ଜୁନୈଦ-ନାସିର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ମୋନୁ ମାନେସର ଗିରଫ

1 min read

ଚଣ୍ଡିଗଡ଼: ମୋନୁ ମାନେସରକୁ ଗିରଫ କଲା ହରିୟାଣା ପୋଲିସ । ଭିବାନୀରେ ଜୁନୈଦ-ନାସିର ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତ ଥିଲା ମୋନୁ ମାନେସର । ହରିୟାଣା ପୋଲିସ ତାକୁ ତାର ନିଜ ଗାଁରୁ ଗିରଫ କରିଛି । ଏବେ ତାକୁ ରାଜସ୍ଥାନ ପୋଲସକୁ ହସ୍ତାନ୍ତର କରାଯିବ । ଗତ ୮ ମାସ ହେବ ସେ ଫେରାର ଥିଲା । ହରିୟାଣାର ନୁହ ହିଂସାରେ ପଛରେ ମଧ୍ୟ ତାର ହାତ ଥିବା ନେଇ ଅଭିଯୋଗ ହୋଇଥିଲା । ୧୬ ଫେବ୍ରୁଆରୀ ୨୦୨୩ରେ ହରିୟାଣାର ଭିବାନୀରେ ବୋଲେରୋ ଗାଡ଼ିରେ ଦୁଇଟି ଜଳିଯାଇଥିବା ଶବ ମିଳିଥିଲା । ତଦନ୍ତରେ ଜଣାପଡ଼ିଥିଲା ଯେ ଏହି ଶବ ରାଜସ୍ଥାନର ଭରତପୁର ଜିଲ୍ଲାର ଘାଟମିକା ଗାଁର ଜୁନୈଦ ଏବଂ ନାସିରଙ୍କର ଥିଲା । ଏହାପରେ ରାଜସ୍ଥାନ ଏବଂ ହରିୟାଣାରେ ମାମଲା ରୁଜୁ ହୋଇଥିଲା । ହରିୟାଣାର ଅନେକ ଗୋ-ରକ୍ଷକ ହତ୍ୟାକାଣ୍ଡରେ ଅଭିଯୁକ୍ତ ରହିଥିଲେ । ଏମାନଙ୍କ ମଧ୍ୟରେ ସବୁଠୁ ଚର୍ଚ୍ଚିତ ନାଁ ଥିଲା ମୋନୁ ମାନେସର ଓରଫ ମୋହିତ ଯାଦବ । ଦୀର୍ଘଦିନର ଲୁଚକାଳି ପରେ ଆଜି ତାକୁ ହରିୟାଣା ପୋଲିସ ଗିରଫ କରିଛି ।