୍ଦିଘୋଷ ରଥ ଟଣା ଆରମ୍ଭ ହେବ । ତିନିଠାକୁରଙ୍କ ରଥ ଦଉଡି ଛୁଇଁବା ପାଇଁ ଭକ୍ତଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି । ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି ।

ବାହୁଡ଼ା ଯାତ୍ରା: ସରିଲା ଛେରାପହଁରା ନୀତି, ଆଉ କିଛି ସମୟ ଆରମ୍ଭ ହେବ ରଥଟଣା

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ପହଣ୍ଡି ପରେ ତିନିରଥରେ ରଥାରୂଢ଼ ତିନିଠାକୁର । ପହଣ୍ଡି ସରିବା ପରେ ଚାଲିଛି ନୀତିକାନ୍ତି । ପହଣ୍ଡି ପରେ ତିନିରଥରେ ଛେରାପହଁରା କରିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ । ଗଜପତି ମହାରାଜା ପ୍ରଥମେ ବଳଭଦ୍ରଙ୍କ ତାଳଧ୍ୱଜ ରଥରେ ଛେରାପହଁରା କରିଥିଲେ । ଏହା ପରେ ଦେବୀ ମା’ ସୁଭଦ୍ରାଙ୍କ ଦର୍ପଦଳନ ରଥ ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥରେ ଛେରାପହଁରା କରିଥିଲେ ଗଜପତି ମହାରାଜା । ରଥରେ ପ୍ରଥମେ ପବିତ୍ର ଜଳ ସିଞ୍ଚନ ଏବଂ ଆଳତୀ କରିବା ପରେ ସୁନାର ଝାଡ଼ୁରେ ଗଜପତି ଛେରାପହଁରା କରିଥିଲେ । ଏହାପରେ ତିନିରଥରୁ ଚାରମାଳ ଖୋଲାଯାଇ ରଥଟଣା ଆରମ୍ଭ ହେବ ।

ଆଧ୍ୟାତ୍ମିକ ପରିବେଶରେ ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବେଦ, ମନ୍ତ୍ର ଓ ପୂଜାପାଠରେ କମ୍ପୁଛି ଏକାମ୍ରକ୍ଷେତ୍ର । ସୃଷ୍ଟି ହୋଇଛି ଆଧ୍ୟାତ୍ମିକ ପରିବେଶ । ଆମେନିଟିଜ୍ ଆଣ୍ଡ ମନ୍ୟୁମେଣ୍ଟସ୍ ରିଭାଇଭାଲ୍ ପ୍ଲାନର ଶିଳାନ୍ୟାସ । ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଧ୍ୟାତ୍ମିକ ପରିବେଶରେ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ । ଶିଳାନ୍ୟାସ ପରେ ଯଜ୍ଞ ପୂର୍ଣ୍ଣାହୁତିରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରକଳ୍ପ ପାଇଁ ଜମି ଦେଇଥିବା ୧୦୧ ସେବାୟତ ଓ ଅନ୍ୟ ପରିବାରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ ।

ଏକାମ୍ର ପ୍ରକଳ୍ପର ଶିଳାନ୍ୟାସ ପୂର୍ବରୁ ସମସ୍ତ କାର୍ଯ୍ୟର ସମୀକ୍ଷା କରିଥିଲେ 5T ସଚିବ ଭିକେ ପାଣ୍ଡିଆନ । ଯଜ୍ଞସ୍ଥଳୀରେ ପହଞ୍ଚି ପ୍ରଥମ ଶିଳା ସ୍ଥାନକୁ ନିରୀକ୍ଷଣ କରି ଯଜ୍ଞ ସ୍ଥଳୀ ଯାଇଥିଲେ । ସେଠାରେ ସମସ୍ତ ବ୍ୟବସ୍ଥାକୁ ତଦାରଖ କରିଥିଲେ । ପ୍ରକଳ୍ପ କାର୍ଯ୍ୟ ନେଇ ଉପଦେଷ୍ଟା କମିଟି ଅଧ୍ୟକ୍ଷଙ୍କ ସହ ଟିକନିକ ଆଲୋଚନା କରିଥିଲେ 5T ସଚିବ । ସବୁ ବ୍ୟବସ୍ଥାର ଯାଞ୍ଚ କରିଥିଲେ 5T ସଚିବ । ଯଜ୍ଞସ୍ଥଳୀରୁ ଶ୍ରୀଲିଙ୍ଗରାଜ ମନ୍ଦିରକୁ 5T ସଚିବ ହାତ ଯୋଡ଼ି ମହାପ୍ରଭୁଙ୍କ ଆଶିଷ କାମନା କରିଥିଲେ । ପୂଜକମାନେ ଶ୍ଳୋକ ପାଠ କରି ମନ୍ତ୍ରମୁଗ୍ଧ ପରିବେଶ ସୃଷ୍ଟି କରିଥିଲେ, ଯଜ୍ଞ ସ୍ଥଳୀରେ ଉପସ୍ଥିତ ଯଜ୍ଞ ଆଚାର୍ଯ୍ୟଙ୍କ ଭଲମନ୍ଦ ପଚାରି ବୁଝିବା ପରେ ଯଜ୍ଞ କୁଣ୍ଡ ପାଖରେ ପ୍ରାର୍ଥନା କରି ହୋମକୁଣ୍ଡରେ ଘିଅ ଅର୍ପଣ ଥିଲେ 5T ସଚିବ । ଅନ୍ୟମାନଙ୍କ ସହ ବିଡିଏ ଉପାଧ୍ୟକ୍ଷ ବଲବନ୍ତ ସିଂ, ଭୁବନେଶ୍ବର ମହାନଗର ନିଗମ କମିଶନର ବିଜୟ ଅମୃତା କୁଲାଙ୍ଗେ, ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ସମେତ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

ବାହୁଡ଼ା ଯାତ୍ରା: ଝୁଲିଝୁଲି ରଥାରୂଢ଼ ହେଲେ ଦାରୁବ୍ରହ୍ମ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ବଡ଼ ଠାକୁର ଓ ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଶରଧାବାଲିରେ ଗହଳି ଲଗେଇ ରଥରେ ବିଜେ କରିଛନ୍ତି ଦାରୁବ୍ରହ୍ମ । ଦିବ୍ୟ ଟାହିଆରେ ଝୁଲିଝୁଲି ରଥାରୂଢ଼ ହୋଇଛନ୍ତି ମହାପ୍ରଭୁ ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।

ବାହୁଡ଼ା ଯାତ୍ରା: ଶୂନ୍ୟ ପହଣ୍ଡିରେ ରଥରେ ବିଜେ କଲେ ମା’ ସୁଭଦ୍ରା

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ବଡ଼ ଠାକୁରଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ବିଜେ । ଶୂନ୍ୟ ପହଣ୍ଡିରେ ରଥରେ ବିଜେ କରିଛନ୍ତି ମା’ ସୁଭଦ୍ରା । ଦେବୀ ମା’ ସୁଭଦ୍ରାଙ୍କ ପହଣ୍ଡି ପରେ ମହାପ୍ରଭୁ ଜଗନ୍ନାଥଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।

ବାହୁଡ଼ା ଯାତ୍ରା: ଟାହିଆ ହଲାଇ ଝୁଲିଝୁଲି ଆସିଲେ ବଡ଼ ଠାକୁର

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ଆରମ୍ଭ ହୋଇଛି ବଡ଼ଠାକୁର ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ରଥରେ ବିଜେ କରିଛନ୍ତି ବଡ଼ ଠାକୁର । ଟାହିଆ ହଲାଇ ଶରଧାବାଲିରେ ଝୁଲିଝୁଲି ଆସିଲେ ବଡ଼ ଠାକୁର ।  ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ପ୍ରଭୁ ବଳଭଦ୍ରଙ୍କ ପହଣ୍ଡି ପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।

ବାହୁଡ଼ା ଯାତ୍ରାକୁ ଶୃଙ୍ଖଳିତ କରିବା ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ୧୮୦ ପ୍ଲାଟୁନ ଫୋର୍ସ ମୁତୟନ ହୋଇଛନ୍ତି । ଆଇନ ଶୃଙ୍ଖଳା, ଟ୍ରାଫିକ ଓ ଶୃଙ୍ଖଳିତ ରଥଟଣା ଉପରେ ଫୋକସ କରାଯାଇଛି । ସ୍ବତନ୍ତ୍ର ଟ୍ରାଫିକ ମୋବିଲିଟି ପ୍ଲାନ୍ ଆପଣାଯାଇଛି । ଜରୁରୀକାଳୀନ ସେବା ପାଇଁ ଗ୍ରୀନ୍ କରିଡର ବ୍ୟବସ୍ଥା ହୋଇଛି । ସୁନାବେଶରେ ମଧ୍ୟ ଭକ୍ତଙ୍କ ସମାଗମକୁ ଲକ୍ଷ୍ୟ ରଖି ସ୍ୱତନ୍ତ୍ର ବ୍ୟାରିକେଡ୍ ଆଦିର ବ୍ୟବସ୍ଥା କରାଯିବ ।

ବାହୁଡ଼ା ଯାତ୍ରା: ରଥରେ ବିଜେ କଲେ ଚକ୍ରରାଜ ସୁଦର୍ଶନ

ପୁରୀ: ଆଜି ପବିତ୍ର ବାହୁଡ଼ା ଯାତ୍ରା । ନବଦିନାତ୍ମକ ଯାତ୍ରା ସାରି ଜନ୍ମବେଦୀରୁ ଶ୍ରୀମନ୍ଦିର ଅଭିମୁଖେ ଯିବେ ଚତୁର୍ଦ୍ଧା ବିଗ୍ରହ । ଶ୍ରୀଗୁଣ୍ଡିଚା ମନ୍ଦିର ନାକଚଣା ଦ୍ୱାର ସମ୍ମୁଖରେ ଅପେକ୍ଷାରେ ଅଛନ୍ତି ତିନିରଥ । ବାହୁଡ଼ା ଯାତ୍ରା ଅବସରରେ ଆରମ୍ଭ ହୋଇଛି ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ବିଜେ । ଧାଡ଼ି ପହଣ୍ଡିରେ ଚକ୍ରରାଜ ସୁଦର୍ଶନଙ୍କୁ ପହଣ୍ଡି କରି ଆଣି ମା’ ସୁଭଦ୍ରାଙ୍କ ଦେବଦଳନ ରଥରେ ସ୍ଥାପନ କରିଛନ୍ତି ସେବାୟତମାନେ । ଘଣ୍ଟଘଣ୍ଟା, ହରିବୋଲ ଓ ହୁଳହୁଳିରେ ପ୍ରକମ୍ପିତ ହେଉଛି ଶରଧାବାଲି । ପ୍ରଭୁ ସୁଦର୍ଶନଙ୍କ ପହଣ୍ଡି ପରେ ବଡ଼ଠାକୁରଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ।