spot_img
Home Blog Page 2918

OSSC ଜେଇ ସିଭିଲ ପ୍ରଶ୍ନପତ୍ର ଲିକ୍ ମାମଲା, ବିହାରରୁ ଗିରଫ ହେଲା ମାଷ୍ଟରମାଇଣ୍ଡ

ବାଲେଶ୍ୱର: JEE MAIN ସିଭିଲ୍ ପ୍ରଶ୍ନପତ୍ର ଡିଲ୍‌‌ ଘଟଣା । ବିହାରରୁ ଗିରଫ ହେଲା ରାକେଟର ମାଷ୍ଟରମାଇଣ୍ଡ । ପୋଲିସର ସ୍ବତନ୍ତ୍ର ଟିମ୍‌ ପଚରାଉଚରା ପରେ ପାଇଛି ପ୍ରଶ୍ନପତ୍ର ଡିଲର ଲିଙ୍କ୍‌ । ମାଷ୍ଟର ମାଇଣ୍ଡ ସମେତ ୭ ଜଣଙ୍କୁ ଅଟକ ରଖିଛି ପୋଲିସ । ପୂର୍ବରୁ ୯ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ବାଲେଶ୍ବର ପୋଲିସ । ତେବେ ଏହି ପରୀକ୍ଷା ଆସନ୍ତା ସେପ୍ଟେମ୍ବର ୩ରେ ଅନୁଷ୍ଠିତ ହେବ । ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ବାଲେଶ୍ୱର ଏସପି ସାଗରିକା ନାଥ ସୂଚନା ଦେବାପରେ OSSC ତରଫରୁ ଗତ ୧୬ ତାରିଖରେ ହୋଇଥିବା ପରୀକ୍ଷାକୁ ରଦ୍ଦ କରାଯାଇଥିଲା । ସେପ୍ଟେମ୍ବର ୩ ତାରିଖରେ ପୁଣି ହେବ ପରୀକ୍ଷା ବୋଲି ସୂଚନା ଦେଇଛି OSSC ।

OPSC ୨୦୨୧ର ଫଳ ପ୍ରକାଶନ ଉପରୁ ହଟିଲା ଅଙ୍କୁଶ

କଟକ: OPSC ପରୀକ୍ଷା, ୨୦୨୧ର ଫଳ ପ୍ରକାଶନ ଉପରୁ ଅଙ୍କୁଶ ହଟିଲା । ଅଙ୍କୁଶ ହଟାଇଲେ ହାଇକୋର୍ଟ । ଜଣେ ଦିବ୍ୟାଙ୍ଗ ପ୍ରାର୍ଥୀଙ୍କ ଆବେଦନର ପ୍ରାରମ୍ଭିକ ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । କୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ପ୍ରକ୍ରିୟାର ଫଳାଫଳ ପ୍ରକାଶ କରାଯିବ ନାହିଁ ବୋଲି ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ଫଳରେ ସମଗ୍ର ସିଭିଲ୍‌ ସର୍ଭସ୍‌ ପରୀକ୍ଷା ଫଳ ଉପରେ ପରୋକ୍ଷରେ କଟକଣା ରହିଥିଲା। ଏହି ଅନ୍ତରୀଣ ନି‌ର୍ଦ୍ଦେଶରେ ପରିବର୍ତ୍ତନ ପ୍ରସଙ୍ଗ ନେଇ OPSC କୋର୍ଟଙ୍କ ଦ୍ୱାରସ୍ତ ହୋଇଥିଲା । ଅଙ୍କୁଶ ଯୋଗୁଁ ଅନ୍ୟ ଶତାଧିକ ପ୍ରାର୍ଥୀ ପ୍ରଭାବିତ ହେବେ ବୋଲି ଆବେଦନରେ ଉଲ୍ଲେଖ କରିଥିଲା OPSC । ହାଇକୋର୍ଟ ଓପିଏସ୍‌ସି ଆବେଦନର ଶୁଣାଣି କରି ପୂର୍ବ ନିର୍ଦ୍ଦେଶରେ ପରିବର୍ତ୍ତନ କରିଛନ୍ତି । ଗୋଟିଏ ପଦବୀ ସଂରକ୍ଷିତ ରଖିବାକୁ ଓପିଏସସିକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଏହି ପଦବୀରେ ହାଇକୋର୍ଟଙ୍କ ବିନା ଅନୁମତିରେ ନିଯୁକ୍ତି ଦିଆଯିବ ନାହିଁ ।

୨୪ ଘଣ୍ଟା ନ ପୂରୁଣୁ ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ

ଭୁବନେଶ୍ୱର: ମଙ୍ଗଳବାର ଆସିଲା, ବୁଧବାର ରାତିରେ ଗଲା ଜୀବନ । ୨୪ ଘଣ୍ଟା ନପୂରୁଣୁ  ନନ୍ଦନକାନନକୁ ଆସିଥିବା ମାଈ ଚିତ୍ରା ବିରାଡ଼ିର ମୃତ୍ୟୁ । ନନ୍ଦନକାନନ ପ୍ରାଣୀ ଉଦ୍ୟାନକୁ ଜନ୍ତୁ ଅଦଳ ବଦଳ ପ୍ରକ୍ରିୟାରେ ଆସିଥିବା ମାଈ ଚିତ୍ରା ବିରାଡ଼ିର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି । ବିରାଡି ମୃତ୍ୟୁର କାରଣ ଅସ୍ପଷ୍ଟ ଥିବା ବେଳେ ମୃତଦେହ ବ୍ୟବଚ୍ଛେଦ ପରେ ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି କର୍ତ୍ତୃପକ୍ଷ କହିଛନ୍ତି । ଗତ ମଙ୍ଗଳବାର ଏକ ହଳ ଚିତ୍ରା ବିରାଡ଼ି ଓ ଏକ ହଳ ହୁଲକ ଗିବନ ଜନ୍ତୁମାନଙ୍କୁ ଅରୁଣାଚଳ ପ୍ରଦେଶର ଇଟାନଗର ଜୁ’ ରୁ ନନ୍ଦନକାନନ ଅଣାଯାଇଥିଲା ।

 

ପାରିବାରିକ କଳହର କରୁଣ ପରିଣତି, ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ

ଭଦ୍ରକ: ପାରିବାରିକ କଳହରୁ ସ୍ୱାମୀକୁ ଛୁରୀରେ ଭୁସି ହତ୍ୟାକଲେ ସ୍ତ୍ରୀ ଓ ପୁଅ । ଭଦ୍ରକ ଗ୍ରାମାଞ୍ଚଳ ଥାନା ଅଧିନ ବାଣିତିଆ ପଞ୍ଚାୟତ ମହଲା ସାହିର ଘଟଣା । ସ୍ତ୍ରୀର ଛୁରା ମାଡ଼ରେ ସ୍ବାମୀ ମୃତ । ସ୍ତ୍ରୀ ଓ ପୁଅକୁ ଗଛରେ ବାନ୍ଧି ମାଡ଼ ମାରିଲେ ଗ୍ରାମବାସୀ । ଘଟଣାସ୍ଥଳରେ ପୋଲିସ ପଂହଁଚି ସ୍ତ୍ରୀ ଓ ପୁଅକୁ ଅଟକ ରଖିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି ।

କରଞ୍ଜିଆରେ ହାତୀକୁ ଯୁବକଙ୍କ ନିଆଁ ମାଡ଼, ତନାଘନା କରୁଛି ବନ ବିଭାଗ

କରଞ୍ଜିଆ: ହାତୀକୁ ନିଆଁ ହୁଳା ମାଡ଼ ଭିଡିଓ ଭାଇରାଲ। ମୋବାଇଲରୁ ମୋବାଇଲକୁ ଘୂରି ବୁଲୁଛି ଭିଡିଓ। ଭିଡିଓରେ ସ୍ପଷ୍ଟଦେଖା ଯାଉଛି ଜଣେ ଯୁବକ ହାତୀ ଉପରେ ନିଆଁ ହୁଳା ପକାଉଛନ୍ତି ଆଉ ହାତୀଟି ପ୍ରାଣ ବିକଳରେ ଦୌଡୁଛି । ତେବେ ଏ ଭିଡିଓ କେବେକାର, କୋଉଁଠିକାର ସଠିକ୍ ଭାବରେ ଜଣା ପଡ଼ିନାହିଁ । ୨୩ ଟିକିଆ ହାତୀପଲ ବର୍ତ୍ତମାନ କରଞ୍ଜିଆ ବନଖଣ୍ଡ ଅଞ୍ଚଳରେ ଥିବାରୁ ଭିଡିଓଟି ଅନେକ ଗୁରୁତ୍ଵ ବହନ କରୁଛି। ଭିଡିଓଟି କରଞ୍ଜିଆର ହୋଇଥିବା ଚର୍ଚ୍ଚା ହେଉଥିବା ବେଳେ କରଞ୍ଜିଆ ଡିଏଫଓଙ୍କ ସହ ଯୋଗାଯୋଗ କରିଥିଲୁ । ଘଟଣାର ତଦନ୍ତ ଚାଲିଛି । ଯଦି କରଞ୍ଜିଆ ଅଞ୍ଚଳର ଭିଡିଓ ହୋଇଥାଏ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଡିଏଫଓ କହିଛନ୍ତି ।

ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ପ୍ରଥମ ଦିନିକିଆ, ବିଜୟ ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଭାରତ

ନୂଆଦିଲ୍ଲୀ: ଆଜି ଭାରତ-ୱେଷ୍ଟଇଣ୍ଡିଜ୍‌ ପ୍ରଥମ ଦିନିକିଆ । ଅପରାଜେୟ ଧାରା ବଜାୟ ଲକ୍ଷ୍ୟରେ ପଡ଼ିଆକୁ ଓହ୍ଲାଇବ ଭାରତ । ଟେଷ୍ଟ ଶୃଙ୍ଖଳାକୁ ଜିତିବା ପରେ ଭାରତୀୟ ଦଳ ୱେଷ୍ଟଇଣ୍ଡିଜ୍‌ ବିପକ୍ଷରେ ଆଜିଠାରୁ ତିନି ମ୍ୟାଚ୍‌ ବିଶିଷ୍ଟ ଦିନିକିଆ ଶୃଙ୍ଖଳା ଖେଳିବ। ଉଭୟ ଦଳଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଶୃଙ୍ଖଳାରେ ୨୦୦୬ ମସିହା ପରଠୁ ଭାରତ କେବେ ବି ପରାଜିତ ହୋଇନଥିବାରୁ ରୋହିତ ଶର୍ମାଙ୍କ ଦଳ ଏହି ଧାରା ବଜାୟ ରଖିବାକୁ ଲକ୍ଷ୍ୟ ରଖିଛି । ଦିନିକିଆ ଶୃଙ୍ଖଳାର ପ୍ରଥମ ଦୁଇ ମ୍ୟାଚ୍‌ ବାର୍ବାଡୋସ୍‌ରେ ଏବଂ ଶେଷ ମ୍ୟାଚ୍‌ ତ୍ରିନିଦାଦରେ ଖେଳାଯିବ। ସମସ୍ତ ମ୍ୟାଚ୍‌ ସନ୍ଧ୍ୟା ୭ଟା ରେ ଆରମ୍ଭ ହେବ। ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜକୁ ଭାରତ ୧-୦ ରେ ଜିତିବା ପରେ ଦିନିକିଆରେ ଭାରତ କ୍ଲିନ୍ ସ୍ୱିପ୍ କରିବାକୁ ଲକ୍ଷ୍ୟ ରଖିଛି । ବିରାଟ, ରୋହିତ ଟେଷ୍ଟରେ ଶତକ ହାସଲ କରି ଭଲ ଫର୍ମରେ ଥିବା ବେଳେ ସୂର୍ଯ୍ୟକୁମାର, ଇଶାନ କିସନ୍ ଓ ଚହଲଙ୍କ ଉପରେ ସମସ୍ତଙ୍କ ନଜର ରହିବ ।

ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ, ସମ୍ବଲପୁର ଚାଉଁରପୁର ମହାନଦୀ ବ୍ରିଜ ନିକଟରୁ ଯୁବକ ନିଖୋଜ

ସମ୍ବଲପୁର: ମହାନଦୀ ବ୍ରିଜରୁ ଡେଇଁଲେ ଯୁବକ । ସମ୍ବଲପୁର ଚାଉଁରପୁର ମହାନଦୀ ବ୍ରିଜ ନିକଟରୁ ଯୁବକ ନିଖୋଜ । ମହ‍ନଦୀକୁ ଡେଇଁଦେଇଥିବ‍ ସନ୍ଦେହ । ଅଗ୍ନିଶମ ବାହୀନି ପହଞ୍ଚି ସର୍ଚ୍ଚ ଅପରେସନ ଆରମ୍ଭ କରିଛି । ଗତରାତିରୁ ନିଖୋଜ ଅଛନ୍ତି ସମିରନ ପ୍ରଧାନ । ମହାନଦୀରେ ପ୍ରବଳ ପାଣି ଥିବାରୁ ଖୋଜାଖୋଜିରେ ମୁସ୍କିଲ ହେଉଛି । ବ୍ରିଜ୍ ଉପରୁ ସମିରନଙ୍କ ବାଇକ ଉଦ୍ଧାର ହୋଇଛି ।

କେନ୍ଦ୍ର ବିରୋଧରେ ସଂସଦରେ ବିରୋଧୀଙ୍କ ଅନାସ୍ଥା ପ୍ରସ୍ତାବ, ଆଜି ଗୃହରେ ଚର୍ଚ୍ଚା ନେଇ କଂଗ୍ରେସର ଦାବି

ନୂଆଦିଲ୍ଲୀ: ସଂସଦରେ ବିରୋଧୀ ଆଣିଥିବା ଅନାସ୍ଥା ପ୍ରସ୍ତାବ ଉପରେ ଆଜି ହୋଇପାରେ ଆଲୋଚନା । ମଣିପୁର ପ୍ରସଙ୍ଗରେ ୫ ଦିନ ଧରି ପାର୍ଲାମେଣ୍ଟ ଅଚଳ । ଉଭୟ ଗୃହରେ ଗତିରୋଧ ଜାରି ରହିଥିବା ବେଳେ ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ମହାମେଣ୍ଟ ଇଣ୍ଡିଆ । ପ୍ରସ୍ତାବ ମଞ୍ଜୁର ହୋଇଥିବା ବେଳେ ଆଜି ଚର୍ଚ୍ଚା ହେବା ପାଇଁ ଦାବି କରିଛି କଂଗ୍ରେସ । ତେବେ ସଂଖ୍ୟା ଗଣିତରେ ସରକାର ପାସ୍ ହୋଇଥିବା ବେଳେ ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବିରେ ସଂସଦରେ ଉପସ୍ଥିତ ରହିବାକୁ ବିରୋଧୀ ଚାଲ ଖେଳିଛନ୍ତି । ସାମ୍ବିଧାନିକ ପ୍ରକ୍ରିୟା ଅନୁସାରେ, ଅନାସ୍ଥା ଭୋଟ ପରେ ପ୍ରଧାନମନ୍ତ୍ରୀଙ୍କୁ ଗୃହରେ ଅଭିଭାଷଣ ରଖିବାକୁ ହେବ । ପ୍ରଧାନମନ୍ତ୍ରୀଙ୍କୁ ସଂସଦ ଆସିବାକୁ ବାଧ୍ୟ କରିବାର ଅନ୍ୟ ଉପାୟ ନଥିଲା ବୋଲି କହିଛନ୍ତି ବିରୋଧୀ ସାଂସଦ ।

ଏପଟେ ଆଜି ସଂସଦରେ ସବୁ ସାଂସଦଙ୍କୁ ଉପସ୍ଥିତ ରହିବା ପାଇଁ ହୁଇପ ଜାରି କରିଛି କଂଗ୍ରେସ । ମୋଟ ଲୋକସଭା ସିଟ୍ ସଂଖ୍ୟା ୫୪୩ । ୫ ସିଟ୍ ଖାଲି ପଡ଼ିଥିବା ବେଳେ ମ୍ୟାଜିକ ନମ୍ବର ୨୬୯ । ବିଜେପି ନେତୃତ୍ବାଧୀନ ଏନଡିଏ ପାଖରେ ରହିଛି ୩୨୯ ସିଟ୍ । କେବଳ ବିଜେପି ପାଖରେ ୩୦୧ ଆସନ ରହିଛି । ବିରୋଧୀ ମେଣ୍ଟ ପାଖରେ ମାତ୍ର ୧୪୨ ସିଟ୍ ରହିଛି ।

ଓଡ଼ିଶାରେ ମହାମହିମ, ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ଶେଷଦିନ

ଭୁବନେଶ୍ୱର: ଓଡ଼ିଶାରେ ମହାମହିମ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ତିନି ଦିନିଆ ଓଡ଼ିଶା ଗସ୍ତର ଆଜି ତୃତୀୟ ତଥା ଶେଷଦିନ । ଭୁବନେଶ୍ୱର ତମାଣ୍ଡୋର ଦଶବାଟିଆଠାରେ ବ୍ରହ୍ମାକୁମାରୀ କେନ୍ଦ୍ର ଲାଇଟ ହାଉସ୍ କମ୍ପ୍ଲେକ୍ସର ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବେ ରାଷ୍ଟ୍ରପତି । ସକାଳ ୧୦ଟା ୩୫ ମିନିଟରେ ଦଶବାଟିଆଠାରେ ପହଞ୍ଚିବେ ମ୍ୟାଡାମ୍ ପ୍ରେସିଡେଣ୍ଟ । ସେଠାରେ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପରେ ବ୍ରହ୍ମାକୁମାରୀର ୨୦ ଜଣ ବରିଷ୍ଠ ସଦସ୍ୟଙ୍କ ସହିତ ଆଲୋଚନା କରିବେ । ସେଠାରେ ରାଷ୍ଟ୍ରପତି ମଧ୍ୟାହ୍ନ ଭୋଜନ କରିବାର କାର୍ଯ୍ୟକ୍ରମ ରହିଛି । ସେଠାରୁ ରାଜଭବନ ଫେରିବା ସହିତ ଅପରାହ୍ନରେ ଦିଲ୍ଲୀ ଫେରିଯିବେ ମହାମହିମ ।

ଜ୍ଞାନବାପି ମସଜିଦରେ ଏଏସଆଇ ସର୍ଭେ ଉପରେ ରୋକ୍, ଆଜି ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି କୋର୍ଟ

ବାରାଣସୀ: ବାରାଣସୀରେ ଥିବା ଜ୍ଞାନବାପି ମସଜିଦରେ ଏଏସଆଇ କରିବାକୁ ଥିବା ସର୍ଭେ ଉପରେ ଆଜି ଯାଏ ରୋକ । ଆହ୍ଲାବାଦ କୋର୍ଟ ଏହି ପ୍ରସଙ୍ଗରେ ମାରାଥନ ଶୁଣାଣି କରି ରୋକ୍ ଅବଧିକୁ ଆଉ ଗୋଟିଏ ଦିନ ବୃଦ୍ଧି କରିଛନ୍ତି । ସୁପ୍ରିମକୋର୍ଟ ଜୁଲାଇ ୨୬ ସନ୍ଧ୍ୟା ଯାଏ ଏଏସଆଇ ସର୍ଭେ ଉପରେ ରୋକ ଲଗାଇଥିଲେ । ଗତକାଲି ସନ୍ଧ୍ୟାରେ ଅବଧି ଶେଷ ହେଉଥିବା ବେଳେ ଆହ୍ଲାବାଦ କୋର୍ଟ ଏବେ ସମାନ ପଦକ୍ଷେପ ନେଇଛନ୍ତି । ସର୍ଭେ ଉପରେ ସଂପୂର୍ଣ୍ଣ ରୋକ ଲଗାଇବା ପାଇଁ ଏକ କମିଟି ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଛି । ବାରାଣସୀର ଜିଲ୍ଲା କୋର୍ଟ ଜ୍ଞାନବାପି ମସଜିଦରେ ବିଜ୍ଞାନଭିତ୍ତିକ ସର୍ଭେ ପାଇଁ ଅନୁମିତି ଦେଇଥିଲେ । ଏହାକୁ କମିଟି ହାଇକୋର୍ଟରେ ଚ୍ୟାଲେଞ୍ଜ କରିଛି ।

ବାରାଣସୀ କୋର୍ଟ ସର୍ଭେ ପାଇଁ ଅନୁମତି ଦେବା ପରେ ସୁପ୍ରିମକୋର୍ଟ ଜୁଲାଇ ୨୪ରେ ୨୬ ତାରିଖ ସନ୍ଧ୍ୟା ୫ଟା ଯାଏ ଏହା ଉପରେ ରୋକ ଲଗାଇଥିଲେ। ଏଥିସହ କମିଟିକୁ ହାଇକୋର୍ଟରେ ଆବେଦନ କରିବାକୁ କହିଥିଲେ । ଏହି ଅନୁସାରେ କମିଟି ଆବେଦନ କରିଥିବା ବେଳେ ହାଇକୋର୍ଟ ଦୁଇ ପକ୍ଷଙ୍କ ଯୁକ୍ତି ଶୁଣିଥିଲେ। ଶେଷରେ ରୋକ ଅବଧିକୁ ଆଜି ଯାଏ ବୃଦ୍ଧି କରିଛନ୍ତି । ଆଜି ମାମଲା ଉପରେ କୋର୍ଟ ଚୂଡ଼ାନ୍ତ ନିଷ୍ପତ୍ତି ନେଇପାରନ୍ତି ।