ଖଣ୍ଡପଡାରେ ପୂର୍ବତନ ବିଧାୟକ ସ୍ୱର୍ଗତ ଅରୁଣ ପଟ୍ଟନାୟକଙ୍କ ୨୭ତମ ଶ୍ରାଦ୍ଧ ଦିବସ ପାଳିତ

ଖଣ୍ଡପଡ଼ା: ପୂର୍ବତନ ବିଧାୟକ ସ୍ବର୍ଗତ ଅରୁଣ ପଟ୍ଟନାୟକଙ୍କ 27ତମ ଶ୍ରାଦ୍ଧ ଦିବସରେ ଖଣ୍ଡପଡ଼ା ବିକାଶ ସମାବେଶ । ୧୨ ସେପ୍ଟେମ୍ବରକୁ ଖଣ୍ଡପଡ଼ା ଜାଗ୍ରତ ଦିବସ ଭାବେ ପାଳନ କରାଯାଉଛି । ୧୯୯୦ ରୁ ୧୯୯୫ ପର୍ଯ୍ୟନ୍ତ ସ୍ବର୍ଗତ ଅରୁଣ ପଟ୍ଟନାୟକ ଜନତା ଦଳରୁ ବିଧାୟକ ଭାବେ ନିର୍ବାଚିତ ହୋଇ ଖଣ୍ଡପଡା ଅଞ୍ଚଳରେ ଖୁବ ଲୋକପ୍ରିୟ ଥିଲେ । ଖଣ୍ଡପଡ଼ାର ବିକାଶ ପାଇଁ ଅନେକ ସ୍ବପ୍ନ ଦେଖିଥିଲେ ଅରୁଣ ପଟ୍ଟନାୟକ । ଅରୁଣ ପଟ୍ଟନାୟକଙ୍କ ବିୟୋଗ ପରେ ତାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ପଟ୍ଟନାୟକ ଦୁଇ ଥର ଏଠାରୁ ବିଧାୟିକା ଭାବେ ନିର୍ବାଚିତ ହୋଇଥିଲେ । ଏହାପରେ ତାଙ୍କ ପୁଅ ଅନୁଭବ ପଟ୍ଟନାୟକ ମଧ୍ୟ ୨୦୧୪ରୁ ୨୦୧୯ ଯାଏଁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ । ଭାପୁର ବ୍ଲକ ବନମାଳିପୁରରେ ଅନୁଷ୍ଠିତ ଖଣ୍ଡପଡା ଜାଗ୍ରତ ଦିବସରେ ସାଂସଦ ମାନସ ମଙ୍ଗରାଜ, ମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ପଦ୍ମନାଭ ବେହେରା ଯୋଗ ଦେଇଥିଲେ ।