spot_img
Home Blog Page 2917

ଆସିଲା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ, ସବୁ ନୂଆ ପୁରୁଣା ପାଇଁ ଲାଗୁ ହେବ ଅଧ୍ୟାଦେଶ

ଭୁବନେଶ୍ୱର: ରାଜ୍ୟ କ୍ୟାବିନେଟ୍ ଗତ ମେ’ ୨୯ ତାରିଖରେ ଅନୁମୋଦନ କରିଥିବା ଓଡ଼ିଶା ଆପାର୍ଟମେଣ୍ଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳଙ୍କ ମଞ୍ଜୁରୀ ଗେଜେଟ୍ ବିଜ୍ଞପ୍ତି ଆକାରରେ ଆଇନ ବିଭାଗ ପ୍ରକାଶ କରିଛି । ଏହି ଅଧ୍ୟାଦେଶର ଗେଜେଟ୍ ବିଜ୍ଞପ୍ତି ଜାରି ପରେ ରାଜ୍ୟରେ ଦୀର୍ଘ ପ୍ରାୟ ଏକ ବର୍ଷରୁ ଅଧିକ ଦିନ ଧରି ଆପାର୍ଟମେଂଟ କିଣାବିକା ଉପରେ ରହିଥିବା କଟକଣା ନିରସ୍ତ୍ର ହୋଇଛି । ଏହି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩ ସବୁ ପୁରୁଣା ଓ ନୂଆ ଆପାର୍ଟମେଂଟ ତଥା ଉଭୟ ଫ୍ରି ଓ ଲିଜ୍ ହୋଲଡ୍ ଜମିରେ ନିର୍ମିତ ହୋଇଥିବା ଆପାର୍ଟମେଂଟ ନିମନ୍ତେ ଲାଗୁ ହେବ । ପ୍ରକଳ୍ପର ୫୦ ପ୍ରତିଶତ କିମ୍ବା ୭ଟି ଘର ବୁକ୍ ହୋଇଥିଲେ ଆସୋସିଏସନ୍ ଗଠନ ହେବ ଏବଂ ପ୍ରତ୍ୟେକ ଆପାର୍ଟମେଂଟ ପାଇଁ ଗୋଟିଏ ଲେଖାଏଁ ଆସୋସିଏସନ୍ ରହିବ । ଆପାର୍ଟମେଂଟ କିଣିଥିବା ସମସ୍ତ ବ୍ୟକ୍ତି ଆସୋସିଏସନର ସଦସ୍ୟ ରହିବେ ।

ରାଜ୍ୟ ଆଇନ ବିଭାଗ ପକ୍ଷରୁ ଜୁନ୍ ୨୮ ତାରିଖରେ ଜାରି ଗେଜେଟ୍ ବିଜ୍ଞପ୍ତି ଅନୁସାରେ ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ ରାଜ୍ୟପାଳ ଜୁନ୍ ୨୧ ତାରିଖରେ ଅନୁମୋଦନ କରିଛନ୍ତି । ମେ’ ୨୯ ତାରିଖରେ ରାଜ୍ୟ କ୍ୟାବିନେଟ୍ ଓଡ଼ିଶା ଆପାର୍ଟମେଂଟ ମାଲିକାନା ଅଧିନିୟମ-୧୯୮୨କୁ ଉଚ୍ଛେଦ କରି ଓଡ଼ିଶା ଆପାର୍ଟମେଂଟ ଅଧ୍ୟାଦେଶ-୨୦୨୩କୁ କାର୍ଯ୍ୟକାରୀ କରିବା ନିମନ୍ତେ ଆଗତ ପ୍ରସ୍ତାବକୁ ମଞ୍ଜୁରୀ ଦେଇଥିଲେ । ଏହି ଅଧ୍ୟାଦେଶରେ ଆପାର୍ଟମେଂଟଗୁଡ଼ିକର ଉତ୍ତମ ପରିଚାଳନା ନିମନ୍ତେ ପ୍ରଚଳିତ ଆଇନର ବିଭିନ୍ନ ବ୍ୟବସ୍ଥାରେ ବିବିଧ ସଂଶୋଧନ ଓ ବିଭିନ୍ନ ଧାରାଗୁଡ଼ିକରେ ସଂଯୋଗ ଓ ପରିବର୍ତ୍ତନ ଅଣାଯାଇଛି । ଆପାର୍ଟମେଂଟ ଓ ସାମୂହିକ ଗୃହନିର୍ମାଣ ନିମନ୍ତେ ପ୍ରୋତ୍ସାହନ, ଉପଯୁକ୍ତ ରକ୍ଷଣାବେକ୍ଷଣ ତଥା ତା’ର ଉତ୍ତରାଧିକାରୀ ଓ ହସ୍ତାନ୍ତରଯୋଗ୍ୟ ଅଧିକାରକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ପରିବର୍ତ୍ତିତ ଅଧିନିୟମରେ ବ୍ୟବସ୍ଥାରେ ରହିଛି । ଏହି ପରିବର୍ତ୍ତିତ ଅଧିନିୟମ ଆପାର୍ଟମେଂଟ ମାଲିକମାନଙ୍କର ସାଧାରଣ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ସ୍ଥାନ ଉପରେ ଅଧିକାର ପ୍ରଦାନ କରାଇବ ବୋଲି ଜଣାପଡ଼ିଛି ।

ରିଏଲ ଇଷ୍ଟେଟ୍ ଅଧିନିୟମ-୨୦୧୬ ଏବଂ ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ,୨୦୨୧ ମଧ୍ୟରେ ପରସ୍ପର ବିରୋଧାଭାସ ନିୟମ ରହିଥିଲା । ଓଡ଼ିଶା ଆପାର୍ଟମେଂଟ ମାଲିକାନା ନିୟମ-୨୦୨୧ର ବିଜ୍ଞପ୍ତିକୁ ହାଇକୋର୍ଟରେ ଏକାଧିକ ମାମଲା ରୁଜୁ ହୋଇଛି ଓ ହାଇକୋର୍ଟ ମଧ୍ୟ ଆପତ୍ତି ଉଠାଇଥିଲେ । ଏହି ମାମଲାଗୁଡ଼ିକ ଯୋଗୁ ଆପାର୍ଟମେଂଟର ପଞ୍ଜୀକରଣ ବନ୍ଦ ରହିଛି । ବିକ୍ରି କବଲା ପଞ୍ଜିକୃତ ହେଉନଥିବାରୁ ରାଜ୍ୟ ସରକାର ମଧ୍ୟ ରାଜସ୍ୱ ହରାଉଛନ୍ତି । ଦୀର୍ଘଦିନ ଧରି ଏଭଳି ଅଚଳାବସ୍ଥା ଥିବାରୁ ଏହାର ସମାଧାନ ପାଇଁ ତୁରନ୍ତ ଆଇନରେ ସଂଶୋଧନ ଆବଶ୍ୟକତା ପଡ଼ିଥିଲା । ତେଣୁ ପ୍ରଚଳିତ ଆଇନରେ ବ୍ୟାପକ ସଂଶୋଧନ ପରିବର୍ତ୍ତେ ପ୍ରଚଳିତ ଅଧିନିୟମକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରି ଏକ ନୂଆ ଅଧିନିୟମ ସରକାର ପ୍ରଣୟନ କରିଛନ୍ତି ।

ଶ୍ରୀମନ୍ଦିରରେ ଆରମ୍ଭ ହେଲା ମହାପ୍ରଭୁଙ୍କ ଲୀଳାଖେଳା, ଆଜି ବାହାରିବ ନୀଳାଚଳ ଅବଢା

ପୁରୀ: ନିଳାଦ୍ରୀ ବିଜେ ସହ ଶେଷ ହୋଇଛି ଘୋଷଯାତ୍ରାର ସମସ୍ତ ପର୍ଯ୍ୟାୟ । ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ଆରମ୍ଭ ହୋଇଯାଇଛି ପୁଣି ଲୀଳାଖେଳା । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠ ସୁଆଁସିଆମାନେ ପଶି ଚାରମାଳ ଖୋଲିଛନ୍ତି । ଆଜି ସକାଳେ ମହାପ୍ରଭୁଙ୍କର ମଙ୍ଗଳ ଆଳତୀ, ଅବକାଶ, ଅନ୍ୟାନ୍ୟ ନୀତି ସମ୍ପାଦନ ଚାଲିଛି । ଗୋପାଳବଲ୍ଲଭ ଭୋଗ ପରେ ବାହାରିବ ନୀଳାଚଳ ଅବଢା । ଶ୍ରୀମନ୍ଦିରରୁ ମହାପ୍ରସାଦ ପାଇ କୃତାର୍ଥ ହେବେ ଭକ୍ତ ଓ ସେବାୟତ ।

 

ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା, ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତି

ଚାନ୍ଦିପୁର: ସରିଲା ମହାପ୍ରଭୁଙ୍କ ନବଦିନାତ୍ମକ ଯାତ୍ରା । ଘୋଷଯାତ୍ରାର ଶେଷ ଦିନରେ ଗୋଟି ପହଣ୍ଡିରେ ଯାଇ ରତ୍ନବେଦୀରେ ବିଜେ କଲେ ଚତୁର୍ଦ୍ଧାମୂରତି । ପ୍ରଥମେ ସୁଦର୍ଶନ ପରେ ବଡ଼ ଠାକୁର ବଳଭଦ୍ର ଓ ତାପରେ ମହାମାୟୀ ଭଉଣୀ ସୁଭଦ୍ରା ରତ୍ନବେଦୀକୁ ବିଜେ କରିଥିଲେ । ଏହାପରେ ଆରମ୍ଭ ହୋଇଥିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି । ଭକ୍ତଙ୍କ ଗହଣରେ ହଲିଝୁଲି ଶ୍ରମନ୍ଦୀର ଅଭିମୁଖେ ଯାତ୍ରା କରିଥିଲେ ମହାପ୍ରଭୁ । ଏହିସମୟରେ ସିଂହଦ୍ୱାର ବନ୍ଦ କରିଥିଲେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ କରିଥିଲେ ଶ୍ରୀ ଜଗନ୍ନାଥ । ନିଳାଦ୍ରୀ ବିଜେରେ ମହାପ୍ରଭୁଙ୍କ ମାନବୀୟ ଲୀଳା ଦର୍ଶନ କରି କୃତାର୍ଥ ହୋଇଛନ୍ତି ଭକ୍ତଗଣ ।

ଦିନିକିଆ ବିଶ୍ୱକପ୍ ପାଇଁ କ୍ୱାଲିଫାଏ କରିପାରିଲାନି ଦୁଇଥରର ବିଶ୍ୱବିଜେତା ୱେଷ୍ଟଇଣ୍ଡିଜ୍

ନନ୍ଦିଘୋଷ ବ୍ୟୁରୋ: ଦୁଇଥରର ବିଶ୍ୱ ଚାମ୍ପିଅନ ୱେଷ୍ଟଇଣ୍ଡିଜର ଚଳିତଥର ବିଶ୍ୱକପ୍ ଖେଳିବାର ସ୍ୱପ୍ନ ଭାଙ୍ଗିଯାଇଛି । ଦଳ ଚଳିତ ବିଶ୍ୱକପ୍ ଖେଳିବା ପାଇଁ କ୍ୱାଲିଫାଏ କରିପାରିନାହିଁ । ବିଶ୍ୱକପ୍ କ୍ୱାଲିଫାୟର ମ୍ୟାଚରେ ୱେଷ୍ଟଇଣ୍ଡିଜକୁ ସ୍କଟଲାଣ୍ଡ ୭ ୱିକେଟରେ ହରାଇଛି । ଏହା ପ୍ରଥମଥର ଅଟେ ଯେବେ ଦଳ ବିଶ୍ୱକପରେ ଖେଳିବ ନାହିଁ । ୱେଷ୍ଟଇଣ୍ଡିଜ ବିଶ୍ୱକପର ପ୍ରଥମ ଦୁଇଟି ସିଜିନରେ ଟାଇଟଲ ଜିତିଛି । ୧୯୭୫ ଏବଂ ୧୯୭୯ରେ ଚାମ୍ପିଅନ ହୋଇଥିଲା ଦଳ । ହରାରେ ସ୍ପୋର୍ଟ୍ସ କ୍ଲବରେ ଶନିବାର ଖେଳାଯାଇଥିବା ମୁକାବିଲାରେ ୱେଷ୍ଟଇଣ୍ଡିଜ ପ୍ରଥମେ ବ୍ୟାଟିଂ କରି ୧୮୧ ରନ୍ ବନାଇଥିଲା ।

ବିଜୟ ପାଇଁ ଆବଶ୍ୟକୀୟ ରନକୁ ସ୍କଟଲାଣ୍ଡକୁ ୪୩.୩ ଓଭରରେ ୩ ୱିକେଟ୍ ହରାଇ ହାସଲ କରିନେଇଛି । ସ୍କଟଲାଣ୍ଡର ବ୍ରାଣ୍ଡନ ମ୍ୟାକମୁଲେନ ଓଭୟ ବ୍ୟାଟିଂ ଏବଂ ବୋଲିଂରେ ଚମତ୍କାର ପ୍ରଦର୍ଶନ କରିଛନ୍ତି । ପ୍ରଥମେ ୱେଷ୍ଟଇଣ୍ଡିଜର ତିନି ଜଣଙ୍କୁ ଆଉଟ୍ କରିଥିଲେ । ପରେ ୬୯ ରନର ଇନିଂସ ଖେଳି ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ନିର୍ବାହ କରିଛନ୍ତି । ଏହି ଚମତ୍କାର ପ୍ରଦର୍ଶନ ପାଇଁ ତାଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍ ବିବେଚିତ କରାଯାଇଛି । ପ୍ରକାଶଥାଉକି, ଅକ୍ଟୋବର ୫ରୁ ନଭେମ୍ବର ୧୯ ପର୍ଯ୍ୟନ୍ତ ଦିନିକିଆ ବିଶ୍ୱକପ୍ ଖେଳାଯିବ । ଚଳିତଥର ଭାରତ ଏହାର ଆୟୋଜନ କରୁଛି ।

ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନୀତି, ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ

ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ସରିଲା ଶ୍ରୀମନ୍ଦିରର ପ୍ରତୀକ୍ଷା । ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି । ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ । ରଥ ଉପରୁ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଛି । ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଶେଷରେ ଆସିବେ ଦାରୁବ୍ରହ୍ମ- ପରମବ୍ରହ୍ମ – ଜଗତ ଠାକୁର- ଶ୍ରୀଜଗନ୍ନାଥ । ଶୃଙ୍ଖଳିତ ନୀଳାଦ୍ରି ବିଜେ ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଳିଆ ସାଆନ୍ତଙ୍କ ନୀଳାଦ୍ରି ପହଣ୍ଡି ବେଳେ ଦେଖିବାକୁ ମିଳିବ ଆଉ ଏକ ମାନବୀୟ ଲୀଳା । ମହାପ୍ରଭୁ ଝୁଲିଝୁଲି ଯିବା ବେଳେ ହଠାତ୍ ସିଂହଦ୍ୱାର ବନ୍ଦ କରିଦେବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ଦେବେ ମହାଲକ୍ଷ୍ମୀ ।

ଜିଏସଟି ସଂଗ୍ରହରେ ଓଡ଼ିଶାର ରେକର୍ଡ, ଜୁନରେ ଆଦାୟ ହୋଇଛି ୧୭୩୨.୪୯ କୋଟି

ଭୁବନେଶ୍ୱର: ଜିଏସଟି ଆଦାୟରେ ରାଜ୍ୟ ସରକାରଙ୍କ ରେକର୍ଡ । ଜୁନ ମାସରେ ୨୫.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରାଯାଇଛି । ଗତବର୍ଷ ଜୁନ ମାସରେ ରାଜ୍ୟ ସରକାର ୧୩୮୪ କୋଟି ୫୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ସହ ଆଇଜିଏସଟି ସେଟଲମେଣ୍ଟ କରିଥିଲେ । ଚଳିତ ବର୍ଷ ଜୁନରେ କିନ୍ତୁ ରାଜ୍ୟ ସରକାର ରେକର୍ଡ ୧୭୩୨ କୋଟି ୪୯ ଲକ୍ଷ ଟଙ୍କାର ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି ।

ସେହିଭଳି ଆର୍ଥିକ ବର୍ଷ ଆରମ୍ଭରୁ ଜୁନ ସୁଦ୍ଧା ଅର୍ଥାତ ପ୍ରଥମ ତିନି ମାସରେ ରାଜ୍ୟ ସରକାର ଗତ ବର୍ଷ ତୁଳନାରେ ୩୦.୧୩ ପ୍ରତିଶତ ଅଧିକ ଜିଏସଟି ଆଦାୟ ଓ ଆଇଜିଏସଟି ସେଟଲମେଣ୍ଟ କରିଛନ୍ତି । ଏହି ସମୟ ମଧ୍ୟରେ କେବଳ ଜିଏସଟି ଆଦାୟରେ ମଧ୍ୟ ୭.୬୫ ପ୍ରତିଶତ ଅଭିବୃଦ୍ଧି ହୋଇଛି । ସେହିପରି ଜୁନ ମାସରେ ଟିକସ ଆଦାୟରେ ମଧ୍ୟ ୧୩.୮୪ପ୍ରତିଶତ ବୃଦ୍ଧି ହୋଇଛି ।

ଖେଳୁଥିବା ବେଳେ ପୋଖରୀରେ ବୁଡ଼ି ଦୁଇ ଭାଇଙ୍କ ସଲିଳ ସମାଧି

ଲମତାପୁଟ: ପୋଖରୀରେ ବୁଡି ଦୁଇ ଭାଇଙ୍କ ସଲିଳ ସମାଧି । ଲମତାପୁଟ ବ୍ଲକ କଞ୍ଚଣା ଗାଁ ନିକଟ ପୋଖରୀରେ ଘଟିଛି ଅଘଟଣ । ମୃତକ ହେଲେ ଅର୍ଜୁନ କ୍ରିସାନି ଏବଂ ଲବ କ୍ରିସାନିଙ୍କ ୭ ବର୍ଷର ପୁଅ ଅମିତ ଏବଂ ୮ ବର୍ଷର ପୁଅ ପପୀନ୍ଦ୍ର । ଅର୍ଜୁୱ ଏବଂ ଲବ ବିଲରେ କାମ କରୁଥିବା ବେଳେ ଦୁଇ ଭାଇ ପାଖରେ ଖେଳୁଥିଲେ । ଦୁଇ ଭାଇ ଖେଳୁ ଖେଳୁ ନିକଟରେ ଥିବା ପୋଖରୀକୁ ଚାଲିଯାଇଥିଲେ । କିଛି ସମୟ ପରେ ଉଭୟଙ୍କୁ ବହୁ ଖୋଜା ଖୋଜି କରାଯାଇଥିଲେ ମଧ୍ୟ ସେମାନେ ମିଳିନଥିଲେ । ସ୍ଥାନୀୟ ଲୋକ ମାନେ ପୋଖରୀରେ ଦୁଇ ଭାଇ ଭାସୁଥିବା ଦେଖି ଖବର ଦେବା ପରେ ଉଭୟଙ୍କ ମୃତଦେହ ପାଣିରୁ ଉଦ୍ଧାର କରାଯାଇଥିଲା । ଦୁଇ ଜଣଙ୍କ ମୃତ୍ୟୁରେ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି ।

ଓ୍ବାର୍କ ଫ୍ରମ ହୋମ ଅଫର ଦେଇ ୧୪ ଲକ୍ଷ ସାଇବର ଠକେଇ ମାମଲା, ଆଉ ୩ ଜଣ ଗିରଫ

ଭୁବନେଶ୍ୱର: ଓ୍ବାର୍କ ଫ୍ରମ ହୋମ ଅଫର ଦେଇ ୧୪ ଲକ୍ଷ ସାଇବର ଠକେଇ ମାମଲା । ଆଉ ୩ ଜଣକୁ ଗିରଫ କଲା ସାଇବର ଥାନା ପୋଲିସ । ଟେଲିଗ୍ରାମ ଟୁଇଟରରେ ଲିଙ୍କ୍ ପଠାଇ ଠକେଇ କରୁଥିଲେ ଠକ । ରାଉରକେଲାରୁ ଜଣେ, ସମ୍ବଲପୁରରୁ ଦୁଇଜଣ ଏବଂ ବାଲେଶ୍ୱରରୁ ଜଣକୁ ଗିରଫ କରିଛି ପୋଲିସ । ପୁରା ଘଟଣାର ମୁଖ୍ୟ ଅଭିଯୁକ୍ତ ଅନିଲ ହେମ୍ବ୍ରମ ଥିଲା ମାଷ୍ଟରମାଇଣ୍ଡ । ଅନିଲ ହିଁ ନେଟଓ୍ବର୍କିଙ୍ଗ କରି ବିଭିନ୍ନ ପିଲାଙ୍କୁ ଏହି ଗ୍ରୁପ ରେ ମିଶାଇ ଲୋକ ମାନଙ୍କୁ ଲୁଟୁଥିଲା । ଅଭିଯୁକ୍ତଙ୍କ ନିକଟରୁ ୧୮ଟି ଦାମୀ ଫୋନ, ୩୬ ଟି ସିମ୍, ଗୋଟିଏ ଭର୍ଚୁଆଲ ସିମ, ୧୨ଟି ଚେକବୁକ୍, ୧୩ ଟି ଡେବିଟ କାର୍ଡ ଜବତ ହୋଇଛି ।

ଠକଙ୍କ ଆକାଉଣ୍ଟରେ ଥିବା ୬ ଲକ୍ଷ ୩୨ ହଜାର ୮୦୦ ଟଙ୍କା ଫ୍ରିଜ୍ କରିଛି ସାଇବର ଥାନା ପୋଲିସ୍ । ଗତ ସୋମବାର ପୂର୍ବଦିନ ଗ୍ୟାଙ୍ଗ ମୁଖିଆ ଅନିଲ ହେମ୍ରମକୁ ଗିରଫ କରିଥିଲା ପୋଲିସ୍ । ଠକେଇ ଟଙ୍କା ବାହାଘର ଖର୍ଚ୍ଚ କରିଥିଲା । ବାହାଘର ପୁର୍ବରୁ ଅନିଲକୁ ଉଠାଇ ନେଇଥିଲା ପୋଲିସ । ଅନିଲକୁ ରିମାଣ୍ଡରେ ଆଣି ସତ ଉଗାରିଛି ପୋଲିସ । ଏବେ ସୁଦ୍ଧା ୪୫ ଜଣକ ଠାରୁ ଠକେଇ କରିଥିବା ଅଭିଯୋଗ ହୋଇଛି । ପୂର୍ବରୁ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ସାଇବର ପୋଲିସ

ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌

ଗୁଣୁପୁର: ରାୟଗଡ଼ା ଜିଲ୍ଲା ଗୁଣୁପୁର ଗୈାରୀ ପ୍ରସାଦ ମିଶ୍ର ଓ ସୁପାରି କିଲର ରାଜେଶ ହତ୍ୟା ରହସ୍ୟର ପର୍ଦ୍ଦାଫାସ୍‌ । ପର୍ଦ୍ଦାଫାସ କଲା ପୋଲିସ । ଜମି ବିବାଦକୁ କେନ୍ଦ୍ର କରି ଗୌରୀ ମିଶ୍ରଙ୍କୁ ହୋଇଥିଲା ଗୁଳିମାଡ଼ । ପ୍ରମାଣ ନଷ୍ଟ ପାଇଁ ସୁପାରି କିଲର ରାଜେଶକୁ ବିଶାଖାପାଟଣାରେ ହତ୍ୟା କରି ପୋତି ଦେଇଥିଲେ ଦୁର୍ବୃତ୍ତ । ସୁପାରି ଦେଇଥିବା ଅଭିଯୁକ୍ତ ଓ ସହଯୋଗୀ ସମେତ ୭ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଆଉ ୨ଜଣଙ୍କୁ ପୋଲିସ ଖୋଜୁଛି । ଦୁଇଟି ବନ୍ଧୁକ, ଗୋଟିଏ ବାଇକ୍ ଜବତ କରିଛି ଗୁଣୁପୁର ପୋଲିସ୍ ।

ସୂଚନା ଅନୁସାରେ, ଗୌରୀଙ୍କ ଦାଦାଙ୍କ ନାଁରେ ଥିବା ଜମି ହାତେଇବାକୁ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ହୋଇଥିଲା ପ୍ଲାନ୍‌ । ମୁଖ୍ୟ ଷଡ଼ଯନ୍ତ୍ରକାରୀ କ୍ରିଷ୍ଣା ଓ ଜିକେ କରିଥିଲେ ପ୍ଲାନ୍‌ । ଗୈାରୀ ମିଶ୍ରଙ୍କୁ ହତ୍ୟା କରିବା ପାଇିଁ ୩୦ ଲକ୍ଷ ଟଙ୍କାର ହୋଇଥିଲା ଡିଲ୍ । ସୁପାରି କିଲର ରାଜେଶକୁ ଲକ୍ଷେ ୯୦ ହଜାର ଟଙ୍କା ଦିଆସରିଥିଲା । ମେ ୧୩ ତାରିଖରେ ଗୌରୀ ତାଙ୍କ ବନ୍ଧୁଙ୍କ ସହ ବ୍ରିଜ୍‌ ଉପରେ ଠିଆ ହୋଇଥିବା ବେଳେ ତାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପରେ ସୁପାରି କିଲର ରାଜେଶ ଅବଶିଷ୍ଟ ଟଙ୍କା ମାଗିବାରୁ ତାକୁ ମଧ୍ୟ ରାସ୍ତାରୁ ହଟାଇବାକୁ ହୋଇଥିଲା ପ୍ଲାନ୍‌ । ରାଜେଶକୁ ବିଶାଖାପାଟଣାକୁ ଡାକି ୧୮ ତାରିଖରେ ହତ୍ୟା କରି ପୋତି ଦେଇଥିଲେ । ଏନେଇ ରାୟଗଡା ଏସପି ବିବେକାନନ୍ଦ ଶର୍ମା ସୂଚନା ଦେଇଛନ୍ତି।

ବାଇଜୁ ବଦଳରେ ଏବେ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ

ମୁମ୍ବାଇ: BCCIର ବଡ଼ ଘୋଷଣା । ବଦଳିମ ଟିମ୍ ଇଣ୍ଡିଆର ଜର୍ସି । ବାଇଜୁ ବଦଳରେ ଏବେ ଟିମ୍‌ ଇଣ୍ଡିଆ ଜର୍ସିରେ ଦେଖିବାକୁ ମିଳିବ ଡ୍ରିମ ଇଲେଭେନର ଲୋଗୋ । ୱେଷ୍ଟଇଣ୍ଡିଜ୍ ଗସ୍ତ ପୂର୍ବରୁ ବିସିସିଆଇ ଘୋଷଣା କରିଛି । ଏବେ ଡ୍ରିମ ଇଲେଭେନ ହୋଇଛି ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର୍ ରହିବ ।ଟିମ୍ ଇଣ୍ଡିଆ ଜର୍ସିର ଲିଡ୍ ସ୍ପନସର ପାଇଁ ବିସିସିଆଇ ଟେଣ୍ଡର ଜାରି କରିଥିଲା ।

ଟେଣ୍ଡର ପ୍ରକ୍ରିୟା ପୂରା ହେବା ପରେ ଆଗାମୀ ୩ ବର୍ଷ ପାଇଁ ଡ୍ରିମ୍ ୧୧ ଟିମ୍ ଇଣ୍ଡିଆର ନୂଆ ଲିଡ୍ ସ୍ପନସର ହେଇଥିବା ଜଣାପଡିଛି । ବିସିସିଆଇଣ ଅଧ୍ୟକ୍ଷ ରୋଜର ବିନ୍ନି କହିଛନ୍ତି, ବିସିସିଆଇର ଅଫିସିଆଲ ସ୍ପୋନ୍ସରଠାରୁ ଆରମ୍ଭ କରି ଲିଡ ସ୍ପୋନ୍ସର ହେବା ପର୍ଯ୍ୟନ୍ତ ବିସିସିଆଇ ଏବଂ ଡ୍ରିମ-୧୧ର ସମ୍ପର୍କ ମଜବୁତ ରହିଛି । ଆମେ ଚଳିତବର୍ଷ ଶେଷ ପର୍ଯ୍ୟାୟରେ ଆଇସିସି ୱାର୍ଲଡ କପର ଆୟୋଜନ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିବୁ.