ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ବିଜେ ନୀତି, ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ

1 min read

ପୁରୀ: ଆରମ୍ଭ ହୋଇଛି ମହାପ୍ରଭୁଙ୍କ ନୀଳାଦ୍ରି ବିଜେ ନୀତି । ସରିଲା ଶ୍ରୀମନ୍ଦିରର ପ୍ରତୀକ୍ଷା । ଶ୍ରୀକ୍ଷେତ୍ରରେ ଚାଲିଛି ଶ୍ରୀଜିଉଙ୍କ ନୀଳାଦ୍ରି ପହଣ୍ଡି । ନୀଳାଚଳକୁ ବାହୁଡୁଛନ୍ତି ନୀଳାଦ୍ରିନାଥ । ରଥ ଉପରୁ ପ୍ରଥମେ ଚକ୍ରରାଜ ସୁଦର୍ଶନଙ୍କ ପହଣ୍ଡି ପରେ ଶ୍ରୀବଳଭଦ୍ରଙ୍କ ପହଣ୍ଡି ଶେଷ ହୋଇଛି । ଏହାପରେ ଦେବୀ ସୁଭଦ୍ରାଙ୍କ ପହଣ୍ଡି ପରେ ପରେ ଶେଷରେ ଆସିବେ ଦାରୁବ୍ରହ୍ମ- ପରମବ୍ରହ୍ମ – ଜଗତ ଠାକୁର- ଶ୍ରୀଜଗନ୍ନାଥ । ଶୃଙ୍ଖଳିତ ନୀଳାଦ୍ରି ବିଜେ ନୀତି ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । କାଳିଆ ସାଆନ୍ତଙ୍କ ନୀଳାଦ୍ରି ପହଣ୍ଡି ବେଳେ ଦେଖିବାକୁ ମିଳିବ ଆଉ ଏକ ମାନବୀୟ ଲୀଳା । ମହାପ୍ରଭୁ ଝୁଲିଝୁଲି ଯିବା ବେଳେ ହଠାତ୍ ସିଂହଦ୍ୱାର ବନ୍ଦ କରିଦେବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ । ଅନେକ ବଚନିକା ପରେ ମାଆଙ୍କୁ ରସଗୋଲା ଖୁଆଇ ଓ ପାଟବସ୍ତ୍ର ଦେଇ ମାନଭଞ୍ଜନ ପରେ ଶ୍ରୀମନ୍ଦିରକୁ ପ୍ରବେଶ କରିବା ପାଇଁ ଅନୁମତି ଦେବେ ମହାଲକ୍ଷ୍ମୀ ।