୧୦ ହଜାର  ରନ କ୍ଲବରେ ରୋହିତ

କଲମ୍ବୋ: ଦିନିକିଆରେ ୧୦ ହଜାର ରନ ପୂରଣ କଲେ ରୋହିତ ଶର୍ମା । ୨୪୮ଟି ଇନିଂସ ଖେଳି ୧୦ ହଜାର ରନ୍ ପୂରଣ କରିଛନ୍ତି । ଭାରତର ୬ ଜଣ ଖେଳାଳି ୧୦ ହଜାର ରନ କ୍ଲବରେ ରହିଛନ୍ତି ।  ସଚିନ, ଗାଙ୍ଗୁଲି, ଧୋନୀ, କୋହଲି, ରାହୁଲ ଦ୍ରାବିଡ ୧୦ ହଜାର ରନ୍‌ ପୂରଣ କରିସାରିଛନ୍ତି । ରୋହିତ ସାମିଲ ହୋଇଛନ୍ତି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ ୧୦ ହଜାର ରନ ପୂରଣ କରି ଏହି କ୍ଲବରେ ରୋହିତ ସାମିଲ ହୋଇଛନ୍ତି ।